Articles by "Politics"

ଭୁବନେଶ୍ୱର, ୨୯ ଜୁନ୍ ୨୦୨




ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ତରଫରୁ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମର ଓଡ଼ିଶା ସହ ପ୍ରଭାରୀ ପୂର୍ଣ୍ଣଚନ୍ଦ୍ର ପାଢ଼ୀ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଶ୍ରୀ ଦାସ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ କହିଥିଲେ ଯେ, ରାହୁଲ ଗାନ୍ଧୀଙ୍କ ଆହ୍ୱାନ କ୍ରମେ ଛାତ୍ରଛାତ୍ରୀମାନଙ୍କର ଭବିଷ୍ୟତ ପାଇଁ ଏହି ପ୍ରଶିକ୍ଷଣ ଶିବିରରେ ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ବହୁ କଷ୍ଟରେ ଛାତ୍ରଛାତ୍ରୀମାନେ ପାଠ ପଢ଼ିଛନ୍ତି। ରାହୁଲ ଗାନ୍ଧୀ ହେଉଛନ୍ତି ସାରା ଦେଶ ଏବଂ ଓଡ଼ିଶା ବାସୀଙ୍କ ଛାତ୍ରଛାତ୍ରୀମାନଙ୍କର ସ୍ୱର। ଏହା ଏକ ଆନ୍ଦୋଳନ ନୁହଁ ଏହା ହେଉଛଛି ଏକ ପରିବର୍ତ୍ତନ। ନିଟ୍ ପରୀକ୍ଷା ଠାରୁ ଆରମ୍ଭ କରି ସିବିଏସ୍‌ଇ ପର୍ଯ୍ୟନ୍ତ ଯେଉଁ ଭାଇଁଭଉଣୀ ସାରା ଭାରତ ବର୍ଷରେ ଶିକ୍ଷା ଦୁର୍ନୀତି ଚାଲିଛି ଏହା ଚିନ୍ତାଜନକ ବିଷୟ। ଜନନାୟକ ରାହୁଲ ଗାନ୍ଧୀଙ୍କ ନିର୍ଦ୍ଦେଶରେ ଏବଂ ଶ୍ରୀ ଭକ୍ତ ଚରଣ ଦାସଙ୍କ ଆହ୍ୱାନ କ୍ରମେ ସରକାରୀ ଏବଂ ବେସରକାରୀ କଲେଜରେ ଭୁବନେଶ୍ୱରଠାରେ ଆଗାମୀ ୪୦ ଦିନ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନମାନଙ୍କ ସାମ୍ନାରେ ଏକ ପ୍ରତିବାଦକ କାର୍ଯ୍ୟକ୍ରମ ସହ ଛାତ୍ରଛାତ୍ରୀମାନଙ୍କୁ ଛାତ୍ରୋଂ କି ଗୁଞ୍ଜ କାର୍ଯ୍ୟକ୍ରମ ବିଷୟରେ ଅବଗତ କରିବା ସହିତ ସେମାନଙ୍କର ଅଧିକାରକୁ କିପରି ଭାବେ ପାଇପାରିବେ ତାହା ଉପରେ ଆଲୋକପାତ କରିବା ପାଇଁ ଶ୍ରୀ ପାଢ଼ୀ ତାଙ୍କ ମନ୍ତବ୍ୟରେ କହିଲେ ଯେ ରାହୁଲ ଗାନ୍ଧୀଙ୍କ କାର୍ଯକ୍ରମକୁ ସୂଚାରୁ ରୂପେ ତୁଲାଇବା ପାଇଁ ଯୁବ କଂଗ୍ରେସ ଛାତ୍ର କଂଗ୍ରେସ ଏବଂ ସମସ୍ତ ସଂଗଠନ ମୁଖ୍ୟମାନଙ୍କୁ ମୁଁ ଅନୁରୋଧ କରୁଛି। ଏହି କାର୍ଯ୍ୟକ୍ରମ ରାହୁଲ ଗାନ୍ଧୀଙ୍କର ଯେଉଁମାନେ ସଚ୍ଚା ସପାହୀ ହୋଇଥିବେ ଏହି କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ସମାପନ କରିବେ। 
ଆଜିର ଏହି କାର୍ଯ୍ୟକ୍ରମରେ ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ସଭାପତି ଶ୍ରୀ ରଞ୍ଜିତ ପାତ୍ର, ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ୟାସିର ନୱାଜଙ୍କ ସମେତ ଅନେକ ଯୁବ କଂଗ୍ରେସ ଛାତ୍ର କଂଗ୍ରେସ, ମହିଳା କଂଗ୍ରେସ ଏବଂ ସମସ୍ତ ପ୍ରମୁଖ କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ।

ଭୁବନେଶ୍ୱର, ୨୭ ଜୁନ୍ ୨୦୨





ଅଖିଳ ଭାରତ କଂଗ୍ରେସ କମିଟିର ନିର୍ଦ୍ଦେଶ କ୍ରମେ, ଓଡ଼ିଶା ପ୍ରଦେଶ କଂଗ୍ରେସର ଭାରତୀୟ ପ୍ରବାସୀ କଂଗ୍ରେସ/ଓସିଆଇ/ଏନଆରଆଇ/ଏନଆରଓ ସେଲ୍ ଭୁବନେଶ୍ୱରରେ ପ୍ରଥମ ବୈଠକ ଆୟୋଜନ କରିଥିଲା l ଯାହା ପ୍ରବାସୀ ଭାରତୀୟ, ଏନଆରଓ ଏବଂ ଭାରତୀୟ ବଂଶୋଦ୍ଭବ ଲୋକ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା।
ପିସିସି ସଭାପତି ଭକ୍ତ ଚରଣ ଦାସ ବୈଠକରେ ତାଙ୍କ ଅଭିଭାଷଣରେ ଭାରତ ସମ୍ମୁଖୀନ ହେଉଥିବା ଅନେକ ଗୁରୁତ୍ୱପୂର୍ଣ୍ଣ ସମସ୍ୟା ଉପରେ ଆଲୋକପାତ କରିଥିଲେ। ସେ ସୂଚିତ କରିଥିଲେ ଯେ, ବର୍ତ୍ତମାନର ବିଶ୍ୱ ରାଜନୈତିକ, ଅର୍ଥନୈତିକ ଏବଂ ସାମାଜିକ ପରିସ୍ଥିତି ପ୍ରାୟ ସମସ୍ତ କ୍ଷେତ୍ରରେ ଏକ ଅତ୍ୟନ୍ତ ଜଟିଳ ପରିସ୍ଥିତି ଦେଇ ଗତି କରୁଛି। ସେ କହିଛନ୍ତି ଯେ, ଭାରତ ଏହି ସମସ୍ତ ପ୍ରଭାବରୁ ପୃଥକ ନୁହେଁ ଏବଂ ଫଳସ୍ୱରୂପ, ଭାରତୀୟମାନେ ମୁଖ୍ୟତଃ ପ୍ରବାସୀ ଭାରତୀୟ ଏବଂ ବିଦେଶରେ ରହି କାମ କରୁଥିବା ଏନଆରଓମାନେ ସେମାନଙ୍କ ନିଜ ନିଜ ଦେଶରେ ଏବଂ ଭାରତରେ ସେମାନଙ୍କ ପରିବାରରେ ଅନେକ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡୁଛି । ଏହି ପରିପ୍ରେକ୍ଷୀରେ ଏହି ନୂତନ ସୃଷ୍ଟି ହୋଇଥିବା ଅସୁବିଧାର ସମାଧାନ ପାଇଁ ଆଲୋଚନା ଏବଂ ସମ୍ଭବ ସମାଧାନ ଖୋଜିବା ପାଇଁ ସେମାନଙ୍କ ନିଜ ନିଜ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ସହିତ ଏହି ବୈଠକ ଡକାଯାଇଥିଲା।
ସେଲର ଅଧ୍ୟକ୍ଷ ଶରତ ଚନ୍ଦ୍ର ପ୍ରଧାନ ତାଙ୍କ ସ୍ୱାଗତ ଭାଷଣରେ ସୂଚାଇ ଦେଇଥିଲେ ଯେ, ସେଲର କର୍ତ୍ତବ୍ୟ ହେଉଛି ସେମାନେ ଦେଶର ଏବଂ ବିଶେଷକରି ଓଡ଼ିଶାରେ ଅଣ-ଆବାସିକ ଓଡ଼ିଆଙ୍କ ସ୍ୱାର୍ଥର ଯତ୍ନ ନେବା। ସେମାନେ ସମ୍ମୁଖୀନ ହେଉଥିବା ବିଷୟଗୁଡ଼ିକ ସୁରକ୍ଷା, ଭିସା, ସ୍ୱଦେଶ ପ୍ରତ୍ୟାବର୍ତ୍ତନ, ଭାରତ/ଓଡିଶାରେ ସେମାନଙ୍କ ପିଲାମାନଙ୍କ ପାଇଁ ଶିକ୍ଷା, ଘରେ ରହୁଥିବା ସେମାନଙ୍କ ପିତାମାତାଙ୍କ ସ୍ୱାସ୍ଥ୍ୟସେବା, ସାଧାରଣତଃ ଭାରତରେ ଏବଂ ବିଶେଷକରି ଓଡ଼ିଶାରେ ସେମାନଙ୍କର ଆର୍ଥିକ ଏବଂ ନିବେଶ ସ୍ୱାର୍ଥ ଇତ୍ୟାଦି ବିଷୟଗୁଡ଼ିକୁ କଭର କରିବ।
ସଦସ୍ୟମାନେ ଓଡ଼ିଶା ପାଇଁ ଅନେକ ସମସ୍ୟା ଉପରେ ଆଲୋକପାତ କରିଥିଲେ, ଯେଉଁଥିରେ ବାଂଲାଦେଶୀ, ରୋହଙ୍ଗିଆ ଜନସଂଖ୍ୟାଙ୍କ ମାୟାନାମାରରୁ ଅବୈଧ ପ୍ରବେଶ ଏବଂ ବିଦେଶରେ ଓଡ଼ିଆ ସଂସ୍କୃତି ଏବଂ ଧାର୍ମିକ ବ୍ୟାପାର ଉପରେ ଆକ୍ରମଣ ଇତ୍ୟାଦି ଅନ୍ତର୍ଭୁକ୍ତ। ଏହି ପ୍ରସଙ୍ଗଗୁଡ଼ିକ ଉପରେ ସେମାନେ ସର୍ବସମ୍ମତିକ୍ରମେ କହିଥିଲେ ଯେ NROs ସେଲ୍ ସରକାରରେ ଉପଯୁକ୍ତ କର୍ତ୍ତୃପକ୍ଷ, ବିଭିନ୍ନ ଦେଶରେ ଆମର ବିଦେଶୀ ମିଶନ, ଭାରତରେ ବିଦେଶୀ ମିଶନ ଏବଂ ସମ୍ପୃକ୍ତ ସଂଘଗୁଡ଼ିକ ସହିତ ଆଲୋଚନା କରିବା ଉଚିତ।
ଅନ୍ୟମାନଙ୍କ ମଧ୍ୟରେ, ଶ୍ରୀ ହରିବନ୍ଧୁ ପାଢ଼ୀ, ଉପାଧ୍ୟକ୍ଷ ଏବଂ ସେଲର ସଂଯୋଜକ ଶ୍ରୀ ଗୋପାଳ ଖଣ୍ଡେଲୱାଲ, ପୂର୍ବତନ ବିଧାୟକ ଶ୍ରୀ ଗ୍ରେଗୋରୀ ମିଞ୍ଜ୍, ପୂର୍ବତନ ବିଧାୟକ ଶ୍ରୀ ରଞ୍ଜିତ ଭିତିରିଆ ସବଡେଗା, ବିଶିଷ୍ଟ ଆଇନଜୀବୀ ମହମ୍ମଦ ଜିଆଉଲ ହେଗ୍, ଟ୍ରେଡ୍ ୟୁନିଅନ୍ ନେତା, ସମାଜସେବୀ ଶ୍ରୀ ଅନିଲ ଧୀର, ପୂର୍ବତନ ପିସିସି ସାଧାରଣ ସମ୍ପାଦକ ଚିନ୍ମୟ ସୁନ୍ଦର ଦାସ, ପିସିସି ମୁଖପାତ୍ର ଅଶୋକ ସ୍ୱାଇଁ, ଆଶିଷ ପାଲ, ଜ୍ଞାନେନ୍ଦ୍ର ପାନି, ଶୁଭଦୀପ ବ୍ରହ୍ମା ଏବଂ ଅନେକ ପ୍ରମୁଖ ବ୍ୟକ୍ତିତ୍ୱ ଉପସ୍ଥିତ ଥିଲେ ଏବଂ ସେମାନଙ୍କର ଚିନ୍ତାଧାରା ପ୍ରକାଶ କରିଥିଲେ।

ଭୁବନେଶ୍ୱର, ୨୫ ଜୁନ୍ ୨୦୨


ପ୍ରଶ୍ନପତ୍ର ପାଇଁ ଏୟାର ଫୋର୍ସ, ସୈନ୍ୟବାହିନୀ ବ୍ୟବହାର, ଧର୍ମେନ୍ଦ୍ରଙ୍କ ଅପାରଗତାର ସାର୍ଟିଫିକେଟ : ଖେରା

ଏହି ସରକାର ମିଡ଼ିଆକୁ ସବୁଠୁ ବେଶୀ ଭୟ କରେ, ଆପଣ ଟିକିଏ ଭୟ ପ୍ରଦର୍ଶନ କରନ୍ତୁ : ଖେରା

ପ୍ରଦେଶ କଂଗ୍ରେସ ଗଣମାଧ୍ୟମ ବିଭାଗ ଦ୍ୱାରା ଶହୀଦ ନଗରସ୍ଥିତ ଏମ୍ପାୟାର ହୋଟେଲରେ ଆୟୋଜିତ 'ଛାତ୍ରୋଂକି ଗୁଞ୍ଜ' ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା l ନିଟ ପ୍ରଶ୍ନପତ୍ର ପ୍ରଘଟ, ସିବିଏସସି ମୂଲ୍ୟାୟନ ବିଭ୍ରାଟ ତଥା ବାରମ୍ବାର ବିଭିନ୍ନ ପରୀକ୍ଷାରେ ଅନିୟମିତତା, ଲିକ ପାଇଁ ଦେଶରେ ଛାତ୍ରଙ୍କ ଆକ୍ରୋଶ ଦେଖାଯାଉଛି l ସେଇ ପରିପେକ୍ଷୀରେ କଂଗ୍ରେସ ତଥା ବିପକ୍ଷ ନେତା ରାହୁଳ ଗାନ୍ଧୀଙ୍କ ଛାତ୍ରୋଂକି ଗୁଞ୍ଜ ଅଭିଯାନ ଆରମ୍ଭ ହୋଇ ଦେଶ ସାରା କଂଗ୍ରେସ ଛାତ୍ରଙ୍କ ପାଖକୁ ଯାଇ ସମସ୍ୟା ବୁଝୁଛି l ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବୀ କରୁଛି l

ଭୁବନେଶ୍ୱର ଏମ୍ପାୟାର ହୋଟେଲରେ ଅନୁଷ୍ଠିତ ଛାତ୍ରୋଂ କି ଗୁଞ୍ଜ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟସଭା ସାଂସଦ ତଥା ଏଆଇସିସି ମିଡ଼ିଆ ବିଭାଗ ଅଧ୍ୟକ୍ଷ ପୱନ ଖେରା ଗଣମାଧ୍ୟମ ଓ ଉପସ୍ଥିତ ଛାତ୍ରଛାତ୍ରୀ ଓ ଯୁବକ ଯୁବତୀଙ୍କୁ ସମ୍ବୋଧିତ କରିଛନ୍ତି l ଶ୍ରୀ ଖେରା କହିଛନ୍ତି ଯେ, ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ଦଲ୍ଲୀସ୍ଥିତ ବିଳାସମୟ କୋଠାରେ ଯୋଗ ଦିବସ ପାଳନ କରି ରିଲସ ତିଆରିରେ ବ୍ୟସ୍ତ l ଏହା କଣ ଶିକ୍ଷମନ୍ତ୍ରୀଙ୍କ କାମ ? ଏମାନଙ୍କ ସରକାରରେ ବିଗତ 10 ବର୍ଷରେ 90 ଥର ପ୍ରଶ୍ନପତ୍ର ଲିକ ହୋଇ 7 କୋଟି ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାରକୁ ଠେଲି ଦିଆଯାଇଛି l ପ୍ରଧାନମନ୍ତ୍ରୀ ପରୀକ୍ଷା ଚର୍ଚ୍ଚା କରୁଛନ୍ତି l ପରୀକ୍ଷା କିଭଳି କରାଯାଏ ଜଣା ନାହିଁ, ପରୀକ୍ଷା କେମିତି ଦେବେ ଜ୍ଞାନ ଦେଉଛନ୍ତି l ପୁଣି ଯାହାଙ୍କ ଡିଗ୍ରୀ ଉପରେ ପ୍ରଶ୍ନବାଚୀ ଚି଼ହ୍ନ ଲାଗିଛି l ରାହୁଳ ଗାନ୍ଧୀ କେତେ ବର୍ଷ ଆଗରୁ କହି ଆସୁଛନ୍ତି ଯେ ଛୁଆପିଲାଙ୍କ ଭବିଷ୍ୟତ ଉପରେ ଖେଳିବା ବନ୍ଦ କରନ୍ତୁ ବୋଲି l ବର୍ତମାନ ନିଟ-ଲିକ-ରିପିଟ ଏକ ପରମ୍ପରା ହୋଇ ଗଲାଣି l ଯେଉଁ ପିଲାମାନେ ନିଟ ଦେଉଛନ୍ତି ସେମାନଙ୍କ ପରିବାର ଉପରେ କଣ ବିତୁଥିବ ଟିକିଏ ଚିନ୍ତା କରନ୍ତୁ l ଯୁବପିଢ଼ିଙ୍କ ଭବିଷ୍ୟତ ଉପରେ ସମସ୍ତ ରାଜନୈତିକ ଦଳ ଏକଜୁଟ ହେବାର ଆବଶ୍ୟକତା ଅଛି l

କୋଟାରେ ଆମେ ଛାତ୍ରଙ୍କ ଆକ୍ରୋଶ ଦେଖିବାକୁ ପାଇଲୁ l ସାରା ଦେଶରେ ଛାତ୍ର ସମାଜରେ ଗଭୀର ଆକ୍ରୋଶ ଦେଖାଯାଇଛି l ଯଦି ଠିକଣା ସମୟରେ ପଦକ୍ଷେପ ନିଆ ନ' ଯାଏ ତେବେ ଦେଶର ପ୍ରଭୂତ କ୍ଷତି ଘଟିବ ବୋଲି ଶ୍ରୀ ଖେଡା ସରକାରଙ୍କୁ ଚେତାଇ ଦେଇଛନ୍ତି l ଭାରତର 28 ଗୋଟି ସହରରେ ଆଜି ଏକା ସାଥିରେ ସାମ୍ବାଦିକ ସମ୍ମିଳନୀ ହେଉଛି l ସମସ୍ତ ବରିଷ୍ଠ ନେତା ଯୋଗ ଦେଇଛନ୍ତି l ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦରକାର କାରଣ ସେ ଉତ୍ତରଦାୟୀ ଓ ପାପ କରିଛନ୍ତି l ପ୍ରଶ୍ନପତ୍ର ଛପାଠୁ ଆରମ୍ଭ କରି ପ୍ରଶ୍ନପତ୍ର ପରୀକ୍ଷା କେନ୍ଦ୍ରକୁ ପହଞ୍ଚିବା ପର୍ଯ୍ୟନ୍ତ ଯାହା କିଛି ବ୍ୟବସ୍ଥା ତାହା ଉପରେ ଅଡିଟ ହେବା ଆବଶ୍ୟକl ବାର୍ଷିକ ପରୀକ୍ଷା, ଫଳାଫଳ ଘୋଷଣା ଆଦିର ବର୍ଷର ନିର୍ଦିଷ୍ଟ ଦିନ କରିବା ଉଚିତ l ଓଡ଼ିଶାର ସାମ୍ବାଦିକ ସାହସୀ, ମିଡ଼ିଆ ଭାଇଙ୍କୁ ଅନୁରୋଧ ସ୍ୱର ଉତ୍ତୋଳନ କରନ୍ତୁ l ଏହି ସରକାର ଅତ୍ୟନ୍ତ ଭୟାଳୁ ସରକାର ଅଟନ୍ତି, ସବୁଠାରୁ ବେଶୀ ମିଡ଼ିଆକୁ ଡରନ୍ତି l ତେଣୁ ସ୍ୱର ଶାଣିତ କରି ଏମାନଙ୍କୁ ଟିକିଏ ଡରାନ୍ତୁ ଓ ଦେଶର ଆଗାମୀ ପିଢ଼ିଙ୍କ ଭବିଷ୍ୟତ ପାଇଁ ସ୍ୱର ଉଠାନ୍ତୁ ବୋଲି ଶ୍ରୀ ଖେଡା ଅନୁରୋଧ କରିବା ସହ ଗଣମାଧ୍ୟମର ଏକ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ଖେଡା କହିଛନ୍ତି ଯେ, ପୁରା ବିଶ୍ୱରେ ଛାତ୍ରଙ୍କ ପରୀକ୍ଷା ପାଇଁ ଏୟାର ଫୋର୍ସ ଓ ସେନାବାହିନୀର ବ୍ୟବହାର ଆପଣ କେବେ ଦେଖି ନଥିବେ, ଏହା ଧର୍ମେନ୍ଦ୍ର ପ୍ରଧାନଙ୍କ ଅପାରଗତାର ସାର୍ଟିଫିକେଟ ଅଟେ l ଆଜିର ସାମ୍ବାଦିକ ସମ୍ମିଳନୀ କାର୍ଯ୍ୟକ୍ରମରେ ଛାତ୍ରୋଂ କି ଗୁଞ୍ଜ ଅଭିଯାନ ପୋଷ୍ଟର ଉନ୍ମୋଚିତ ହୋଇଥିଲାl ଏହି ଅବସରରେ  ମଞ୍ଚାସିନ ପୂର୍ଣ୍ଣଚନ୍ଦ୍ର ପାଢ଼ୀ (କୋକୋ) କହିଥିଲେ, ଆଜିଠାରୁ ଦୀର୍ଘ 40 ଦିନ ଧରି କଂଗ୍ରେସ ଭୁବନେଶ୍ୱରର ପ୍ରତ୍ୟେକ କୋଚିଂ ସେଣ୍ଟର, ଶିକ୍ଷାନୁଷ୍ଠାନ ଆଦିକୁ ଯାଇ ଛାତ୍ରଙ୍କ ଅସୁବିଧା ଓ ସମସ୍ୟା ଆଦି ବୁଝିବ ଓ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବ ବୋଲି ସୂଚନା ଦେଇଥିଲେ l ଆଜିର ଏହି ଛାତ୍ରୋଂ କି ଗୁଞ୍ଜ କାର୍ଯ୍ୟକ୍ରମକୁ ପିସିସି ଗଣମାଧ୍ୟମ ଅଧ୍ୟକ୍ଷ ଅରବିନ୍ଦ ଦାସ ସଂଚାଳନ କରି ଥିବାବେଳେ ପୂର୍ବତନ ବିଧାୟକ ତଥା ପିସିସି ଉପସଭାପତି ସନ୍ତୋଷ ସିଂ ସାଲୁଜା, ଦେବାଶିଷ ପଟ୍ଟନାୟକ, କୋକୋ ପାଢ଼ୀ, ପୂର୍ବତନ ଯୁବ କଂଗ୍ରେସ ସ୍ମୃତି ରଞ୍ଜନ ଲେଙ୍କା ମଞ୍ଚାସିନ ଥିଲେ l ଅନେକ ବରିଷ୍ଠ କଂଗ୍ରେସ ନେତୃବୃନ୍ଦ, ସସ୍ମିତା ବେହେରା, ମିନାକ୍ଷୀ ବାହିନୀପତି, ନବଜ୍ୟୋତି ପଟ୍ଟନାୟକ, ସୁଦର୍ଶନ ଦାସ, ସତ୍ୟବ୍ରତ ପାତ୍ର, ଅଭୟ ସାହୁ, ରଞ୍ଜିତ ପାତ୍ର, ୟାଶୀର ନାୱାଜ, ମଧୁସ୍ମିତା ସେଠି, ଆରୋ ପ୍ରସାଦ ମିଶ୍ର, ତରୁଣ ମିଶ୍ର, ନିରୁପମା ପାତ୍ର, ସୁନିତା ନାୟକ, ପ୍ରଦୀପ ମହାପାତ୍ର, ସୁଦୀପ ସାମଲ, ଉଷାରାଣୀ ବେହେରା ଓ ଗଣମାଧ୍ୟମ ବିଭାଗର ସମସ୍ତ ସଦସ୍ୟ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ l

ଭୁବନେଶ୍ୱର, ୨୧ ନଭେମ୍ବର ୨୦୨୫




ଭୁବନେଶ୍ୱର ତା ୨୧.୧୧.୨୫ :- ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ ବିପଯ୍ୟସ୍ଥ। ୨୦୨୪ରେ  ୨୪ ବର୍ଷର ଶାସନକୁ ଏକ ସ୍ୱଚ୍ଛ, ପ୍ରଗତିଯୁକ୍ତ ଓ ଆଇନ ଶୃଙ୍ଖଳାର ଉତ୍ତମ ଶାସନ ପ୍ରତିଷ୍ଠା ପାଇଁ ବିତାଡିତ କରିଥିଲେ । କିନ୍ତୁ ସରକାର ଆସିବା ପରେ ନାରୀ ନିର୍ଯ୍ୟାତନା କ୍ଷେତ୍ରରେ ରାଜ୍ୟକୁ ବଦନାମ ହେବାକୁ ପଡୁଛି  । ପ୍ରତ୍ୟେକ ଦିନ ୧୫ ଜଣ ମହିଳା ଅତ୍ୟାଚାରର ଶିକାର ହେଉଛନ୍ତି । ଗଣ ଦୁଷ୍କର୍ମ, ନାବାଳିକା ଗର୍ଭବତୀ, ହତ୍ୟାକାଣ୍ଡ, ଲୁଟ ତରାଜ ଇତ୍ୟାଦି ସୀମା ଲଙ୍ଘନ କରିଛି ବୋଲି ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମୀଳନୀରେ ପିସିସିର ବରିଷ୍ଠ ମୁଖପାତ୍ର ରଜନୀ କୁମାର ମହାନ୍ତି ପ୍ରକାଶ କରିଛନ୍ତି। ସେ କହିଛନ୍ତି ସମଗ୍ର ଓଡିଶାରେ ବର୍ତ୍ତମାନ ଦୁର୍ବୃତ୍ତଙ୍କ ଶାସନ ଚାଲିଛି । ବର୍ତ୍ତମାନ ଏକ ଅତ୍ୟନ୍ତ ଗୁରୁତର ଘଟଣା ଘଟିଛି, ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ପୁତ୍ର ତଥା ଭବାନୀପାଟଣା ଯୁବ ବିଧାୟକ ସାଗର ଚରଣ ଦାସଙ୍କୁ ଜୀବନରେ ମାରିଦେବାର ଧମକ ମିଳିଛି । ଗତକାଲି ସକାଳେ କଂଗ୍ରେସ ଦଳର ଜଣେ ଜୋନ ସଭାପତି ତଥା ବିଧାୟକ ଶ୍ରୀ ଦାସଙ୍କ ସମର୍ଥକ ଦେବାନନ୍ଦ ଜୋଷୀଙ୍କୁ ୪/୫ ଜଣ ମୁଖା ପିନ୍ଧା ଦୁର୍ବୁତ୍ତ ତାଙ୍କୁ ଘରୁ ଉଠାଇ ଆଣି ବିଧାୟକ ଶ୍ରୀ ଦାସ କୁଆଡେ ଅଛନ୍ତି ବୋଲି ପଚାରିଥିଲେ ଏବଂ ନ କହିଲେ ଜୀବନରେ ତାଙ୍କୁ ଏବଂ ବିଧାୟକଙ୍କୁ ହତ୍ୟା କରାଯିବ ବୋଲି ଧମକ ଦେଇଥିଲେ ।

ରାଜ୍ୟର ଜଣେ ଉଦୀୟମାନ ଓ ପ୍ରସିଦ୍ଧ ବିଧାୟକଙ୍କୁ ହତ୍ୟା ଧମକ ମିଳିବା ଦର୍ଶାଉଛି ଯେ ରାଜ୍ୟରେ ମୋହନ ସରକାରଙ୍କ ନୁହଁ ଦୁର୍ବୃତ୍ତଙ୍କ ଶାସନ ଚାଲିଛି । ପୋଲିସ ଦୁର୍ବୃତ୍ତଙ୍କୁ ଧରି ପୁଣି ଛାଡି ଦେବା ଓଡ଼ିଶାରେ ଜଙ୍ଗଲରାଜର ଯୁଗ ଆରମ୍ଭ ହୋଇଗଲାଣି ବୋଲି ସୂଚାଉଛି । ବିଗତ ଦିନରେ କଂଗ୍ରେସ ନାରୀ ଦୁଷ୍କର୍ମକୁ ନେଇ ଆନ୍ଦୋଳନ କରିବାରୁ ଆମକୁ ଆତଙ୍କବାଦୀ ଆଖ୍ୟା ଦେଲେ । ତେବେ ବିଧାୟକଙ୍କ ସମର୍ଥକ ଏବଂ କଂଗ୍ରେସ ଦଳର ଜଣେ କର୍ମକର୍ତ୍ତାଙ୍କୁ ଘରୁ ଟେକିନେଇ ଧମକ ଦେବା ଦୁର୍ବୃତ୍ତଙ୍କୁ କଣ କୁହାଯିବ ?

ସୁରକ୍ଷା କଣ କେବଳ ମୋହନ ବାବୁ, କେଭି ସିଂଦେଓ, ପ୍ରଭାତୀ ମହାଶୟା ଏବଂ ମନ୍ତ୍ରୀମଣ୍ଡଳଙ୍କ ପାଇଁ କି ?

ତେବେ କଂଗ୍ରେସ ଦାବୀ କରୁଛି ଅପରାଧୀଙ୍କ ଦଣ୍ଡବିଧାନ ହେଉ । ବିଧାୟକ ଶ୍ରୀ ଦାସ ଡିଜିପିଙ୍କୁ ଲିଖିତ ଚିଠି ଲେଖି ସାରିଛନ୍ତି ।

ଯଦି ପୁଲିସ ଅପରାଧୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ନାହିଁ ତେବେ କଂଗ୍ରେସ ପକ୍ଷରୁ ଡିଜିପି ଅଫିସ ଘେରାଓ କରି ତାଙ୍କୁ ଅଫିସ ଛଡ଼ାଯିବ ନାହିଁ । ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଅଫିସ ଯିବାକୁ ଦେବ ନାହିଁ ବୋଲି ଶ୍ରୀ ମହାନ୍ତି ପ୍ରକାଶ କରୁଛନ୍ତି ।

ଅନ୍ୟତମ ମୁଖପାତ୍ର ବିଭୁତି ମହାପାତ୍ର କହିଲେ, ମୂଳକଥା ହେଲା କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ ବାଲି ଚୋରୀ ଉପରେ ଏକ ଗମ୍ଭୀର ଅଭିଯୋଗ ଆଣିବାର ଦୁଇଦିନ ପରେ ଧମକ ଘଟଣା ଘଟିଛି । ପୂର୍ବରୁ ରାଜ୍ୟରେ ମନ୍ତ୍ରୀ ନବ ଦାସଙ୍କୁ ଏବଂ ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ହତ୍ୟା କରା ଯାଇଥିଲା ଏବଂ ବର୍ତ୍ତମାନ ଜଣେ ବିଧାୟକଙ୍କୁ ଖୋଲାଖୋଲି ଧମକ ମିଳୁଛି । ଏହି ଘଟଣା ଯୋଗୁଁ କଂଗ୍ରେସ ବିଚଳିତ । ପିସିସି ସଭାପତିଙ୍କ ଯୋଗୁଁ କଂଗ୍ରେସର ଓ ବିଧାୟକ ସାଗର ଦାସଙ୍କ ଲୋକପ୍ରିୟତା ବୃଦ୍ଧିକୁ ସହ୍ୟ କରି ନ ପାରି, ଭୟରେ ଏଭଳି ହୀନକାଣ୍ଡ ଘଟାଇଛନ୍ତି । ତେବେ ଏହି ହତ୍ୟା ଧମକ ପଛରେ କେଉଁ ବଡ଼ ବଡ଼ିଆ ବ୍ୟକ୍ତି ବିଶେଷ ଅଛନ୍ତି ତାଙ୍କ ବିରୋଧରେ ସରକାର ତଥା ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ବୋଲି କହିବା ସହ   ବିଧାୟକ ଶ୍ରୀ ଦାସଙ୍କୁ ଉଚ୍ଚତ୍ତମ ସୁରକ୍ଷା ପ୍ରଦାନ କରାଯାଉ ବୋଲି ମୁଖପାତ୍ର ଶ୍ରୀ ମହାପାତ୍ର ଦାବୀ ଜଣାଇଛନ୍ତି । ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ଉପସ୍ଥିତ ଥିଲେ।

ଭୁବନେଶ୍ୱର, ୨୯ ଅକ୍ଟୋବର ୨୦୨୫




ସବୁଠାରୁ ଦୁଃଖ ଓ ପରିତାପର ବିଷୟ  ଏବଂ ଲଜ୍ଜାଜନକ ମଧ୍ୟ କି ନୂଆପଡ଼ା ବାସୀ ଆଜି ମଧ୍ୟ ରୋଜଗାରରୁ ବଞ୍ଚିତ। ତାଙ୍କ ପିଲାମାନେ ମଧ୍ୟ ରୋଜଗାରରୁ ବଞ୍ଚିତ ହୋଇ ବେରୋଜଗାର ହୋଇଛନ୍ତି। ତେଣୁ ସରକାର ସେମାନଙ୍କୁ ଅନ୍ୟ ରାଜ୍ୟକୁ ଯାଇ ଦାଦନ ଖଟିବାକୁ ବାଧ୍ୟ କରୁଛନ୍ତି ଏବଂ ସେମାନଙ୍କୁ ସରକାର ମଧ୍ୟସ୍ଥିଙ୍କ ଜରିଆରେ ଅନ୍ୟ ରାଜ୍ୟକୁ ପଠାଇବାର ବ୍ୟବସ୍ଥା ମଧ୍ୟ କରୁଛନ୍ତି। ଯିଏ ବି ସରକାରକୁ ଆସୁଛି ଦାଦନ ସମସ୍ୟାକୁ କମ୍ କରିବା ବା ହଟେଇବା ପରିବର୍ତ୍ତେ ଓଲଟା ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ଜରିଆରେ ସରକାର ସେମାନଙ୍କୁ ଦାଦନ ଖଟିବାର ଠିକା ଦେଇଛନ୍ତି।  ଏହାକୁ କଂଗ୍ରେସ ଦଳ ଦୃଢ଼ ନିନ୍ଦା କରୁଛି ବୋଲି ନୂଆପଡ଼ାର ଖୁଣ୍ଟିଆ ଭବନ ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମୀଳନୀରେ ପିସିସି ମୁଖପାତ୍ର ଶ୍ରୀମତୀ ସୋନାଲି ସାହୁ କ୍ଷୋଭ ପ୍ରକାଶ କରି କହିଛନ୍ତି। ସେ କହିଛନ୍ତି ଯେଉଁମାନେ ଦାଦନ ଖଟିବାକୁ ଯାଉଛନ୍ତି ସେମାନଙ୍କ ସଂଖ୍ୟା ସରକାରଙ୍କ ପାଖେ ଅଛି ନା ନାହିଁ! ଶ୍ରମ ବିଭାଗ ସେମାନଙ୍କ ସଠିକ୍ ଯାଞ୍ଚ କରିଛି ନା ନାହିଁ। ଦାଦନ ରୋକିବାକୁ ସରକାର କି ପଦକ୍ଷେପ ନେଇଛନ୍ତି ଶିକ୍ଷାକୁ କାହିଁକି ପ୍ରୋତ୍ସାହନ ଦିଆଯାଉନାହିଁ ଯେଉଁମାନେ ମଧ୍ୟସ୍ଥି ହୋଇ ଦାଦନ ଖଟିବା ପାଇଁ ଲୋକମାନଙ୍କୁ ଅନ୍ୟ ରାଜ୍ୟକୁ ନେଉଛନ୍ତି ସେମାନଙ୍କୁ ସରକାର ସାମ୍ନାକୁ ଆଣନ୍ତୁ। ସେ ଆହୁରି କହିଛନ୍ତି କି ୟୁପିଏ ସରକାର ସମୟରେ ମନରେଗା ଯୋଜନା ମାଧ୍ୟମରେ ନିଶ୍ଚିତ କର୍ମ ନିଯୁକ୍ତି ମିଳୁଥିଲା। ଏ ଯେଉଁ ସରକାର ଚାଲିଛି  ସେ ବିଜେପି ସରକାର ଜାଣିଶୁଣି ମନରେଗା ବଜେଟ କୁ କମ କରିଦେଇଛି। ୨୦୨୩ - ୨୦୨୪ ମସିହାରେ ଯାହା ୧୭୫୦ କୋଟି ଟଙ୍କା ଥିଲା ବର୍ତ୍ତମାନ କମି ୧୨୦୦ କୋଟି ଟଙ୍କାରେ ପହଂଚିଛି। ଯାହା ଫଳରେ କି ଲୋକମାନଙ୍କୁ ନିଶ୍ଚିତ କର୍ମନିଯୁକ୍ତି ନ ମିଳିବା କାରଣରୁ ସେମାନେ ବାଧ୍ୟ ହୋଇ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି। ନୂଆପଡ଼ା ଜିଲ୍ଲାରେ ଏସସିଏସଟିଓବିସି ସଂଖ୍ୟା ସର୍ବାଧିକ। ପ୍ରତି ତିନିଜଣରେ  ଜଣେ ଦାଦନ। ସେମାନଙ୍କ ମଧ୍ୟରୁ ପ୍ରାୟ ୧୦ ହଜାର ପରିବାର ଅର୍ଥାତ ୫୦ ହଜାର ଲୋକ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି। ନୂଆପଡ଼ା ଜିଲ୍ଲାରେ ସରକାରୀ ଅନୁଦାନ ପ୍ରାୟ ୩୦୦୦ କୋଟି ଟଙ୍କା। କିନ୍ତୁ ଏଥିରୁ ୨୦ % ବି ଶ୍ରମିକଙ୍କ ପାଖକୁ ଆସୁନାହିଁ । ସରକାର ନୂଆପଡ଼ାରେ ଖାଲି ଭୋଟ ମାଗିଲେ ହେବନାହିଁ । ସେମାନଙ୍କୁ ନୂଆପଡ଼ାରେ ନିଶ୍ଚିତ କର୍ମ ନିଯୁକ୍ତି ଦେବାପାଇଁ କଣ ନୀତି ନିୟମ ପ୍ରସ୍ତୁତ କରିଛନ୍ତି ତାହାର ସ୍ପଷ୍ଟି କରଣ ସରକାର ରଖିବା ଉଚିତ୍ ବୋଲି ଶ୍ରୀମତୀ ସାହୁ ଦାବି କରିଛନ୍ତି। ବେରୋଜକାରୀଙ୍କୁ ରୋଜଗାର ଦେବା ସରକାରଙ୍କ ମୌଳିକ ଦାଇତ୍ୱ।

 

ବିଜେପି ଦଳର ବିଧାୟକ ଲକ୍ଷ୍ମଣ ବାଗ ଯେଉଁ ମନ୍ତବ୍ୟ ଦେଇଛନ୍ତି ଏହା ନିଶ୍ଚିତ ରୂପେ ସରକାରୀ ମନ୍ତବ୍ୟ। ଅର୍ଥାତ୍ ସରକାର ସିଧାସଳଖ କହୁଛନ୍ତି କି ଆମେ  ରୋଜଗାର ଦେବୁନାହିଁଆମେ ସେମାନଙ୍କୁ ଶିକ୍ଷା ଦେବୁନାହିଁତମେ ଏସସିଏସଟିଓବିସି ହୋଇ ଜନ୍ମ ନେଇଛତମେ ଗରିବ ହୋଇ ଜନ୍ମ ବେଇଛ ମାନେ ତମେ ଦାଦନ ଖଟିବାକୁ ଯିବ। ଏବଂ ଯେତେବେଳେ ରାଜ୍ୟ ଭୋଟ ହେବ ବା ଉପନିର୍ବାଚନ ହେବ ଆମେ ତମକୁ ଟଙ୍କା ଦେଇ ଆଣିବୁ। ଏହା ହେଉଛି ବିଜେପିର ଚିତ୍ର ଓ ଚରିତ୍ର। ତେଣୁ ସରକାର ଏବଂ ଶ୍ରମମନ୍ତ୍ରୀ ଏହାର ସ୍ପଷ୍ଟିକରଣ ରଖନ୍ତୁ।ଏହା ଆମ ଦାବି ନୁହେଁ ଏହା ନୂଆପଡ଼ା ବାସୀଙ୍କ କଥାସ୍ୱାଭିମାନର କଥାଅଧିକାରର କଥା ।ଦାଦନ ଖଟିବାକୁ ଗଲେ ମଜା ଆସିବ ବୋଲି ବିଜେପି ନେତା କହିବା କଥା ଅତି ଲଜ୍ଜାଜନକ ।ଆମେ ଏହାର ଦୃଢ଼ ନିନ୍ଦା କରୁଛୁ। ବାହାର ରାଜ୍ୟରୁ ୨ ଜଣ ଦଳୀୟ ମଧ୍ୟସ୍ଥିଙ୍କ ଜରିଆରେ ଲୋକମାନଙ୍କୁ ଆଣି ଭୋଟ ଦେବା ପାଇଁ  ପ୍ରବର୍ତ୍ତାଇବା ସ୍ପଷ୍ଟିକରଣ ଦେବା ଉଚିତ୍। ସେ ଏହା ମଧ୍ୟ କହିଛନ୍ତି ଜଣେ ମଧ୍ୟସ୍ଥି ମନ୍ତ୍ରୀଙ୍କ ଭଣଜା ଥିବା ବେଳେ ଆଉ ଜଣେ ବିଜେପି ଦଳର ସକ୍ରିୟ ସଦସ୍ୟ ଅଟନ୍ତି। ସେମାନେ ଶ୍ରମିକଙ୍କୁ ଲୁଟ କରୁଛନ୍ତି। ବିଜେପି ପରିପୁଷ୍ଟ ହେଉଛି। ପରଜୀବୀ ସରକାର ପର ଉପରେ ନିର୍ଭର କରୁଛି। ଗରିବ ଖଟିଖିଆ ଦାଦନ ଶ୍ରମିକଙ୍କ ଉପରେ ଚାପ୍ ପ୍ରୟୋଗ କରି ସେମାନଙ୍କୁ ଶୋଷଣ କରୁଛନ୍ତି ବୋଲି ଶ୍ରୀମତୀ ସାହୁ ଅଭିଯୋଗ କରିଛନ୍ତି।

ଅନ୍ୟତମ ମୁଖପାତ୍ର ଡ. ମନିଷା ଦାସ ପଟ୍ଟନାୟକ କହିଥିଲେ ଯେ ନୂଆପଡ଼ା ଓଡ଼ିଶାର ଭାତ ହାଣ୍ଡି । ୯୪% ଲୋକ ଗ୍ରାମାଞ୍ଚଳରେ ରୁହନ୍ତି ଏବଂ ସେମାନଙ୍କୁ ଭିତରୁ ଅଧିକାଂଶ ଚାଷ ଉପରେ ନିର୍ଭରଶୀଳ । ହେଲେ ନୂଆପଡା ଚାଷୀଙ୍କ ପାଇଁ ନା ଏ ସରକାର୍ ନା ଆଗ ସରକାର୍ କାହାରି ଦରଦ ନାହିଁ । ନୂଆପଡ଼ା ଚାଷୀ କେବଳ ମୌସୁମୀ ବର୍ଷା ଉପରେ ନିର୍ଭରଶୀଳ। କ୍ଷୁଦ୍ର ଚାଷୀନାମମାତ୍ର ଚାଷୀଙ୍କ ପାଇଁ ଜଳସେଚନ ସବୁଠୁ ପ୍ରମୂଖ ସମସ୍ୟା । କିନ୍ତୁ ଜଳସେଚନ ପାଇଁ ସରକାର୍ କୌଣସି ପଦକ୍ଷେପ ନେଇ ନାହାନ୍ତି । ଠିକ୍ ସମୟରେ ସାର ଯୋଗାଇ ନାହାନ୍ତି  । ସୌର ପମ୍ପ ବ୍ୟବସ୍ଥା ବି କରି ନାହାନ୍ତି । ଚାଷୀ ଆତ୍ମହତ୍ୟା କରିବା ପାଇଁ ବାଧ୍ୟ ହେଉଛନ୍ତି । କିନ୍ତୁ ସରକାର୍ ନିଦାବିଷ୍ଣୁ ସାଜିଛନ୍ତି । ପୋତରା ଡ୍ୟାମ୍ କଂଗ୍ରେସ ସରକାରଙ୍କ ଅବଦାନ । ହେଲେ ଏ ଡିଣ୍ଡିମପିଟା ସରକାର୍ କେବଳ ପ୍ରତିଶ୍ରୁତି ଦେଇ ଠକିବାରେ ବ୍ୟସ୍ତ । ଚାଷ ସୁବିଧା ନ ପାଇ ଲୋକ ଦାଦନ ଖଟିବାକୁ ବାଧ୍ୟ ହେଉଛନ୍ତି ବୋଲି ସେ କହିଥିଲେ । ପୂର୍ବ ସରକାର୍ ପ୍ଲାନ୍ କରିଥିବା ୧୩୦ ଟି ଜଳସେଚନ ପ୍ଲାନ୍ କେତେ କାର୍ଯ୍ୟକାରୀ ହେଇଛି ବୋଲି ସେ ପ୍ରଶ୍ନ କରିଥିଲେ। ଆଜିର ସାମ୍ବାଦିକ ସମ୍ମିଳନୀକୁ ନୂଆପଡ଼ା ଜିଲ୍ଲା କଂଗ୍ରେସ ଗଣମାଧ୍ୟମ ସଂଯୋଜକ ସୁଧୀର ମିଶ୍ର ସଂଯୋଜନା କରିଥିବା ବେଳେ ଟିଟିଲାଗଡ ବିଧାୟକ ପ୍ରାର୍ଥୀ ବିରେନ୍ଦ୍ର ବାଗ ଉପସ୍ଥିତ ଥିଲେ।

ଭୁବନେଶ୍ୱର, ୨୮ ଅକ୍ଟୋବର ୨୦୨୫




ବଙ୍ଗୋପସାଗରରେ ସୃଷ୍ଟ ଭୀଷଣ ବାତ୍ୟା ‘ମୋନ-ଥା’ ଦ୍ୱାରା ପୂର୍ବତଟ ରେଳପଥ କ୍ଷେତ୍ର ପ୍ରଭାବିତ ହେବ । କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ ଆଜି ପୂର୍ବତଟ ରେଳପଥର ବରିଷ୍ଠ ଅଧିକାରୀମାନଙ୍କ ସହିତ ବାତ୍ୟା ମୁକାବିଲା ସ୍ଥିତି ସମୀକ୍ଷା କରିଛନ୍ତି। ବିଶେଷ କରି ଆନ୍ଧ୍ରପ୍ରଦେଶ, ଓଡ଼ିଶା ଏବଂ ତେଲଙ୍ଗାନାରେ ପ୍ରଭାବିତ ହେବାକୁ ଥିବା ରେଳ ଭିତ୍ତିଭୂମିର ସୁରକ୍ଷା ଏବଂ ଯାତ୍ରୀଙ୍କ ନିରାପତ୍ତା ସୁନିଶ୍ଚିତ କରିବା ଉପରେ ରେଳ ମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । ବାତ୍ୟା ପୂର୍ବରୁ ସମସ୍ତ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବା ଲାଗି ଶ୍ରୀ ବୈଷ୍ଣବ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

କେନ୍ଦ୍ର ମନ୍ତ୍ରୀ ଡିଭିଜନ ସ୍ତରୀୟ ଜରୁରିକାଳୀନ କକ୍ଷକୁ କାର୍ଯ୍ୟକ୍ଷମ କରିବା ସହ ସ୍ଥିତି ଉପରେ ୨୪ ଘଣ୍ଟିଆ ନିରୀକ୍ଷଣ ଲାଗି କହିଛନ୍ତି । ଆନ୍ଧ୍ରପ୍ରଦେଶର ବିଜୟୱାଡ଼ା, ବିଶାଖାପାଟଣା ଏବଂ ଗୁଣ୍ଟୁର ଡିଭିଜନରେ ଜରୁରୀ ଉପକରଣ, ଯନ୍ତ୍ରାଂଶ ଏବଂ ଯଥେଷ୍ଟ ସଂଖ୍ୟାରେ ରେଳ କର୍ମଚାରୀଙ୍କୁ ପୁନରୁଦ୍ଧାର ଲାଗି ପ୍ରସ୍ତୁତ ରଖିବା ପାଇଁ ରେଳମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଯାତ୍ରୀଙ୍କ ଅସୁବିଧାକୁ ହ୍ରାସ କରିବା ଲାଗି ରେଳ ଚଳାଚଳ ଉପରେ ନଜର ରଖିବା ଏବଂ ଏହାକୁ ସୁବ୍ୟବସ୍ଥିତ କରିବା ଲାଗି ସେ ପରାମର୍ଶ ଦେଇଛନ୍ତି । ଜରୁରୀକାଳୀନ ପରିସ୍ଥିତି ଏବଂ ଆବଶ୍ୟକ ସତର୍କତାମୂଳକ ପଦକ୍ଷେପ ନେବା ଲାଗି ପୂର୍ବତଟ, ଦକ୍ଷିଣ ତଟ ଏବଂ ଦକ୍ଷିଣ କେନ୍ଦ୍ରୀୟ ରେଳ ଜୋନ ଅଧିକାରୀମାନଙ୍କୁ ଆବଶ୍ୟକ ସମ୍ବଳ ଯୋଗାଡ଼ ପାଇଁ ରେଳ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ଇତିମଧ୍ୟରେ ଯେକୌଣସି ପ୍ରକାର ସହାୟତା ଲାଗି ପୂର୍ବତଟ ରେଳପଥ ପକ୍ଷରୁ ହେଲ୍ପଲାଇନ ନମ୍ବର ଜାରି କରାଯାଇଛି । ଭୁବନେଶ୍ୱର ପାଇଁ 8114382371, ଖୋର୍ଦ୍ଧା ରୋଡ୍‌ ପାଇଁ - 9668978727, ବ୍ରହ୍ମପୁର-9668978725 ଏବଂ ପଲାସା ପାଇଁ -9668978724 ନମ୍ବରରେ ଯୋଗାଯୋଗ କରାଯାଇପାରିବ।


ଭୁବନେଶ୍ୱର, ୨୮ ଅକ୍ଟୋବର ୨୦୨୫




  • ବିକଶିତ ନୂଆପଡ଼ା ଗଠନ, ବିଜେପି ପାଇଁ ସଂକଳ୍ପ: ମନମୋହନ ସାମଲ
  • ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଥିବା ୧୧୦୧ କୋଟି ଟଙ୍କା ପ୍ରକଳ୍ପର କ୍ରିୟାନ୍ୱୟନ କରିବା ବିଜେପି ସରକାରର ପ୍ରାଥମିକତା
  • ମେଡିକାଲ କଲେଜ ଖୋଲିବା ପାଇଁ କେନ୍ଦ୍ରରୁ ଅନୁୁମୋଦନ ମିଳିସାରିଛି
  • ଦାଦନ ଖଟିବାକୁ ବାହାରକୁ ଯିବେ ନାହିଁ ଅଂଚଳବାସୀ
  • ନୂଆପଡ଼ା ବିକଶିତ ହେଲେ ଓଡ଼ିଶା ଏକ ନମ୍ବର ରାଜ୍ୟ ହେବ 
  • ଜୟ ଢୋଲକିଆଙ୍କୁ ପଦ୍ମ ଚିହ୍ନରେ ଭୋଟ ଦେଇ ଡବଲ ଇଞ୍ଜିନ ସରକାରଙ୍କ ବିକାଶମୂଳକ କାର୍ଯ୍ୟରେ ସହଯୋଗ କରନ୍ତୁ: ଉପମୁଖ୍ୟମନ୍ତ୍ରୀ ଶ୍ରୀ କେ.ଭି.ସିଂହଦେଓ

