ଭୁବନେଶ୍ୱର, ୧୩ ଡିସେମ୍ବର ୨୦୨୪
ଗତ ତା. ୪, ୫ ଓ ୬ ଡିସେମ୍ବର ଅନୁଷ୍ଠିତ ଗୁପ୍ତ ଭୋଟରେ ଶ୍ରୀ ରମେଶ ଚନ୍ଦ୍ର ସାହୁଙ୍କ ନେତୃତ୍ୱରେ ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ଇଷ୍ଟ କୋଷ୍ଟ ରେଲୱେ ଶ୍ରମିକ ସଂଘ ୧୮୪୬୧ ପାଇଁ ଏକ ନମ୍ବର ଭାବେ ସ୍ୱୀକୃତି ପାଇବା ପାଇଁ ହକ୍ଦାର ହୋଇଥିବାରୁ ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ରାଜ୍ୟ ସଭାପତି ତଥା ଜାତୀୟ ଉପସଭାପତି ଡକ୍ଟର ରାମଚନ୍ଦ୍ର ଖୁଣ୍ଟିଆ ଓ ରେଲୱେ ମେନସ୍ କଂଗ୍ରେସର ସାଧାରଣ ସମ୍ପାଦକ ଶ୍ରୀ ରମେଶ ଚନ୍ଦ୍ର ସାହୁ, ଏନ୍.ଏଫ.ଆଇ.ଆର ଜାତୀୟ ସାଧାରଣ ସମ୍ପାଦକଙ୍କ ଶ୍ରୀ ରାଘବୟାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏନ୍.ଏଫ.ଆଇ.ଆର ସାରା ଭାରତ ବର୍ଷରେ ୧୩ଟି ଜୋନ୍ରେ ଅଧିକ ଭୋଟ ପାଇଛନ୍ତି।
ନିକଟ-ଅତୀତରେ ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ଅନୁବନ୍ଧିତ ରାଉରକେଲା ଶ୍ରମିକ ସଂଘ, ରାଉରକେଲା ଷ୍ଟିଲ ପ୍ଲାଂଟରେ, ଏନ୍.ଟି.ପି.ସି ଏମ୍ଲୋଇଜି ୟୁନିଅନ, ଏନ୍.ଟି.ପି.ସି. ସୁପର ଥରମାଲ କଣିଆରେ ଓ ନାଲ୍କୋର ଦୁଇଟି ୟୁନିଟ୍ରେ ଗୁପ୍ତ ଭୋଟରେ ବିଜୟ ହାସଲ କରିଛି।
ଏଣୁ ରେଲୱେ କର୍ମଚାରୀ ସମେତ ସମସ୍ତ କର୍ମଚାରୀଙ୍କୁ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ତରଫରୁ ଡକ୍ଟର ରାମଚନ୍ଦ୍ର ଖୁଣ୍ଟିଆ ଅଭିନନ୍ଦନ ଜଣାଇଛନ୍ତି ଓ ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ସମସ୍ତ କର୍ମକର୍ତ୍ତା ଓ ସଭ୍ୟ, ପ୍ରବାସୀ ଶ୍ରମିକ, ନିର୍ମାଣ ଶ୍ରମିକ, ସମସ୍ତ ଅସଂଗଠିତ ଶ୍ରମିକ ମାନଙ୍କର ସଂଗଠନକୁ ମଜଭୂତ କରିବା ପାଇଁ ଆହ୍ୱାନ ଦେଇଛନ୍ତି।

Post a Comment