loading...

କେନ୍ଦୁପଲ୍ଲୀ ମହୋତ୍ସବ ଭାତୃଭାବର ଏକ ଅନନ୍ୟ ଉଦାହରଣ

ଭୁବନେଶ୍ୱର, ୧୬ ଅପ୍ରେଲ ୨୦୨୪




ବାଙ୍କୀ ବ୍ଲକ ଅନ୍ତର୍ଗତ କେନ୍ଦୁପଲ୍ଲୀ ମହୋତ୍ସବ ଉଦଯାପିତ ହୋଇ ଯାଇଛି. ସରପଞ୍ଚ ପ୍ରଦ୍ୟୁମ୍ନ କୁମାର ସୁବୁଦ୍ଧି ଙ୍କ ସଭାପତିତ୍ବ,ବାଙ୍କୀ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ସଭାପତି ତଥା ସାରସ୍ୱତ ପ୍ରତିଭା କବି ସୁନୀଲ ମିଶ୍ର ଙ୍କ ପୌରହିତ୍ୟ ରେ ଅନୁଷ୍ଠିତ ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ବାଗ୍ନୀ, ପୂଜ୍ୟ ପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥି, ସମ୍ମାନିତ ଅତିଥି ଭାବେ ଯୁବ ସାମ୍ବାଦିକ, ମୁଖପାତ୍ର ଅରବିନ୍ଦ ତ୍ରିପାଠୀ,ମୁଖ୍ୟବକ୍ତା ଭାବେ ଓଡିଶା ନାଗରିକ ମହାମଞ୍ଚ ସାଧାରଣ ସମ୍ପାଦକ ଡ଼ଃ ପ୍ରଦୀପ କୁମାର ବିଶ୍ୱାଳ, ବରେନ୍ୟ ଅତିଥି ଭାବେ ଚିନ୍ତକ ପୂଜ୍ୟପୂଜା ପ୍ରାଣ ବିଜୟ ପରିଡା ଯୋଗ ଦେଇ କେନ୍ଦୁପଲ୍ଲୀ ମହୋତ୍ସବ ସମଗ୍ର ଓଡିଶାକୁ ଭାତୃ ଭାବ ସୂତ୍ରରେ ବାନ୍ଧି ରଖିବା ସହିତ ଉତ୍କଳର କଳା, ସଂସ୍କୃତି, ପରମ୍ପରାକୁ ଗୁରୁତ୍ୱ ପ୍ରଦାନ ସହିତ ନିଜ ଉତ୍ତର ଦାୟିତ୍ୱ ସଠିକ ଭାବେ ତୁଲାଉଛି ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ. ଏହି ଅବସରରେ ସାମ୍ବାଦିକତା, ପୂଜ୍ୟ ପୂଜା ପାଇଁ ପ୍ରଦ୍ୟୁମ୍ନ ଶତପଥି ଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା. ବୈଦେଶ୍ଵର ମାଟି ଯୋଗଜନ୍ମା ପଣ୍ଡିତ ନୀଳମଣି ବିଦ୍ୟାରତ୍ନଙ୍କ ମାଟି ଏଠାକୁ ଆସି ମୁଁ ବିଶେଷ ଗର୍ବିତ ବୋଲି ପ୍ରଦ୍ୟୁମ୍ନ ବାବୁ କହିବା ସହିତ ବିଦ୍ୟାରତ୍ନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟ ଅର୍ପଣ କରି ତାଙ୍କ ଦାୟାଦଙ୍କୁ ଭେଟିଥିଲେ. ସୋମନାଥ ଖଟୁଆ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ରବୀନ୍ଦ୍ର ରଣା, ଉଦୟନାଥ ସାହୁ,କୃଷ୍ଣ ଚନ୍ଦ୍ର ଚୌଧୁରୀ,ସୁଦର୍ଶନ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ. ଶେଷରେ ଦେଶ ପ୍ରେମ ଆଧାରିତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା. 

Post a Comment

[blogger][disqus][facebook][spotim]

Contact Form

Name

Email *

Message *

Powered by Blogger.
Javascript DisablePlease Enable Javascript To See All Widget