loading...

ପୁରୀରୁ ଶ୍ରୀଗଙ୍ଗାନଗର ପର୍ଯ୍ୟନ୍ତ ପୁରୀ-ଲାଲଗଡ଼ ଏକ୍ସପ୍ରେସର ସମ୍ପ୍ରସାରଣକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ:

ଭୁବନେଶ୍ୱର, ୧ ଅଗଷ୍ଟ ୨୦୨୫



ଆନ୍ତଃରାଜ୍ୟ ସଂଯୋଗ ବୃଦ୍ଧି କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ଭାରତୀୟ ରେଳ ଟ୍ରେନ ନମ୍ବର 20472/20471 ପୁରୀ-ଲାଲଗଡ଼-ପୁରୀ ସାପ୍ତାହିକ ଏକ୍ସପ୍ରେସକୁ ରାଜସ୍ଥାନର ଶ୍ରୀ ଗଙ୍ଗାନଗର ପର୍ଯ୍ୟନ୍ତ ସମ୍ପ୍ରସାରଣ କରିଛି, ଯାହା 13 ଅଗଷ୍ଟ 2025 ଠାରୁ କାର୍ଯ୍ୟକାରୀ ହୋଇଅଛି ।

ପୁରୀର ମାନନୀୟ ଲୋକସଭା ସାଂସଦ ଶ୍ରୀ ସମ୍ବିତ ପତ୍ର ଓ ରାଜ୍ୟସଭା ସାଂସଦ ଶ୍ରୀ ଶୁଭାଶିଷ ଖୁଣ୍ଟିଆଙ୍କ ଦ୍ୱାରା ମାନନୀୟ ବିଧାୟକ ଶ୍ରୀ ସୁନୀଲ କୁମାର ମହାନ୍ତିଙ୍କ ଉପସ୍ଥିତିରେ ଆଜି ସକାଳ 06 ଘ :35 ମି.ରେ ପୁରୀ ରେଳ ଷ୍ଟେସନରୁ ଉଦଘାଟନୀ ପରିବର୍ଦ୍ଧିତ ଯାତ୍ରାକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଖୋର୍ଦ୍ଧା ରୋଡ ରେଳମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଶ୍ରୀ ଆଲୋକ ତ୍ରିପାଠି ଏହି ଅବସରରେ ଯୋଗଦେଇ ଜାତୀୟ ସଂହତି ଏବଂ ଗତିଶୀଳତାକୁ ପ୍ରୋତ୍ସାହିତ କରିବାରେ ଏହି ରଣନୈତିକ ସମ୍ପ୍ରସାରଣର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ ।

ଏହି ପଦକ୍ଷେପ ବଙ୍ଗୋପସାଗର କୂଳରେ ଥିବା ପୁରୀକୁ ରାଜସ୍ଥାନର ଥର ମରୁଭୂମି ନିକଟରେ ଥିବା ଶ୍ରୀ ଗଙ୍ଗାନଗର ସହିତ ଓଡ଼ିଶା, ଛତିଶଗଡ଼, ମଧ୍ୟପ୍ରଦେଶ, ପଞ୍ଜାବ, ହରିୟାଣା ଏବଂ ରାଜସ୍ଥାନରେ ବିସ୍ତୃତ ଏକକ ରେଳ କରିଡର ମାଧ୍ୟମରେ ସଂଯୋଗ କରୁଅଛି । ଏହି ଟ୍ରେନ୍ ଏବେ ବିଭିନ୍ନ ଭୌଗୋଳିକ ଅଞ୍ଚଳରେ ତୀର୍ଥଯାତ୍ରୀ, ଛାତ୍ର, ବ୍ୟବସାୟୀ ଏବଂ ପ୍ରବାସୀ ଶ୍ରମିକଙ୍କ ପାଇଁ ଏକ ସୁଲଭ ଏବଂ ସିଧାସଳଖ ସାପ୍ତାହିକ ଗମନାଗମନ ସେବା ପ୍ରଦାନ କରୁଛି ।

ଏହି ଟ୍ରେନ ପାଇଁ ଥିବା ସମୟସୂଚୀ ଅନୁଯାୟୀ ପୁରୀ ଏବଂ ଲାଲଗଡ଼ ମଧ୍ୟରେ ଟ୍ରେନ୍ ର ପୂର୍ବ ସମୟ ଉଭୟ ପାର୍ଶ୍ୱରୁ ଅପରିବର୍ତ୍ତିତ ରହିଛି । ଲାଲଗଡ଼ ପରେ ଏହି ଟ୍ରେନ ଲୁଙ୍କାରଣସର, ସୁରତଗଡ଼, ରାୟ ସିଂହ ନଗର ଏବଂ ଶ୍ରୀ କରଣପୁରରେ ରହଣି ପ୍ରଦାନ କରି ରାତ୍ରି 02 ଘ.05 ମି.ରେ ଶ୍ରୀ ଗଙ୍ଗାନଗରରେ ପହଞ୍ଚିବ । ଫେରିବା ସମୟରେ ଏହି ଟ୍ରେନ ଶ୍ରୀ ଗଙ୍ଗାନଗରରୁ ଅପରାହ୍ନ 02 ଘ.10ମି.ରେ ଛାଡି ଲାଲଗଡ଼ରେ ସନ୍ଧ୍ୟା 06 ଘ. 30 ମି.ରେ ପହଞ୍ଚିବ ଏବଂ ସନ୍ଧ୍ୟା 06 ଘ. 32 ମି.ରେ ପୁରୀ ଅଭିମୁଖେ ଯାତ୍ରା କରିବ ।

ଏହି ସମ୍ପ୍ରସାରଣ ଜନସାଧାରଣଙ୍କ ଦୀର୍ଘକାଳୀନ ଦାବିକୁ ପୂରଣ କରିବା ସହ ଭାରତ ସରକାରଙ୍କ ଅନ୍ତର୍ଭୁକ୍ତ ବିକାଶ ଏବଂ ଶେଷ ମାଇଲ ସଂଯୋଗୀକରଣ ଦୃଷ୍ଟିକୋଣ ସହିତ ସମନ୍ୱିତ ରକ୍ଷାକରୁଅଛି । ଏହା ମଧ୍ୟ ପର୍ଯ୍ୟଟନ (ମହୋଦଧି ସ୍ଥିତ ଜଗନ୍ନାଥ ଧାମକୁ ମରୁଭୂମି ପର୍ଯ୍ୟଟନ କେନ୍ଦ୍ର ସହିତ ସଂଯୋଗ କରିବ), ବାଣିଜ୍ୟ (କୃଷି ଉତ୍ପାଦ ଏବଂ ହସ୍ତଶିଳ୍ପ ଭଳି ସାମଗ୍ରୀର ପରିବହନକୁ ସହଜ କରିବି), ଏବଂ ନିଯୁକ୍ତି (ଆତିଥ୍ୟ ଏବଂ ଲଜିଷ୍ଟିକ୍ସ କ୍ଷେତ୍ରରେ ସୁଯୋଗ ବୃଦ୍ଧି) କୁ ଲାଭଦାୟକ କରିବ ବୋଲି ଆଶା କରାଯାଉଛି ।

ସାଂସ୍କୃତିକ ଦୃଷ୍ଟିରୁ ଏହା ଓଡ଼ିଶା ଏବଂ ରାଜସ୍ଥାନର ପରମ୍ପରାକୁ ଏକାଠି କରି ତୀର୍ଥଯାତ୍ରା ଏବଂ ଐତିହ୍ୟ ପର୍ଯ୍ୟଟନକୁ ଅଧିକ ସୁଗମ କରିବ ଏବଂ "ବିବିଧତାରେ ଏକତା" ଭାବନାକୁ ଦୃଢ଼ କରିପାରିବ । ଭାରତୀୟ ରେଳ ଏକ ଉତ୍ତମ ସଂଯୁକ୍ତ ଭାରତ ନିର୍ମାଣ ପାଇଁ ପ୍ରତିବଦ୍ଧ - ଯେଉଁଠାରେ ରେଳ ଭିତ୍ତିଭୂମି ଅଞ୍ଚଳ ସଂସ୍କୃତି ଏବଂ ଐତିହ୍ୟ ଗୁଡ଼ିକୁ ସଂଯୋଗ କରିଥାଏ । 

Post a Comment

[blogger][disqus][facebook][spotim]

Contact Form

Name

Email *

Message *

Powered by Blogger.
Javascript DisablePlease Enable Javascript To See All Widget