loading...

ପ୍ରଦୂଷଣ ଦୂରୀକରଣ ଉପରେ ସୋଆରେ ନୂତନ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର, ୧୧ ଜାନୁଆରୀ  ୨୦୨୫





ପୃଥିବୀରେ ପ୍ରଦୁଷଣ ଦୂରୀକରଣ ନିମନ୍ତେ ଅନେକ ବୈଜ୍ଞାନିକ ପଦ୍ଧତିର ପ୍ରୟୋଗ କରାଯାଉଛି। ମାତ୍ର ଏଗୁଡ଼ିକ ଅତ୍ୟଧିକ ବ୍ୟୟସାପେକ୍ଷ। ଏହାଛଡ଼ା ଏହି ପଦ୍ଧତିଗୁଡ଼ିକ ବ୍ୟବହାର କରିବା ଫଳରେ ପ୍ରଦୁଷଣ ବୃଦ୍ଧି ପାଇବା ମଧ୍ୟ ଲକ୍ଷ୍ୟ କରାଯାଉଛି। 

ମାତ୍ର ଗବେଷକମାନେ ଅନୁଭବ କରୁଛନ୍ତି ଯେ ଉଦ୍ଭିଦକୁ ବ୍ୟବହାର କରି ‘ଫାଇଟୋରେମେଡିଏସନ୍‌’ ନାମକ ପଦ୍ଧତି ଏହି ପ୍ରଦୁଷଣ ଦୂରୀକରଣରେ ସାହାଯ୍ୟ କରିପାରିବ। ଏହି ପଦ୍ଧତି ଅଧିକ ଲାଭଦାୟକ ହେବ ବୋଲି ସେମାନେ ମନେ କରୁଛନ୍ତି। 

ଏହି ପ୍ରସଙ୍ଗ ଉପରେ ଲିଖିତ ଏକ ପୁସ୍ତକ ‘ସଷ୍ଟେନେବଲ ମ୍ୟାନେଜମେଂଟ ଅଫ୍ 

ଏନ୍‌ଭାଇରନ୍‌ମେନ୍‌ଟାଲ ପଲ୍ୟୁଟାଂଟସ ଥ୍ରୁ ଫାଇଟୋରେମେଡିଏସନ୍‌’ କୁ ନିକଟରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ଉନ୍ମୋଚନ କରିଛନ୍ତି। ଏହି ପୁସ୍ତକଟି ୪ ଜଣ ଗବେଷକଙ୍କ ଦ୍ୱାରା ଅନୁଦିତ ହୋଇଛି। 

ଏହି ଗବେଷକଙ୍କ ମଧ୍ୟରୁ ସୋଆ ବିଶ୍ୱବିଦ୍ୟାଳୟରେ ଗବେଷଣା କରୁଛନ୍ତି। ସେମାନେ ହେଲେ ଇନ୍‌ଷ୍ଟିଚ୍ୟୁଟ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲର ମେଡିକାଲ ରିସର୍ଚ୍ଚ ବିଭାଗର ଆସିଷ୍ଟାଂଟ ପ୍ରଫେସର ଡକ୍ଟର ଦତତ୍ରେୟ କର ଓ ସେଂଟର ଫର ବାୟୋଟେକ୍ନୋଲଜିର ଆସିଷ୍ଟାଂଟ ପ୍ରଫେସର ଡକ୍ଟର ଅନନ୍ୟା କୁଅଁର। 

ଅନ୍ୟ ଦୁଇଜଣ ଗବେଷକ ହେଲେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଆସିଷ୍ଟାଂଟ ପ୍ରଫେସର ଡକ୍ଟର ଆଲୋକ ପ୍ରସାଦ ଦାସ ଓ ଗବେଷକ ଓ ଲେଖକ ଡକ୍ଟର ମଲିନ୍ ପି. ସାହ। 

ପୁସ୍ତକ ଉନ୍ମୋଚନ ବେଳେ ଡକ୍ଟର ଦତତ୍ରେୟ କର ଓ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ପ୍ରଫେସର (ଡକ୍ଟର) ସଂଘମିତ୍ରା ମିଶ୍ର ଉପସ୍ଥିତ ଥିଲେ।

Tags

Post a Comment

[blogger][disqus][facebook][spotim]

Contact Form

Name

Email *

Message *

Powered by Blogger.
Javascript DisablePlease Enable Javascript To See All Widget