ଭୁବନେଶ୍ୱର, ୧୪ ଫେବୃଆରୀ ୨୦୨୫
କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ସକାଶେ କିଟ୍ ବିଶ୍ଵବିଦ୍ୟାଳୟକୁ ସମ୍ମାନଜନକ ସ୍ପୋର୍ଟଷ୍କାର ଏସେସ୍ ପୁରସ୍କାର ୨୦୨୫ ପ୍ରଦାନ କରାଯାଇଛି । କ୍ରୀଡ଼ା ଓ କ୍ରୀଡ଼ାବିତ୍ରଙ୍କୁ ପ୍ରୋତ୍ସାହନ ଯୋଗାଇ ଦେଇଆସୁଥିବା ଦେଶର ଏକମାତ୍ର ବିଶ୍ଵବିଦ୍ୟାଳୟ ଭାବେ ଜିଟକୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଶୁକ୍ରବାର ମୁମ୍ବାଇଠାରେ "କୋର୍ଟଷ୍କାର’ ପକ୍ଷରୁ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କିଟକୁ ଏହି ପୁରସ୍କାର ପ୍ରଦାନ କରାଯାଇଛି I କିଟ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ବ୍ୟକ୍ତିଗତ ଭାବେ ଉପସ୍ଥିତ ରହି ଏହି ସମ୍ମାନ ଗ୍ରହଣ କରିଥିଲେ । କିଟ୍ ବିଶ୍ଵବିଦ୍ୟାଳୟକୁ ସ୍ପୋର୍ଟଷ୍ଟାର ପକ୍ଷରୁ ୨୦୨୨ ପରେ ଦ୍ଵିତୀୟ ଥର ଏହି ପୁରସ୍କାର ପ୍ରଦାନ କରାଯାଇଥିବାରୁ ଶ୍ରୀ ସାମନ୍ତ ଗୋର୍ଟଷ୍କାରକୁ ଧନ୍ୟବାଦ ଜଣାଇଛନ୍ତି । ସେହିପରି କ୍ରୀଡ଼ାକୁ ପ୍ରୋସାହନ ଦେଉଥିବା ରାଜ୍ୟ ଭାବରେ ମଧ୍ୟପ୍ରଦେଶ, କର୍ପୋରେଟ ଭାବରେ ରିଲିଆନ୍ ଓ ପବ୍ଲିକ ସେକ୍ଟର ୟୁନିଟ ଭାବରେ ରେଳବାଇ (ଆରଏସପିବି)କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । କାର୍ଯ୍ୟକ୍ରମରେ ବିଶ୍ଵନାଥନ୍ ଆନନ୍ଦଙ୍କ ସମେତ ବହୁ କ୍ରୀଡ଼ାବିତ, କୋଚ୍ ଓ ପ୍ରାକ୍ତନ କ୍ରୀଡ଼ାଦିତ ପ୍ରମୁଖ ଉପସ୍ଥିତ ଥିଲେ ।
ସୂଚନାଯୋଗ୍ୟ, ୨୦୦୪ ମସିହାରୁ ପ୍ରତିଷ୍ଠାତା ଶ୍ରୀ ସାମନ୍ତଙ୍କ ନେତୃତ୍ୱରେ ଜିଟ୍ ଓ କିସ୍ କ୍ରୀଡ଼ାର ବିକାଶ, କ୍ରୀଡ଼ାଚିତ୍ରଙ୍କୁ ଉତ୍ସାହ ଓ ପ୍ରୋତ୍ସାହନ ଯୋଗାଇ ଦେଇ ଆସୁଛି । କିଟ୍ ଓ କିସ୍ରେ ଜନ୍ନତ ଓ ଅନ୍ତର୍ଜାତୀୟମାନର କ୍ରୀଡ଼ା ଭିତ୍ତିଭୂମି ଜରିଆରେ ଉଭୟ ଅନୁଷ୍ଠାନରୁ ଏପର୍ଯ୍ୟନ୍ତ ୨୩ ଜଣ ଅଲିମ୍ପିଆନ୍, ୩ଜଣ ପାରାଅଲିମ୍ପିଆନ, ୧୧ ଅର୍ଜୁନ ପୁରସ୍କାର ବିଜେତା ଓ ଜଣେ ଖେଳରନ୍ ପୁରସ୍କାର ବିଜେତା ସୃଷ୍ଟି ହୋଇପାରିଛନ୍ତି । ଏହା ସହ ଉଭୟ ଅନୁଷ୍ଠାନରୁ ୫ ହଜାରରୁ ଉର୍ଦୁ ଆଞ୍ଚଳିକ, ଜିଲ୍ଲାସ୍ତରୀୟ, ରାଜ୍ୟସ୍ତରୀୟ, ଜାତୀୟ ଓ ଅନ୍ତର୍ଜାତୀୟ କ୍ରୀଡ଼ାବିତ୍ର ସୃଷ୍ଟି ହୋଇ ପାରିଛନ୍ତି । କିଟ୍ ଓ କିସ୍ର ଏହି ସଫଳତା ସ୍ପୋର୍ଟଷ୍ଟାର ବିଚାରକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା।
ଏକ ଶିକ୍ଷାନୁଷ୍ଠାନ ଭାବରେ କିଟ୍ ଓ କିସ୍ ବର୍ଷ ବର୍ଷ ଧରି ଅନେକ କ୍ରୀଡ଼ା ପୁରସ୍କାର ଜିତିଆସିଛି। ୨୦୨୩ରେ କିଟ୍କୁ ପ୍ରଥମ ସିଆଇଆଇ ସ୍ପୋର୍ଟସ ବିଜିନେସ ପୁରସ୍କାର ‘ଚେଷ୍ଠ ସ୍ପୋର୍ଟସ ଫେସିଲିଟି" ପୁରସ୍କାର ମିଳିଥିଲା । ଏହା ପୂର୍ବରୁ ୨୦୨୨ରେ ଭାରତ ସରକାରଙ୍କ ଦ୍ୱାରା ରାଷ୍ଟ୍ରୀୟ ଖେଳ ପ୍ରୋତ୍ସାହନ ପୁରସ୍କାର: ଏଫସିସିଆଇ ଇଣ୍ଡିଆ କ୍ରୀଡ଼ା ପୁରସ୍କାର ୨୦୨୨; ଦି ହିନ୍ଦୁ ଦ୍ୱାରା ସ୍ପୋର୍ଟୱାର ଆସେସ୍ ପୁରସ୍କାର ୨୦୨୨ ଏବଂ କ୍ରୀଡ଼ା ଏବଂ କ୍ରୀଡ଼ାବିତଙ୍କୁ ପ୍ରୋତ୍ସାହନ ପାଇଁ ସର୍ବୋତ୍ତମ ଅବଦାନ ପାଇଁ ୨୦୧୯ରେ ନିଟ୍କୁ ଓଡ଼ିଶା ସରକାରଙ୍କ ଦ୍ବାରା ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାରରେ ମଧ୍ୟ ସମ୍ମାନିତ କରାଯାଇଛି।

Post a Comment