Articles by "Sports"

ଭୁବନେଶ୍ୱର, ୧୪ ଡିସେମ୍ବର ୨୦୨୫



ଓଡ଼ିଶାରେ କିଟ୍‍ ଓ କିସ୍‍ ସହଯୋଗରେ ୨୦୨୬ରୁ ଲଗାତାର ୩ବର୍ଷ ଏଫ୍‍ଆଇଭିବି ବିଚ୍‍ ଭଲିବଲ୍‍ ପ୍ରତିଯୋଗିତା ଅନୁଷ୍ଠିତ ହେବ ବୋଲି ଅନ୍ତର୍ଜାତୀୟ ଭଲିବଲ ସଂଘ (ଏଫଆଇଭିବି) ସଭାପତି ଫାବିଓ ଆଜେଭେଦୋ  ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି। କିଟ୍‍ ଓ କିସ୍‍ରେ ବ୍ୟାପକ ସୁବିଧା ଓ ଓଡ଼ିଶାର ମନୋରମ ପରିବେଶ ପାଇଁ ଆସନ୍ତା ୨୦୨୬, ୨୦୨୭ ଓ ୨୦୨୮ ବର୍ଷରେ କିଟ୍‍ ଓ କିସ୍‍ ସହଯୋଗରେ ଓଡ଼ିଶାରେ ଏଫ୍‍ଆଇଭିବି ବିଚ୍‍ ଭଲିବଲ୍‍ ଆୟୋଜିତ ହେବ ବୋଲି ଫାବିଓ ଘୋଷଣା କରିଥିଲେ। ଏଫଆଇଭିବି ସହଯୋଗରେ କିଟ୍‍ ଓ କିସ୍‍ ରେ ୧୧ ତାରିଖରୁ ଆରମ୍ଭ ହୋଇଥିବା ଭଲିବଲ ମହାକୁମ୍ଭ ଉଦ୍‍ଯାପିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଓଡ଼ିଶା ଆସିଥିବା ଫାବିଓ କହିଲେ, ଭାରତ ତଥା ଓଡ଼ିଶାରେ ତୃଣମୂଳସ୍ତରରେ ଭଲିବଲ୍‍ର ବିକାଶ ଓ ମହିଳା ସଶକ୍ତିକରଣ ନିମନ୍ତେ ଏହି ମହାକୁମ୍ଭ ଆୟୋଜନ କରାଯାଇଛି। ୨୦୩୨ ସୁଦ୍ଧା ଭଲିବଲ୍‍ ମାଧ୍ୟମରେ ବିଶ୍ୱର ୧.୨ ବିଲିୟନ୍‍ ଲୋକଙ୍କୁ ଯୋଡ଼ିବା ଏଫ୍‍ଆଇଭିବି ଲକ୍ଷ୍ୟ ରଖିଛି ବୋଲି ସେ କହିଥିଲେ। କ୍ରୀଡ଼ା ବିଶେଷ କରି ଭଲିବଲ୍‍ର ଶକ୍ତି ମାଧ୍ୟମରେ ଲୋକଙ୍କୁ ଏକାଠି କରିବା ଓ ସେମାନଙ୍କ ମଧ୍ୟରେ ସୌହାର୍ଦ୍ଦ୍ୟ ବଜାୟ ରଖିବା ଏଫ୍‍ଆଇଭିବିର ଉଦ୍ଦେଶ୍ୟ।

ଏହି ସାମ୍ବାଦିକ ସମ୍ମିଳନୀରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଲେ, ଏଫଆଇଭିବି ସହିତ ଆମର ସହଭାଗିତା ଯୋଗୁଁ ଓଡ଼ିଶାକୁ ଏଭଳି କାର୍ମଶାଳା ଜରିଆରେ ବିଶ୍ୱସ୍ତରୀୟ ଦକ୍ଷତା ଅଣାଯାଇପାରିଛି। ଏଥିରେ ହଜାର ହଜାର ବାଳିକା ଓ ମହିଳାଙ୍କୁ ଭଲିବଲ୍‌ର ପରିବର୍ତ୍ତନକାରୀ ଶକ୍ତି ଅନୁଭବ କରିବାର ସୁଯୋଗ ସୃଷ୍ଟି କରିବ। କିଟ୍‍ ଓ କିସ୍‍ର କନ୍ୟା କିରଣ ପଦକ୍ଷେପର ଏକ ଅଂଶ ଭାବରେ ମହିଳା ସଶକ୍ତିକରଣ ଏବଂ ତୃଣମୂଳ ସ୍ତରରେ ଭଲିବଲ୍ ବିକାଶକୁ ପ୍ରୋତ୍ସାହିତ କରିବା ଏହି ଭଲିବଲ୍‍ ମହାକୁମ୍ଭର ଲକ୍ଷ୍ୟ ବୋଲି ଶ୍ରୀ ସାମନ୍ତ କହିଥିଲେ।

ଏହି ଅବସରରେ କିଟ୍‍, କିସ୍‍ ଓ ଏଫ୍‍ଆଇଭିବି ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହେବା ସହ ଫାବିଓଙ୍କ ଦ୍ୱାରା  ଏଫ୍‍ଆଇଭିବି- କିଟ୍‍, କିସ୍‍ ଉତ୍କର୍ଷ କେନ୍ଦ୍ରର ଉଦ୍‍ଘାଟନ କରାଯାଇଥିଲା। ଏହା ସହ ଶ୍ରୀ ସାମନ୍ତଙ୍କ ଉପସ୍ଥିତିରେ ଫାବିଓଙ୍କ ଦ୍ୱାରା ଏକ ସ୍ପୋଟ୍‍ସ ଜୋନ୍‍ ଉଦ୍‍ଘାଟିତ ହୋଇଥିଲା।

ସୂଚନାଯୋଗ୍ୟ, ଏକ ବର୍ଣ୍ଣଢ଼୍ୟ ପରିବେଶ ମଧ୍ୟରେ ୪୦ ହଜାର ଛାତ୍ରଛାତ୍ରୀ ଦର୍ଶକଙ୍କ ଉପସ୍ଥିତିରେ ଶନିବାର ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଥିଲା। ଭଲିବଲ୍‍ ମହାକୁମ୍ଭର ବିଭିନ୍ନ ଦିନରେ କିଟ୍‍ ଓ କିସ୍‍ର କନ୍ୟା କିରଣ ପଦକ୍ଷେପର ଏକ ଅଂଶ ଭାବରେ ଓଡ଼ିଶା ସମେତ ବିଶ୍ୱର ବିଭିନ୍ନ ସ୍ଥାନରୁ ଆସିଥିବା ମହିଳା ଭଲିବଲ୍ ପ୍ରଶିକ୍ଷକଙ୍କ ପାଇଁ ଏକ କର୍ମଶାଳା ମଧ୍ୟ ଆୟୋଜିତ ହୋଇଥିଲା। ଏଥିରେ ମହିଳା ଭଲିବଲ୍ କୋଚଙ୍କୁ କର୍ମଶାଳା ଜରିଆରେ ପ୍ରଶିକ୍ଷଣ ସହ ସଶକ୍ତିକରଣ ପାଇଁ ଆୟୋଜିତ କାର୍ଯ୍ୟକ୍ରମରେ ଓଡ଼ିଶାରୁ ୫୦୦ ଅଂଶଗ୍ରହଣକାରୀଙ୍କ ବ୍ୟତୀତ ଭାରତ ସମେତ ବିଶ୍ୱର ୨୦୦ରୁ ଅଧିକ ଭଲିବଲ୍ ପ୍ରଶିକ୍ଷକ, ଖେଳାଳି ଏବଂ ବିଶେଷଜ୍ଞ ଏଥିରେ ଯୋଗ ଦେଇଥିଲେ। ସେମାନେ ଏଠାରୁ ତାଲିମ ପାଇ ନିଜ ଅଞ୍ଚଳରେ ଭଲିବଲ ଖେଳାଳିଙ୍କୁ ତାଲିମ ପ୍ରଦାନ କରିବେ। ଫଳରେ ଏହା ଦ୍ୱାରା ୫୦ ହଜାରରୁ ଊର୍ଦ୍ଧ୍ୱ ଭଲିବଲ ଖେଳାଳି ଉପକୃତ ହେବେ। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଅନ୍ତର୍ଜାତୀୟ ଭଲିବଲ ପ୍ରଶିକ୍ଷକ ଜନ୍ କେସେଲ୍ ଏବଂ ଜାନା କୁଲାନ୍ ପ୍ରମୁଖ ୪ଟି ଇନ୍‍ଡୋର ଓ ୪୦ରୁ ଊର୍ଦ୍ଧ୍ୱ ଆଉଟଡୋର କୋର୍ଟରେ ଗତିଶୀଳ ଅନ-କୋର୍ଟ ତାଲିମ, ଉନ୍ନତ କୌଶଳ ଅଧିବେଶନ, ପ୍ରଶିକ୍ଷକ-ବିକାଶ ପ୍ରୟୋଗଶାଳା ଓ ଗଣ ଅଂଶଗ୍ରହଣ କାର୍ଯ୍ୟକ୍ରମଗୁଡ଼ିକରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ।

ଏହି ଅବସରରେ ବିଭିନ୍ନ ସ୍ୱତନ୍ତ୍ର ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଏଥିରେ ଶିକ୍ଷା, ସାମାଜିକ ପରିବର୍ତ୍ତନ ଓ ଯୁବ କଲ୍ୟାଣରେ ଭଲିବଲର ଭୂମିକା, ଭଲିବଲ୍‍ ଜରିଆରେ ତୃଣମୂଳସ୍ତରରେ ପରିବର୍ତ୍ତନ ଏବଂ ଭଲିବଲ୍ ମାଧ୍ୟମରେ ମହିଳା ସଶକ୍ତିକରଣ, ସମାନତା ଏବଂ ବିଶ୍ୱ ସଶକ୍ତିକରଣକୁ ଗୁରୁତ୍ୱ ଉପରେ ଆଲୋଚନା କରାଯାଇଥିଲା। ଫାବିଓ ଆଜେଭେଡୋ, ଅଚ୍ୟୁତ ସାମନ୍ତ, ଅଭିଜିତ ବି, ଅଭିନବ ବିନ୍ଦ୍ରା, ଜନ୍‍ କେସେଲ୍‍ ଓ ଜାନା କୁଲାନ୍‍ ପ୍ରମୁଖ ଏଥିରେ ଯୋଗଦେଇ ଉପରୋକ୍ତ ବିଷୟ ଉପରେ ଆଲୋଚନା କରିଥିଲେ।

ଭୁବନେଶ୍ୱର, ୦୫ ସେପ୍ଟେମ୍ବର ୨୦୨୫




ଦେଶବ୍ୟାପୀ ଫିଟ୍ ଇଣ୍ଡିଆ ଆନ୍ଦୋଳନ ସହିତ ସମନ୍ୱୟ ରଖି ଭାରତୀୟ ରେଳବାଇର ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ "ସାଇକେଲ୍ ଉପରେ ରବିବାର" ବା ସଣ୍ଡେ ଅନ ସାଇକେଲ୍ ବ୍ୟାନରରେ ଏକ ସ୍ୱତନ୍ତ୍ର ସାଇକ୍ଲୋଥନ୍-2025 ଆୟୋଜନ କରୁଛି । ଏହି ପ୍ରୟାସର ଲକ୍ଷ୍ୟ ହେଉଛି ରେଳ କର୍ମଚାରୀ ଏବଂ ସମାଜ ମଧ୍ୟରେ ଶାରୀରିକ ଓ ମାନସିକ ସୁସ୍ଥତା ଏବଂ ପରିବେଶ ସଚେତନତାକୁ ପ୍ରୋତ୍ସାହିତ କରିବା କ୍ଷେତ୍ରରେ ବ୍ୟାପକ ଭାବେ ପ୍ରୟାସ କରିବା ।

ଏହି କାର୍ଯ୍ୟକ୍ରମ ଆସନ୍ତା ରବିବାର, 7 ସେପ୍ଟେମ୍ବର 2025 ପାଇଁ ସ୍ଥିର କରାଯାଇଛି ଏବଂ ଏହା ସକାଳ 7ଘ.30ମି.ରେ ରେଳବାଇ ଷ୍ଟାଡିୟମରୁ ଆରମ୍ଭ ହୋଇ ଅରଗୁଳ ସ୍ଥିତ ଆଇଆଇଟି ଭୁବନେଶ୍ୱରର ପ୍ରବେଶ ଫାଟକ ପର୍ଯ୍ୟନ୍ତ ଯାଇ ୧୦ କିଲୋମିଟର ଦୂରତା ଅତିକ୍ରମ କରି ପୁନର୍ବାର ଫେରିବ ।

"ଫିଟନେସ୍ କି ଡୋଜ୍, ଆଧା ଘଣ୍ଟା ରୋଜ୍" ଅଭିଯାନ ସ୍ଲୋଗାନ୍ ଅଧୀନରେ ଆୟୋଜିତ ଫିଟ୍ ଇଣ୍ଡିଆ ଆନ୍ଦୋଳନ କାର୍ଯ୍ୟକ୍ରମ ନିୟମିତ ଶାରୀରିକ କାର୍ଯ୍ୟକଳାପକୁ ଆମ ଦିନଚର୍ଯ୍ୟାରେ ସାମିଲ କରିବାର ଗୁରୁତ୍ୱକୁ ଉଜ୍ଜ୍ୱଳ କରିବା ସହ ଏହାକୁ କ୍ରମାଗତ ଭାବେ ଅଭ୍ୟାସ କରିବା ପାଇଁ ପ୍ରୋତ୍ସାହିତ କରିଥାଏ ।

ସାଇକେଲିଂ ଏକ ସରଳ କିନ୍ତୁ ଶକ୍ତିଶାଳୀ ବ୍ୟାୟାମ ଅଟେ ଯାହା ହୃଦ୍‌ରୋଗ ସୁସ୍ଥତା ବୃଦ୍ଧି, ଉନ୍ନତ ଆସନ ଏବଂ ସମନ୍ୱୟ, ମାଂସପେଶୀ ଶକ୍ତି ଏବଂ ନମନୀୟତା ବୃଦ୍ଧି, ହାଡ଼ ଏବଂ ସନ୍ଧି ଗତିଶୀଳତାକୁ ସୁଦୃଢ଼ କରିବା, ଶରୀରର ଚର୍ବି ଏବଂ ଚାପ ସ୍ତର ହ୍ରାସ ଏବଂ ଜୀବନଶୈଳୀ ରୋଗର ପ୍ରତିରୋଧ ଏବଂ ପରିଚାଳନା ଭଳି ବହୁବିଧ ସ୍ୱାସ୍ଥ୍ୟ ଲାଭ ପ୍ରଦାନ କରିଥାଏ ।

ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳର ସମସ୍ତ ଶାଖା ଅଧିକାରୀ, କର୍ମଚାରୀ ଏବଂ କ୍ରୀଡାବିତ ଓ କ୍ରୀଡା କର୍ମଚାରୀମାନଙ୍କୁ ବହୁ ସଂଖ୍ୟାରେ ଅଂଶଗ୍ରହଣ କରିବାକୁ ଉତ୍ସାହିତ କରାଯାଉଛି । ସମସ୍ତ ନିକଟବର୍ତ୍ତୀ ଷ୍ଟେସନରେ ରେଳ କର୍ମଚାରୀମାନଙ୍କୁ ସେମାନଙ୍କ ପରିବାର ସହିତ ଏହି ସ୍ୱାସ୍ଥ୍ୟ ପଦକ୍ଷେପରେ ଯୋଗଦେବା ଏବଂ ଏହି ଅଭିଯାନକୁ ସମର୍ଥନ କରିବା ପାଇଁ ପ୍ରୋତ୍ସାହିତ କରିବା କ୍ଷେତ୍ରରେ ବିଶେଷ ପ୍ରୟାସ କରାଯାଉଛି ।

"ସଣ୍ଡେଜ୍ ଅନ୍ ସାଇକେଲ" କାର୍ଯ୍ୟକ୍ରମ କେବଳ ଏକ ସୁସ୍ଥ ଏବଂ ସକ୍ରିୟ ଜୀବନଶୈଳୀକୁ ପ୍ରୋତ୍ସାହିତ କରେ ନାହିଁ ବରଂ ଭାରତୀୟ ରେଳବାଇର ସ୍ଥାୟୀତ୍ୱ ଏବଂ ସାମୁଦାୟିକ କଲ୍ୟାଣର ବ୍ୟାପକ ଲକ୍ଷ୍ୟ ସହିତ ସମନ୍ୱୟ ରଖି ପରିବେଶଗତ ଚେତନାର ଏକ ଦୃଢ଼ ବାର୍ତ୍ତା ମଧ୍ୟ ଦେଇଥାଏ ।

ଏହି ଆନ୍ଦୋଳନରେ ଯୋଗଦାନ କରନ୍ତୁ ।  ଫିଟନେସ୍ ପାଇଁ ପେଡାଲ୍ ।  ପରିବେଶ ପାଇଁ ଯାତ୍ରା କରନ୍ତୁ ।

ଭୁବନେଶ୍ୱର, ୦୪ ସେପ୍ଟେମ୍ବର ୨୦୨୫




କିଟ୍‍ ବିଶ୍ୱବିଦ୍ୟାଳୟରେ ଷ୍ଟୁଡ଼େଣ୍ଟ ନର୍ସେସ୍‍ ଆସୋସିଏସନ ଅଫ୍‍ ଇଣ୍ଡିଆ(ଏସ୍‍ଏନ୍‍ଏଆଇ) ଓଡ଼ିଶା ରାଜ୍ୟ ଶାଖାର ୩୧ତମ ଦ୍ୱିବାର୍ଷକି ସମ୍ମିଳନୀ ରବିବାର ଉଦଯ୍‍ ।ପିତ ହୋଇଯାଇଛି। ଭାରତୀୟ ତାଲିମପ୍ରାପ୍ତ ନର୍ସ ସଂଘ (ଟିଏନ୍‍ଏଆଇ)ର ଓଡ଼ିଶା ଶାଖା ଏବଂ କଳିଙ୍ଗ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ ନର୍ସିଂ ସାଇନ୍‍ସେସ୍‍ର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିବା ଏହି ଦୁଇ ଦିନିଅ ସମ୍ମିଳନୀରେ ରାଜ୍ୟରୁ ଦୁଇ ହଜାରରୁ ଊର୍ଦ୍ଧ୍ୱ ନର୍ସିଂ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ସମ୍ମିଳନୀର ବିଷୟବସ୍ତୁ ଥିଲା ‘ଆଜିର ଶିକ୍ଷା, କାଲିର ନେତୃତ୍ୱ: ଜଣେ ନର୍ସିଂ ଛାତ୍ରୀଙ୍କ ଯାତ୍ରା’। ଏହି ସମ୍ମିଳନୀର ଉଦ୍‍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ପୂର୍ବତନ ମନ୍ତ୍ରୀ ତଥା ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଲେ ନର୍ସିଂ ସେବା ଏକ ବୃତ୍ତି ନୁହେଁ ଏହା ଏକ ବ୍ରତ। ସେବା ମନୋବୃତି ଏବଂ ପ୍ରତିବଦ୍ଧତା ହେଉଛି ନର୍ସିଂ ସେବାର ମୂଳମନ୍ତ୍ର। ନର୍ସମାନେ ଜାତି, ବର୍ଣ୍ଣ ଧନୀ, ଗରିବ ବାଛ ବିଚାର ନ କରି ସମସ୍ତଙ୍କ ପ୍ରତି ସମାନ ଆଚରଣ ସହ ସମାନ ସେବା ଯୋଗାଇ ଦେଇଥାନ୍ତି। ସେମାନଙ୍କ ସେବା ଆଗରେ ଆମ ସମସ୍ତଙ୍କର ମୁଣ୍ଡ ନୁଆଁଇବା କର୍ତ୍ତବ୍ୟ ବୋଲି ଶ୍ରୀ ସାମଲ କହିଥିଲେ। ଅନ୍ୟତମ ଅତିଥି ଭାବେ ଯୋଗଦେଇ ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ନର୍ସମାନଙ୍କୁ ଭଗବାନଙ୍କ ଦୂତ ଭାବେ ଅଭିହିତ କରିଥିଲେ। ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ରୋଗୀ ସେବା କ୍ଷେତ୍ରରେ ନର୍ସମାନଙ୍କର ଏକ ବଡ଼ ଭୂମିକା ରହିଛି ବୋଲି ସେ କହିଥିଲେ। ରୋଗୀଟିଏ ସୁସ୍ଥ ହେବା ପାଇଁ ନର୍ସର ତ୍ୟାଗ ରହିଥାଏ। ସେଥିପାଇଁ ସମାଜରେ ନର୍ସମାନଙ୍କୁ ଅନନ୍ୟ ଭାବେ ବିବେଚନା କରାଯାଏ ବୋଲି ଶ୍ରୀ ମିଶ୍ର କହିଥିଲେ। କିମ୍‍ସ ମେଡ଼ିକାଲ କଲେଜ ଅଧ୍ୟକ୍ଷ ପ୍ରଫେସର ଡ଼ା. ଆର. ସି. ଦାସ କହିଲେ, ନର୍ସିଂ ଗୋଟିଏ ବୃତ୍ତି ନୁହେଁ, ଏହା ହେଉଛି ମାନବିକତା ପ୍ରତି ପ୍ରତିବଦ୍ଧତା। ଜଣେ ରୋଗୀ ପାଇଁ ଗୋଟିଏ ନର୍ସ ବହୁତ କିଛି ବୋଲି ସେ କହିଥିଲେ। ଏହି କାର୍ଯ୍ୟକ୍ରମରେ କିଟ୍‍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ୍‍ ସିଂହ, ଉପକୁଳପତି ପ୍ରଫେସର ଡ଼ା ସିବିକେ ମହାନ୍ତି, ଟିଏନଏଆଇର ଉପସଭାପତି (ପୂର୍ବାଞ୍ଚଳ) ପ୍ରମୁଖ ଯୋଗଦେଇ ସ୍ୱାସ୍ଥ୍ୟସେବାରେ ନର୍ସମାନଙ୍କର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଟିଏନ୍‍ଏଆଇ ଓଡ଼ିଶା ଶାଖାର ସଭାପତି ତଥା କିନ୍‍ସର ପ୍ରଫେସର ଅନୁସୂୟା ପଟ୍ଟନାୟକ, କିନ୍‍ସ ଅଧ୍ୟକ୍ଷା ପ୍ରଫେସର ନିୟତୀ ଦାସ, ଟିଏନଏଆଇ ଓଡଶ଼ି । ଶାଖା ସମ୍ପାଦକି । ରଞ୍ଜତି । ସାହୁ,ଏସଏନ୍‍ଏଆଇ ଓଡଶ଼ି । ଶାଖା ପରାମଶର୍ଦ ।ତା ଆଶିଷ ରଞ୍ଜନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ପ୍ରଜ୍ଞା ପାରମିତା ମିଶ୍ରଙ୍କୁ ସର୍ଭିସ ଟୁ ହ୍ୟୁମାନିଟି ସମ୍ମାନ ପ୍ରଦାନ କରାଯାଇଥିଲା। ରବିବାର ଏହି ଉଦ୍ଦେଶ୍ୟରେ ଏକ ଜନ ସଚେତନତା ପଦଯାତ୍ରା ଆୟୋଜନ କରାଯାଇଥିଲା। ଏଥିରେ ୫ଶହରୁ ଊର୍ଦ୍ଧ୍ୱ ନର୍ସିଂ ଛାତ୍ରୀ ଯୋଗଦେଇ ଲୋକଙ୍କ ମଧ୍ୟରେ ନର୍ସିଂ ସେବା ଉପରେ ସଚେତନତା ସୃଷ୍ଟି କରିଥିଲେ। ଏହା ବ୍ୟତୀତ ନର୍ସିଂ ଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଇଥିବା ବେଳେ ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

ଭୁବନେଶ୍ୱର, ୧ ଅଗଷ୍ଟ ୨୦୨୫



ଆନ୍ତଃରାଜ୍ୟ ସଂଯୋଗ ବୃଦ୍ଧି କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ଭାରତୀୟ ରେଳ ଟ୍ରେନ ନମ୍ବର 20472/20471 ପୁରୀ-ଲାଲଗଡ଼-ପୁରୀ ସାପ୍ତାହିକ ଏକ୍ସପ୍ରେସକୁ ରାଜସ୍ଥାନର ଶ୍ରୀ ଗଙ୍ଗାନଗର ପର୍ଯ୍ୟନ୍ତ ସମ୍ପ୍ରସାରଣ କରିଛି, ଯାହା 13 ଅଗଷ୍ଟ 2025 ଠାରୁ କାର୍ଯ୍ୟକାରୀ ହୋଇଅଛି ।

