ଭୁବନେଶ୍ୱର, ୧୩ ନଭେମ୍ବର ୨୦୨୪
ବିହାରର ଜାମୁଇଠାରେ ଅନୁଷ୍ଠିତ ୧୫୦ତମ ଜନ୍ମଜୟନ୍ତୀ କାର୍ଯ୍ୟକ୍ରମରେ ଯୋଗ ଦେଇ ଦେଶବାସୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
ଭୁବନେଶ୍ୱରଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେବେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ
ଓଡିଶାରେ ୨୭ଟି ଜିଲ୍ଲାର ୨୮ଟି ସ୍ଥାନରେ ଏକକାଳିନ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ଏବଂ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଆନନ୍ଦ ଉଲ୍ଲାସରେ ସହ ପାଳନ କରାଯିବ
ରାଜ୍ୟର ଦେବଗଡ, ସମ୍ବଲପୁର, ସୁନ୍ଦରଗଡ, କଳାହାଣ୍ଡି, ମାଲକାନଗିରି, ରାୟାଗଡା, ମୟୁରଭଂଜ, କେଉଁଝର ଓ ଗଜପତିରେ ଆଭାସୀ ମାଧ୍ୟମରେ ଭାଇଭଉଣୀମାନେ ୨-ଡବଚ୍ଚ ଉକ୍ଟଜ୍ଞଜ୍ଞଙ୍କଦ୍ଭସମବଗ୍ଧସକ୍ଟଦ୍ଭ ରେ ଯୋଡି ହେବେ
ଜନଜାତି ସମାଜ ସହ ଜଡିତ ବିଭିନ୍ନ ସମସ୍ୟା ତଥା ଅନ୍ୟାନ୍ୟ ବିଷୟରେ ରାଜ୍ୟର ୭୬୬୭ ରାଜସ୍ୱ ଗ୍ରାମରେ ଗ୍ରାମସଭା, ପ୍ରଶିକ୍ଷଣ କରାଯାଇ ଆଲୋଚନା କରାଯିବ
ଆସନ୍ତା ନଭେମ୍ବର ୧୫ ତାରିଖ ଦିନ ଭଗବାନ ବିର୍ସା ମୁଣ୍ଡାଙ୍କର ୧୫୦ ତମ ଜନ୍ମଜୟନ୍ତୀକୁ ଜନଜାତି ଗୈାରବ ଦିବସ ଭାବେ ବହୁ ଆଡମ୍ବରରେ ଦେଶବ୍ୟାପୀ ପାଳନ କରାଯିବ । ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିହାର ପ୍ରଦେଶର ଜାମୁଇଠାରେ ପୂର୍ବାହ୍ନ ୧୦ଟାରେ ଅନୁଷ୍ଠିତ ଜନ୍ମଜୟନ୍ତୀ କାର୍ଯ୍ୟକ୍ରମରେ ଯୋଗ ଦେଇ ଦେଶବାସୀଙ୍କୁ ସମ୍ବୋଧିତ କରିବେ । ସେହିଦିନ ଦେଶସାରା ଯେଉଁ ୫୦୦ ଜିଲ୍ଲାରେ ଏହା ପାଳିତ ହେବ ଏବଂ ଆଭାସୀ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ଭାଷଣରେ ସେମାନେ ଯୋଡି ହେବେ । ଓଡିଶାରେ ୨୭ଟି ଜିଲ୍ଲାର ୨୮ଟି ସ୍ଥାନରେ ଏକକାଳିନ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ଏବଂ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଆନନ୍ଦ ଉଲ୍ଲାସରେ ସହ ପାଳନ କରାଯିବ । ରାଜ୍ୟର ଦେବଗଡ, ସମ୍ବଲପୁର, ସୁନ୍ଦରଗଡ, କଳାହାଣ୍ଡି, ମାଲକାନଗିରି, ରାୟାଗଡା, ମୟୁରଭଂଜ, କେଉଁଝର ଓ ଗଜପତିରେ ଆଭାସୀ ମାଧ୍ୟମରେ ଭାଇଭଉଣୀମାନେ ୨-ଡବଚ୍ଚ ଉକ୍ଟଜ୍ଞଜ୍ଞଙ୍କଦ୍ଭସମବଗ୍ଧସକ୍ଟଦ୍ଭ ରେ ଯୋଡି ହେବେ । ଭୁବନେଶ୍ୱରର ଜନତା ମାଇଦାନଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗ ଦେବେ । ଆଗାମୀ ପୀଢିକୁ ଉତ୍ସାହିତ କରିବା ନିମନ୍ତେ ଜନଜାତି ଗୈାରବ ଦିବସ ପାଳନ କରାଯିବ ବୋଲି ଜନଜାତି ମୋର୍ଚ୍ଚା ରାଜ୍ୟ ସଭାପତି ତଥା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ।
ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଗଣ୍ଡ ସୁଚନା ଦେଇ କହିଛନ୍ତି ଯେ, ଜନଜାତି ସମାଜ ସହ ଜଡିତ ବିଭିନ୍ନ ସମସ୍ୟା ତଥା ଅନ୍ୟାନ୍ୟ ବିଷୟରେ ରାଜ୍ୟର ୭୬୬୭ ରାଜସ୍ୱ ଗ୍ରାମରେ ଗ୍ରାମସଭା, ପ୍ରଶିକ୍ଷଣ କରାଯାଇ ଆଲୋଚନା କରାଯିବ । ଏହି ଅବସରରେ ଭଗବାନ ବିିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯିବ, ଫୋଟ ଚିତ୍ରରେ ପୁଷ୍ପାଞ୍ଜଳି ଦିଆଯାଇ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯିବା ସହିତ ତାଙ୍କ ପରିବାର ସଦସ୍ୟଙ୍କୁ ସମ୍ମାନିତ ମଧ୍ୟ କରାଯିବ । ପ୍ରତ୍ୟେକ ମଣ୍ଡଳ, ଜିଲ୍ଲା ଓ ପ୍ରଦେଶ ସ୍ତରରେ ଜନଜାତି ସମାଜରେ ପ୍ରଭୁଦ୍ଧଜନ, ବିଶିଷ୍ଟବ୍ୟକ୍ତି ଓ ପ୍ରଭାବୀ ବ୍ୟକ୍ତିତ୍ୱଙ୍କୁ ସମ୍ମାନିତ ମଧ୍ୟ କରାଯିବ । ଏହି ଅବସରରେ ବିଭିନ୍ନ ସ୍ଥାନରେ ସଂଗୋଷ୍ଠୀ ଓ ଭାଷଣ ପ୍ରତିଯୋଗିତା ମଧ୍ୟ କରାଯିବ ବୋଲି ଶ୍ରୀ ଗଣ୍ଡ ସୁଚନା ଦେଇଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ବିଧାୟକ ନରସିଂହ ମାଡକାମୀ, ରାଜ୍ୟ ଉପସଭାନେତ୍ରୀ ସୁଶ୍ରୀ ସୁକେଶୀ ଓରାମ, ରାଜ୍ୟ ସଂପାଦିକା କସ୍ତୁରୀ ମିଶ୍ର ଏବଂ ଧୃବ କାଲୋ ପ୍ରମୁଖ ଉପସ୍ଥିତ ଥିଲେ ।
.jpeg)
Post a Comment