loading...

ଆସନ୍ନ ବାତ୍ୟା ମୁକାବିଲା ପ୍ରସ୍ତୁତି ସମୀକ୍ଷା କଲେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ଭୁବନେଶ୍ୱର, ୨୮ ଅକ୍ଟୋବର ୨୦୨୫




ବଙ୍ଗୋପସାଗରରେ ସୃଷ୍ଟ ଭୀଷଣ ବାତ୍ୟା ‘ମୋନ-ଥା’ ଦ୍ୱାରା ପୂର୍ବତଟ ରେଳପଥ କ୍ଷେତ୍ର ପ୍ରଭାବିତ ହେବ । କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ ଆଜି ପୂର୍ବତଟ ରେଳପଥର ବରିଷ୍ଠ ଅଧିକାରୀମାନଙ୍କ ସହିତ ବାତ୍ୟା ମୁକାବିଲା ସ୍ଥିତି ସମୀକ୍ଷା କରିଛନ୍ତି। ବିଶେଷ କରି ଆନ୍ଧ୍ରପ୍ରଦେଶ, ଓଡ଼ିଶା ଏବଂ ତେଲଙ୍ଗାନାରେ ପ୍ରଭାବିତ ହେବାକୁ ଥିବା ରେଳ ଭିତ୍ତିଭୂମିର ସୁରକ୍ଷା ଏବଂ ଯାତ୍ରୀଙ୍କ ନିରାପତ୍ତା ସୁନିଶ୍ଚିତ କରିବା ଉପରେ ରେଳ ମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । ବାତ୍ୟା ପୂର୍ବରୁ ସମସ୍ତ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବା ଲାଗି ଶ୍ରୀ ବୈଷ୍ଣବ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

କେନ୍ଦ୍ର ମନ୍ତ୍ରୀ ଡିଭିଜନ ସ୍ତରୀୟ ଜରୁରିକାଳୀନ କକ୍ଷକୁ କାର୍ଯ୍ୟକ୍ଷମ କରିବା ସହ ସ୍ଥିତି ଉପରେ ୨୪ ଘଣ୍ଟିଆ ନିରୀକ୍ଷଣ ଲାଗି କହିଛନ୍ତି । ଆନ୍ଧ୍ରପ୍ରଦେଶର ବିଜୟୱାଡ଼ା, ବିଶାଖାପାଟଣା ଏବଂ ଗୁଣ୍ଟୁର ଡିଭିଜନରେ ଜରୁରୀ ଉପକରଣ, ଯନ୍ତ୍ରାଂଶ ଏବଂ ଯଥେଷ୍ଟ ସଂଖ୍ୟାରେ ରେଳ କର୍ମଚାରୀଙ୍କୁ ପୁନରୁଦ୍ଧାର ଲାଗି ପ୍ରସ୍ତୁତ ରଖିବା ପାଇଁ ରେଳମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଯାତ୍ରୀଙ୍କ ଅସୁବିଧାକୁ ହ୍ରାସ କରିବା ଲାଗି ରେଳ ଚଳାଚଳ ଉପରେ ନଜର ରଖିବା ଏବଂ ଏହାକୁ ସୁବ୍ୟବସ୍ଥିତ କରିବା ଲାଗି ସେ ପରାମର୍ଶ ଦେଇଛନ୍ତି । ଜରୁରୀକାଳୀନ ପରିସ୍ଥିତି ଏବଂ ଆବଶ୍ୟକ ସତର୍କତାମୂଳକ ପଦକ୍ଷେପ ନେବା ଲାଗି ପୂର୍ବତଟ, ଦକ୍ଷିଣ ତଟ ଏବଂ ଦକ୍ଷିଣ କେନ୍ଦ୍ରୀୟ ରେଳ ଜୋନ ଅଧିକାରୀମାନଙ୍କୁ ଆବଶ୍ୟକ ସମ୍ବଳ ଯୋଗାଡ଼ ପାଇଁ ରେଳ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ଇତିମଧ୍ୟରେ ଯେକୌଣସି ପ୍ରକାର ସହାୟତା ଲାଗି ପୂର୍ବତଟ ରେଳପଥ ପକ୍ଷରୁ ହେଲ୍ପଲାଇନ ନମ୍ବର ଜାରି କରାଯାଇଛି । ଭୁବନେଶ୍ୱର ପାଇଁ 8114382371, ଖୋର୍ଦ୍ଧା ରୋଡ୍‌ ପାଇଁ - 9668978727, ବ୍ରହ୍ମପୁର-9668978725 ଏବଂ ପଲାସା ପାଇଁ -9668978724 ନମ୍ବରରେ ଯୋଗାଯୋଗ କରାଯାଇପାରିବ।


Post a Comment

[blogger][disqus][facebook][spotim]

Contact Form

Name

Email *

Message *

Powered by Blogger.
Javascript DisablePlease Enable Javascript To See All Widget