ପୁରୀର ମାନନୀୟ ଲୋକସଭା ସାଂସଦ ଶ୍ରୀ ସମ୍ବିତ ପତ୍ର ଓ ରାଜ୍ୟସଭା ସାଂସଦ ଶ୍ରୀ ଶୁଭାଶିଷ ଖୁଣ୍ଟିଆଙ୍କ ଦ୍ୱାରା ମାନନୀୟ ବିଧାୟକ ଶ୍ରୀ ସୁନୀଲ କୁମାର ମହାନ୍ତିଙ୍କ ଉପସ୍ଥିତିରେ ଆଜି ସକାଳ 06 ଘ :35 ମି.ରେ ପୁରୀ ରେଳ ଷ୍ଟେସନରୁ ଉଦଘାଟନୀ ପରିବର୍ଦ୍ଧିତ ଯାତ୍ରାକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଖୋର୍ଦ୍ଧା ରୋଡ ରେଳମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଶ୍ରୀ ଆଲୋକ ତ୍ରିପାଠି ଏହି ଅବସରରେ ଯୋଗଦେଇ ଜାତୀୟ ସଂହତି ଏବଂ ଗତିଶୀଳତାକୁ ପ୍ରୋତ୍ସାହିତ କରିବାରେ ଏହି ରଣନୈତିକ ସମ୍ପ୍ରସାରଣର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ ।

ଏହି ପଦକ୍ଷେପ ବଙ୍ଗୋପସାଗର କୂଳରେ ଥିବା ପୁରୀକୁ ରାଜସ୍ଥାନର ଥର ମରୁଭୂମି ନିକଟରେ ଥିବା ଶ୍ରୀ ଗଙ୍ଗାନଗର ସହିତ ଓଡ଼ିଶା, ଛତିଶଗଡ଼, ମଧ୍ୟପ୍ରଦେଶ, ପଞ୍ଜାବ, ହରିୟାଣା ଏବଂ ରାଜସ୍ଥାନରେ ବିସ୍ତୃତ ଏକକ ରେଳ କରିଡର ମାଧ୍ୟମରେ ସଂଯୋଗ କରୁଅଛି । ଏହି ଟ୍ରେନ୍ ଏବେ ବିଭିନ୍ନ ଭୌଗୋଳିକ ଅଞ୍ଚଳରେ ତୀର୍ଥଯାତ୍ରୀ, ଛାତ୍ର, ବ୍ୟବସାୟୀ ଏବଂ ପ୍ରବାସୀ ଶ୍ରମିକଙ୍କ ପାଇଁ ଏକ ସୁଲଭ ଏବଂ ସିଧାସଳଖ ସାପ୍ତାହିକ ଗମନାଗମନ ସେବା ପ୍ରଦାନ କରୁଛି ।

ଏହି ଟ୍ରେନ ପାଇଁ ଥିବା ସମୟସୂଚୀ ଅନୁଯାୟୀ ପୁରୀ ଏବଂ ଲାଲଗଡ଼ ମଧ୍ୟରେ ଟ୍ରେନ୍ ର ପୂର୍ବ ସମୟ ଉଭୟ ପାର୍ଶ୍ୱରୁ ଅପରିବର୍ତ୍ତିତ ରହିଛି । ଲାଲଗଡ଼ ପରେ ଏହି ଟ୍ରେନ ଲୁଙ୍କାରଣସର, ସୁରତଗଡ଼, ରାୟ ସିଂହ ନଗର ଏବଂ ଶ୍ରୀ କରଣପୁରରେ ରହଣି ପ୍ରଦାନ କରି ରାତ୍ରି 02 ଘ.05 ମି.ରେ ଶ୍ରୀ ଗଙ୍ଗାନଗରରେ ପହଞ୍ଚିବ । ଫେରିବା ସମୟରେ ଏହି ଟ୍ରେନ ଶ୍ରୀ ଗଙ୍ଗାନଗରରୁ ଅପରାହ୍ନ 02 ଘ.10ମି.ରେ ଛାଡି ଲାଲଗଡ଼ରେ ସନ୍ଧ୍ୟା 06 ଘ. 30 ମି.ରେ ପହଞ୍ଚିବ ଏବଂ ସନ୍ଧ୍ୟା 06 ଘ. 32 ମି.ରେ ପୁରୀ ଅଭିମୁଖେ ଯାତ୍ରା କରିବ ।

ଏହି ସମ୍ପ୍ରସାରଣ ଜନସାଧାରଣଙ୍କ ଦୀର୍ଘକାଳୀନ ଦାବିକୁ ପୂରଣ କରିବା ସହ ଭାରତ ସରକାରଙ୍କ ଅନ୍ତର୍ଭୁକ୍ତ ବିକାଶ ଏବଂ ଶେଷ ମାଇଲ ସଂଯୋଗୀକରଣ ଦୃଷ୍ଟିକୋଣ ସହିତ ସମନ୍ୱିତ ରକ୍ଷାକରୁଅଛି । ଏହା ମଧ୍ୟ ପର୍ଯ୍ୟଟନ (ମହୋଦଧି ସ୍ଥିତ ଜଗନ୍ନାଥ ଧାମକୁ ମରୁଭୂମି ପର୍ଯ୍ୟଟନ କେନ୍ଦ୍ର ସହିତ ସଂଯୋଗ କରିବ), ବାଣିଜ୍ୟ (କୃଷି ଉତ୍ପାଦ ଏବଂ ହସ୍ତଶିଳ୍ପ ଭଳି ସାମଗ୍ରୀର ପରିବହନକୁ ସହଜ କରିବି), ଏବଂ ନିଯୁକ୍ତି (ଆତିଥ୍ୟ ଏବଂ ଲଜିଷ୍ଟିକ୍ସ କ୍ଷେତ୍ରରେ ସୁଯୋଗ ବୃଦ୍ଧି) କୁ ଲାଭଦାୟକ କରିବ ବୋଲି ଆଶା କରାଯାଉଛି ।

ସାଂସ୍କୃତିକ ଦୃଷ୍ଟିରୁ ଏହା ଓଡ଼ିଶା ଏବଂ ରାଜସ୍ଥାନର ପରମ୍ପରାକୁ ଏକାଠି କରି ତୀର୍ଥଯାତ୍ରା ଏବଂ ଐତିହ୍ୟ ପର୍ଯ୍ୟଟନକୁ ଅଧିକ ସୁଗମ କରିବ ଏବଂ "ବିବିଧତାରେ ଏକତା" ଭାବନାକୁ ଦୃଢ଼ କରିପାରିବ । ଭାରତୀୟ ରେଳ ଏକ ଉତ୍ତମ ସଂଯୁକ୍ତ ଭାରତ ନିର୍ମାଣ ପାଇଁ ପ୍ରତିବଦ୍ଧ - ଯେଉଁଠାରେ ରେଳ ଭିତ୍ତିଭୂମି ଅଞ୍ଚଳ ସଂସ୍କୃତି ଏବଂ ଐତିହ୍ୟ ଗୁଡ଼ିକୁ ସଂଯୋଗ କରିଥାଏ । 

ଭୁବନେଶ୍ୱର, ୧  ଜୁନ ୨୦୨୫




ଏହାକୁ ଅତ୍ୟାଧୁନିକ ସ୍ୱୟଂ ସମ୍ପୂର୍ଣ୍ଣ ଷ୍ଟୁଡ଼ିଓରେ ପରିଣତ କରିବା ପାଇଁ ଡିପିଆର୍‌ ପ୍ରସ୍ତୁତ କରିବାକୁ ବିଭାଗକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଳିଙ୍ଗ ଷ୍ଟୁଡ଼ିଓ ପରିଦର୍ଶନ କରି  ଏହାକୁ ଏକ ସ୍ୱୟଂ ସମ୍ପୂର୍ଣ୍ଣ ଅତ୍ୟାଧୁନିକ ଷ୍ଟୁଡ଼ିଓ ଭାବେ ବିକଶିତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ଏକ ଡିପିଆର୍‍ ପ୍ରସ୍ତୁତ କରିବା ପାଇଁ ସେ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ୧୯୮୦ ମସିହାରେ ସ୍ଥାପିତ ହୋଇଥିବା ଏହି ଷ୍ଟୁଡ଼ିଓ ଏକଦା ଚଳଚ୍ଚିତ୍ର ନିର୍ମାଣ ପାଇଁ ଉନ୍ନତ ଯନ୍ତ୍ରପାତି ସହିତ ପୂର୍ବ ଭାରତର ଏକମାତ୍ର ଷ୍ଟୁଡ଼ିଓ ଭାବେ ଖ୍ୟାତି ଅର୍ଜନ କରିଥିଲା । ସମୟକ୍ରମେ ଆଧୁନିକ ଯନ୍ତ୍ରପାତି ଓ ବୈଷୟିକ ଉପକରଣ ଅଭାବରୁ ଷ୍ଟୁଡ଼ିଓଟିର ଚାହିଦା ହ୍ରାସ ପାଇଥିଲା । ଏହାର ଉନ୍ନତିକରଣ କାର୍ଯ୍ୟ ଜାରି ରହିଛି ।

ନୂଆ ସରକାର ଦାୟିତ୍ୱ ନେବା ପରେ ଏହି ଷ୍ଟୁଡ଼ିଓର ଅତ୍ୟାଧୁନିକୀକରଣକୁ ଗୁରୁତ୍ୱ ଦେବାପାଇଁ ମୁଖ୍ୟମନ୍ତ୍ରୀ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ନିର୍ଦ୍ଦେଶ ଅନୁଯାୟୀ ପ୍ରଥମ ପର୍ଯ୍ୟାୟରେ ଷ୍ଟୁଡ଼ିଓର ଟେକ୍‍ ବିଲଡ଼ିଙ୍ଗ, ଏଣ୍ଟ୍ରାନ୍‍ସ ପ୍ଲାଜା, ଇନଡୋର୍‍ ସୁଟିଙ୍ଗ ବ୍ୟବସ୍ଥା, କଳିଙ୍ଗ ମୁଭି ମ୍ୟାଜିକ୍‍, ଆଭେନ୍ୟୁ ଲ୍ୟାଣ୍ଡ, ଭିଲେଜ୍‍ ଏରିଆ, ଆଇକନିକ୍‍ ଲ୍ୟାଣ୍ଡ ମାର୍କ, ସ୍ନୋ ୱାର୍ଲଡ, କମ୍ୟୁନିଟି ହଲ୍‍, ବାମ୍ୱୋ ଷ୍ଟ୍ରକ୍‍ଚର, ୱାଟର ବଡ଼ି, ଗ୍ରୀନ ଏରିଆ ଇତ୍ୟାଦି ବିକଶିତ କରାଯାଇଛି । ବାକି ରହିଥିବା କାମ ଗୁଡ଼ିକ ଯଥାଶୀଘ୍ର ସମ୍ପୂର୍ଣ୍ଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଇଡ୍‌କୋ ପକ୍ଷରୁ ଏହି ବିକାଶ କାର୍ଯ୍ୟ କରାଯାଉଛି ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଓଡ଼ିଆ ଚଳଚ୍ଚିତ୍ରର ବିକାଶ ପାଇଁ ଏହି ଷ୍ଟୁଡ଼ିଓର ବିକାଶ ଅତ୍ୟନ୍ତ ଆବଶ୍ୟକ । ସମସ୍ତ ଅତ୍ୟାଧୁନିକ ସୁବିଧା ସୁଯୋଗ ଥାଇ ଏହାକୁ ଏକ ସ୍ୱୟଂ ସମ୍ପୂର୍ଣ୍ଣ ଷ୍ଟୁଡ଼ିଓରେ ପରିଣତ କରାଯିବ । ଚଳଚ୍ଚିତ୍ର ଜଗତ ସହିତ ଜଡ଼ିତ ସମସ୍ତଙ୍କ ସହ ଆଲୋଚନା କରାଯାଇ ଏହି ଷ୍ଟୁଡ଼ିଓର ବିକାଶ କରାଯିବ ବୋଲି ସେ କହିଛନ୍ତି । 

ମୁଖ୍ୟମନ୍ତ୍ରୀଙ୍କ ସହିତ ଶିଳ୍ପ ଓ ଦକ୍ଷତା ବିକାଶ ମନ୍ତ୍ରୀ ଶ୍ରୀ ସମ୍ପଦ ଚରଣ ସ୍ୱାଇଁ ଷ୍ଟୁଡ଼ିଓ ବୁଲି ଦେଖିଥିଲେ । ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା ପ୍ରକଳ୍ପ କାର୍ଯ୍ୟ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସମର୍ଥ ବର୍ମା ଏବଂ ଇଡ୍‌କୋର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଭୂପିନ୍ଦର ସିଂ ପୁନିଆ ଉପସ୍ଥିତ ଥିଲେ ।

