loading...

ସମ୍ ଫୁଲନଖରା କ୍ୟାମ୍ପସ୍‌ରେ ଜଟିଳ ରୋଗୀଙ୍କର ସଫଳ ଚିକିତ୍ସା

ଭୁବନେଶ୍ୱର, ୧୬ ଅପ୍ରେଲ ୨୦୨୪





ଜୀବାଣୁ ସଂକ୍ରମଣ ଯୋଗୁଁ କିଡ୍‌ନୀରେ ପ୍ରବାହ ସହ ସେପ୍‌ଟିକ୍ ସକ୍ ଭଳି ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ଯାହାକୁ ଡାକ୍ତରୀ ଭାଷାରେ ପାଇଲୋନେଫ୍ରାଇଟିସ୍ ବୋଲି କୁହାଯାଇଥାଏ ସେଭଳି ଜଟିଳ ରୋଗରେ ପୀଡ଼ିତ ଥିବା ଜଣେ ରୋଗୀଙ୍କର ସଫଳ ଚିକିତ୍ସା ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଫୁଲନଖରା କ୍ୟାମ୍ପସ ଠାରେ ହୋଇଯାଇଛି । 

୪୨ ବର୍ଷୀୟ ଏହି ପୁରୁଷ ରୋଗୀ ଗତ ଏପ୍ରିଲ ୩ ତାରିଖ ଦିନ ଜ୍ୱର, ଶ୍ୱାସ ପ୍ରଶ୍ୱାସରେ ସମସ୍ୟା ନେଇ ହସ୍ପିଟାଲ୍‌କୁ ଆସିଥିଲେ । ତାଙ୍କୁ ତୁରନ୍ତ ହସ୍ପିଟାଲ୍‌ର କ୍ରିଟିକାଲ୍ କେୟାର ମେଡିସିନ୍ ବିଶେଷଜ୍ଞ ଡାକ୍ତର ଗୌରୀଶଙ୍କର ରାୟଙ୍କର ଅଧିନରେ ଭର୍ତି କରାଯାଇ ଆଇସିୟୁରେ ରଖାଯାଇଥିଲା । 

ନିଃଶ୍ୱାସ ନେବାରେ ସମସ୍ୟା ହେବାରୁ ହସ୍ପିଟାଲ୍‌ରେ ଭର୍ତି ହେବାର ପରଦିନ ତାଙ୍କୁ ଭେଂଟିଲେଟରରେ ରଖାଯିବା ସହ ୪ ଥର ଡାଏଲିସିସ୍ ମଧ୍ୟ କରାଯାଇଥିଲା । ସେହିପରି ୟୁରେଟେରେସ୍କୋପିକ୍ ଲିଥୋଟ୍ରିପ୍ସି (ୟୁଆର୍‌ଏସ୍‌ଏଲ୍‌) ପ୍ର୍ରକ୍ରିୟା ଦ୍ୱାରା ତାଙ୍କର କିଡ୍‌ନୀ୍ ଷ୍ଟୋନ୍ ବାହାର କରାଯାଇଥିଲା । 

ନେଫ୍ରୋଲୋଜିଷ୍ଟ ଓ ରେଡିଓଲୋଜିଷ୍ଟ ମାନଙ୍କୁ ନେଇ ଗଠିତ ଏକ ଡାକ୍ତରୀ ଟିମ୍ ସମ୍ପୃକ୍ତ ରୋଗୀଙ୍କର ଚିକିତ୍ସା କରିଥିଲେ । ତାଙ୍କର ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସିବାରୁ ଏପ୍ରିଲ୍ ୬ ତାରିଖ ଦିନ ତାଙ୍କୁ ଭେଂଟିଲେଟରରୁ କଢ଼ାଯିବା ସହ ପରବର୍ତୀ ସମୟରେ ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ମଧ୍ୟ କରାଯାଇଛି । 

ରୋଗୀ ଜଣଙ୍କ ଏବେ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି ଏବଂ ଦୈନନ୍ଦିନ କାର୍ଯ୍ୟ ମଧ୍ୟ କରୁଛନ୍ତି । ରୋଗୀଙ୍କ ପରିବାରବର୍ଗ ନିଜର ଖୁସି ବ୍ୟକ୍ତ କରିବା ସହ ଏହି ସଫଳ ଚିକିତ୍ସା ପାଇଁ ହସ୍ପିଟାଲ୍‌ର ଡାକ୍ତର, ନର୍ସ ଓ ପାରାମେଡିକ୍ସଙ୍କୁ ଧନ୍ୟବାଦ ଦେଇଛନ୍ତି ।

Post a Comment

[blogger][disqus][facebook][spotim]

Contact Form

Name

Email *

Message *

Powered by Blogger.
Javascript DisablePlease Enable Javascript To See All Widget