loading...

ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ ଖେଳିବା ବନ୍ଦ କରନ୍ତୁ ସରକାର।

ଭୁବନେଶ୍ୱର,  ଅକ୍ଟୋବର ୨୦୨୪


ପରୀକ୍ଷା ପରିଚାଳନା କରୁଥିବା କଳା ତାଲିକାଭୁକ୍ତ ସଂସ୍ଥା ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ରାଜ୍ୟ ସରକାର : ଯୁବ କଂଗ୍ରେସ


 ସେପ୍ଟେମ୍ବର ମାସ ୨୦ ତାରିଖରୁ ରାଜସ୍ୱ ଏବଂ ମହିଳା ଓ ଶିଶୁକଲ୍ୟାଣ ବିଭାଗର ତୃତୀୟ ଶ୍ରେଣୀ କର୍ମଚାରୀ ନିଯୁକ୍ତି ନିମନ୍ତେ ଓଏସଏସଏସସି ଦ୍ୱାରା ଆରଆଇ, ଏଆରଆଇ, ଆଇସିଡିଏସ୍ ସୁପରଭାଇଜର ଏବଂ ଅମିନ ଚାକିରୀ ପାଇଁ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ଉକ୍ତ ପରୀକ୍ଷାର ସ୍ୱଚ୍ଛତା ନଥିବା ନେଇ ପ୍ରଶ୍ନ ଉଠାଇଛନ୍ତି ଯୁବ କଂଗ୍ରେସ ନେତା ସୁଦୀପ ସାମଲ। ସେ ସିଧାସଳଖ ରାଜ୍ୟ ସରକାରଙ୍କ ବିଭାଗୀୟ ମନ୍ତ୍ରୀଙ୍କ ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରି କହିଛନ୍ତି ପୂର୍ବ ସରକାର ଯେଉଁଭଳି ଭାବରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳଖେଳୁଥିଲେ ବର୍ତମାନର ସରକାର ମଧ୍ୟ ସେହି ଦିଗରେ ଅଗ୍ରସର ହେଉଛନ୍ତି। ଉକ୍ତ ପରୀକ୍ଷା ଏବଂ ଛାତ୍ରଛ୍ରାତ୍ରୀଙ୍କ ଭବିଷ୍ୟତକୁ ନେଇ ବିଭାଗୀୟ ମନ୍ତ୍ରୀଙ୍କ ବୟନା ଧର୍ମକୁ ଆଖିଠାର ସଦୃଶ। ପରୀକ୍ଷା ପରିଚାଳନା ପୂର୍ବରୁ ବିଭାଗୀୟ ମନ୍ତ୍ରୀ କିପରି ଭାବରେ ଜାଣିପାରିଲେ ନାହିଁ ଯେ ପରିଚାଳନା ଦାୟିତ୍ୱରେ ଥିବା ସଂସ୍ଥା କଳାତାଲିକାଭୁକ୍ତ ବୋଲି? ରାଜ୍ୟ ସରକାର ଶିକ୍ଷା କ୍ଷେତ୍ରରେ ବାହା ବାହା ନେଉଥିବା ବେଳେ କଳାତାଲିକାଭୁକ୍ତ ସଂସ୍ଥା ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ୟତ ସହିତ ଖେଳଖେଳି କିଭଳି ଭାବରେ ଏକ ସାଇବର କ୍ୟାଫେରେ ପରୀକ୍ଷା କରାଉଥିଲେ। ଏ ନେଇ ଉକ୍ତ ସଂସ୍ଥା ଉପରେ ତୁରନ୍ତ ଦୃଢ଼ କାର୍ଯ୍ୟାନୁ ।ନ ନନେଇ ସରକାର କ’ଣ ପାଇଁ ଚୁପ ବସିଛନ୍ତି? ବିଭାଗୀୟ ମନ୍ତ୍ରୀ ପୂର୍ବ ସରକାରଙ୍କୁ ଦାୟି କରୁଛନ୍ତି କିନ୍ତୁ ଆଜି ପର୍ଯ୍ୟନ୍ତ ଉକ୍ତ ସଂସ୍ଥା ଉପରେ କାର୍ଯ୍ୟାନୁ ।ନ ନନେଇ ଯେଉଁଭଳି ଭାବରେ ଚୁପ ବସିଛନ୍ତି ଏହା ଆମକୁ ଆଶ୍ଚର୍ଯ୍ୟ ଚକିତ କରିଛି। ପୂର୍ବ ସରକାର ସମୟରେ ଚାକିରୀରେ ସ୍ୱଚ୍ଛତା ନଥିବା ବେଳେ ବର୍ତମାନର ସରକାର ଚାକିରୀ କିଣାବିକାକୁ ପ୍ରୋତ୍ସାହନ ଦେଉନାହାନ୍ତି ତ? ଓଏସଏସଏସସ କଳା ତାଲିକାଭୁକ୍ତ ସଂସ୍ଥାକୁ କେଉଁ ଉଦ୍ଦେଶ୍ୟରେ ପରୀକ୍ଷା ପରିଚାଳନାର ଦାୟିତ୍ୱ ଦେଲା ବିଭାଗୀୟ ମନ୍ତ୍ରୀ ଏହା ଉପରେ ତୁରନ୍ତ ତଦନ୍ତ କରି କାର୍ଯ୍ୟାନୁ ।ନ ଗ୍ରହଣ କରନ୍ତୁ। ଯୁବ କଂଗ୍ରେସ ପକ୍ଷରୁ ଶ୍ରୀ ସାମଲ ରାଜ୍ୟ ସରକାରଙ୍କୁ ଏବଂ ବିଭାଗୀୟ ମନ୍ତ୍ରୀଙ୍କୁ ଚେତାବନୀ ଦେଇଛନ୍ତି ଯେ ରାଜ୍ୟ ସରକାର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ ଖେଳିବା ବନ୍ଦ କରନ୍ତୁ, ଚାକିରୀ କ୍ଷେତ୍ରରେ ସ୍ୱଚ୍ଛତା ଆଣନ୍ତୁ ଏବଂ ଉକ୍ତ କଳା ତାଲିକାଭୁକ୍ତ ସଂସ୍ଥା ଉପରେ ଯଦି ଦୃଢ଼ କାର୍ଯ୍ୟାନୁ ।ନ ଗ୍ରହଣ ନକରନ୍ତି ତାହାହେଲେ ଯୁବ କଂଗ୍ରେସ ପକ୍ଷରୁ ରାଜ୍ୟ ସରକାର ଏବଂ ବିଭାଗୀୟ ମନ୍ତ୍ରୀଙ୍କ ବିରୋଧରେ ଖୁବଶୀଘ୍ର ଆନ୍ଦୋଳନ କରାଯିବ ବୋଲି ଶ୍ରୀ ସାମଲ ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଜଣାଇଛନ୍ତି।

Post a Comment

[blogger][disqus][facebook][spotim]

Contact Form

Name

Email *

Message *

Powered by Blogger.
Javascript DisablePlease Enable Javascript To See All Widget