ଭୁବନେଶ୍ୱର,  ମଇ ୨୦୨୫




କର୍ଣ୍ଣ-ନାସା-ଗଳା ଓ କର୍କଟ ରୋଗର ଉନ୍ନତ ଅସ୍ତ୍ରୋପଚାର ପାଇଁ କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ (କିମ୍‍ସ)ରେ ଏକ ଅତ୍ୟାଧୁନିକ ସିଓଟୁ ( CO2) ମେସିନ୍‍ ଉଦ୍‍ଘାଟିତ ହୋଇଯାଇଛି । କିଟ୍‍, କିସ୍‍ ଓ କିମ୍‍ସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଏହି ମେସିନ୍‍କୁ ଉଦ୍‍ଘାଟନ କରି କହିଛନ୍ତି । ଏହା କର୍ଣ୍ଣ-ନାସା-ଗଳା ଓ କର୍କଟ ରୋଗର ଉନ୍ନତ ଅସ୍ତ୍ରୋପଚାର କ୍ଷେତ୍ରରେ ଏହା ଏକ ମାଇଲ୍‍ ଖୁଣ୍ଟ ହେବ। ଏହା ଦ୍ୱାରା ଓଡ଼ିଶା ତଥା ପଡ଼ୋଶୀ ରାଜ୍ୟର ଲୋକମାନେ ଅତ୍ୟାଧୁନିକ ଚିକିତ୍ସା ପାଇପାରିବେ। ଏହି ଅବସରରେ କିମ୍‍ସ କର୍ଣ୍ଣ-ନାସା-ଗଳା ବିଭାଗର ମୁଖ୍ୟ ଡା. କବିକାନ୍ତ ସାମନ୍ତରାୟ CO2 ଲେଜର ମେସିନ୍‍ର ବିଭିନ୍ନ ଉପଯୋଗିତା ଉପରେ ଆଲୋକପାତ କରିଥିଲେ। କର୍କଟ ଓ କର୍ଣ୍ଣ-ନାସା-ଗଳା ରୋଗୀଙ୍କ ଅସ୍ତ୍ରୋପଚାର କ୍ଷେତ୍ରରେ ଏହା ହେଉଛି ସର୍ବାଧୁନିକ ମେସିନ୍‍ ବୋଲି ସେ ଦାବି କରିଛନ୍ତି। ଏହା ଦ୍ୱାରା ବିନା ରକ୍ତକ୍ଷୟରେ ଅସ୍ତ୍ରୋପଚାର ହେଉଥିବା ଯୋଗୁଁ ରୋଗୀ ଦ୍ରୁତ ଆରୋଗ୍ୟ ଲାଭ କରିଥାଏ। ଏହି ମେସିନ୍‍ ଦ୍ୱାରା ସ୍ୱରଯନ୍ତ୍ର ଅସ୍ତ୍ରୋପଚାର ଭଳି ସମସ୍ତ ପ୍ରକାର ସୂକ୍ଷ୍ମ ଓ ଜଟିଳ ଅସ୍ତ୍ରୋପଚାର ସମ୍ଭବ ହୋଇପାରିବ। ଏହି ଅସ୍ତ୍ରୋପଚାର ପାଇଁ ପୂର୍ବରୁ ରୋଗୀମାନେ ମୁମ୍ବାଇ କିମ୍ବା ଦିଲ୍ଲୀକୁ ଯାଉଥିଲେ। ଏଥିପାଇଁ ସେମାନଙ୍କୁ ଆର୍ଥିକ ବୋଝ ପଡ଼ୁଥିଲା। କିମ୍‍ସରେ ଏହି ସୁବିଧା ଉପଲବ୍‍ଧ ହେବା ପରେ ଏଣିକି ରୋଗୀଙ୍କୁ ସୁଲଭ ଦରରେ ଏହି ସୁବିଧା ମିଳିପାରିବ। କିମ୍‍ସରେ ଲେଜର-ଆଧାରିତ ଏହି ଚିକିତ୍ସା ୨୪ଘଣ୍ଟିଆ ଉପଲବ୍‍ଧ ହେବ। ସମ୍ପ୍ରତି ଲେଜର ଅସ୍ତ୍ରୋପଚାର ଚାହିଦା ରୋଗୀଙ୍କ ମଧ୍ୟରେ ବୃଦ୍ଧି ପାଉଥିବା ବେଳେ କିମ୍‍ସରେ ଏହି ସୁବିଧା ସହିତ, ଠିକ୍ ଏବଂ ସର୍ବନିମ୍ନ କ୍ଷତରେ ଚିକିତ୍ସା ଯୋଗାଇ ଦେବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ଡା. ସାମନ୍ତରାୟ ସୂଚନା ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ କିମ୍‍ସ ମେଡିକାଲ୍‍ କଲେଜ ଅଧ୍ୟକ୍ଷ ପ୍ରଫେସର ଆର ସି ଦାସ, କିମ୍‍ସ ମେଡିକାଲ ଅଧିକ୍ଷକ ଡା ମାନସ ରଞ୍ଜନ ବେହେରା ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।


ଭୁବନେଶ୍ୱର, ୦୯ ମଇ ୨୦୨୫




  • ମୋଟ ପୁରସ୍କାର ରାଶି ୬୦ ଲକ୍ଷ
  • ୪୨ଟି ଦେଶର ୧୨୦୦ + ଖେଳାଳିଙ୍କ ଯୋଗଦାନ

ସର୍ବ ଭାରତୀୟ ଚେସ୍ ଫେଡେରେସନ (ଏଆଇସିଏଫ) ତତ୍ତ୍ୱାବଧାନରେ କିଟ୍ ବିଶ୍ୱବିଦ୍ୟାଳୟ ଦ୍ୱାରା ଆୟୋଜିତ ୧୬ତମ କିଟ୍ ଅନ୍ତର୍ଜାତୀୟ ଚେସ୍ ମହୋତ୍ସବ ୨୦୨୫ ଶୁକ୍ରବାର ଉଦ୍‍ଘାଟିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରି ଭାରତୀୟ ଟେନିସ୍ ତାରକା, ଅଲିମ୍ପିଆନ୍ ଏବଂ ମେଜର ଧ୍ୟାନ ଚାନ୍ଦ ଖେଳ ରତ୍ନ ପୁରସ୍କାର ବିଜେତା ଲିଆଣ୍ଡର ପେସ୍ କହିଲେ, ଶିକ୍ଷା ଏବଂ କ୍ରୀଡ଼ା ଶିକ୍ଷା ପାଇଁ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଦୃଷ୍ଟିକୋଣ ଅନନ୍ୟ। କିଟ୍ ଓ କିସ୍‌ର କ୍ରୀଡ଼ା ଭିତ୍ତିଭୂମି ଏବଂ ତାଲିମ ଅତି ଉତ୍କୃଷ୍ଟ । ଭାରତରେ କ୍ରୀଡ଼ା କ୍ଷେତ୍ରରେ ଅଚ୍ୟୁତ ସାମନ୍ତଙ୍କ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଛି। କ୍ରୀଡ଼ାରେ କିଟ୍ ଓ କିସ୍‌କୁ ଏକ ଅଗ୍ରଣୀ ଅନୁଷ୍ଠାନ ଭାବେ ଗଢ଼ି ତୋଳିବା ପାଇଁ ସେ ଶ୍ରୀ ସାମନ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ। ଏହି ପରିପ୍ରେକ୍ଷୀରେ କିଟ୍ ଓ କିସ୍ ର କ୍ରୀଡ଼ାକୁ ବିଶ୍ୱ ମାନଚିତ୍ରରେ ସ୍ଥାନ ଦେବା ତାଙ୍କର ଦାୟିତ୍ୱ ବୋଲି  ଲିଆଣ୍ଡର ପ୍ରତିଶ୍ରୁତି ଦେଇଥିଲେ।

ଅନ୍ୟତମ ଅତିଥି ମହାରାଷ୍ଟ୍ରର ପୁନେସ୍ଥିତ ଚେସ୍ ଇନ୍ ସ୍କୁଲ (ଫିଡେ)ର କମିଶନର ତଥା ଜିଏମ ଅଭିଜିତ କୁନ୍ତେ, ଶ୍ରୀ ସାମନ୍ତଙ୍କୁ ତାଙ୍କର ଦୃଷ୍ଟିକୋଣ ପାଇଁ ଧନ୍ୟବାଦ ଜଣାଇଥିଲେ। ସେ କହିଲେ ଭାରତର ପୂର୍ବ ଭାଗରେ ଏକ ଅନ୍ତର୍ଜାତୀୟ ଚେସ୍ ଟୁର୍ଣ୍ଣାମେଣ୍ଟର ଆବଶ୍ୟକତା ରହିବ ବୋଲି ୧୬ ବର୍ଷ ପୂର୍ବେ, ଅଚ୍ୟୁତ ସାମନ୍ତ ଚିନ୍ତା କରିପାରିଥିଲେ। ଏଭଳି ଅନ୍ତର୍ଜାତୀୟ ଚେସ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବା ଏକ ସହଜ କାମ ନୁହେଁ। ମାତ୍ର ଦୀର୍ଘ ୧୫ ବର୍ଷ ଧରି ନିରନ୍ତର ଏହି ଟୁର୍ଣ୍ଣାମେଣ୍ଟ କିଟ୍‌ରେ ଆୟୋଜନ କରାଯାଇଆସୁଥିବାରୁ ଶ୍ରୀ ସମନ୍ତଙ୍କ ଉଦ୍ୟମକୁ ସେ ପ୍ରଶଂସା କରିଥିଲେ।

ଏହି ଅବସରରେ ଏଆଇସିଏଫର ପୂର୍ବତନ ଉପାଧ୍ୟକ୍ଷ ଭବେଶ ଭାଇ ପଟେଲ କହିଲେ, ଏଭଳି ଟୁର୍ଣ୍ଣାମେଣ୍ଟ ଆୟୋଜନ ପାଇଁ ଅଧିକ ପାଣ୍ଠି, ବିପୁଳ ଭିତ୍ତିଭୂମି ସହ ଆୟୋଜକଙ୍କ ଏକ ବିଶାଳ ହୃଦୟ ରହିବା ଆବଶ୍ୟକ। ଅଚ୍ୟୁତ ସାମନ୍ତଙ୍କଠାରେ ସେଭଳି ସାହସ ଓ ଇଚ୍ଛା ଶକ୍ତି ରହିଥିବା ସେ ପ୍ରକାଶ କରିଥିଲେ। ଏପରି ଟୁର୍ଣ୍ଣାମେଣ୍ଟ ଆୟୋଜନ କେବଳ ଓଡ଼ିଶାର ନୁହେଁ ଭାରତର ମଧ୍ୟ ଗର୍ବ ବୋଲି ସେ କହିଥିଲେ।

ସଭାପତିତ୍ୱ ଭାଷଣରେ ଶ୍ରୀ ସାମନ୍ତ କହିଲେ, ଚେସରେ ଓଡ଼ିଶାକୁ ଅନ୍ତର୍ଜାତୀୟସ୍ତରରେ ପହଞ୍ଚାଇବା ପାଇଁ କିଟ୍ ଓ କିସ୍‌ର  ଉଲ୍ଲେଖନୀୟ ଅବଦାନ ରହିଛି। କିଟ୍ ଓ କିସ୍ ସର୍ବଦା କ୍ରୀଡ଼ା ଏବଂ କ୍ରୀଡ଼ାବିତଙ୍କୁ ପ୍ରୋତ୍ସାହିତ କରିଆସୁଛି। କିଟ୍ ଓ କିସ୍ ଭାରତର ଏକମାତ୍ର ଅନୁଷ୍ଠାନ ଯେଉଁଠି ବିଶ୍ୱସ୍ତରୀୟ କ୍ରୀଡ଼ା ଭିତ୍ତିଭୂମି ସହ ସର୍ବୋତ୍ତମ ତାଲିମ ସୁବିଧା ରହିଛି। ଆଗାମୀ ବର୍ଷରେ ଏହାର କ୍ରୀଡ଼ା ଭିତ୍ତିଭୂମିକୁ ଦ୍ୱିଗୁଣିତ କରାଯିବ ବୋଲି ଶ୍ରୀ ସାମନ୍ତ କହିଥିଲେ।

