loading...

ପବ୍ଲିକ ସେକ୍ଟର ଅଣ୍ଡରଟେକିଙ୍ଗ୍‌ଗୁଡ଼ିକ ସ୍ୱଚ୍ଛତା ବଜାୟ ରଖିବା ସହ ଜନସାଧାରଣଙ୍କ ସମ୍ମୁଖରେ ନିଜର ବିଶ୍ୱସନୀୟତା ବୃଦ୍ଧି କରନ୍ତୁ – ରାଜ୍ୟପାଳ ।

ଭୁବନେଶ୍ୱର, ୧୪ ଫେବୃଆରୀ ୨୦୨୫




 ପବ୍ଳିକ ସେକ୍ଟର ଅଣ୍ଡରଟେକିଙ୍ଗ୍ (ପିଏସ୍‌ୟୁ)ଗୁଡ଼ିକ ସ୍ୱଚ୍ଛତା ବଜାୟ ରଖିବା ସହ ଜନସାଧାରଣଙ୍କ ସମ୍ମୁଖରେ ନିଜର ବିଶ୍ୱସନୀୟତା ବୃଦ୍ଧି କରନ୍ତୁ ବୋଲି ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍‌ପାଟି କହିଛନ୍ତି। ଆଜି ରାଜଭବନର ନ୍ୟୁ ଅଭିଷେକ ହଲ୍‌ଠାରେ ରାଜ୍ୟର ସମସ୍ତ ପିଏସ୍‌ୟୁ /କମ୍ପାନୀମାନଙ୍କର କାର୍ଯ୍ୟଧାରା ସମୀକ୍ଷା କରିବା ଅବସରରେ ରାଜ୍ୟପାଳ କହିଥିଲେ ଯେ, ପିଏସ୍‌ୟୁଗୁଡ଼ିକ ରାଜ୍ୟ ଅର୍ଥନୀତିର ମେରୁଦଣ୍ଡ। ପିଏସ୍‌ୟୁ /କମ୍ପାନୀଗୁଡ଼ିକର ପ୍ରାଥମିକ କର୍ତ୍ତବ୍ୟ ହେଉଛି ସାଧାରଣ ସମ୍ବଳ ପରିଚାଳନାରେ ସ୍ୱଚ୍ଛତା, ଦକ୍ଷତା ଏବଂ ଆର୍ଥିକ ଶୃଙ୍ଖଳା ବଜାୟ ରଖିବା। ସଠିକ୍ ଭାବରେ କାର୍ଯ୍ୟକ୍ଷମ ପିଏସ୍‌ୟୁଗୁଡ଼ିକ କେବଳ କମ୍ପାନୀର ମୂଲ୍ୟ ବୃଦ୍ଧି କରନ୍ତି ନାହିଁ ବରଂ ରାଜ୍ୟର ସମ୍ପତ୍ତି ମଧ୍ୟ ବୃଦ୍ଧି କରନ୍ତି। ନିର୍ଦ୍ଧାରିତ ସମୟରେ ଅଡିଟ୍ କରାଇବା, ଅଡିଟ୍ ରିପୋର୍ଟ ଦାଖଲ କରି ଜନସାଧାରଣଙ୍କୁ ସେମାନଙ୍କର ଉତ୍ତରଦାୟିତ୍ୱ ଦେଖାଇବା ଏବଂ ଜନସାଧାରଣଙ୍କ ଆଗରେ ସେମାନଙ୍କର ସମ୍ମାନ ଏବଂ ବିଶ୍ୱସନୀୟତା ବୃଦ୍ଧି କରିବା ସେମାନଙ୍କର କର୍ତ୍ତବ୍ୟବୋଲି ରାଜ୍ୟପାଳ ଡ. କମ୍ଭମ୍‌ପାଟି କହିଛନ୍ତି। ଅନେକ ରାଜ୍ୟ ସରକାର ଅଧିନସ୍ଥ ପିଏସ୍‌ୟୁ /କମ୍ପାନୀ ବାର୍ଷିକ ସାଧାରଣ ବୈଠକ କରୁନାହାନ୍ତି କିମ୍ବା ବାର୍ଷିକ ହିସାବ ଚୂଡ଼ାନ୍ତ କରୁନାହାନ୍ତି। ଏ ପ୍ରସଂଗରେ ରାଜ୍ୟପାଳ ଗଭୀର ଉଦ୍‌ବେଗ ପ୍ରକାଶ କରି ଏହାକୁ କର୍ପୋରେଟ୍ ଶାସନ ନୀତିର ଉଲ୍ଲଂଘନ ବୋଲି କହିଥିଲେ ଏବଂ ପିଏସ୍‌ୟୁ /କମ୍ପାନୀମାନେ ବାର୍ଷିକ ସାଧାରଣ ବୈଠକ କରିବା ସହିତ ପରବର୍ତ୍ତୀ ଆର୍ଥିକ ବର୍ଷର ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ବାର୍ଷିକ ରିପୋର୍ଟ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ନିରନ୍ତର କ୍ଷତି ସହୁଥିବା ଏବଂ ଅଚଳ ହୋଇପଡ଼ିଥିବା ପିଏସ୍‌ୟୁ/କମ୍ପାନୀଗୁଡ଼ିକର ସ୍ଥିତି ସମୀକ୍ଷା କରି ପୁନଃ କାର୍ଯ୍ୟକ୍ଷମ କରିବା କିମ୍ବା ବନ୍ଦ କରିବା ଉପରେ ସୁଚିନ୍ତିତ ପଦକ୍ଷେପ ନେବା ଉପରେ ଗୁରୁତ୍ୱ ଆରୋପ କରିଥିଲେ। ପିଏସ୍‌ୟୁ /କମ୍ପାନୀଗୁଡ଼ିକର ଅଡ଼ିଟ୍ ଏବଂ ଅଡ଼ିଟ୍ ରିପୋର୍ଟ ଦାଖଲର ସମୟସୀମା ଅନୁପାଳନ ଉପରେ ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ ପ୍ରମୁଖ ଆକାଉଂଟାଂଟ ଜେନେରାଲଙ୍କୁ ପରାମର୍ଶ ଦେଇଥିଲେ। ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ପିଏସ୍‌ୟୁ /କମ୍ପାନୀମାନଙ୍କର ଉଦ୍ୟୋଗଗୁଡ଼ିକୁ ପୁନରୁଦ୍ଧାର କରିବା, ଉତ୍କର୍ଷତାର ସଂସ୍କୃତିକୁ ପ୍ରୋତ୍ସାହିତ କରିବା ଏବଂ ଓଡ଼ିଶାର ଆର୍ଥିକ ବିକାଶରେ ଏକ ଦୃଢ଼ସ୍ତମ୍ଭ ଭାବରେ ଉଭା କରାଇବା ଦିଗରେ ଏକ ପଦକ୍ଷେପ ହେବ ବୋଲି ରାଜ୍ୟପାଳ କହିଥିଲେ। ଏହି ଅବସରରେ ରାଜ୍ୟପାଳ କହିଥିଲେ ଯେ କେତେକ ପିଏସ୍‌ୟୁକୁ ମନୋନୀତ କରାଯାଇ ଷ୍ଟକ ମାର୍କେଟରେ ପଂଜୀକୃତ କରିବାକୁ ରାଜ୍ୟପାଳ ଗୁରୁତ୍ୱଆରୋପ କରିଥିଲେ। ଏହା ଦ୍ୱାରା ପିଏସ୍‌ୟୁମାନଙ୍କର ଉତରଦାୟିତ୍ୱ ଓ କାର୍ଯ୍ୟଦକ୍ଷତା ବଢ଼ିବା ସହ ଆର୍ଥିକ ସ୍ଥିତି ସୁଦୃଢ଼ ହୋଇପାରିବ। 

ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ଏନବିଏସ ରାଜପୁତ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ପ୍ରିନସ୍‌ପାଲ ଆକାଉଂଟାଂଟ ଜେନେରାଲ ଡି. ସାହୁଙ୍କ ସମେତ ବରିଷ୍ଠ ଅଧିକାରୀ, ରାଜ୍ୟ ପିଏସୟୁଗୁଡ଼ିକର ମୁଖ୍ୟ ଏବଂ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ବୈଠକରେ ଯୋଗ ଦେଇଥିଲେ। ସାଧାରଣ ଉଦ୍ୟୋଗ ବିଭାଗ ଅଧିନସ୍ଥ ପିଏସୟୁ ସମେତ ବିଭିନ୍ନ ବିଭାଗ ଅଧିନସ୍ଥ ନନ୍ ପିଏସୟୁ ଏବଂ ଅଣ କାର୍ଯ୍ୟକ୍ଷମ ପିଏସ୍‌ୟୁର କର୍ମକର୍ତା ଏହି ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ।

Tags

Post a Comment

[blogger][disqus][facebook][spotim]

Contact Form

Name

Email *

Message *

Powered by Blogger.
Javascript DisablePlease Enable Javascript To See All Widget