loading...

କିଟ୍‍ରେ ୩୧ତମ ରାଜ୍ୟ ଏସ୍‍ଏନ୍‍ଏଆଇ ଦ୍ୱିବାର୍ଷିକ ସମ୍ମିଳନୀ ଉଦ୍‍ଯାପିତ

ଭୁବନେଶ୍ୱର, ୦୪ ସେପ୍ଟେମ୍ବର ୨୦୨୫




କିଟ୍‍ ବିଶ୍ୱବିଦ୍ୟାଳୟରେ ଷ୍ଟୁଡ଼େଣ୍ଟ ନର୍ସେସ୍‍ ଆସୋସିଏସନ ଅଫ୍‍ ଇଣ୍ଡିଆ(ଏସ୍‍ଏନ୍‍ଏଆଇ) ଓଡ଼ିଶା ରାଜ୍ୟ ଶାଖାର ୩୧ତମ ଦ୍ୱିବାର୍ଷକି ସମ୍ମିଳନୀ ରବିବାର ଉଦଯ୍‍ ।ପିତ ହୋଇଯାଇଛି। ଭାରତୀୟ ତାଲିମପ୍ରାପ୍ତ ନର୍ସ ସଂଘ (ଟିଏନ୍‍ଏଆଇ)ର ଓଡ଼ିଶା ଶାଖା ଏବଂ କଳିଙ୍ଗ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ ନର୍ସିଂ ସାଇନ୍‍ସେସ୍‍ର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିବା ଏହି ଦୁଇ ଦିନିଅ ସମ୍ମିଳନୀରେ ରାଜ୍ୟରୁ ଦୁଇ ହଜାରରୁ ଊର୍ଦ୍ଧ୍ୱ ନର୍ସିଂ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ସମ୍ମିଳନୀର ବିଷୟବସ୍ତୁ ଥିଲା ‘ଆଜିର ଶିକ୍ଷା, କାଲିର ନେତୃତ୍ୱ: ଜଣେ ନର୍ସିଂ ଛାତ୍ରୀଙ୍କ ଯାତ୍ରା’। ଏହି ସମ୍ମିଳନୀର ଉଦ୍‍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ପୂର୍ବତନ ମନ୍ତ୍ରୀ ତଥା ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଲେ ନର୍ସିଂ ସେବା ଏକ ବୃତ୍ତି ନୁହେଁ ଏହା ଏକ ବ୍ରତ। ସେବା ମନୋବୃତି ଏବଂ ପ୍ରତିବଦ୍ଧତା ହେଉଛି ନର୍ସିଂ ସେବାର ମୂଳମନ୍ତ୍ର। ନର୍ସମାନେ ଜାତି, ବର୍ଣ୍ଣ ଧନୀ, ଗରିବ ବାଛ ବିଚାର ନ କରି ସମସ୍ତଙ୍କ ପ୍ରତି ସମାନ ଆଚରଣ ସହ ସମାନ ସେବା ଯୋଗାଇ ଦେଇଥାନ୍ତି। ସେମାନଙ୍କ ସେବା ଆଗରେ ଆମ ସମସ୍ତଙ୍କର ମୁଣ୍ଡ ନୁଆଁଇବା କର୍ତ୍ତବ୍ୟ ବୋଲି ଶ୍ରୀ ସାମଲ କହିଥିଲେ। ଅନ୍ୟତମ ଅତିଥି ଭାବେ ଯୋଗଦେଇ ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ନର୍ସମାନଙ୍କୁ ଭଗବାନଙ୍କ ଦୂତ ଭାବେ ଅଭିହିତ କରିଥିଲେ। ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ରୋଗୀ ସେବା କ୍ଷେତ୍ରରେ ନର୍ସମାନଙ୍କର ଏକ ବଡ଼ ଭୂମିକା ରହିଛି ବୋଲି ସେ କହିଥିଲେ। ରୋଗୀଟିଏ ସୁସ୍ଥ ହେବା ପାଇଁ ନର୍ସର ତ୍ୟାଗ ରହିଥାଏ। ସେଥିପାଇଁ ସମାଜରେ ନର୍ସମାନଙ୍କୁ ଅନନ୍ୟ ଭାବେ ବିବେଚନା କରାଯାଏ ବୋଲି ଶ୍ରୀ ମିଶ୍ର କହିଥିଲେ। କିମ୍‍ସ ମେଡ଼ିକାଲ କଲେଜ ଅଧ୍ୟକ୍ଷ ପ୍ରଫେସର ଡ଼ା. ଆର. ସି. ଦାସ କହିଲେ, ନର୍ସିଂ ଗୋଟିଏ ବୃତ୍ତି ନୁହେଁ, ଏହା ହେଉଛି ମାନବିକତା ପ୍ରତି ପ୍ରତିବଦ୍ଧତା। ଜଣେ ରୋଗୀ ପାଇଁ ଗୋଟିଏ ନର୍ସ ବହୁତ କିଛି ବୋଲି ସେ କହିଥିଲେ। ଏହି କାର୍ଯ୍ୟକ୍ରମରେ କିଟ୍‍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ୍‍ ସିଂହ, ଉପକୁଳପତି ପ୍ରଫେସର ଡ଼ା ସିବିକେ ମହାନ୍ତି, ଟିଏନଏଆଇର ଉପସଭାପତି (ପୂର୍ବାଞ୍ଚଳ) ପ୍ରମୁଖ ଯୋଗଦେଇ ସ୍ୱାସ୍ଥ୍ୟସେବାରେ ନର୍ସମାନଙ୍କର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଟିଏନ୍‍ଏଆଇ ଓଡ଼ିଶା ଶାଖାର ସଭାପତି ତଥା କିନ୍‍ସର ପ୍ରଫେସର ଅନୁସୂୟା ପଟ୍ଟନାୟକ, କିନ୍‍ସ ଅଧ୍ୟକ୍ଷା ପ୍ରଫେସର ନିୟତୀ ଦାସ, ଟିଏନଏଆଇ ଓଡଶ଼ି । ଶାଖା ସମ୍ପାଦକି । ରଞ୍ଜତି । ସାହୁ,ଏସଏନ୍‍ଏଆଇ ଓଡଶ଼ି । ଶାଖା ପରାମଶର୍ଦ ।ତା ଆଶିଷ ରଞ୍ଜନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ପ୍ରଜ୍ଞା ପାରମିତା ମିଶ୍ରଙ୍କୁ ସର୍ଭିସ ଟୁ ହ୍ୟୁମାନିଟି ସମ୍ମାନ ପ୍ରଦାନ କରାଯାଇଥିଲା। ରବିବାର ଏହି ଉଦ୍ଦେଶ୍ୟରେ ଏକ ଜନ ସଚେତନତା ପଦଯାତ୍ରା ଆୟୋଜନ କରାଯାଇଥିଲା। ଏଥିରେ ୫ଶହରୁ ଊର୍ଦ୍ଧ୍ୱ ନର୍ସିଂ ଛାତ୍ରୀ ଯୋଗଦେଇ ଲୋକଙ୍କ ମଧ୍ୟରେ ନର୍ସିଂ ସେବା ଉପରେ ସଚେତନତା ସୃଷ୍ଟି କରିଥିଲେ। ଏହା ବ୍ୟତୀତ ନର୍ସିଂ ଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଇଥିବା ବେଳେ ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।
Tags

Post a Comment

[blogger][disqus][facebook][spotim]

Contact Form

Name

Email *

Message *

Powered by Blogger.
Javascript DisablePlease Enable Javascript To See All Widget