୧୬ତମ କିଟ୍ ଆନ୍ତର୍ଜାତୀୟ ଚେସ୍ ମହୋତ୍ସବରେ ଭାରତ ସମେତ ୪୨ଟି ଦେଶର ଅନ୍ତର୍ଜାତୀୟ ଆର୍ବିଟର, ଅନ୍ତର୍ଜାତୀୟ ମାଷ୍ଟର ଏବଂ ଗ୍ରାଣ୍ଡମାଷ୍ଟର ସମେତ ୧୨ଶହ ଖେଳାଳି ଅଂଶଗ୍ରହଣ କରିଛନ୍ତି। କୌଣସି ଅନ୍ତର୍ଜାତୀୟ ଚେସ୍‍ ଟୁର୍ଣ୍ଣାମେଣ୍ଟରେ ୪୨ ଦେଶର ଖେଳାଳି ଯୋଗଦେବା ପ୍ରଥମ । ମୋଟ ପୁରସ୍କାର ରାଶି ରହିଛି ୬୦ ଲକ୍ଷ। ଏହା ଭାରତରେ କୌଣସି ଚେସ୍ ଇଭେଣ୍ଟରେ ପ୍ରଦାନ କରାଯାଇଥିବା ଦ୍ୱିତୀୟ ସର୍ବାଧିକ ପୁରସ୍କାର ରାଶି। ମୋଟ ୪୩୬ଟି ପୁରସ୍କାର ତିନୋଟି ବର୍ଗରେ ବଣ୍ଟନ କରାଯିବ। ‘ଏ’ ବର୍ଗରେ ମୋଟ ୩୦ଲକ୍ଷ ଟଙ୍କା,୧୯୦୦ରୁ କମ୍‍ ରେଟେଡ଼୍‍ ଥିବା ‘ବି’ ବର୍ଗ ପାଇଁ ୧୫ଲକ୍ଷ ଏବଂ ୧୭୦୦ରୁ କମ୍‍ ରେଟେଡ଼୍‍ ଥିବା ‘ସି’ ବର୍ଗର ଖେଳାଳିଙ୍କ ପାଇଁ ୧୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ରଖାଯାଇଛି। 

କାର୍ଯ୍ୟକ୍ରମରେ ଟୁର୍ଣ୍ଣାମେଣ୍ଟ ନିର୍ଦ୍ଦେଶକ ତଥା ଆଇଏମ୍ ଶେଖର ଚନ୍ଦ୍ର ସାହୁ ସ୍ୱାଗତ ଭାଷଣ ଦେଇଥିବା ବେଳେ ଏଆଇସିଏଫ୍ ଇଭେଣ୍ଟ କମିଟିର ସଦସ୍ୟ ରଞ୍ଜନ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ଓଡ଼ିଶା ଚେସ୍ ଆସୋସିଏସନର ସଭାପତି ସତ୍ୟ ରଞ୍ଜନ ପଟ୍ଟନାୟକ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

ଭୁବନେଶ୍ୱର, ୧୪ ଏପ୍ରିଲ୍ ୨୦୨୫




ରାଜ୍ୟ ସରକାରଙ୍କ ପକ୍ଷରୁ ‘ଓଡିଆପକ୍ଷ’ ପାଳନ ଓଡିଆ ଅସ୍ମିତାର ଭାବନାକୁ ଅଧିକ ଋଦ୍ଧିମନ୍ତ କରିବ ବୋଲି ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍‌ପାଟି କହିଛନ୍ତି । ଚଳିତ ଏପ୍ରିଲ୍ ୧ ତାରିଖରୁ ବିବିଧ କାର୍ଯ୍ୟକ୍ରମ ଆୟୋଜନ ମାଧ୍ୟମରେ ଆରମ୍ଭ ହୋଇଥିବା ‘ଓଡିଆ ପକ୍ଷ’ ପାଳନର ଉଦ୍‌ଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟପାଳ ଏହା କହିଛନ୍ତି । ଏପ୍ରିଲ୍ ୧୪ ତାରିଖ ସନ୍ଧ୍ୟାରେ ଓୟୁଏଟି (ଓଡିଶା କୃଷି ଓ ବୈଷୟିକ ବିଶ୍ୱ ବିଦ୍ୟାଳୟ)ର କୃଷି ଶିକ୍ଷା ସଦନଠାରେ ଆୟୋଜିତ ଏହି ଉଦ୍‌ଯାପନୀ ସମାରୋହରେ ଉଦ୍‌ବୋଧନଦେଇ ରାଜ୍ୟପାଳ କହିଥିଲେ ଯେ ଓଡିଆ ପକ୍ଷ ପାଳନ କେବଳ ଏକ ସମୟ ଉପଯୋଗୀ ପଦକ୍ଷେପ ନୁହେଁ ବରଂ ଓଡିଶାର ଅନନ୍ୟ ପରିଚୟ, ଐତିହ୍ୟ ଏବଂ ଗର୍ବକୁ ଉଚ୍ଚ କରିବାର ଗୁରୁତ୍ୱପୂର୍ଣ୍ଣ ପ୍ରୟାସ । ଓଡିଆ ପକ୍ଷ ଲୋକ ପରମ୍ପରା, ସଂସ୍କୃତି, ପ୍ରାଚୀନ ଶାସ୍ତ୍ର, ପର୍ବପର୍ବାଣୀ, ହସ୍ତ ଶିଳ୍ପ, ଖାଦ୍ୟ ଏବଂ ମହାନ ସନ୍ତାନମାନଙ୍କ କୃତୀ ଓ କୀର୍ତିକୁ ସୁନ୍ଦର ଭାବରେ ପ୍ରଦର୍ଶନ କରିବାର ସୁଯୋଗ ସୃଷ୍ଟି କରିଛି ଯାହା ଲୋକଙ୍କ ମଧ୍ୟରେ ଗର୍ବର ଭାବନାକୁ ପୁନଃଜୀବିତ କରିବ । ଓଡିଆ ପକ୍ଷ କେବଳ ରାଜ୍ୟର ସମୃଦ୍ଧ ଐତିହ୍ୟ ପ୍ରତି ସମ୍ମାନ ନୁହେଁ ବରଂ ବିଭିନ୍ନ କ୍ଷେତ୍ରରେ ଓଡିଶାର ଅପାର ସମ୍ଭାବନାକୁ ସଂରକ୍ଷଣ, ପ୍ରୋତ୍ସାହନ ଏବଂ ପ୍ରଦର୍ଶିତ କରିବା ପାଇଁ ଏକ ଆହ୍ୱାନ । ଏହା ଓଡିଶାର ମୂଲ୍ୟବୋଧ ଓ ବୈଶିଷ୍ଟ୍ୟକୁ ବଜାୟ ରଖିବା ପାଇଁ ସାମୁହିକ ଭାବେ ଦାୟିତ୍ୱ ନିର୍ବାହ କରିବା ପାଇଁ ପ୍ରେରଣା ଯୋଗାଇବ । “ଓଡିଆ ପକ୍ଷ” ପାଳନ ସାଂସ୍କୃତିକ ଗୌରବକୁ ଏକ ବିକଶିତ ଓଡିଶା ଏବଂ ବିକଶିତ ଭାରତ ଗଠନ ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ରାଜ୍ୟପାଳ କହିଥିଲେ । ଏହି ସମାରୋହରେ ସମ୍ମାନନୀୟ ଅତିଥି ଭାବେ ଯୋଗ ଦେଇ ପୂର୍ତ, ଆଇନ ଏବଂ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ଏକାମ୍ର ଭୁବନେଶ୍ୱର ବିଧାୟକ ବାବୁ ସିଂହ, ବିଏମ୍‌ସି ମେୟର ଶ୍ରୀମତୀ ସୁଲୋଚନା ଦାସ ବକ୍ତବ୍ୟ ପ୍ରଦାନ କରି ମାତୃଭୂମି ଓ ମାତୃଭାଷା ପ୍ରତି ମମତା ରଖି ଓଡିଶାର କଳା, ସାହିତ୍ୟ, ସଂସ୍କୃତି, ଐତିହ୍ୟ ପରମ୍ପରା ଏବଂ ବିକାଶର ଧାରା ତଥା ଓଡିଆ ଅସ୍ମିତାକୁ ଅଧିକ କ୍ରିୟାଶୀଳ ତଥା ଋଦ୍ଧିମନ୍ତ କରିବାରେ ଓଡିଆ ପକ୍ଷ ସହାୟକ ହେବ ବୋଲି କହି ବା ସାହିତ ଆଗାମୀ ଦିନରେ ଅଧିକ ବ୍ୟାପକ ଭାବେ “ଓଡିଆ ପକ୍ଷ” ପାଳନ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ସଂଜୀବ କୁମାର ମିଶ୍ର ପ୍ରାରମ୍ଭରେ ସ୍ୱାଗତଭାଷଣ ପ୍ରଦାନ କରି ଓଡିଆ ପକ୍ଷ ପାଳନ ଅବସରରେ ସମଗ୍ର ରାଜ୍ୟରେ ହାତକୁ ନିଆଯାଇଥିବା କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇଥିବା ବେଳେ ଶେଷରେ ବିଭାଗୀୟ ନିର୍ଦ୍ଦେଶକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଭିଡିଓ ସଂଗୀତ ‘ଉଠ କଙ୍କାଳ’, ଓଡିଆ ପକ୍ଷ ସଂପର୍କିତ ସଂଗୀତ, ସ୍ମରଣିକା ଏବଂ ଓଡିଆ ସାହିତ୍ୟ ଏକାଡେମୀ ଓ ଓଡିଶା ସଂଗୀତ ନାଟକ ଏକାଡେମୀ ଦ୍ୱାରା ପ୍ରକାଶିତ ପୁସ୍ତକ ଉନ୍ମୋଚିତ ହୋଇଥିଲା ଏବଂ ଓଡିଆ ପକ୍ଷ ପାଳନ ଅବସରରେ ଆୟୋଜିତ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା ।

ଭୁବନେଶ୍ୱର, ୨୫ ଫେବୃଆରୀ ୨୦୨୫




ଇଣ୍ଡିଆ ଟ୍ରେକ୍‍ ନିମନ୍ତ୍ରଣ କାର୍ଯ୍ୟକ୍ରମରେ ୨୩ ତାରିଖରୁ ମାର୍ଚ୍ଚ ୧ ତାରିଖ ପର୍ଯ୍ୟନ୍ତ ୭ ଦିନିଆ କିଟ୍‍ ଓ କିସ୍‍ ପରିଦର୍ଶନରେ ଆସିଥିବା ହାର୍ଭାର୍ଡ ବିଶ୍ୱବିଦ୍ୟାଳୟର ୨୧ ଜଣିଆ ପ୍ରତିନିଧିମଣ୍ଡଳ କିଟ୍‍ ଓ କିସ୍‍ ପରିଦର୍ଶନରେ ଅଛନ୍ତି। ଓଡ଼ିଶାର କଳା, ସଂସ୍କୃତି, ଐତିହ୍ୟ, ସାମାଜିକ-ଅର୍ଥନୈତିକ ସ୍ଥିତି ବିଷୟରେ ଜାଣିବା ଓ ଜ୍ଞାନର ଆଦାନ ପ୍ରଦାନ କରିବା ହେଉଛି ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ। କିଟ୍‍ ଓ କିସ୍‍ ବୁଲିବା ସହ ଓଡ଼ିଶାର କଳା, ସଂସ୍କୃତି ଓ ପରମ୍ପରା ବିଷୟରେ ଜାଣୁଛନ୍ତି। ସେହିପରି ଇଣ୍ଡୋ-ଜାପାନ ସାଂସ୍କୃତିକ ବିନିମୟ କାର୍ଯ୍ୟକ୍ରମରେ ଜାପାନରୁ ମଧ୍ୟ ଏକ ପ୍ରତିନିଧିମଣ୍ଡଳ ୨୨ତାରିଖରୁ ୨୬ ତାରିଖ ପର୍ଯ୍ୟନ୍ତ କିଟ୍‍ ଓ କିସ୍‍ ପରିଦର୍ଶନ କରିଥିଲେ। ସେମାନେ ଓଡ଼ିଶାର କଳା, ସଂସ୍କୃତି, ସ୍ଥାପତ୍ୟ ଆଦି ସମ୍ପର୍କରେ କିଟ୍‍ ଓ କିସ୍‍ ଛାତ୍ରଛାତ୍ରୀଙ୍କ ସହ ଭାବବିନିମୟ କରିଥିଲେ। ଏହା ଛଡ଼ା ଉଭୟ ଦେଶର ଛାତ୍ରଛାତ୍ରୀମାନେ ନିଜ ନିଜ ଦେଶର କଳା, ସଂସ୍କୃତି ଆଦି ପ୍ରଦର୍ଶନ କରିଥିଲେ। ଉଭୟ ଦେଶର କଳା, ସଂସ୍କୃତି ଓ ସ୍ଥାପତ୍ୟ ନେଇ କର୍ମଶାଳା ଆୟୋଜନ କରାଯାଇଥିଲା। ଏହି ସମୟ ମଧ୍ୟରେ ସେମାନେ ପୁରୀ, କୋଣାର୍କ ଭଳି ଓଡ଼ିଶାର ଦର୍ଶନୀୟ ସ୍ଥାନ ପରିଦର୍ଶନ କରି ଓଡ଼ିଶାର କଳା ଓ ସ୍ଥାପତ୍ୟ ଉପରେ ପ୍ରତ୍ୟେକ୍ଷ ଜ୍ଞାନ ଆହରଣ କରିବାର ସୁଯୋଗ ପାଇଥିଲେ। ସେହିପରି କିଟ୍‍ ଓ କିସ୍‍ର ଛାତ୍ରଛାତ୍ରୀମାନେ ଜାପାନ ଓ ହାର୍ଭାର୍ଡ ଛାତ୍ର ପ୍ରତିନିଧିଙ୍କଠାରୁ ସେମାନଙ୍କ ଦେଶର କଳା, ସଂସ୍କୃତି ବିଷୟରେ ଜାଣିବାକୁ ପାଇଥିଲେ। କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଏଭଳି ପ୍ରୟାସ ପାଇଁ ସେମାନେ ଶ୍ରୀ ସାମନ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଭୁବନେଶ୍ୱର, ୧୯ ଫେବୃଆରୀ ୨୦୨୫




ହସ୍ପିଟାଲ୍‌ରେ ରୋଗୀଟିଏ ନର୍ସମାନଙ୍କର ଚିକିତ୍ସା ଓ ସେବା ଦ୍ୱାରା ହିଁ ସୁସ୍ଥତା ପାଇଥାଏ। କରୋନା ମହାମାରୀ ସମୟରେ ସେମାନଙ୍କର ତ୍ୟାଗ ସମ୍ପୂର୍ଣ୍ଣ ସମାଜ ଉପଲବ୍ଧି କରିଛି ବୋଲି କହିଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଉପସଭାପତି ଶ୍ରୀମତି ଶାଶ୍ୱତୀ ଦାସ। 
ସୋଆ ପରିଚାଳିତ ସମ୍ ନର୍ସିଂ କଲେଜର ଚଳିତ ଶିକ୍ଷା ବର୍ଷର ପ୍ରଥମ ବର୍ଷ ବିଏସ୍‌ସି ନର୍ସିଂ ଏବଂ ଜିଏନ୍‌ଏମ୍ ଛାତ୍ରଛାତ୍ରୀମାନଙ୍କର ଶପଥ ଗ୍ରହଣ ଏବଂ ପ୍ରଦୀପ ପ୍ରଜ୍ୱଳନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀମତି ଦାସ କହିଥିଲେ ଯେ ଏଭଳି କାର୍ଯ୍ୟକ୍ରମ ନର୍ସିଂ ବୃତିରେ ଅଧ୍ୟୟନ ପାଇଁ ଆସିଥିବା ଛାତ୍ରଛାତ୍ରୀମାନଙ୍କ ଜୀବନରେ ଏକ ନୂଆ ଅନୁଭୂତି ଆଣିଦେବ। 
କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ କଲେଜ ପକ୍ଷରୁ ଆୟୋଜିତ ପର୍ସନାଲିଟି ପ୍ରତିଯୋଗିତାର ମହିଳା ବିଭାଗରେ କଲେଜର ଦୁଇ ଜଣ ଆନ୍ତର୍ଜାତୀୟ ଛାତ୍ରୀ ବିଏସ୍‌ସି ନର୍ସିଂ ପ୍ରଥମରେ ଅଧ୍ୟୟନ କରୁଥିବା ଲିଲେ ଥାଣ୍ଡୋଲଉଥୁସିବୋଣ୍ଡଜା ‘ମିସ୍ ଏସ୍‌ଏନ୍‌ସି’ ଆଖ୍ୟା ହାସଲ କରିଥିବା ବେଳେ ବିଏସ୍‌ସି ନର୍ସିଂର ପ୍ରଥମ ବର୍ଷର ଆଉ ଜଣେ ବିଦେଶୀ ଛାତ୍ରୀ ଫେଥ ଲିକାନ୍‌ଡୋମୁନିଉ ଦ୍ୱିତୀୟ ରନର ଅପ୍ ଆଖ୍ୟା ହାସଲ କରିଛନ୍ତି। ଥାଣ୍ଡୋଲଉଥୁସିବୋଣ୍ଡଜା ଆଫ୍ରିକାର ସ୍ୱାଜିଲ୍ୟାଣ୍ଡ ଦେଶରୁ ଆସିଥିବା ବେଳେ ଲିକାନ୍‌ଡୋମୁନିଉ ଜାମ୍ବିଆର ନାଗରିକ। ସେହିପରି ବିଏସ୍‌ସି ନର୍ସିଂ ଚତୁର୍ଥ ବର୍ଷର ଛାତ୍ରୀ ସୁଶ୍ରୀ ଦେବସ୍ମିତା ଦାସ ପ୍ରଥମ ରନର ଅପ୍ ଆଖ୍ୟା ହାସଲ କରିଛନ୍ତି। ସେମାନଙ୍କୁ ପୁରସ୍କୃତ କରିବା ଅବସରରେ ଶ୍ରୀମତି ଦାସ ନିଜର ଖୁସି ବ୍ୟକ୍ତ କରିଥିଲେ। ବିଦେଶରୁ ଆସି ସୋଆରେ ଅଧ୍ୟୟନ କରୁଥିବା ଛାତ୍ରୀ ନିଜ ପ୍ରତିଭାର ପରିପ୍ରକାଶ କରିବା ଆମ ପାଇଁ ଗର୍ବର ବିଷୟ ବୋଲି ସେ କହିଛନ୍ତି। 
ଏହି ଅବସରରେ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇଥିବା ଷ୍ଟେଟ୍ ଆଡପ୍ସନ୍ ରିସର୍ଚ୍ଚ ଏଜେନ୍ସି (ସାରା), ଓଡ଼ିଶାର ଗଭର୍ଣ୍ଣିଂ ବଡି ସଦସ୍ୟା ଶ୍ରୀମତି କାନ୍ତା ମହାନ୍ତି କହିଥିଲେ ଯେ ନର୍ସମାନେ କୋଭିଡ ସମୟରେ ନିଜ ଜୀବନକୁ ବାଜି ଲଗାଇ ଜନସାଧାରଣଙ୍କର ଜୀବନ ରକ୍ଷା କରିଥିଲେ। ତେଣୁ ନୂତନ ଭାବରେ ଏହି ପାଠ୍ୟକ୍ରମରେ ପ୍ରବେଶ କରି ଶପଥ ଗ୍ରହଣ କରିବା ପାଇଁ ଆସିଥିବା ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଏହି ଶପଥ ଗୋଟିଏ ଦିନ ନୁହେଁ ବରଂ ସାରା ଜୀବନ ପାଇଁ ଏକ ସମର୍ପଣ ବୋଲି ସେ କହିଥିଲେ। ତେବେ ବର୍ତମାନର ଛାତ୍ରଛାତ୍ରୀମାନେ ଆର୍ଟିଫିସିଆଲ୍ ଇନ୍‌ଟେଲିଜେନ୍ସ (ଏଆଇ) ରୁ ବାହାରି ଇମୋସ୍‌ନାଲ୍ ଇନ୍‌ଟେଲିଜେନ୍ସକୁ ଅଧିକ ଗୁରୁତ୍ୱ ଦେବା ଦରକାର ବୋଲି ସେ କହିଥିଲେ। 
କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଡାଇରେକ୍ଟର ଅଫ୍ ମେଡିକାଲ୍ ଏଜୁକେସନ୍ ଆଣ୍ଡ ଟ୍ରେନିଂ ଓଡ଼ିଶାର ଅତିରିକ୍ତ ନିର୍ଦ୍ଦେଶକ ପ୍ରଫେସର (ଡାକ୍ତର) ବ୍ରଜକିଶୋର ଦାଶ, ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର ଓ ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର ଯୋଗ ଦେଇ ବକ୍ତବ୍ୟ ରଖିଥିବା ବେଳେ ପ୍ରଫେସନାଲ ଗେଷ୍ଟ ଭାବେ ସୋମି, ଓଡ଼ିଶା ଶାଖାର ସଚିବ ପ୍ରଫେସର ଅମ୍ରିତା ଲେଙ୍କା ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ। 
କାର୍ଯ୍ୟକ୍ରମରେ ସମ୍ ନର୍ସିଂ କଲେଜର ଡିନ୍ ପ୍ରଫେସର ସସ୍ମିତା ଦାସ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ନିର୍ଦ୍ଦେଶିକା ପ୍ରଫେସର ପ୍ରଭାତୀ ତ୍ରିପାଠୀ ବାର୍ଷିକ ବିବରଣୀ ପାଠ କରିଥିଲେ ଏବଂ ଆଡିସ୍‌ନାଲ୍ ଡିନ୍ (ପ୍ଲେସ୍‌ମେଂଟ ଆଣ୍ଡ ଟ୍ରେନିଂ) ପ୍ରଫେସର ତପତୀ ଶାହା ବକ୍ତବ୍ୟ ରଖିଥିଲେ। 
ସମ୍ ନର୍ସିଂ କଲେଜର ଆସୋସିଏଟ୍ ପ୍ରଫେସର ଦେବଯାନୀ ନାୟକ ଛାତ୍ରଛାତ୍ରୀମାନଙ୍କୁ ଫ୍ଲୋରେନ୍ସ ନାଇଟିଙ୍ଗେଲ୍ ଶପଥ ପାଠ କରାଇଥିଲେ। ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିବା ବେଳେ ଆସୋସିଏଟ୍ ପ୍ରଫେସର ମନୀଷା ପ୍ରହରାଜ ଧନ୍ୟବାଦ ଅର୍ପଣ କରିଥିଲେ।

ଭୁବନେଶ୍ୱର, ୧୪ ଫେବୃଆରୀ ୨୦୨୫



କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ସକାଶେ କିଟ୍ ବିଶ୍ଵବିଦ୍ୟାଳୟକୁ ସମ୍ମାନଜନକ ସ୍ପୋର୍ଟଷ୍କାର ଏସେସ୍ ପୁରସ୍କାର ୨୦୨୫ ପ୍ରଦାନ କରାଯାଇଛି । କ୍ରୀଡ଼ା ଓ କ୍ରୀଡ଼ାବିତ୍ରଙ୍କୁ ପ୍ରୋତ୍ସାହନ ଯୋଗାଇ ଦେଇଆସୁଥିବା ଦେଶର ଏକମାତ୍ର ବିଶ୍ଵବିଦ୍ୟାଳୟ ଭାବେ ଜିଟକୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଶୁକ୍ରବାର ମୁମ୍ବାଇଠାରେ "କୋର୍ଟଷ୍କାର’ ପକ୍ଷରୁ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କିଟକୁ ଏହି ପୁରସ୍କାର ପ୍ରଦାନ କରାଯାଇଛି I କିଟ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ବ୍ୟକ୍ତିଗତ ଭାବେ ଉପସ୍ଥିତ ରହି ଏହି ସମ୍ମାନ ଗ୍ରହଣ କରିଥିଲେ । କିଟ୍ ବିଶ୍ଵବିଦ୍ୟାଳୟକୁ ସ୍ପୋର୍ଟଷ୍ଟାର ପକ୍ଷରୁ ୨୦୨୨ ପରେ ଦ୍ଵିତୀୟ ଥର ଏହି ପୁରସ୍କାର ପ୍ରଦାନ କରାଯାଇଥିବାରୁ ଶ୍ରୀ ସାମନ୍ତ ଗୋର୍ଟଷ୍କାରକୁ ଧନ୍ୟବାଦ ଜଣାଇଛନ୍ତି । ସେହିପରି କ୍ରୀଡ଼ାକୁ ପ୍ରୋସାହନ ଦେଉଥିବା ରାଜ୍ୟ ଭାବରେ ମଧ୍ୟପ୍ରଦେଶ, କର୍ପୋରେଟ ଭାବରେ ରିଲିଆନ୍ ଓ ପବ୍ଲିକ ସେକ୍ଟର ୟୁନିଟ ଭାବରେ ରେଳବାଇ (ଆରଏସପିବି)କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । କାର୍ଯ୍ୟକ୍ରମରେ ବିଶ୍ଵନାଥନ୍ ଆନନ୍ଦଙ୍କ ସମେତ ବହୁ କ୍ରୀଡ଼ାବିତ, କୋଚ୍ ଓ ପ୍ରାକ୍ତନ କ୍ରୀଡ଼ାଦିତ ପ୍ରମୁଖ ଉପସ୍ଥିତ ଥିଲେ ।

ସୂଚନାଯୋଗ୍ୟ, ୨୦୦୪ ମସିହାରୁ ପ୍ରତିଷ୍ଠାତା ଶ୍ରୀ ସାମନ୍ତଙ୍କ ନେତୃତ୍ୱରେ ଜିଟ୍ ଓ କିସ୍ କ୍ରୀଡ଼ାର ବିକାଶ, କ୍ରୀଡ଼ାଚିତ୍ରଙ୍କୁ ଉତ୍ସାହ ଓ ପ୍ରୋତ୍ସାହନ ଯୋଗାଇ ଦେଇ ଆସୁଛି । କିଟ୍ ଓ କିସ୍‌ରେ ଜନ୍ନତ ଓ ଅନ୍ତର୍ଜାତୀୟମାନର କ୍ରୀଡ଼ା ଭିତ୍ତିଭୂମି ଜରିଆରେ ଉଭୟ ଅନୁଷ୍ଠାନରୁ ଏପର୍ଯ୍ୟନ୍ତ ୨୩ ଜଣ ଅଲିମ୍ପିଆନ୍, ୩ଜଣ ପାରାଅଲିମ୍ପିଆନ, ୧୧ ଅର୍ଜୁନ ପୁରସ୍କାର ବିଜେତା ଓ ଜଣେ ଖେଳରନ୍‌ ପୁରସ୍କାର ବିଜେତା ସୃଷ୍ଟି ହୋଇପାରିଛନ୍ତି । ଏହା ସହ ଉଭୟ ଅନୁଷ୍ଠାନରୁ ୫ ହଜାରରୁ ଉର୍ଦୁ ଆଞ୍ଚଳିକ, ଜିଲ୍ଲାସ୍ତରୀୟ, ରାଜ୍ୟସ୍ତରୀୟ, ଜାତୀୟ ଓ ଅନ୍ତର୍ଜାତୀୟ କ୍ରୀଡ଼ାବିତ୍ର ସୃଷ୍ଟି ହୋଇ ପାରିଛନ୍ତି । କିଟ୍ ଓ କିସ୍‌ର ଏହି ସଫଳତା ସ୍ପୋର୍ଟଷ୍ଟାର ବିଚାରକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା।

ଏକ ଶିକ୍ଷାନୁଷ୍ଠାନ ଭାବରେ କିଟ୍ ଓ କିସ୍ ବର୍ଷ ବର୍ଷ ଧରି ଅନେକ କ୍ରୀଡ଼ା ପୁରସ୍କାର ଜିତିଆସିଛି। ୨୦୨୩ରେ କିଟ୍‌କୁ ପ୍ରଥମ ସିଆଇଆଇ ସ୍ପୋର୍ଟସ ବିଜିନେସ ପୁରସ୍କାର ‘ଚେଷ୍ଠ ସ୍ପୋର୍ଟସ ଫେସିଲିଟି" ପୁରସ୍କାର ମିଳିଥିଲା । ଏହା ପୂର୍ବରୁ ୨୦୨୨ରେ ଭାରତ ସରକାରଙ୍କ ଦ୍ୱାରା ରାଷ୍ଟ୍ରୀୟ ଖେଳ ପ୍ରୋତ୍ସାହନ ପୁରସ୍କାର: ଏଫସିସିଆଇ ଇଣ୍ଡିଆ କ୍ରୀଡ଼ା ପୁରସ୍କାର ୨୦୨୨; ଦି ହିନ୍ଦୁ ଦ୍ୱାରା ସ୍ପୋର୍ଟୱାର ଆସେସ୍ ପୁରସ୍କାର ୨୦୨୨ ଏବଂ କ୍ରୀଡ଼ା ଏବଂ କ୍ରୀଡ଼ାବିତଙ୍କୁ ପ୍ରୋତ୍ସାହନ ପାଇଁ ସର୍ବୋତ୍ତମ ଅବଦାନ ପାଇଁ ୨୦୧୯ରେ ନିଟ୍‌କୁ ଓଡ଼ିଶା ସରକାରଙ୍କ ଦ୍ବାରା ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାରରେ ମଧ୍ୟ ସମ୍ମାନିତ କରାଯାଇଛି।

    ଭୁବନେଶ୍ୱର, ୦୮ ଫେବୃଆରୀ ୨୦୨୫




    ଦେଶ ନିର୍ମାଣରେ କ୍ରୀଡ଼ାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍‌ପାଟି କହିଛନ୍ତି। ଆଜି ଅପରାହ୍ନରେ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡ଼ିୟମ ପରିସରରେ ତୃତୀୟ ଜାତୀୟସ୍ତରୀୟ ଏକଲ ଖେଳକୁଦ ମହୋତ୍ସବକୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିବା ଅବସରରେ ରାଜ୍ୟପାଳ ଏହା କହିଛନ୍ତି। ବିଭିନ୍ନ ପ୍ରଦେଶରୁ ଆସିଥିବା କ୍ରୀଡ଼ାବିତ୍‌ମାନଙ୍କୁ ଉଦ୍‌ବୋଧନ ଦେଇ ରାଜ୍ୟପାଳ କହିଥିଲେ ଯେ, କ୍ରୀଡ଼ା ସଶକ୍ତିକରଣ ଏବଂ ଜାତୀୟ ଏକତାର ଶକ୍ତିଶାଳୀ ମାଧ୍ୟମ। ଏହା ଖେଳାଳୀମାନଙ୍କ ମଧ୍ୟରେ ଶୃଙ୍ଖଳା, ଟିମ୍ ୱାର୍କ ଏବଂ ନିଷ୍ଠା ଶିକ୍ଷା ଦେବା ସହ ସେମାନଙ୍କୁ ଶ୍ରେଷ୍ଠ ଖେଳାଳୀ ଭାବେ ଗଢ଼ିବା ସହିତ ଦେଶର ସୁନାଗରିକଭାବେ ଗଢିବାରେ ସହାୟକ ହୋଇଥାଏ। ଏକଲ ଖେଳକୁଦ ସମାରୋହ କେବଳ ଏକ ପ୍ରତିଯୋଗିତା ନୁହେଁ, ବରଂ ଦେଶର ବିଭିନ୍ନ ପ୍ରାନ୍ତର ଯୁବ କ୍ରୀଡ଼ା ପ୍ରତିଭାମାନଙ୍କୁ ଗୋଟିଏ ମଂଚରେ ଏକତ୍ରିତ କରିଥାଏ ଏବଂ ଏହି ମଂଚ ମାଧ୍ୟମରେ ସେମାନେ ନିଜର ଦକ୍ଷତା ଓ କୌଶଳ ପ୍ରତିପାଦିତ କରିବା ସହ ସେମାନଙ୍କୁ ଜୀବନ ବ୍ୟାପୀ ମୈତ୍ରୀର ବନ୍ଧନରେ ବାନ୍ଧି ରଖେ। 

    ଦେଶର ଗ୍ରାମାଚଂଳ ଓ ଜନଜାତି ବର୍ଗଙ୍କର ଶିକ୍ଷା ଓ ଦକ୍ଷତା ବିକାଶ ମାଧ୍ୟମରେ ସଶକ୍ତ କରିବା ପାଇଁ ନିରନ୍ତର ପ୍ରୟାସ ସହିତ ସେମାନଙ୍କ ମଧ୍ୟରେ କ୍ରୀଡ଼ା ସଂସ୍କୃତି ଜାଗ୍ରତ କରିବାରେ ଏକଲ ଅଭିଯାନର ନିରନ୍ତର ଉଦ୍ୟମକୁ ରାଜ୍ୟପାଳ ପ୍ରଶଂସା କରିଥିଲେ। ଏପରି କାର୍ଯ୍ୟକ୍ରମ କ୍ରୀଡ଼ାବିତ୍‌ମାନଙ୍କୁ ବଡ଼ ସ୍ୱପ୍ନ ଦେଖି ଉତ୍କର୍ଷ ହାସଲ କରିବା ନିମନ୍ତେ ଉତ୍ସାହିତ କରିବ ବୋଲି ରାଜ୍ୟପାଳ କହିଥିଲେ। ଏପରି କାର୍ଯ୍ୟକ୍ରମ ଦ୍ୱାରା ଦେଶର ଗ୍ରାମାଚଂଳ ଓ ଜନଜାତି ବର୍ଗର ଯୁବ ପ୍ରତିଭାମାନେ ନିଜର କ୍ରୀଡ଼ା ଦକ୍ଷତା ପ୍ରଦର୍ଶନ କରିପାରିବେ ଏବଂ ଏହି ପଦକ୍ଷେପ ଦ୍ୱାରା ଏକ ଭାରତ ଶ୍ରେଷ୍ଠ ଭାରତର ଦୃଷ୍ଟିଭଙ୍ଗୀ ପ୍ରତିଧ୍ୱନିତ ହେବ।

    ଭାଷଣ ପ୍ରସଙ୍ଗରେ ରାଜ୍ୟପାଳ କହିଥିଲେ ଯେ, ସରକାରଙ୍କ ନେତୃତ୍ୱରେ ଓଡ଼ିଶା କ୍ରୀଡ଼ା ଶକ୍ତିର ଉତ୍ସ ଭାବେ ଉଭା ହୋଇଛି, ବିଶ୍ୱସ୍ତରୀୟ କ୍ରୀଡ଼ା ଭିତ୍ତିଭୂମି ସହିତ ଆନ୍ତର୍ଜାତୀୟ ଟୁର୍ଣ୍ଣାମେଂଟ ଆୟୋଜନ କରିବା ସହିତ ବିଶ୍ୱସ୍ତରୀୟ ଆଥଲେଟ୍ ସୃଷ୍ଟି କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ପ୍ରତିଯୋଗୀମାନଙ୍କୁ ଶୁଭେଚ୍ଛା ଜଣାଇ ଖେଳୁଆଡ଼ ମନୋଭାବ ନେଇ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବାକୁ ରାଜ୍ୟପାଳ ଉତ୍ସାହିତ କରିଥିଲେ।

    ଏହି ଏକଲ ଖେଳକୁଦ ସମାରୋହର ଉଦ୍‌ଘାଟନୀ ସମାରୋହରେ ସମ୍ମାନିତ ଅତିଥି ଭାବେ ଓଡ଼ିଶାର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ କାରିଗରୀ ବିଭାଗ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର, ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ସହ ସର-କାର୍ଯ୍ୟବାହ ଆଲୋକ କୁମାର, ଏକଲ ଅଭିଯାନର ରାଷ୍ଟ୍ରୀୟ ସଂଗଠନର ପ୍ରଭାରୀ ମାଧବେନ୍ଦ୍ର ସିଂହ, ଅଭ୍ୟୁଦୋୟ ୟୁଥ୍ କ୍ଲବର ଉପାଧ୍ୟକ୍ଷ ଅମର କୃଷ୍ଣ, ବନବନ୍ଧୁ ପରିଷଦର ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ଭୋରା ପମୁଖ ବକ୍ତବ୍ୟ ପ୍ରଦାନ କରି କ୍ରୀଡ଼ାବିତମାନଙ୍କୁ ଉତ୍ସାହିତ କରିଥିଲେ ଏବଂ ନିଷ୍ଠା, ଚେଷ୍ଟା ଓ ଅଧ୍ୟବସାୟ ବଳରେ ସଫଳତାର ଶୀର୍ଷକ ସାଜିବାକୁ ଆହ୍ୱାନ ଜଣାଇଥିଲେ। ମାର୍ଗଦର୍ଶକ ସ୍ୱାମୀ ଜୀବନମୁକ୍ତାନନ୍ଦ ପୁରୀ ମହାରାଜ ତ୍ରିଦିବସୀୟ ତୃତୀୟ ଜାତୀୟସ୍ତରୀୟ ଏକଲ ଖେଳକୁଦ ସମାରୋହର ଶୁଭାରମ୍ଭ ଘୋଷଣା କରିଥିଲେ। ପ୍ରାରମ୍ଭରେ ଆୟୋଜକ କମିଟିର ପ୍ରିୟ ରଂଜନ ଚୌଧୁରୀ ସ୍ୱାଗତଭାଷଣ ପ୍ରଦାନ କରିଥିବା ବେଳେ ଶେଷରେ ଜାତୀୟ ଖେଳକୁଦ ସମାରୋହର ସଂଯୋଜକ ଅଜୟ ଅଗ୍ରୱାଲ ଧନ୍ୟବାଦ ଅର୍ପଣ କରିଥିଲେ।

    ଭୁବନେଶ୍ୱର, ୦୫ ଫେବୃଆରୀ ୨୦୨୫



    ଖେଳ ପରସ୍ପର ମଧ୍ୟରେ ଏକ ବନ୍ଧୁତ୍ଵପୂର୍ଣ୍ଣ ଭାବନା ସୃଷ୍ଟି କରିଥାଏ। ଏଭଳି ଚାମ୍ପିୟନସିପ ପୋଲିସ ଅଧିକାରୀ/ କର୍ମଚାରୀଙ୍କ ଆତ୍ମବିଶ୍ଵାସ ବୃଦ୍ଧି, ଅନୁଶାସନ ତଥା କର୍ତ୍ତବ୍ୟ ପ୍ରତି ଉତ୍ସର୍ଗୀକୃତ ମନୋଭାବ ବୃଦ୍ଧି ପାଇଥାଏ ବୋଲି ଡିଆଇଜି ଶ୍ରୀ ମୀନା ମତବ୍ୟକ୍ତ କରିଥିଲେ ।  ରାଜ୍ୟ, ଜିଲ୍ଲା, ରେଞ୍ଜ ସ୍ତରର ଖେଳାଳିମାନେ ଏହି ଟୁର୍ନାମେଣ୍ଟରେ ସାମିଲ ହୋଇଥିବାରୁ  ପରସ୍ପର ମଧ୍ୟରେ ଉତ୍ତମ ସମ୍ମନ୍ଵୟ ସୃଷ୍ଟିହେବ ବୋଲି ସେ ମତବ୍ୟକ୍ତ କରିଥିଲେ। 

    ଏହି ଅବସରରେ ଚାମ୍ପିୟନସିପ ଆୟୋଜନ ଓ ପରିଚାଳନା ନିମନ୍ତେ ସେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ ଏବଂ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ମୁଖ୍ୟାଳୟ) ଶ୍ରୀ ଦୟାଲ ଗଙ୍ଗୱାରଙ୍କୁ ମଧ୍ୟ ଶ୍ରୀ ମୀନା ଧନ୍ଯବାଦ ଜଣାଇଥିଲେ। 

    ଏହି ଚମ୍ପିୟାନସିପରେ ସାରା ରାଜ୍ୟର ବିଭିନ୍ନ ରେଞ୍ଜ  ଏବଂ ବାଟାଲିୟନରୁ 17ପୋଲିସ ଟିମ ଅଂଶ ଗ୍ରହଣ କରିଥିବା ବେଳେ ସମୁଦାୟ 125 ଜଣ ଖେଳାଳି ସାମିଲ ହୋଇଛନ୍ତି। କଟକସ୍ଥିତ ଇନଡୋର ଷ୍ଟାଡିୟମରେ ଏହି ଚମ୍ପିୟାନସିପର ସମସ୍ତ ମ୍ଯାଚ ଅନୁଷ୍ଠିତ ହେଉଛି। ଆସନ୍ତା ୦୭  ତାରିଖ ପର୍ଯ୍ୟନ୍ତ ଏହି ଖେଳ ଚାଲିବ । ବିଭିନ୍ନ ରେଞ୍ଜ, ଜିଲ୍ଲା ଏବଂ ବାଟାଲିୟନ ସ୍ତରରେ ସମସ୍ତ ବ୍ୟାଡମିଣ୍ଟନ ଖେଳାଳି ମାନେ ଆଜି ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଛନ୍ତି। ଷଷ୍ଠ ବାଟାଲିୟନ କମାଣ୍ଡାଣ୍ଟ ସୂର୍ଯ୍ୟ ନାରାୟଣ ମଲ୍ଲିକ, ଡେପୁଟି କମାଣ୍ଡାଣ୍ଟ ଅନିଲ କୁମାର ପ୍ରଧାନ, ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଶ୍ରୀ ମାନ୍ଧାତା ସାଇ ପ୍ରମୁଖ ଆୟୋଜନ ଓ ପରିଚାଳନାରେ ସହଯୋଗ କରିଥିଲେ।

    ଭୁବନେଶ୍ୱର, ୨୫ ଜାନୁଆରୀ  ୨୦୨୫




    କିଟ୍ ଓ କିସ୍ ପକ୍ଷରୁ ପ୍ରତିବର୍ଷ ଓଡ଼ିଶାର ସମସ୍ତ ଜିଲ୍ଲା ତଥା ଭାରତର ବିଭିନ୍ନ ସହରରେ ‘ସମସ୍ତଙ୍କ ପାଇଁ ଶିକ୍ଷା’ ଲକ୍ଷ୍ୟରେ ମିନି ମାରାଥନ ଆୟୋଜନ କରାଯାଇଥାଏ । ଚଳିତ ବର୍ଷ ଓଡ଼ିଶାର ୩୭ଟି ସ୍ଥାନ ଓ ଭାରତର ୬୫ରୁ ଅଧିକ ସ୍ଥାନରେ ଏହି ମିନି ମାରାଥନ ଆୟୋଜନ କରାଯାଇଥିଲା। ଏହାର ଏକ ଅଂଶ ବିଶେଷ ଭୁବନେଶ୍ୱରରେ ନିଆରା ଢଙ୍ଗରେ ‘ପାଟାଥନ’ ଆୟୋଜନ କରାଯାଇଥିଲା। ସକାଳ ୭ଟାରୁ ୮ଟା ପର୍ଯ୍ୟନ୍ତ ଚାଲିଥିବା ଏହି ପାଟାଥନର ଦ୍ୱିତୀୟ ସଂସ୍କରଣରେ ୬ ହଜାର ମହିଳା ପାଟ ଶାଢ଼ି ପିନ୍ଧି ଦୌଡ଼ିଥିଲେ। ‘ମହିଳା ସଶକ୍ତିକରଣ’ ଓ ‘ସମସ୍ତଙ୍କ ପାଇଁ ଶିକ୍ଷା’ ଉଦ୍ଦେଶ୍ୟରେ ପ୍ରତିବର୍ଷ ପାଟାଥନ ଆୟୋଜନ କରାଯାଉଛି। କିଟ୍‌କିସ୍ ଓ କିମ୍‍ସର ୫ହଜାର ମହିଳା କର୍ମଚାରୀ ଓ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ମହିଳାମାନେ ଏହି ଗଣଦୌଡ଼ରେ ସାମିଲ ହୋଇଥିଲେ । ଶିଖରଚଣ୍ଡୀ ମନ୍ଦିର ଛକରୁ କିସ୍ ଆଥଲେଟିକ୍ ଷ୍ଟାଡିୟମ ପର୍ଯ୍ୟନ୍ତ ମହିଳାମାନେ ଦୌଡ଼ିଥିଲେ ।

    ଏହି ଗଣଦୌଡ଼ରେ ରାଉରକେଲାର କିରଣ ମାହାତୋ ପ୍ରଥମ ପୁରସ୍କାର ୫୦ ହଜାର ଟଙ୍କା ଜିଣିଥିବା ବେଳେ ଦ୍ୱିତୀୟ ଓ ତୃତୀୟ ପୁରସ୍କାର ଯଥାକ୍ରମେ କଟକର ତେଜସ୍ୱିନୀ କିସପଟ୍ଟା ଓ ସସ୍ମିତା ବେହେରା ୪୦ ହଜାର ଓ ୩୦ ହଜାର ଟଙ୍କା ପୁରସ୍କାର ଜିତିଥିଲେ । ସେହିପରି ୭ଜଣ ରନର୍ସଅପ୍‍ଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ସମସ୍ତ ବିଜୟୀଙ୍କୁ ପାଟଶାଢ଼ି ପ୍ରଦାନ କରାଯାଇଥିଲା । କିଟ କେ- ୩ ମହିଳା କ୍ଲବ୍ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶା ବିଧାନସଭା ବାଚସ୍ପତି ସୁରମା ପାଢୀବିଏମସି ମେୟର ସୁଲୋଚନା ଦାସକର୍ପୋରେଟର ପ୍ରିତିନନ୍ଦା ରାଉତରାୟ, ଅଲିମ୍ପିଆନ୍‍ ଦୂତି ଚାନ୍ଦ ଓ ଅନୁରାଧା ବିଶ୍ୱାଳ, ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତକିଟ୍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ ସିଂକୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି ପ୍ରମୁଖ ଯୋଗ ଦେଇ ମାରାଥନରେ ଅଂଶଗ୍ରହଣ କରିଥିବା ମହିଳାମାନଙ୍କୁ ଉତ୍ସାହିତ ଓ ପୁରସ୍କାର ପ୍ରଦାନ କରିଥିଲେ। ‘ସମସ୍ତଙ୍କ ପାଇଁ ଶିକ୍ଷା’ ନେଇ ସାଧାରଣରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ କିଟ୍ ଓ କିସ୍ ପ୍ରତିଷ୍ଠାତା ଶ୍ରୀ ସାମନ୍ତଙ୍କ ପ୍ରୋତ୍ସାହନରେ ୨୦୧୬ ମସିହାରୁ ଏହା ଆୟୋଜିତ ହୋଇଆସୁଛି।

    ଭୁବନେଶ୍ୱର, ୧୧ ଜାନୁଆରୀ  ୨୦୨୫




    କୋଲକାତା ଆଞ୍ଚଳିକ କେନ୍ଦ୍ର ଅଧୀନରେ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (SAI) ଜାତୀୟ ଉତ୍କର୍ଷ କେନ୍ଦ୍ର (NCOE) ଜଗତପୁରରୁ ଦୁଇଜଣ କାୟାକିଂ ଏବଂ କାନୋଇଂ ଆଥଲେଟ୍ ସୁଶ୍ରୀ ଖ୍ୱାଇରକପାମ୍ ଧନମଞ୍ଜୁରୀ ଦେବୀ ଏବଂ ଶ୍ରୀମାନ ସଲାମ୍ ସୁନିଲ ସିଂହ 9 ରୁ 12 ଜାନୁଆରୀ 2025 ମଧ୍ୟରେ ଅନୁଷ୍ଠିତ ହେଉ ଥିବା ଏସୀୟ କାନୋ ପ୍ରତିଯୋଗିତା ହଂକଂ 2024-25 (ସ୍ପ୍ରିଣ୍ଟ ଏବଂ ମାରାଥନ) ରେ ଅଂଶଗ୍ରହଣ କରିଥିଲେ। ସୁଶ୍ରୀ ଖ୍ୱାଇରକପାମ୍ ଧନମଞ୍ଜୁରୀ ଦେବୀ 23 ବର୍ଷରୁ କମ୍ ମହିଳା ବର୍ଗରେ K1-1000mts ଏବଂ K1-500mts ରେ ଦୁଇଟି ସ୍ୱର୍ଣ୍ଣ ପଦକ ଜିତିଛନ୍ତି ଏବଂ ସଲାମ୍ ସୁନିଲ ସିଂହ C1-200mts ପୁରୁଷ ବରିଷ୍ଠ ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି।


    ଶ୍ରୀ ସତ୍ୟଜିତ ସଂକୃତ, ସାଇ ଆଞ୍ଚଳିକ କେନ୍ଦ୍ର କୋଲକାତାର ଉପ-ମହାନିର୍ଦ୍ଦେଶକ ଏବଂ ଶ୍ରୀ ତ୍ରୈଲୋକ୍ୟନାଥ ସାହୁ, ସାଇ ଇନଚାର୍ଜ ଓଡ଼ିଶା ଉପନିର୍ଦ୍ଦେଶକ ଏହି ଉଲ୍ଲେଖନୀୟ ସଫଳତା ପାଇଁ ଆଥଲେଟ ଏବଂ NCOE ଜଗତପୁର ଦଳକୁ ଅଭିନନ୍ଦନ ଜଣାଇଛନ୍ତି। ଉଭୟ ଆଥଲେଟଙ୍କୁ NCOE ଜଗତପୁରରେ ଶ୍ରୀ ଏଲ୍ ଜନସନ ସିଂହ, K&C ପ୍ରଶିକ୍ଷକ, ଶ୍ରୀ ଦଳୀପ ସିଂହ ବେନିୱାଲ, K&C ପ୍ରଶିକ୍ଷକ ଏବଂ HPM, ଅନ୍ୟ କାୟାକିଂ ଏବଂ କାନୋଇଂ ପ୍ରଶିକ୍ଷକ ଏବଂ NCOE ଜଗତପୁରର ସହାୟକ କର୍ମଚାରୀମାନେ ତାଲିମ ଦେଉଛନ୍ତି। ଆଥଲେଟମାନେ ଉଲ୍ଲେଖନୀୟ ପ୍ରଦର୍ଶନ କରୀ ଅନ୍ତର୍ଜାତୀୟ ସ୍ତରରେ ଦେଶକୁ ଗର୍ବିତ କରିଛନ୍ତି।

    Contact Form

    Name

    Email *

    Message *

    Powered by Blogger.
    Javascript DisablePlease Enable Javascript To See All Widget