ନିର୍ବାଚନରେ ନିୟୋଜିତ ସରକାରୀ କର୍ମଚାରୀଙ୍କ ଭୋଟ ଗ୍ରହଣ ପାଇଁ ପ୍ରକ୍ରିୟାରେ ତ୍ରୁଟି ରହିଛି: ସମୀର ମହାନ୍ତି
ଭୁବନେଶ୍ୱର, ୨୫ମଇ ୨୦୨୪
- ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ବିହୀତ ପଦକ୍ଷେପ ଗ୍ରହଣ କରନ୍ତୁ
ଆଜି ତୃତୀୟ ପର୍ଯ୍ୟାୟ ନିର୍ବାଚନ ଚାଲିଛି । ଗୋଟିଏ ବୁଥ୍ରେ ସର୍ବନିମ୍ନ ୧୦ଜଣ ସରକାରୀ ଅଧିକାରୀ ନିୟୋଜିତ ହୋଇଛନ୍ତି । ସେଥିରୁ ୭୦ଭାଗ ଅଧିକାରୀ ଭୋଟ ଦେଇପାରୁନାହାନ୍ତି । ଭୋଟିଂ କାର୍ଯ୍ୟରେ ନିୟୋଜିତ୍ର ମାତ୍ର ୩୦ଭାଗ ସରକାରୀ କର୍ମଚାରୀ ଭୋଟ ଦେଇପାରୁଛନ୍ତି । ସିଇଓଙ୍କ ସୂଚନା ଅନୁସାରେ ୩୧ହଜାର ପୋଷ୍ଟାଲ ବାଲଟ ମିଳିଛି । ଗୋଟିଏ ବୁଥ୍ରେ ୬ଜଣ ଭୋଟ କାର୍ଯ୍ୟରେ, ୨ଜଣ ପୋଲିସ ଏବଂ ୨ଜଣ ଡ୍ରାଇଭର ରହୁଛନ୍ତି । ଏମାନଙ୍କୁ ହିସାବ କଲେ ୩୧ହଜାର କେମିତି ହେବ? ଆଜି ୧୦ହଜାର ୭୦୦ବୁଥରେ ଭୋଟ ହେଉଛି । ଆଜି ହିଁ କେବଳ ୧ଲକ୍ଷରୁ ଅଧିକ କର୍ମଚାରୀ ଭୋଟିଂ କାର୍ଯ୍ୟରେ ନିୟୋଜିତ ଅଛନ୍ତି । ତେଣୁ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ସରକାରୀ କର୍ମଚାରୀଙ୍କ ଭୋଟ ଗ୍ରହଣ ପାଇଁ ହେଉଥିବା ପ୍ରକ୍ରିୟାରେ ତ୍ରୁଟି ଅଛି । ଏଣୁ ଆଗାମୀ ୧ତାରିଖରେ ହେବାକୁ ଥିବା ଭୋଟିଂ ବେଳେ ପ୍ରକ୍ରିୟାକୁ ସୁଧାର କରାଯାଉ । ପୂର୍ବରୁ କର୍ମଚାରୀମାନେ ୧୨ବି ଫର୍ମରେ ଆବେଦନ କରିଛନ୍ତି । କିନ୍ତୁ ପୋଷ୍ଟ ଅଫିସ ମାଧ୍ୟମରେ ଯେଉଁ ୧୩ବି ଫର୍ମ ତାଙ୍କ ପାଖରେ ପହଂଚିବା କଥା ତାହା ପହଂଚିପାରୁ ନାହିଁ । ଅନ୍ୟପଟେ ସରକାରୀ କର୍ମଚାରୀମାନଙ୍କୁ ଭୋଟ ଦେବା ପାଇଁ ସୁବିଧା କରାଯାଉ । ମୁଖ୍ୟ ନିର୍ବାଚନ ଅଧିକାରୀ ଏହାର ଦାୟିତ୍ୱ ଦିଅନ୍ତୁ ବୋଲି ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି ।
.jpg)
.jpg)