ଭୁବନେଶ୍ୱର, ୧୪ ଫେବୃଆରୀ ୨୦୨୫
ଆଜି ଏକ ପ୍ରେସ୍ ବିଜ୍ଞପ୍ତି କରିଆରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ନବ ନିଯୁକ୍ତ ସଭାପତି ଶ୍ରୀ ଭକ୍ତ ଚରଣ ଦାସ ଜଣାଇଛନ୍ତି ଯେ ଯେଉଁମାନଙ୍କୁ କୌଣସି ନା କୌଣସି ପରିସ୍ଥିତିରେ ଦଳରୁ ନିଳମ୍ବନ କିମ୍ବା ବହିଷ୍କାର କରାଯାଇଥୁଲା ତାହାକୁ ପ୍ରତ୍ୟାହାର କରିଦିଆଗଲା ଏବଂ ସେହି ବିଜ୍ଞପ୍ତିରେ ଉଲ୍ଲେଖ ଅଛି ମଧ୍ୟ ବିଭିନ୍ନ ସମୟରେ କୌଣସି ନା କୌଣସି କାରଣରୁ ଯେଉଁମାନେ କଂଗ୍ରେସ ଦଳରୁ ଚାଲିଯାଇଛନ୍ତି ସେମାନେ ପୁନଃର୍ବାର କଂଗ୍ରେସ ଦଳକୁ ଫେରିଆସିବା ପାଇଁ ନିବେଦନ କରିଛନ୍ତି । ଉକ୍ତ ବିଜ୍ଞପ୍ତିରେ ଉଲ୍ଲେଖ କରିଛନ୍ତି ଯେ, ଯେଉଁମାନେ କଂଗ୍ରେସ ଦଳକୁ ଛାଡ଼ି ଚାଲିଯାଇଥିଲେ ଯଦି ସେମାନେ କଂଗ୍ରେସ ଦଳର ନୀତି ଓ ଆଦର୍ଶ ପ୍ରତି ଆସ୍ଥା ପ୍ରକଟ କରି ଯୋଗଦାନ କରିବାକୁ ଇଚ୍ଛୁଳ ସେମାନଙ୍କୁ କଂଗ୍ରେସ ଦଳ ତରଫରୁ ସମ୍ମାନର ସହ ସ୍ୱାଗତ କରାଯିବ। ପିସିସି ସଭାପତିଙ୍କ ଏହି ନିଷ୍ଠରିକୁ ପୂର୍ବତନ ପିସିସି ସାଧାରଣ ସମ୍ପାଦକ ପ୍ରକାଶ ମିଶ୍ର ସ୍ବାଗତ କରିବା ସହ ତାଙ୍କ ଉପରୁ ନିଳମ୍ବନ ଆଦେଶ ପ୍ରତ୍ୟାହୃତ ହୋଇଥିବାରୁ ପିସିସି ସଭାପତିଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।
Post a Comment