loading...

ରାଜଧାନୀ ମହାବିଦ୍ୟାଳୟରେ “ଶ୍ରେଣୀ କକ୍ଷରୁ କର୍ମସ୍ଥଳ” ଶୀର୍ଷକ ଆଲୋଚନାଚକ୍ର

ଭୁବନେଶ୍ୱର, ୧୦ ଡିସେମ୍ବର ୨୦୨୪



ବରମୁଣ୍ଡା ସ୍ଥିତ ରାଜଧାନୀ ମହାବିଦ୍ୟାଳୟର ବୃତ୍ତିଗତ ଅଧ୍ୟୟନ ବିଭାଗ (ଡିପାର୍ଟମେଣ୍ଟ ଅଫ ପ୍ରଫେସନାଲ ଷ୍ଟଡ଼ିଜ) ପକ୍ଷରୁ ମଙ୍ଗଳବାର ଦିନ “ଶ୍ରେଣୀ କକ୍ଷରୁ କର୍ମସ୍ଥଳ” ପର୍ଯ୍ୟନ୍ତ ଶୀର୍ଷକ ଏକ ଆଲୋଚନାଚକ୍ର ବ୍ୟାଚେଲର ଅଫ ବିଜନେସ ଆଡମିନିଷ୍ଟ୍ରେସନ (ବିବିଏ) ବିଭାଗର ମୁଖ୍ୟ ନିହାର ରଞ୍ଜନ ମହାପାତ୍ର ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଟାଟା କନ୍ସଲଟାନ୍ସି ସର୍ଭିସେସ (ଟିସିଏସ) ର ମାନବ ସମ୍ବଳ ବିଭାଗର ମୁଖ୍ୟ ଅଭିନାଶ ସାମଲ ମୁଖ୍ୟବକ୍ତା ଏବଂ ସେଲ୍ଫ ଫାଇନାନ୍ସ କୋର୍ସ ର ନିର୍ଦ୍ଦେଶକ ଶିଶିର ପାଣିଗ୍ରାହୀ ଓ ଟ୍ରଷ୍ଟି ମହେଶ ପଟ୍ଟନାୟକ ସମ୍ମାନିତ ଅତିଥି ଭବେ ଯୋଗ ଦେଇଥିଲେ। ଟିସିଏସ ର ମାନବ ସମ୍ବଳ ବିଭାଗର ମୁଖ୍ୟ ଶ୍ରୀ ସାମଲ କହିଲେ ଯେ ଛାତ୍ର ଜୀବନ ଠାରୁ ଆରମ୍ଭ କରି କର୍ମମୟ ଜୀବନ ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ର ରେ କୃତ୍ତିମ ବୁଦ୍ଧିମତ୍ତାର ଆହ୍ୱାନ ରହିଛି । ବର୍ତ୍ତମାନ ସମୟ ହଉଛି କୃତ୍ତିମ ବୁଦ୍ଧିମତ୍ତାର ସମୟ । ଛାତ୍ରଛାତ୍ରୀ ମାନେ ସାଧାରଣ ଗଣିତ ଠାରୁ ଆରମ୍ଭ କରି ଗୁଗୁଲ ସର୍ଚ୍ଚ ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ କୃତ୍ତିମ ବୁଦ୍ଧିମତ୍ତା ର ପ୍ରୟୋଗ କରୁଛନ୍ତି । ଏହା ସତ୍ୟଯେ ଭବିଷ୍ୟତରେ ଏହା କର୍ମ ସଂକୋଚନ କରିବ। ଏଣୁ ଛାତ୍ରଛାତ୍ରୀ ମାନେ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଏହାକୁ ପ୍ରୟୋଗ କରି ଉପଭୋଗ କରୁଥିବା ବେଳେ ଭବିଷ୍ୟତରେ ଆହ୍ୱାନ ପ୍ରତି ମଧ୍ୟ ନିଜକୁ ପ୍ରସ୍ତୁତ କରି ରଖିବା ଆବଶ୍ୟକ । ଜୀବିକା ସନ୍ଧାନ କ୍ଷେତ୍ରରେ କୃତ୍ତିମ ବୁଦ୍ଧିମତ୍ତାକୁ ଭୟ ନକରି ନିଜର ଦକ୍ଷତା ବିକାଶ ଉପରେ ଗୁରୁତ୍ୱ ଦେଇ ଏହାର ଆହ୍ୱାନକୁ ସମ୍ମୁଖୀନ ପାଇଁ ପ୍ରସ୍ତୁତ ହେବା ଆବଶ୍ୟକ। ଏହାକୁ ଭୟ କରିଗଲେ ଜୀବନରେ ସଫଳତା ମିଳିବ ନାହିଁ ଓ ଏହାକୁ ବ୍ୟବହାର କରିପାରୁଥିବା ଛାତ୍ରଛାତ୍ରୀ ହିଁ କର୍ମସ୍ଥଳରେ ସଫଳତା ଲାଭ କରିପାରିବେ। ସେ ଆହୁରି କହିଥିଲେ ଯେ ଆମେ ପରିବାର ଭିତରେ ବଢି ଆସିଛୁ ତେଣୁ ପରିବାରରେ ପିତାମାତା ଙ୍କ ପ୍ରତି ମଧ୍ୟ ଆମର କିଛି କର୍ତ୍ତବ୍ୟ ରହିଛି । ବ୍ୟସ୍ତ ବହୁଳ ଜୀବନ ଭିତରେ ତାଙ୍କ ପାଇଁ ମଧ୍ୟ ଆବଶ୍ୟକୀୟ ପରିମାଣ ର ସମୟ ବାହାର କରିବା ଉଚିତ। ଏକ ସୁସ୍ଥ ସାମାଜିକ ଜୀବନ ପାଇଁ ଏହା ଅତ୍ୟନ୍ତ ଜରୁରୀ ବୋଲି ଶ୍ରୀ ସାମଲ କହିଥିଲେ । ଏହି ଆଲୋଚନା ଚକ୍ର ରେ ବ୍ୟାଚେଲର ଅଫ କମ୍ପ୍ୟୁଟର ଆପ୍ଲିକେସନ (ବିସିଏ) ବିଭାଗର ମୁଖ୍ୟ ଶ୍ରୀମତୀ ସୌମ୍ୟା ପଟ୍ଟନାୟକ, ସହକାରୀ ଅଧ୍ୟାପକ କୈବଲ୍ୟ କର, ଅମ୍ଲାନ ମିଶ୍ର ଓ ପ୍ରଜ୍ଞା ପଦ୍ମଜା ପଣ୍ଡା , ଲ୍ୟାବ ଅଧ୍ୟାପକ ମନୋଜ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ ।ଏହି କାର୍ଯ୍ୟକ୍ରମ ବିଭାଗର ଗଣମାଧ୍ୟମ ସଂଯୋଜକ ବିଶ୍ୱରଂଜନ ସାହୁ ରେ ଓ ବିଭାଗର ଅଧିକାରୀ ଯଶୋବନ୍ତ ଭୋଇ ଓ ଅଜୟ କୁମାର ମାଣିଆ ପ୍ରମୁଖ ବିଶେଷ ସହାୟତା କରିଥିଲେ ।



Post a Comment

[blogger][disqus][facebook][spotim]

Contact Form

Name

Email *

Message *

Powered by Blogger.
Javascript DisablePlease Enable Javascript To See All Widget