loading...

ରାଜ୍ୟର ବିଶ୍ଵ ବିଦ୍ୟାଳୟମାନଙ୍କ ନଙ୍କରେ ଖାଲି ପଡ଼ିଥୁବା ଶିକ୍ଷକ ପଦବୀ ପୂରଣ ନିମନ୍ତେ ତୁରନ୍ତ ପଦକ୍ଷେପ କ୍ଷେପ ନିଆଯାଉ - ରାଜ୍ୟପାଳ

ଭୁବନେଶ୍ୱର, ୧୩ ଜୁଲାଇ ୨୦୨୪




ରାଜ୍ୟର ବିଶ୍ଵବିଦ୍ୟାଳୟ ମାନଙ୍କରେ ଖାଲି ପଡ଼ିଥୁବା ଶିକ୍ଷକ ପଦବୀ ପୂରଣ ନିମନ୍ତେ ତୁରନ୍ତ ପଦକ୍ଷେପ ନେବାକୁ ରାଜ୍ୟପାଳ ତଥା ବିଶ୍ଵ ବିଦ୍ୟାଳୟ ସମୂହର କୁଳାଧୂପତି ରଘୁବର ଦାସ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି । ଚଳିତ ଜୁଲାଇ ୧୩ ତାରିଖ ଶନିବାର ଦିନ ରାଜ ଭବନଠାରେ ଉଚ୍ଚ ଶିକ୍ଷାମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀଙ୍କ ସହ ଅନୁଷ୍ଠିତ ବୈଠକରେ ରାଜ୍ୟପାଳ ଏହି ପରାମର୍ଶ ଦେବା ସହ ବିଶ୍ୱ ବିଦ୍ୟାଳୟମାନଙ୍କରେ ଶୈକ୍ଷିକ ବାତାବରଣର ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ। ସୂଚନାଯୋଗ୍ୟ ଯେ ବୈଠକରେ ଜାତୀୟ ଶିକ୍ଷାନୀତି, ରାଜ୍ୟର ବିଶ୍ଵ ବିଦ୍ୟାଳୟମାନଙ୍କର ସ୍ଥିତି ତଥା ଏ ସଂପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ବୈଠକରେ ଆଲୋଚନା ହୋଇଥିଲା । ରାଜ୍ୟପାଳଙ୍କ ମୁଖ୍ୟ ପରାମର୍ଶଦାତା ସନ୍ତୋଷ କୁମାର ଶତପଥ୍, ପ୍ରମୁଖ ଶାସନ ସଚିବ ଶାଶ୍ଵତ ମିଶ୍ର, ଉଚ୍ଚଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଅରବିନ୍ଦ ଅଗ୍ରୱାଲଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧୂକାରୀ ଏହି ବୈଠକରେ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget