loading...

ନାଲକୋ ପକ୍ଷରୁ ଅନ୍ତର୍ଜାତୀୟ ଯୋଗ ଦିବସ ୨୦୨୫ ପାଳନ ନିମନ୍ତେ ପ୍ରାକ-ପ୍ରସ୍ତୁତି: ମାସବ୍ୟାପୀ ସ୍ୱାସ୍ଥ୍ୟ ଓ ଯୋଗ ସମ୍ବନ୍ଧୀୟ କାର୍ଯ୍ୟକ୍ରମ ଆୟୋଜନ

ଭୁବନେଶ୍ୱର,  ଜୁନ ୨୦୨୫




ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ଅଧିନସ୍ଥ ନବରତ୍ନ ଲୋକ ଉଦ୍ୟୋଗ, ନ୍ୟାସନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ(ନାଲକୋ) ପକ୍ଷରୁ ଚଳିତ ବର୍ଷର ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ତଥା ଯୋଗ ର ପ୍ରଚାର ପ୍ରସାର ନିମନ୍ତେ ସ୍ୱାସ୍ଥ୍ୟ, ନିରାମୟ ଓ ଦୈନନ୍ଦିନ ଜୀବନରେ ଯୋଗର ଭୂମିକା ଓ ସଚେତନତା ସମ୍ବନ୍ଧୀୟ ବିଭିନ୍ନ  ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।

ଆସନ୍ତା ଜୁନ ୨୧ ତାରିଖରେ କମ୍ପାନୀ ପକ୍ଷରୁ ବିଭିନ୍ନ ୟୁନିଟରେ ମେଗା ଯୋଗ କ୍ୟାମ୍ପର ମଧ୍ୟ ଆୟୋଜନ କରାଯାଉଛି। ଏଥିସହ ଗତ ଏକ ମାସ ଧରି ପ୍ରାକ-ପ୍ରସ୍ତୁତି ରୂପେ କମ୍ପାନୀର ସମସ୍ତ ପରିଚାଳନା ୟୁନିଟରେ  ‘ଯୋଗ ବୁଟ-କ୍ୟାମ୍ପ’, ‘ୱାଇ-ବ୍ରେକ ଆଟ ୱାର୍କପ୍ଲେସ’ ଏବଂ ‘ଯୋଗାଭ୍ୟାସ’ ଅଧିବେସନର ଆୟୋଜନ କରାଯାଉଛି। ଏହି କାର୍ଯ୍ୟକ୍ରମ ଗୁଡ଼ିକରେ କମ୍ପାନୀର କର୍ମଚାରୀ, ପରିବାର ବର୍ଗ, ଠିକା କର୍ମଚାରୀ, ବିଦ୍ୟାଳୟ ତଥା ଚିକିତ୍ସାଳୟର ସମସ୍ତ କର୍ମଚାରୀ ଉତ୍ସାହର ସହିତ ଅଂଶଗ୍ରହଣ କରିଛନ୍ତି।

“ଜନ ଭାଗୀଦାରୀ” କୁ ପ୍ରୋତ୍ସାହିତ କରିବା ନିମନ୍ତେ, ନାଲକୋ ଖଣି ଓ ପରିଶୋଧନ ପ୍ରକଳ୍ପ, କୋରାପୁଟ ତଥା ସ୍ମେଲଟର ଏବଂ ପାୱାର୍ କମ୍ପ୍ଲେକ୍ସ, ଅନୁଗୋଳ ର ପରିପାର୍ଶ୍ଵିକ ଗ୍ରାମମାନଙ୍କରେ ମଧ୍ୟ ଯୋଗାଭ୍ୟାସ ଅଧିବେସନ ମାନ ଆୟୋଜନ କରାଯାଉଛି। କମ୍ପାନୀରେ କାର୍ଯ୍ୟରତ ମହିଳା ତଥା ସ୍କୁଲ ଛାତ୍ରୀ ମାନଙ୍କ ନିମନ୍ତେ ସ୍ୱାସ୍ଥ୍ୟ ସଚେତନତା ଅଧିବେସନର ଆୟୋଜନ କରାଯାଇଛି।


Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget