loading...

ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ଗାନ୍ଧୀ ଜୟନ୍ତୀ ପାଳିତ

ଭୁବନେଶ୍ୱର,  ଅକ୍ଟୋବର ୨୦୨୪



 ଆଜି ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ସଭାପତି ଶ୍ରୀ ଉଦିତ ପ୍ରଧାନଙ୍କ ନେତୃତ୍ୱରେ ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ଅବସ୍ଥିତ ଗାନ୍ଧୀ ପାର୍କ ଠାରେ ଗାନ୍ଧୀ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ରାମଧୂନ ଗାନ କରି ଛାତ୍ର କଂଗ୍ରେସର କର୍ମକର୍ତା ଏବଂ ବିଶ୍ୱବିଦ୍ୟାଳୟର ଛାତ୍ରମାନେ ସମଗ୍ର ବିଶ୍ୱବିଦ୍ୟାଳୟକୁ ପରିକ୍ରମା କରିଥିଲେ। ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ସାମ୍ପ୍ରତିକ ପରିସ୍ଥିତିରେ ଗାନ୍ଧୀବାଦ ହିଁ ମୁକ୍ତିର ଆଲୋକ। ଦେଶକୁ ବା ସମାଜକୁ ସାମ୍ପ୍ରଦାୟିକ ସଂକୀର୍ଣ୍ଣତା, ଧର୍ମାନ୍ଧତା, ବସ୍ତୁବାଦୀ ଚିନ୍ତାଧାରା, ନିଶାର ପ୍ରସାର, ହିଂସା, ଇର୍ଷା ଗ୍ରାସ କରିଛି। ଏଥିରୁ ମୁକ୍ତିପାଇଁ ଗାନ୍ଧୀ ଦର୍ଶନରେ ହିଁ ଆମକୁ ଅନୁପ୍ରାଣୀତ ହେବାକୁ ପଡ଼ିବ। ଛାତ୍ର ସମାଜ ଦେଶ ଗଠନରେ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରନ୍ତି। ଆମେ ଆଜିର ପବିତ୍ର ଦିନରେ ସମାଜରେ ବା ଦେଶରେ ଭାତୃଭାବ, ସଂହତୀ, ଭାରତୀୟତା ଏବଂ ଧାର୍ମିକ ସହନଶୀଳତା ବଜାୟ ରଖିବା ପାଇଁ ସଂଗ୍ରାମ କରିବାକୁ ସଂକଳ୍ପବଦ୍ଧ ହେବା। ଆଜିର ଏହି କାର୍ଯ୍ୟକ୍ରମରେ ଅଖିଳେଷ ଯାଦବ, ଆଶିଷ କୁମାର ମାହୁନ୍ତ, ରାଜେଶ ଦାଶ, ସୌମ୍ୟରଞ୍ଜନ ବରାଳ, ଲେନିନ କୁମାର ଜେନା, ପ୍ରାର୍ଥ ସାରଥି ଜେନା, ସରୋଜ ବାରିକ ପ୍ରମୁଖ ଅଂଶଗ୍ରହଣ କରିଥିଲେ।

Post a Comment

[blogger][disqus][facebook][spotim]

Contact Form

Name

Email *

Message *

Powered by Blogger.
Javascript DisablePlease Enable Javascript To See All Widget