ରାଜ୍ୟରେ ବିଜେପି ସରକାର ଗଠନ କରିବା ପରେ ଏହା ହେଉଛି ପ୍ରଥମ ଉପନିର୍ବାଚନ। ପୂର୍ବତନ ବିଧାୟକ ସ୍ୱର୍ଗତଃ ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତ ପରେ ତାଙ୍କ ପୁଅ ଜୟ ଢୋଲକିଆଙ୍କୁ ବିଜେପି ପ୍ରାର୍ଥୀ କରିଛି। ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ଜନମଙ୍ଗଳ କାର୍ଯ୍ୟ ପାଇଁ ରାଜ୍ୟରେ ବିଜେପି ସରକାର ଜନସାଧାରଣଙ୍କ ଆର୍ଶୀବାଦରୁ ୫୦୦ ଦିନ ପୂରଣ କରିଛି। ବିଜେପି ଯାହା ପ୍ରତିଶ୍ରୁତି ଦିଏ ତାହା ପୂରଣ କରେ। ନିର୍ବାଚନ ପୂର୍ବରୁ ଇସ୍ତାହାରରେ ଯାହାସବୁ ଲେଖାଯାଇଥିଲା, ସରକାର ଗଠନ କରିବା ପରେ ସେସବୁ ଗୋଟିଏ ପରେ ଗୋଟିଏ ବିଜେପି ପୂରଣ କରୁଛି । ଧାନ କୁଇଂଟାଲ ପିଛା ଏବେ ୩୧୦୦ ଟଙ୍କାରେ ପହଂଚିଛି, ଯାହାକି ଚାଷୀଙ୍କ ରୋଜଗାର ବଢ଼ାଇବାରେ ସହାୟକ ହୋଇଛି। ରାଜ୍ୟ ସରକାରଙ୍କ ଇନ୍‌ପୁଟ୍ ସବ୍‌ସିଡି ଯୋଗୁଁ ୧୬ ଲକ୍ଷ ପରିବାର ଲାଭାନ୍ୱିତ ହୋଇଛନ୍ତି। ସୁଭଦ୍ରା ଯୋଜନାରେ ମହିଳାମାନେ ୩ କିସ୍ତି ପାଇସାରିଲେଣି। ଭକ୍ତଙ୍କ ଭାବାବେଗ ସହିତ ଜଡିତ ପୁରୀ ଶ୍ରୀମନ୍ଦିରର ୪ ଦ୍ୱାର ଖୋଲାଯାଇଛି। ରତ୍ନ ଭଣ୍ଡାର ଖୋଲାଯାଇଛି। ରାଜ୍ୟରେ ନୂତନ ୭୫ ହଜାର କିମି ରାସ୍ତା ତିଆରି ପାଇଁ ଏବଂ ରାଜପଥଗୁଡିକର ବିକାଶ, ପରିଚାଳନା ଓ ନିୟନ୍ତ୍ରଣ ପାଇଁ ନୂତନ ଭାବେ ରାଜ୍ୟ ରାଜପଥ ପ୍ରାଧିକରଣ ଗଠନ କରାଯାଇଛି । ୧୫ ହଜାର ହେକ୍ଟରରେ ଚାଷ ଜମିରେ ଜଳସେଚନ କରିବା ପାଇଁ ବ୍ୟବସ୍ଥା କରାଯାଇଛି। ବିଶେଷ କରି ଗତ ୫୦୦ ଦିନର ବିଜେପି ସରକାରରେ ୧୭ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ଓଡ଼ିଶାକୁ ଆସିବା ସ୍ୱାଧୀନତାର ୭୮ ବର୍ଷ ପରେ ପ୍ରଥମ ଥର ପାଇଁ ସମ୍ଭବ ହୋଇପାରିଛି। ନୂଆପଡ଼ା ବିଧାନସଭାରେ ୧୧୦୧ କୋଟି ଟଙ୍କାରେ ବିଭିନ୍ନ ପ୍ରକଳ୍ପ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି। ଏସବୁ କ୍ରିୟାନ୍ୱୟନ କରିବା ବିଜେପି ସରକାରର ପ୍ରାଥମିକତା ହେବ। ନୂଆପଡ଼ାରେ ମେଡିକାଲ କଲେଜ ଖୋଲିବା ପାଇଁ ମଧ୍ୟ କେନ୍ଦ୍ରରୁ ଅନୁମୋଦନ ମିଳିସାରିଛି। ମୁଖ୍ୟମନ୍ତ୍ରୀ ନିଜେ ରାଷ୍ଟ୍ରୀୟ ସଭାପତି ତଥା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ଜେପି ନଡ୍ଡାଙ୍କ ସହ ଆଲୋଚନା କରିବା ପରେ ଏବିଷୟରେ ସୂଚନା ଦେଇଛନ୍ତି। ନୂଆପଡ଼ାରେ ଦାଦନ ଖଟିବା ହେଉଛି ପ୍ରମୁଖ ସମସ୍ୟା। ଏଠାକାର ଲୋକଙ୍କ ପାଖରେ ପୂର୍ବରୁ ବିକଳ୍ପ ନ ଥିବାରୁ ସେମାନେ ସ୍ତ୍ରୀ ଓ ପିଲା ଛୁଆଙ୍କୁ ନେଇ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିଲେ। ଏସବୁ ସମସ୍ୟାର ସମାଧାନ ପାଇଁ ବିଜେପି ସରକାର ସଂକଳ୍ପ ନେଇଛି ବୋଲି ନୂଆପଡ଼ାସ୍ଥିତ ଜିଲ୍ଲା କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି।

 ଶ୍ରୀ ସାମଲ କହିଛନ୍ତି ଯେ, ନୂଆପଡ଼ାର ଲୋକେ ଯେପରି କର୍ମସଂସ୍ଥାନ ପାଇବେ, ଆତ୍ମନିର୍ଭର ହେବ ଓ ସ୍ୱାବଲମ୍ବୀ ହୋଇପାରିବେ ସେଥିପାଇଁ ବିଜେପି ସରକାର ଯୋଜନା କରିଛି। ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଦିଜୀ ଓଡ଼ିଶାକୁ ୧ ନଂ ରାଜ୍ୟ ଭାବେ ଗଢ଼ି ତୋଳିବା ପାଇଁ ଯେଉଁ ସ୍ୱପ୍ନ ଦେଖିଛନ୍ତି, ସେଥିରେ ନୂଆପଡ଼ାର ପ୍ରମୁଖ ଭୂମିକା ରହିଛି। ନୂଆପଡ଼ା ବିକଶିତ ହେଲେ ଓଡ଼ିଶା ୧ ନଂ. ରାଜ୍ୟ ହୋଇପାରିବ। ବିକଶିତ ନୂଆପଡ଼ା ଗଠନ ଦଳ ପାଇଁ ଏକ ସଂକଳ୍ପ। ଏନେଇ ନୂଆପଡ଼ାର ସାମଗ୍ରିକ ବିକାଶ କରିବା ପାଇଁ ବିଜେପି କୌଣସି ପଦକ୍ଷେପ ହାତ ଛଡ଼ା କରିବ ନାହିଁ। ଏଥିପାଇଁ ଜନସାଧାରଣକୁ ଅନୁରୋଧ କରୁଛୁ ଯେ, ସେମାନେ ଗତ ସାଧାରଣ ନିର୍ବାଚନରେ ସାଂସଦଙ୍କୁ ସର୍ବାଧିକ ଭୋଟ ଦେଇଥିଲେ, ସେହିଭଳି ଏହି ଉପନିର୍ବାଚନରେ ମଧ୍ୟ ବିଜେପିକୁ ସମର୍ଥନ ଦେଇ ବିକଶିତ ନୂଆପଡ଼ାର ସ୍ୱପ୍ନ ପୂରଣ କରନ୍ତୁ। ପଦ୍ମ ଚିଂହ୍ନରେ ଭୋଟ ଦେଇ ନୂଅପଡ଼ାବାସୀଙ୍କ ମୌଳିକ ସମସ୍ୟାର ସମାଧାନ କରିବାକୁ ସୁଯୋଗ ଦିଅନ୍ତୁ।

ଉପମୁଖ୍ୟମନ୍ତ୍ରୀ କେଭି ସିଂ ଦେଓ କହଛନ୍ତି ଯେ, ନୂଆପଡ଼ାର ଯେଉଁସବୁ ସମସ୍ୟା ବିଷୟରେ ସ୍ଥାନୀୟ ଲୋକେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି, ସେସବୁର ସମାଧାନ କରାଯିବ। ଏଥିପାଇଁ ଜୟ ଢୋଲକିଆଙ୍କୁ ପଦ୍ମ ଚିହ୍ନରେ ଭୋଟ ଦେଇ ବିଜୟୀ କରାଇ ଡବଲ ଇଞ୍ଜିନ ସରକାରଙ୍କ ବିକାଶମୂଳକ କାର୍ଯ୍ୟରେ ସହଯୋଗ କରନ୍ତୁ। 

ଅନ୍ୟମାନଙ୍କ ମଧ୍ୟରେ ପ୍ରାର୍ଥୀ ଶ୍ରୀ ଜୟ ଢୋଲକିଆଙ୍କ ସମେତ ମନ୍ତ୍ରୀ ଡା.କୃଷ୍ଣଚନ୍ଦ୍ର ମହାପାତ୍ର, ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ବିରଂଚି ନାରାୟଣ ତ୍ରିପାଠୀ, ରାଜ୍ୟ ମୁଖପାତ୍ର ଶ୍ରୀ ସୁଦୀପ୍ତ ରାୟ, ନୂଆପଡା ଜିଲ୍ଲା ସଭାପତି ଶ୍ରୀ କମଲେଶ ଦୀକ୍ଷିତ, କ୍ଷେତ୍ରୀୟ ଗଣମାଧ୍ୟମ ସଂଯୋଜକ ଶ୍ରୀ ମାନସ ରଞ୍ଜନ ବକ୍ସୀ ପ୍ରମୁଖ ଉପସ୍ଥିତ ଥିଲେ।

ଭୁବନେଶ୍ୱର, ୨୮ ଅକ୍ଟୋବର ୨୦୨୫



ନୂଆକରି ନୂଆପଡ଼ା ଆସିଥିବା ବିଜେପି ନେତ୍ରୀ ତଥା ରାଜ୍ୟ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ସୁଭଦ୍ରା ଯୋଜନାକୁ ନେଇ ଭ୍ରମାତ୍ମକ ତଥ୍ୟ ଏବଂ ବକ୍ତବ୍ୟ ରଖିଛନ୍ତି ତାହାକୁ କଂଗ୍ରେସ ନିନ୍ଦା କରୁଛି ବୋଲି ଆଜି ନୂଆପଡ଼ାର ଖୁଣ୍ଟିଆ ଭବନ ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମୀଳନୀରେ ପିସିସି ମୁଖପାତ୍ର ଶ୍ରୀମତୀ ସୋନାଲି ସାହୁ ପ୍ରକାଶ କରିଛନ୍ତି ସେ କହିଛନ୍ତି ବର୍ତ୍ତମାନ ନୂଆପଡ଼ାରେ ନିର୍ବାଚନ ଆଦର୍ଶ ଆଚରଣ  ବିଧି ଲାଗୁ ହେବାପରେ ସୁଭଦ୍ରା ଶକ୍ତି ସମାବେଶ ନାଁରେ ଦଳୀୟ କାର୍ଯ୍ୟାଳୟରେ ଏବଂ ଦଳୀୟ ବ୍ୟାନର ରେ ଯେଉଁଭଳି ଭାବରେ ମହିଳାମାନଙ୍କୁ ନେଇ ସମାବେଶ କରାଗଲା ତାହା ନିଶ୍ଚିତ ଭାବରେ ନିର୍ବାଚନ ଆଦର୍ଶ ଆଚରଣ ବିଧି ଉଲଙ୍ଘନ କରିଛି ଆମେ ମଧ୍ୟ ଏହି  ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛୁ ସୁଭଦ୍ରା ଯୋଜନା ନାମରେ ଭୋଟ ଲୁଟ କରିବା ବିଜେପିର ଏକ ଅଭ୍ୟାସରେ ପରିଣତ ହୋଇଗଲାଣି ୨୦୧୯ ନିର୍ବାଚନରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଜଣକୁ ୫୦ ହଜାର ଏକ କାଳୀନ ମିଳିବ ବୋଲି ମହିଳାଙ୍କୁ ଦଳ ପକ୍ଷରୁ ପ୍ରତିଶ୍ରୁତି ଦେଇଥିଲେ ବିଜେପି ସରକାରକୁ ଆସିଲା ପରେ ଥରକୁ ୫୦ ହଜାର ସ୍ଥାନରେ ମାସକୁ ହଜାର କିସ୍ତି ହୋଇଗଲା ତାହା ପୁଣି ସରକାରଙ୍କ ପାଖରେ ପଇସା ନାହିଁ ଯେ, ୬୦ ବର୍ଷର ମହିଳା, ଯାହା ଘରେ ଚକିଆ ଜାନ ଅଛି ଏବେ ପୁଣି ୧୮ ହଜାର ଛାତ୍ରବୃତ୍ତି ପାଉଥିବା ଏସସି ଏସଟି ଛାତ୍ରୀଙ୍କୁ ବଞ୍ଚିତ କରାଯାଇଛି ନୂଆପଡା ଜିଲ୍ଲାରୁ କେବଳ ୨୦ ହଜାର ଛାତ୍ରୀଙ୍କୁ ସରକାର ଏହି ସୁଭଦ୍ରା ଯୋଜନାରୁ ବଞ୍ଚିତ କରୁଥିବା ଆକଳନ କରାଯାଉଛି ନୂଆପଡା ମହିଳାଙ୍କୁ ଶକ୍ତିହୀନ କରି ନୂଆପଡାରେ ସୁଭଦ୍ରା ଶକ୍ତି ସମାବେଶ କରିବାକୁ ଉପ ମୁଖ୍ୟମନ୍ତ୍ରୀ ପ୍ରତିଭା ପରିଡ଼ାଙ୍କୁ କେମିତି ଲଜ୍ଜ୍ୟା ଲାଗୁନିରାସ୍ତା କଡରେ ବଡ଼ ହୋଡିଂ, ବସରେ, ଅଟୋରେ ଚାରିଆଡେ ପୋଷ୍ଟର ମାରି ପ୍ରତାରଣା କରୁଛନ୍ତି ଯେଉଁ ସରକାର ବେଟୀ ବଚାଓ ବେଟୀ ପଢ଼ାଓର ନାରା ଦେଉଛି ତାଙ୍କ ଶାସିତ ରାଜ୍ୟ ଓଡ଼ିଶାରେ ଦିନକୁ ପ୍ରାୟ ୩୦ ଗୋଟି ଦୁଷ୍କର୍ମ ଗଣଦୁଷ୍କର୍ମ ହେଉଛି ବୋଧହୁଏ ଡବଲ ଇଞ୍ଜିନ ତେଣୁ ଦୁଷ୍କର୍ମ ମଧ୍ୟ ଡବଲ ହେଉଛି ଓଡ଼ିଶାରେ ବିଜେପି ସରକାର ସୁଭଦ୍ରା ନାମରେ କିଭଳି ଓଡ଼ିଆ ମହିଳାଙ୍କୁ ବୋକା ବନାଉଛି ଦେଖନ୍ତୁ ଏହି ଯୋଜନାରେ ଦିଲ୍ଲୀରେ ମହିଳାଙ୍କୁ ୨୫୦୦ ଟଙ୍କା ମିଳୁଥିବାବେଳେ ମଧ୍ୟପ୍ରଦେଶରେ ୧୨୫୦, ମହାରାଷ୍ଟ୍ରରେ ୧୩୦୦, ଝାଡ଼ଖଣ୍ଡରେ ୩୩୦୦, ପଶ୍ଚିମବଙ୍ଗରେ ୧୨୦୦, ଆନ୍ଧ୍ରରେ ୧୨୫୦, ତାମିଲନାଡୁରେ ୧୦୦୦, ଆସାମରେ ୧୨୫୦ ଛତିଶଗଡରେ ୧୦୦୦ ଟଙ୍କା ମିଳୁଛି କିନ୍ତୁ ଓଡ଼ିଶାର ମହିଳା ମାନଙ୍କୁ ମାତ୍ର ୮୩୩ ଟଙ୍କା ମିଳୁଛି ଓଡ଼ିଶାର ମହିଳା କଣ ଅପାରଗ ନା କୌଣସି ଯୋଗ୍ୟତା ନାହିଁ ଯେ ସରକାର ୧୦୦୦ ଟଙ୍କା ମଧ୍ୟ ଦେଇ ପାରିଲା ନାହିଁ କଂଗ୍ରେସ ନିଜ ପାଇଁ ନୁହଁ ନୂଆପଡାର ଛାତ୍ରୀ ସମାଜ, ଆଦିବାସୀ ମହିଳା ଏବଂ ସମ୍ପୂର୍ଣ ମହିଳା ସମାଜ ତରଫରୁ ପ୍ରଶ୍ନ ପଚାରୁଛି ସୁଭଦ୍ରା ନାମରେ ଠକାମୀ କାହିଁକି ? କାହିଁକି ଆମ ୨୦ ହଜାର ଛାତ୍ରୀଙ୍କୁ ତାଙ୍କ ସୁଭଦ୍ରା ଅଧିକାରରୁ ବଞ୍ଚିତ କରାଗଲା ବୋଲି ପିସିସି ମୁଖପାତ୍ର ଶ୍ରୀମତୀ ସାହୁ ପ୍ରକାଶ କରିଛନ୍ତି

ଅନ୍ୟତମ ମୁଖପାତ୍ର . ମନିଷା ଦାସ ପଟ୍ଟନାୟକ  କହିଥିଲେ ଶାସକ ଦଳ ନିର୍ବାଚନ ଆଚରଣ ବିଧିର ଖୋଲାଖୋଲି ଉଲଂଘନ କରୁଛନ୍ତି ଖୋଦ୍ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ସରକାରୀ  ସୁଭଦ୍ରା ଯୋଜନାକୁ ମହିଳାଙ୍କୁ ପ୍ରତାରଣା କରୁଛନ୍ତି ଖାଲି ସେତିକି ନୁହେଁ ନିଜର ଦଳୀୟ ପ୍ରଚାର ପ୍ରସାର ପାଇଁ ଲୋକ ସମ୍ପର୍କ ବିଭାଗକୁ ମଧ୍ୟ ଲଗାଇଛନ୍ତି ତେଣୁ ସରକାର ଏହାର ଜବାବ୍ ରଖିବା ପାଇଁ ସେ ଦାବୀ ରଖିଥିଲେ ଆଜିର ସାମ୍ବାଦିକ ସମ୍ମୀଳନୀକୁ ସଂଯୋଜନା କରିଥିଲେ ନୂଆପଡ଼ା କଂଗ୍ରେସ କମିଟି ଗଣମାଧ୍ୟମ ସଂଯୋଜକ ସୁଧୀର ମିଶ୍ର

Contact Form

Name

Email *

Message *

Powered by Blogger.
Javascript DisablePlease Enable Javascript To See All Widget