loading...

ବିଜେପିରେ ଯୋଗ ଦେଲେ ବିରୋଧୀ ଦଳ ର ଅନେକ ନେତା

ଭୁବନେଶ୍ୱର, ୧୬ ଅପ୍ରେଲ ୨୦୨୪

ମିଶ୍ରଣ ପର୍ବ




  • ବିଜେଡିର ପୂର୍ବତନ ବିଧାୟକ ବେଦବ୍ୟାସ ନାୟକ ବିଜେପିରେ ଯୋଗ ଦେଲେ
  • ବିଜେଡି ନେତା ଅକ୍ଷୟ କୁମାର ରାଉଳ, ଶ୍ରୀଧର ନାଏକ, ପୂର୍ବତନ ସରପଂଚ ମନୋଜ କୁମାର ନାଏକ, ଦେବାନନ୍ଦ ନାଏକ ବିଜେପିରେ ଯୋଗ ଦେଇଛନ୍ତି
  • ରାଜ୍ୟ ମୁଖ୍ୟ ମୁଖପାତ୍ର ସଜ୍ଜନ ଶର୍ମା ନୂତନ ସଦସ୍ୟଙ୍କୁ ଉତରୀୟ ପ୍ରଦାନ କରି ସ୍ୱାଗତ ଜଣାଇଥିଲେ


ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ କେନ୍ଦୁଝର ଜିଲ୍ଲା ତେଲକୋଇ ନିର୍ବାଚନ ମଣ୍ଡଳୀର ବିଜେଡିର ପୂର୍ବତନ ବିଧାୟକ ତଥା ପୂର୍ବତନ ଚେୟାରମ୍ୟାନ ଶ୍ରୀ ବେଦବ୍ୟାସ ନାୟକ ନିଜ ସମର୍ଥକଙ୍କ ସହ ଆନୁ ।ନିକ ଭାବେ ବିଜେପିରେ ଯୋଗଦାନ କରିଛନ୍ତି । ଶ୍ରୀ ନାୟକଙ୍କ ସହ ବିଜେଡି ନେତା ଅକ୍ଷୟ କୁମାର ରାଉଳ, ଶ୍ରୀଧର ନାଏକ, ପୂର୍ବତନ ସରପଂଚ ମନୋଜ କୁମାର ନାଏକ, ଦେବାନନ୍ଦ ନାଏକ ବିଜେପିରେ ଯୋଗ ଦେଇଛନ୍ତି ।

ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ରାଜ୍ୟ ମୁଖ୍ୟ ମୁଖପାତ୍ର ସଜ୍ଜନ ଶର୍ମା ନୂତନ ସଦସ୍ୟଙ୍କୁ ଉତରୀୟ ପ୍ରଦାନ କରି ସ୍ୱାଗତ ଜଣାଇଥିଲେ । ପାର୍ଟୀରେ ସାମିଲ ହୋଇଥିବା ନୂତନ ସଦସ୍ୟଙ୍କୁ ୮୯୮୦୮୦୮୦୮୦ ନମ୍ବରରେ ଡାୟାଲ କରାଇ ଶ୍ରୀ ଶର୍ମା ସଦସ୍ୟତା କରାଇଥିଲେ । ଏହି ମିଶ୍ରଣ ପର୍ବରେ ରାଜ୍ୟ ସମ୍ପାଦକ ଶ୍ରୀ ସରୋଜ କର ଉପସ୍ଥିତ ଥିଲେ ।

Post a Comment

[blogger][disqus][facebook][spotim]

Contact Form

Name

Email *

Message *

Powered by Blogger.
Javascript DisablePlease Enable Javascript To See All Widget