loading...

ବ୍ୟାଙ୍କ ଅଫ୍ ବରୋଦାର ଦ୍ୱିତୀୟ ତ୍ରୟମାସରେ ୫,୨୩୮ କୋଟିର ନେଟ୍ ଲାଭ

ଭୁବନେଶ୍ୱର,  ଅକ୍ଟୋବର ୨୦୨୪



ବ୍ୟାଙ୍କ ଅଫ୍ ବରୋଦାର ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସିକ ଫଳାଫଳ ପ୍ରକାଶ ପାଇଛି। ଏହି ଦ୍ୱିତୀୟ ତ୍ରୟମାସିକ ଫଳାଫଳରେ ବ୍ୟାଙ୍କ ଶତକଡା ୨୩.୨ ପ୍ରତିଶତ ଅଭିବୃଦ୍ଧି ହାର ହାସଲ କରି ୫,୨୩୮ କୋଟି ଟଙ୍କାର ନେଟ୍ ଲାଭ ସଂଗ୍ରହ କରିପାରିଛି। ସେହିପରି ବ୍ୟାଙ୍କର କାର୍ଯ୍ୟକାରୀ ଲାଭ ଦ୍ୱିତୀୟ ତ୍ରୈମାସରେ ୯,୪୭୭ କୋଟି ଟଙ୍କା ରହିଛି। ବ୍ୟାଙ୍କର ଘରୋଇ କାସା ଜମାରେ ଶତକଡା ୭ ପ୍ରତିଶତ ବୃଦ୍ଧି ଘଟି ୪,୫୮,୪୨୫ କୋଟିରେ ପହଞ୍ଚିଛି। ବ୍ୟାଙ୍କର ଘରୋଇ ଜମା ପୂର୍ବ ବର୍ଷ ତୁଳନାରେ ଶତକଡା ୭.୧ ପ୍ରତିଶତ ବୃଦ୍ଧି ପାଇ ୧୧,୫୦,୭୯୧ କୋଟିରେ ପହଞ୍ଚିଛି। ସେହିପରି ଆନ୍ତର୍ଜାତୀୟ ଜମା ମଧ୍ୟ ଶତକଡା ୯.୧ ପ୍ରତିଶତ ବୃଦ୍ଧି ପାଇ ୧୩,୬୩,୪୮୬ କୋଟିରେ ପହଞ୍ଚିଛି। ବ୍ୟାଙ୍କର ଦେଶ ମଧ୍ୟରେ ଋଣ ୯,୩୮,୮୮୩ କୋଟି ଟଙ୍କାକୁ ବୃଦ୍ଧି ପାଇବା ସହ ଗ୍ଲୋବାଲ ଋଣ ୧୧,୪୩,୦୩୯ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ବ୍ୟାଙ୍କର ୩୦ ସେପ୍ଟେମ୍ବର ସୁଦ୍ଧା ଲିକ୍ୟୁଡିଟୀ କଭରେଜ ରେସିଓ (ଏଲ୍‌ସିଆର୍ ) ଶତକଡା ୧୨୩.୭ ପ୍ରତିଶତ ରହିଛି। ବ୍ୟାଙ୍କର ମୋଟ୍ ସୁଧ ଆୟରେ ଶତକଡା ୬.୪ ପ୍ରତିଶତ ବୃଦ୍ଧି ଘଟି ୨୩,୨୨୨ କୋଟିରେ ପହଞ୍ଚିଛି। ବ୍ୟାଙ୍କର ପ୍ରୋଭିଜନ କଭରେଜ ରେସିଓ (ପିସିଆର୍ ) ଶତକଡା ୯୩.୬୧ ପ୍ରତିଶତ ରହିଛି। ବ୍ୟାଙ୍କର୍ ଗ୍ରସ୍ ଏନ୍‌ପିଏ ହାର ଶତକଡା ୧୫.୯ ପ୍ରତିଶତ ହ୍ରାସ ପାଇଥିବା ବେଳେ ନେଟ୍ ଏନ୍‌ପିଏ ହାର ଶତକଡା ୦.୬୦ ପ୍ରତିଶତ ହ୍ରାସ ପାଇଛି।

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget