ଭୁବନେଶ୍ୱର, ୨୮ ଡିସେମ୍ବର ୨୦୨୪
ଅଲ୍ ଇଣ୍ଡିଆ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଅଫିସର୍ସ ଆସୋସିଏସନ (ଏଆଇପିଏନ୍ବିଓଏ), ଭୁବନେଶ୍ୱର ସର୍କଲ ପକ୍ଷରୁ ଏହାର ଆଞ୍ଚଳିକ ସମ୍ମିଳନୀ (ଓଡିଶା ରାଜ୍ୟ) ସୋଆ ୟୁନିଭରସିଟିର ଅଡିଟୋରିୟମ୍ ହଲ୍ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଭୁବନେଶ୍ୱର ସର୍କଲ ଅନ୍ତର୍ଗତ ବିଭିନ୍ନ ଶାଖାରୁ ବହୁ ଅଧିକାରୀ ତଥା ରାଜ୍ୟର ଅନ୍ୟାନ୍ୟ ସର୍କଲରୁ ବହୁ ସଂଖ୍ୟକ ବ୍ୟକ୍ତି ଯୋଗ ଦେଇଥିଲେ। ଭୁବନେଶ୍ୱର ଅଞ୍ଚଳର ଆଞ୍ଚଳିକ ପ୍ରବନ୍ଧକ ରାଜେଶ କୁମାର ମୁଖ୍ୟ ଅତିଥି ରୂପେ ଏଥିରେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ଅବସରରେ ଭୁବନେଶ୍ୱର ଅଞ୍ଚଳ ଅନ୍ତର୍ଗତ ଅଧିକାରୀମାନଙ୍କ ବିଭିନ୍ନ ଅସୁବିଧା ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଏଥିରେ ଓଡିଶା ରାଜ୍ୟ ସର୍କଲ ସେକ୍ରେଟାରୀ ତଥା ରାଜ୍ୟ ସହ ସାଧାରଣ ସମ୍ପାଦକ ବୈଲୋଚନ ସାହୁ ଯୋଗ ଦେଇ ଅଧିକାରୀମାନଙ୍କ ବିଭିନ୍ନ ଅସୁବିଧା ଉପରେ ଆଲୋକପାତ କରିବା ସହ ଉପସ୍ଥିତ ସଦସ୍ୟମାନଙ୍କୁ ଏକଜୁଟ୍ ହୋଇ ରହିବା ପାଇଁ ଅନୁରୋଧ କରିଥିଲେ। ଏହି ଅବସରରେ ଏଆଇପିଏନ୍ବିଓଏର ସାଧାରଣ ସମ୍ପାଦକ କମ୍ରେଡ୍ ଦିଲ୍ଲୀପ ସାହା, ଏଆଇପିଏନ୍ବିଓଏର ଅଧ୍ୟକ୍ଷ କମ୍ରେଡ୍ କେ. ଶ୍ରୀକୁମାର, ସର୍କଲ ପ୍ରେସିଡେଣ୍ଟ (ଭୁବନେଶ୍ୱର ) କମ୍ରେଡ୍ ରୋସନ କୁମାର ରାୟ, ଅଭ୍ୟର୍ଥନା କମିଟିର ଚେୟାରମ୍ୟାନ କମ୍ରେଡ୍ ସଞ୍ଜୟ କୁମାର ପଣ୍ଡା, ସର୍କଲ ସେକ୍ରେଟାରୀ (କଟକ) କମ୍ରେଡ୍ ଦୀପକ କୁମାର ପ୍ରଧାନ, ସର୍କଲ ସେକ୍ରେଟାରୀ (ବ୍ରହ୍ମପୁର) କମ୍ରେଡ୍ ପି. ସନ୍ତୋଷ କୁମାର ପାତ୍ର, ସର୍କଲ ପ୍ରେସିଡେଣ୍ଟ (ସମ୍ବଲପୁର ) କମ୍ରେଡ୍ ସଦାନନ୍ଦ ବେହେରା, ଭୁବନେଶ୍ୱାର ଡିଜିଏମ୍ ତଥା ସର୍କଲ ମୁଖ୍ୟ ଲକ୍ଷ୍ମିକାନ୍ତ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।
Post a Comment