loading...

ରାଜ୍ୟ କାର୍ଯ୍ୟାଳୟରେ ଜନ ଅଭିଯୋଗ ଶୁଣାଣୀ

ଭୁବନେଶ୍ୱର, ୧୫ ଜୁଲାଇ ୨୦୨୪




  • ଜନତାଙ୍କ ସମସ୍ୟାର ସମାଧାନ ଆମର ପ୍ରାଥମିକତା : ମନମୋହନ ସାମଲ 
  • ଆଜି ଲୋକଙ୍କ ଅଭିଯୋଗ ଶୁଣିଲେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବହନ ମନ୍ତ୍ରୀ  
  • ପ୍ରତି ସୋମବାର ଦୁଇଜଣ ମନ୍ତ୍ରୀ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ପାର୍ଟି କାର୍ଯ୍ୟକର୍ତା  ପର୍ଯ୍ୟନ୍ତ ସମସ୍ତଙ୍କ ଅଭିଯୋଗ ଶୁଣିବେ  
  • ଅଭିଯୋଗ ଶୁଣାଣି କାର୍ଯ୍ୟକମ ପ୍ରଥମେ ବିଜେପି ଆରମ୍ଭ କରିଥିଲା  

 

ଭାରତୀୟ ଜନତା ପାର୍ଟି ପ୍ରଥମ ଥର ପାଇଁ ଓଡ଼ିଶାରେ ଏକାକୀ ସରକାର ଗଠନ କରିଛି । ଲୋକଙ୍କ  ସୁଖ ଦୁଃଖରେ ଭାଗୀ ହେବା ପାଇଁ ସେମାନଙ୍କ ସମସ୍ୟାର ସମାଧାନ କରିବା ପାଇଁ ବିଜେପି ସରକାର ସଂକଳ୍ପବଦ୍ଧ । ଏନେଇ ମୁଖ୍ୟମନ୍ତ୍ରୀ  ଭାବେ ଶପଥ ନେବା ପରେ ଶ୍ରୀ ମୋହନ ଚରଣ ମାଝି ଜନଶୁଣାଣି ଆରମ୍ଭ କରିଛନ୍ତି ।  

 ସେହିପରି ରାଜ୍ୟ କାର୍ଯ୍ୟାଳୟରେ କାର୍ଯକର୍ତା ଓ ସାଧାରଣଙ୍କ ଜନତାଙ୍କ ଉଦେ୍ଦଶ୍ୟରେ ଆଜିଠାରୁ ପ୍ରତି ସୋମବାର ଅଭିଯୋଗ  ଶୁଣାଣି ଆରମ୍ଭ ହୋଇଛି । ଏଥିରେ ବାଣିଜ୍ୟ ଓ ପରିବହନ, ଇସ୍ପାତ ଓ ଖଣି ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନା ଏବଂ ସ୍ୱାସ୍ଥ୍ୟ, ପରିବାର  କଲ୍ୟାଣ, ସଂସଦୀୟ ବ୍ୟାପର, ଇଲେକ୍ଟଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀ ମୁକେଶ ମହାଲିଙ୍ଗ ଯୋଗଦେଇ ଲୋକଙ୍କ  ଅଭିଯୋଗଗୁଡ଼ିକର ଶୁଣାଣି କରିଥିଲେ । ଏସବୁ ଅଭିଯୋଗର ତ୍ୱରିତ ସମାଧନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିଦେ୍ର୍ଦଶ ଦେଇଛନ୍ତି । ରାଜ୍ୟ  କାର୍ଯ୍ୟାଳୟରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ରାଜ୍ୟ ସଭାପତି ମନମୋହନ ସାମଲ ସ୍ୱାଗତ କରିଛନ୍ତି । ପ୍ରତି ସୋମବାର ଦୁଇଜଣ ମନ୍ତ୍ରୀ  ଯୋଗ ଦେଇ ଲୋକଙ୍କ ସମସ୍ୟା ସମାଧାନ କରିବେ । ଏଥିରେ ଦଳୀୟ କାର୍ଯ୍ୟକର୍ତାଙ୍କଠାରୁ ଆରମ୍ଭ କରି ସାଧାରଣ ଜନତା ଓ ଶୁଭେଚ୍ଛୁମାନେ  ସାମିଲ ହୋଇପାରିବେ । ଏହା ଦ୍ୱାରା ବିଜେପି ଲୋକଙ୍କ ଅଧିକ ନିକଟତର ହୋଇପାରିବ ବୋଲି ଶ୍ରୀ ସାମଲ ପ୍ରକାଶ କରିଛନ୍ତି ।  

ଶ୍ରୀ ସାମଲ କହିଛନ୍ତି, ଅଭିଯୋଗ ଶୁଣାଣି କାର୍ଯ୍ୟକମ ପ୍ରଥମେ ବିଜେପି ଆରମ୍ଭ କରିଥିଲା । ଲୋକଙ୍କ ସମସ୍ୟା ଶୁଣିବା, ସେମାନଙ୍କ  ସମସ୍ୟା ସହ ନିଜକୁ ଜଡିତ କରି ସମାଧାନ ରାସ୍ତା ବାହାର କରିବା ହେଉଛି ଜନସଂଘରୁ ବିଜେପି ପର୍ଯ୍ୟନ୍ତ ଯାତ୍ରାର ଏକ ପ୍ରମୁଖ କାର୍ଯ୍ୟକ୍ରମ ।  ପରବର୍ତୀ ସମୟରେ ଅନ୍ୟମାନେ ଏହି ପ୍ରକି୍ରୟାକୁ ଅନୁସରଣ କରିଛନ୍ତି ।  

ଏହି ପରିପ୍ରେକ୍ଷୀରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ମହାଲିଙ୍ଗ କହିଛନ୍ତି, ଓଡ଼ିଶାରେ ବିଜେପି ସରକାର ଗଠନ କରିବା ପରେ ପାର୍ଟିରେ ଅଭିଯୋଗ  ପ୍ରକୋ  ଖୋଲାଯାଇଛି । ଲୋକଙ୍କ ସମସ୍ୟା ହେଉଛି ସରକାରଙ୍କ ସମସ୍ୟା । ଏହାର ସମାଧାନ କରିବା ହେଉଛି ବିଜେପି ସରକାରଙ୍କ ମୁଖ୍ୟ  ଉଦେ୍ଦଶ୍ୟ । ଅଭିଯୋଗ ଶୁଣାଣି ଶିବିରରେ ହୋଇଥିବା ଅଭିଯୋଗଗୁଡ଼ିକର କିପରି ତ୍ୱରିତ ସମାଧାନ ହେବ ସେଥିପାଇଁ ବିଶେଷ ଭାବେ ଦୃଷ୍ଟି  ଦିଆଯିବ । ଅଭିଯୋଗଗୁଡ଼ିକୁ ସେହି ବିଭାଗକୁ ପଠାଯାଇ ତୁରନ୍ତ ସମାଧାନ କରିବାକୁ ଜୋର ଦିଆଯିବ । ଏହି ଅଭିଯୋଗ ଶୁଣାଣିରେ  ଯାଜପୁର ସାଂସଦ ରବୀନ୍ଦ୍ର କୁମାର ବେହେରା ଯୋଗଦେଇ ଅଭିଯୋଗଗୁଡ଼ିକୁ ଶୁଣିଥିଲେ । ଏଥିରେ ପରିବହନ ମନ୍ତ୍ରୀ ଶ୍ରୀ ଜେନା ଯୋଗଦେଇ  କହିଥିଲେ, ଅଭଯୋଗ ଶୁଣିବା ହେଉଛି ସରକାରଙ୍କ ନୀତିଗତ ନିଷ୍ପତି, ଯେଉଁଠି ବିଜେପି ସରକାର ରହିଛି ସେଠାରେ ରିତିମତ ଲୋକଙ୍କ  ସମସ୍ୟା ଶୁଣାଯାଏ । ପୂର୍ବ ସରକାର ଅମଳରେ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ଗୁରୁତ୍ୱ ଦିଆଯାଉ ନ ଥିଲା । ଏପରିକି ମୁଖ୍ୟମନ୍ତ୍ରୀଙ୍କ  ଅଭିଯୋଗ ଶୁଣାଣି ବନ୍ଦ ହୋଇଯାଇଥିଲା, ମାତ୍ର ବିଜେପି ସରକାର ଲୋକଙ୍କ ସମସ୍ୟାର ସମାଧାନକୁ ପ୍ରାଥମିକତା ଦେଉଛି ।  

ଏହି ଅଭିଯୋଗ ଶୁଣାଣିରେ ଶତାଧିକ ଅଭିଯୋଗ ପଞ୍ଜୀକୃତ ହୋଇଥିଲା । ଏହି ଅବସରରେ ବିଶେଷ କରି ସ୍ୱାସ୍ଥ୍ୟ, ଶିକ୍ଷା,  ଗମନାଗମନ ଓ ଅନ୍ୟାନ୍ୟ ଅଭିଯୋଗ ହୋଇଥିଲା । ଅଭିଯୋଗର ସମାଧାନ ପାଇଁ ଏଭଳି ଅଭିନବ ପ୍ରୟାସକୁ କାର୍ଯକର୍ତା ଓ ଜନସାଧାରଣ  ପ୍ରଶଂସା କରିଛନ୍ତି ।  


Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget