Articles by "`"

ଭୁବନେଶ୍ୱର, ୧ ଅଗଷ୍ଟ ୨୦୨୫


              

ନିକଟ ଅତୀତରେ ଓଡ଼ିଶାରେ ଦିବଂଗତା ସୌମ୍ୟାଶ୍ରୀଙ୍କ ସମେତ ନାରୀ ନିର୍ଯାତନାର ଶିକାର ହୋଇଥିବା ମହିଳାମାନଙ୍କ ପାଇଁ ଆସନ୍ତା ୧୪ ତାରିଖରେ ବାଲେଶ୍ଵରରେ ପିସିସି ପକ୍ଷରୁ ନାରୀ ନ୍ୟାୟ ପଦଯାତ୍ରା ହେବାର ଥିଲା। ଉକ୍ତ କାର୍ଯ୍ୟକ୍ରମକୁ ଆସନ୍ତା ୨୨ ତାରିଖ ଶୁକ୍ରବାରକୁ ଘୁଞ୍ଚେଇ ଦିଆଯାଇଛି। ସେଦିନ ପୂର୍ବାହ୍ନ ୧୦ଟାରୁ ବାଲେଶ୍ଵର ସିନେମାହଲ୍‌ ଛକସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ପାଖରୁ ପିସିସି ସଭାପତି ଭକ୍ତ ଚରଣ ଦାସ, ଅନ୍ୟାନ୍ୟ କଂଗ୍ରେସ ନେତୃବୃନ୍ଦ ଓ ସହସ୍ର ସଂଖ୍ୟାରେ ଦଳୀୟ ତଥା ସାମାଜିକ କର୍ମୀ ଓ ମାନବବାଦୀ ସଂଗଠନର ସଭ୍ୟସଭ୍ୟା ଏକ ପଦଯାତ୍ରାରେ ବାହାରିବେ। ଉକ୍ତ ଶୋଭାଯାତ୍ରା ଫକୀରମୋହନ କଲେଜ, ଆଜିମାବାଦ, ସଦର ଥାନା ଛକ ଦେଇ ଗାନ୍ଧୀ ସ୍ମୃତି ଭବନ ପ୍ରାଙ୍ଗଣରେ ପହଞ୍ଚିବ। ସେଠାରେ ଏକ ସାଧାରଣ ସଭାରେ ସଭାପତି ଶ୍ରୀ ଦାସ ଓ ଦଳର ନେତୃବୃନ୍ଦ ଉଦ୍‌ବୋଧନ ଦେବେ।
ସୂଚନାଯୋଗ୍ୟ, ରାଜ୍ୟରେ ବିଜେପି ସରକାର ଅମଳରେ ନାରୀ ନିର୍ଯାତନା ପୂର୍ବ ବିଜେଡି ସରକାରଠାରୁ ମଧ୍ୟ ଆହୁରି ଅଧିକ ବଢ଼ିଥିବାରୁ ଗତ ୫ ମାସ ହେଲା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ବିଭିନ୍ନ ଘଟଣାରେ ଗଣଧାରଣା, ବିକ୍ଷୋଭ, ଘେରାଉ ଆଦି ପ୍ରତିବାଦ କାର୍ଯ୍ୟକ୍ରମ ଆୟୋଜିତ ହୋଇଆସିଛି। ମହିଳାଙ୍କ ସୁରକ୍ଷା ଦାବିରେ ବିଧାନସଭା ଘେରାଉ କରାଯିବା ସହ ଗୃହରେ ଧାରଣା ଦେଇ ଦଳର ୧୪ ଜଣ ଯାକ ବିଧାୟକ ସସ୍‌ପେଣ୍ଡ ମଧ୍ୟ ହୋଇଥିଲେ। ଏହା ସତ୍ତ୍ବେ ରାଜ୍ୟରେ ନାରୀ ନିର୍ଯାତନା ଘଟଣା ଥମିବାର ନାଁ ନେଉନାହିଁ। ଗୋପାଳପୁର ଗଣଦୁଷ୍କର୍ମ ପରି ଏକାଧିକ ଅଭାବନୀୟ ଘଟଣାକ୍ରମ ରାଜ୍ୟର ଛବିକୁ ମଳିନ କରିଛି। ଗତ ୪ ସପ୍ତାହରେ ବିଭିନ୍ନ ଘଟଣାରେ ରାଜ୍ୟରେ ୪ ଜଣ ମହିଳାଙ୍କୁ ଜଳେଇଦିଆଯିବା କିମ୍ବା ସେମାନେ ଆତ୍ମାହୁତି କରି ମରିବା, ମହିଳାଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବାଲେଶ୍ବର ଓ ବଳଙ୍ଗା ଘଟଣା ପରେ ଚଳିତ ସପ୍ତାହରେ ନାରୀ ନ୍ୟାୟ ପାଇଁ ତିନୋଟି କାର୍ଯ୍ୟକ୍ରମ ଘୋଷଣା କରାଯାଇଥିଲା। ବଳଙ୍ଗାର ଦିବଂଗତା ନାବାଳିକାଙ୍କୁ ନ୍ୟାୟପ୍ରଦାନ ଦାବିରେ ଗତ ୮ ଅଗଷ୍ଟ କଟକସ୍ଥିତ ପୁଲିସ ଡିଜି କାର୍ଯ୍ୟାଳୟ ସମ୍ମୁଖରେ ପିସିସି ପକ୍ଷରୁ ଶାନ୍ତିପୂର୍ଣ୍ଣ ଗଣଧାରଣା ଦିଆଯାଇଥିଲା। ସେହିପରି ଗତ ୧୦ ତାରିଖ ଉକ୍ତ ଦିବଂଗତା ନାବାଳିକାଙ୍କ ଗ୍ରାମ ବାୟାବରରୁ ବଳଙ୍ଗା ବାଟ ଦେଇ ପିସିସିର ନାରୀ ନ୍ୟାୟ ପଦଯାତ୍ରା ନିମାପଡ଼ାରେ ଏକ ସାଧାରଣ ସଭାରେ ଶେଷ ହୋଇଥିଲା। ଉକ୍ତ ସଭାରେ ସଭାପତି ଶ୍ରୀ ଦାସ ଓ ଦଳର ଅନ୍ୟ ବରିଷ୍ଠ ନେତୃବୃନ୍ଦ ନାରୀ ନିର୍ଯାତନା ପ୍ରସଙ୍ଗରେ ସରକାରଙ୍କ ସମ୍ବେଦନଶୂନ୍ୟତାର କଡ଼ା ସମାଲୋଚନା କରିଥିଲେ। ମହିଳାଙ୍କ ସୁରକ୍ଷା ଦାବିରେ ସପ୍ତାହର ଶେଷ କାର୍ଯ୍ୟକ୍ରମ ବାଲେଶ୍ବରଠାରେ ନାରୀ ନ୍ୟାୟ ପଦଯାତ୍ରା ରୂପରେ ଆସନ୍ତା ୨୨ ଅଗଷ୍ଟ ଶୁକ୍ରବାର ଅନୁଷ୍ଠିତ ହେବ ବୋଲି ବାଲେଶ୍ବର ଜିଲ୍ଲା କଂଗ୍ରେସ କମିଟିର ସଂଯୋଜକ ସଂଜୀବ ଗିରି ପ୍ରେସ ବାର୍ତ୍ତାରେ ଜଣାଇଛନ୍ତି। ଏହି ପଦଯାତ୍ରାରେ ‌ବହୁ ସଂଖ୍ୟାରେ ଯୋଗଦେଇ ମହିଳା ସୁରକ୍ଷା ଦାବିକୁ ଶାଣିତ କରିବା ପାଇଁ ପିସିସି ସଭାପତି କଂଗ୍ରେସର ସମସ୍ତ ନେତୃବୃନ୍ଦ, ଦଳୀୟ ଓ ସାମାଜିକ କର୍ମୀ, ବିଭିନ୍ନ ମହିଳା, ଯୁବଛାତ୍ର, ମାବବାଦୀ ସଂଗଠନ, ମାନବହିତୈଷୀ ଅନୁଷ୍ଠାନ ତଥା ସଚେତନ ନାଗରିକଙ୍କୁ ନିବେଦନ କରିଛନ୍ତି। ଆହୁରି ମଧ୍ୟ, ବାଲେଶ୍ବର ଓ ବଳଙ୍ଗା ପରି ଦୁଃଖଦାୟକ ଘଟଣାଗୁଡ଼ିକର ଦୋଷୀମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନ କଲେ ଆଗକୁ ରାଜ୍ୟରେ ସପ୍ତାହବ୍ୟାପୀ ଥାନା ଘେରାଉ କାର୍ଯ୍ୟକ୍ରମ କରାଯିବ ବୋଲି ଶ୍ରୀ ଦାସ ସରକାରଙ୍କୁ ଚେତାବନୀ ଦେଇଛନ୍ତି। ଯେଉଁମାନଙ୍କ ଯୋଗୁଁ ସୌମ୍ୟାଶ୍ରୀଙ୍କ ଏଫ୍‌ଆଇଆର ସୁଦ୍ଧା ରୁଜୁ କରାଗଲା ନାହିଁ, ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇ କାର୍ଯ୍ୟାନୁଷ୍ଠାନର ବ୍ୟବସ୍ଥା ସରକାରଙ୍କୁ କରିବାକୁ ହେବ। ସେହିପରି ମାଁ’ଙ୍କ ମୂଳ ଏଫ୍‌ଆଇଆର, ବାପାମାଁଙ୍କ ମୂଳ ବୟାନ ଓ ପୀଡ଼ିତାଙ୍କ ବୟାନ ଆଧାରରେ ବଳଙ୍ଗା ଘଟଣାର ତଦନ୍ତ କରାଯିବା ସହ ସଂପୃକ୍ତ ୩ ଦୁର୍ବୃତ୍ତଙ୍କୁ ତୁରନ୍ତ ଗିରଫ କରାଯିବାକୁ ପିସିସି ସଭାପତି ଦାବି କରିଛନ୍ତି। 

 ଭୁବନେଶ୍ୱର, ୨୩ ଡିସେମ୍ବର ୨୦୨୪




  • ବିଜେପି ଉପରେ ଆସ୍ଥା ଓ ବିଶ୍ୱାସ ପ୍ରକଟ କରି ଧର୍ମଶାଳା ନିର୍ବାଚନ ମଣ୍ଡଳୀର ୨୦ ସରପଂଚ ଓ ୨୧ ପଂଚାୟତ ସମିତି ସଦସ୍ୟଙ୍କ ସମେତ ବିଜେଡି ନେତୃବୃନ୍ଦ ଓ କାର୍ଯ୍ୟକର୍ତାଙ୍କ ବିଜେପିରେ ଯୋଗଦାନ
  • ସମସ୍ତ ନୂତନ ସଦସ୍ୟଙ୍କୁ ସ୍ୱାଗତ ଜଣାଇଲେ ରାଜ୍ୟ ସଭାପତି
ବିଜେପିର ନୂଆ ସରକାରକୁ ନେଇ ଓଡ଼ିଶାବାସୀଙ୍କ ମନ ଭିତରେ ଉତ୍ସାହପୂର୍ଣ୍ଣ ବାତାବରଣ ସୃଷ୍ଟି ହୋଇଛି । ପ୍ରତିଦିନ ବିଜେପିର ସାଂଗଠନିକ ଶକ୍ତି ବୃଦ୍ଧି ପାଉଛି । ବିଜେପି ସରକାର ଉପରେ ଓଡ଼ିଶାବାସୀଙ୍କ ଆସ୍ଥା ଓ ବିଶ୍ୱାସ ବୃଦ୍ଧି ପାଇବାରେ ଲାଗିଛି। ବିଜେଡି ଉପରୁ ଆସ୍ଥା ହରାଇ ଆଜି ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନମଣ୍ଡଳୀର ସରପଂଚ ନାଜବୁନ୍ ବେଗମ୍‌, ସୁନାକର ବେହେରା, ନିମାଇଁ ମଲ୍ଲିକ, ସୁରେନ୍ଦ୍ର ଥିଆଡି, ଚନ୍ଦନ କୁମାର ରାଉତ, ଜିତେନ୍ଦ୍ର କୁମାର ପାତ୍ର, ସୁମିତ୍ରା ସ୍ୱାଇଁ, ସରୋଜିନୀ ନାୟକ, ପ୍ରଶାନ୍ତ କୁମାର ରାଉତ, ଲତା ସେଠୀ, ସଫଳ ବେହେରା, ଫକୀର ନାରାୟଣ ମିଶ୍ର, ସୁଦାମ ଚରଣ ବେହେରା, ନର୍ମଳ କୁମାର ଦାସ, ବିକ୍ରମ ବିଶ୍ୱାଳ, ପ୍ରମୋଦ କୁମାର ଜେନା, ସୁରେଶ ଚନ୍ଦ୍ର ତରାଇ, ହୃଦାନନ୍ଦ ସାହୁଙ୍କ ସମେତ ପଂଚାୟତ ସମିତି ସଦସ୍ୟ ସବନମ୍ ପରୱିନ୍‌, ଝିଲ୍ଲିରାଣୀ ମଲ୍ଲିକ, ଦୋଳଗୋବିନ୍ଦ ମଲ୍ଲିକ, ପୁରୁଷୋତମ ପରିଡା, ସୌଦାବିନୀ ସ୍ୱାଇଁ, ସସ୍ମିତା ନାୟକ, ସୌମ୍ୟରଞ୍ଜନ ସାହୁ, ସୁନୀତା ସ୍ୱାଇଁ, ବିଦ୍ୟାଧର ମଲ୍ଲିକ, ପବିତ୍ର ବେହେରା, ସୁଚିସ୍ମିତା ଦାସ, ସରୋଜିନୀ ମହାନ୍ତି, ଅନ୍ନପୂର୍ଣ୍ଣା ସାହୁ, ମିତା ବେହେରା, ନିତ୍ୟାନନ୍ଦ ବିଶ୍ୱାଳ, ଅନନ୍ତ ତରାଇ, ସବିତା ସାମଲ ଆଜି ବିଜେଡି ଦଳ ତ୍ୟାଗ କରି ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି।
ସେହିପରି ଯାଜପୁର ଜିଲ୍ଲା ବିଜୁ ଯୁବଜନତା ଦଳର ସାଧାରଣ ସମ୍ପାଦକ ଗୌତମ ସାହୁ, ସମ୍ପାଦକ ମଦନ ମୋହନ ନାୟକ, ଧର୍ମଶାଳା ନିର୍ବାଚନ ମଣ୍ଡଳୀ ସଭାପତି ଜଳଧର ସାହୁ ବିଜେପିରେ ସାମିଲ ହୋଇଛନ୍ତି। ସେହିପରି କୋତାପୁର ପଂଚାୟତର ବିଜେଡି ବରିଷ୍ଠ କାର୍ଯ୍ୟକର୍ତା ଅନୁଜ କୁମାର ଜେନା, ସମରେନ୍ଦ୍ର ଜେନା, କେଦାର ରାୟ, ଭୁବନ ଗ୍ରାମ ପଂଚାୟତର ବିଜେଡି ଯୁବ ସଭାପତି ରାଜେଶ ତ୍ରିପାଠୀଙ୍କ ସମେତ ଉତରପ୍ରତାପ ଓ ଚୋରାମୁହାଣ ପଂଚାୟତର ୱାର୍ଡ ମେମ୍ବରଙ୍କ ସମେତ ହଜାରରୁ ଉର୍ଦ୍ଧ୍ୱ ବିଜେଡି କର୍ମୀ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି। 
ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ସମସ୍ତ ନୂତନ ସଦସ୍ୟଙ୍କୁ ଟୋପି ଓ ଉତରୀୟ ପ୍ରଦାନ କରି ସ୍ୱାଗତ ଜଣାଇଥିଲେ । ଏହି ମିଶ୍ରଣ ପର୍ବରେ ନବରଙ୍ଗପୁର ସାଂସଦ ଶ୍ରୀ ବଳଭଦ୍ର ମାଝୀ, ବିଧାୟକ ହିମାଂଶୁ ଶେଖର ସାହୁ, ରାଜ୍ୟ ମୁଖପାତ୍ର ସଜ୍ଜନ ଶର୍ମା, ଜିଲ୍ଲା ସଭାପତି ଗୈାତମ ରାୟ, ବରିଷ୍ଠ ନେତା ଅଶୋକ ମିଶ୍ର, ସବିତା ନନ୍ଦ, ବବିତା ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।

Contact Form

Name

Email *

Message *

Powered by Blogger.
Javascript DisablePlease Enable Javascript To See All Widget