loading...

ଗୋଷ୍ଠୀ କନ୍ଦଳରୁ ଧ୍ୟାନ ହଟାଇବା ପାଇଁ ରାଜଭବନକୁ “ଫୋପଡ” ପକାଉଛି ବିଜେଡି : ଦିଲୀପ ମଲ୍ଲିକ

ଭୁବନେଶ୍ୱର,  ଅକ୍ଟୋବର ୨୦୨୪



  • ଅପ୍ରସଙ୍ଗକୁ ପ୍ରସଙ୍ଗ କରି ବିଳିବିଳି ହେଉଛନ୍ତି ବିଜେଡି ନେତା
  • ରାଜ୍ୟପାଳଙ୍କୁ ଅନ୍ୟ ରାଜ୍ୟର ଜଣେ ମୁଖ୍ୟମନ୍ତ୍ରୀ ଭେଟିବା ସୌଜନ୍ୟତା ବା ବ୍ୟକ୍ତିଗତ ସମିଚୀନ ହୋଇପାରେ
  • ବିଜେଡି ନେତାମାନେ ସୌଜନ୍ୟତା ଏବଂ ସାମାଜିକ ଜୀବନକୁ ବୁଝନ୍ତି ନାହିଁ 
  • ନବୀନବାବୁଙ୍କୁ ଗୃହବନ୍ଦୀ କରି ଅଣଓଡିଆ ଅଫିସରମାନେ ରାଜ୍ୟରେ ଶାସନ ଚଳାଉଥିଲେ ଏବଂ ସେତେବେଳେ ଏହି କୁହାଳିଆ ସାଂସଦମାନେ ସେହି ଅଣଓଡିଆ ଅଫିସରଙ୍କର “ପାଦଲେହନ” କରୁଥିଲେ

 ବର୍ଷ କ୍ଷମତାରେ ରହିବା ପରେ ଏବେ କ୍ଷମତା ପଳାଇଥିବାରୁ ବିଜେଡି ନେତାଙ୍କର ମତିଭ୍ରମ ହୋଇଗଲାଣି। ସେମାନଙ୍କୁ ସାମାନ୍ୟ ସୌଜନ୍ୟତା ବୁଝାପଡ଼ୁନାହିଁ। ବିଜେଡିରେ ଦିନକୁ ଦିନ ଗୋ ୀକନ୍ଦଳ ତୀବ୍ର ହେବାରେ ଲାଗିଛି। ଭୁବନେଶ୍ୱରରୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ ବିଶୃଙ୍ଖଳା ଦେଖିବାକୁ ମିଳୁଛି। ନେତା ଓ କର୍ମୀମାନେ ଏବେ ଦଳ ଛାଡ଼ିବାରେ ଲାଗିଛନ୍ତି। ଏଥିରୁ ଧ୍ୟାନ ହଟାଇବା ପାଇଁ ବିଜେଡି ଅପ୍ରସଙ୍ଗକୁ ପ୍ରସଙ୍ଗ କରି ବିଳିବିଳି ହେଉଛି ବୋଲି ରାଜ୍ୟ ମୁଖପାତ୍ର ଦିଲୀପ ମଲ୍ଲିକ ଏକ ପ୍ରେସ ବିବୃତିରେ ଦର୍ଶାଇଛନ୍ତି। 

ନିଜ ଘରେ ରାଜନୈତିକ ଅଶାନ୍ତିର ଅସନ୍ତୋଷ ଘଟୁଥିବାବେଳେ ରାଜଭବନକୁ “ଫୋପଡ” ପକାଇବାକୁ ବିଜେଡି ପ୍ରୟାସ କରୁଛି। ରାଜ୍ୟପାଳଙ୍କୁ ଅନ୍ୟ ରାଜ୍ୟର ଜଣେ ମୁଖ୍ୟମନ୍ତ୍ରୀ ଭେଟିବା ସୌଜନ୍ୟତା ବା ବ୍ୟକ୍ତିଗତ ସମିଚୀନ ହୋଇପାରେ। ଏହି ସାକ୍ଷାତକୁ ନେଇ ବିଜୁ ଜନତା ଦଳର ଦୁଇ ଜଣ ସାଂସଦ ପ୍ରଶ୍ନ ଉଠାଇବାକୁ ଅସୌଜନ୍ୟତା କୁହାଯିବ। ଅତୀତରେ ନବୀନବାବୁଙ୍କୁ ଗୃହବନ୍ଦୀ କରି ଅଣଓଡିଆ ଅଫିସରମାନେ ରାଜ୍ୟରେ ଶାସନ ଚଳାଉଥିଲେ। ସେତେବେଳେ ଏହି କୁହାଳିଆ ସାଂସଦମାନେ ଜଣେ ନିର୍ଦ୍ଦିଷ୍ଟ ଅଣଓଡିଆ ଅଫିସରଙ୍କର “ପାଦଲେହନ” କରୁଥିଲେ। ଏବେ କ୍ଷମତାରୁ ଚାଲିଯିବା ପରେ ସେମାନେ ଔଷଧ ବିକଳରେ ତାଟିଆ କାମୁଡୁଛନ୍ତି। ଉକ୍ତ ନେତାମାନେ ସୌଜନ୍ୟତା ଏବଂ ସାମାଜିକ ଜୀବନକୁ ବୁଝନ୍ତି ନାହିଁ। ଯେଉଁଥିପାଇଁ ରାଜ୍ୟପାଳଙ୍କ ସହ ଜଣେ ମୁଖ୍ୟମନ୍ତ୍ରୀଙ୍କ ସାକ୍ଷାତ ଏବଂ ଆଲୋଚନାକୁ ନେଇ ଏଭଳି ଅବାନ୍ତର ଓ ଅଯୁକ୍ତିକ ପ୍ରଶ୍ନ କରିଛନ୍ତି ବୋଲି ଶ୍ରୀ ମଲ୍ଲିକ ସୂଚନା ଦେଇଛନ୍ତି।

Post a Comment

[blogger][disqus][facebook][spotim]

Contact Form

Name

Email *

Message *

Powered by Blogger.
Javascript DisablePlease Enable Javascript To See All Widget