loading...

ନାରୀ ଶକ୍ତି – ଏକ ରକେଟ୍ ସାଇନ୍ସ ନୁହେଁ, ଏହା ଆମ ବିଶ୍ୱାସ ଓ ଅନ୍ତର୍ନିହିତ ସ୍ୱଭାବ : ଡଃ. ଏସ୍. ଜୟଶଙ୍କର

ଭୁବନେଶ୍ୱର, ୧୦ ଜାନୁଆରୀ  ୨୦୨୫





  • ମହିଳା ନେତୃତ୍ୱାଧିନ ସଶକ୍ତିକରଣକୁ ପ୍ରାଧାନ୍ୟ 

  •  ଦକ୍ଷତାକୁ ଗୁରୁତ୍ୱ ଦିଅନ୍ତୁ, ଲିଙ୍ଗକୁ ନୁହେଁ ।   

ଅଷ୍ଟାଦଶ ପ୍ରବାସୀ ଭାରତୀୟ ସମ୍ମେଳନର ଅନ୍ତିମ ଦିବସ “ଆଦର୍ଶ ମହିଳା ପ୍ରବାସୀ:ମହିଳାଙ୍କ ନେତୃତ୍ୱ ଓ ପ୍ରଭାବ – ନାରୀ ଶକ୍ତି” ପ୍ରସଙ୍ଗ ଆଧାରିତ ପୂର୍ଣ୍ଣାଙ୍ଗ ଅଧିବେଶନରୁ ପ୍ରାରମ୍ଭ ହୋଇଥିଲା । ଏହି ଅଧିବେଶନରେ ଅଧ୍ୟକ୍ଷତା କରି କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡଃ. ଏସ୍. ଜୟଶଙ୍କର ବିକଶିତ ଭାରତ ନିର୍ମାଣରେ ନାରୀ ଶକ୍ତିର ମହତ୍ତ୍ୱପୂର୍ଣ୍ଣ ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ । ନାରୀ ପୁରୁଷ ଲିଙ୍ଗଗତ ବିବିଧତାକୁ ଆଧାରକୁ ନ ନେଇ ବିଭିନ୍ନ କ୍ଷେତ୍ରରେ ଦକ୍ଷତାକୁ ଗୁରୁତ୍ୱ ଦେବା ଉପରେ ଏହି ଆଲୋଚନା ଚକ୍ରରେ ଗୁରତ୍ୱ ଦିଆଯାଇଥିଲା ।  

କେନ୍ଦ୍ର ମନ୍ତ୍ରୀ ଡଃ. ଏସ୍. ଜୟଶଙ୍କର କହିଥିଲେ ଯେ,  ମହିଳାମାନଙ୍କ ପୁଷ୍ଟି, ସ୍ୱାସ୍ଥ୍ୟ, ଶିକ୍ଷା ସୁନିଶ୍ଚିତ କରିବା ସହ ସାମାଜିକ ବୈଷମ୍ୟ ଦୂର କରି ସେମାନଙ୍କ ଦକ୍ଷତାକୁ ଉଚିତ ସମ୍ମାନ ଜଣାଇବା ନିମନ୍ତେ ସରକାର ପ୍ରତିଶ୍ରୁତିବଦ୍ଧ । ଭାରତ ସରକାରଙ୍କ ମହିଳା ସଶକ୍ତିକରଣ ଉପରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ଵରୂପ ମାତୃତ୍ଵ କାଳୀନ ଛୁଟି ଅବଧିକୁ ୨୬ ସପ୍ତାହକୁ ବୃଦ୍ଧି, ମୁଦ୍ରା ଯୋଜନାରେ ୩୦ କୋଟି ମହିଳା ଉଦ୍ୟୋଗୀଙ୍କୁ ଋଣ, ଉଚ୍ଚଶିକ୍ଷା କ୍ଷେତ୍ରରେ ମହିଳାଙ୍କ ସଂଖ୍ୟାରେ ୨୮% ବୃଦ୍ଧି, ସୁକନ୍ୟା ସମୃଦ୍ଧି ଯୋଜନାରେ ୩୨ ନିୟୁତ ବ୍ୟାଙ୍କ ଖାତା ଖୋଲାଯାଇଛି  । ସେହିପରି  ପ୍ରଧାନମନ୍ତ୍ରୀ ଉଜ୍ଜ୍ଵଳା ଯୋଜନା ଅନ୍ତର୍ଗତ ୧୦୦ ନିୟୁତରୁ ଊର୍ଦ୍ଧ୍ଵ ଧୂଆଁମୁକ୍ତ ପାକଶାଳା, ୪୦ ନିୟୁତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀଙ୍କ ମଧ୍ୟରେ ୭୨ % ମହିଳା  ଥିବା ସେ  ପ୍ରକାଶ କରିଥିଲେ।  ମହିଳା ସଶକ୍ତିକରଣ ସହିତ ମହିଳା ନେତୃତ୍ଵ ଦ୍ୱାରା ବିକାଶକୁ ସେ ଗୁରୁତ୍ୱ ପ୍ରଦାନ କରିଥିଲେ । ବିଭିନ୍ନ କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଆଦର୍ଶ  ମହିଳା ପ୍ରବାସୀମାନଙ୍କୁ  ସେ ପ୍ରଶଂସା କରିବା ସହ ସେମାନଙ୍କ ଉପଲବ୍ଧି ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ ହୋଇପାରିବ ବୋଲି ସେ ଉଲ୍ଲେଖ କରିଥିଲେ    ଜି-୨୦ ସମ୍ମେଳନ ଅବସରରେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମହିଳାମାନଙ୍କ ଦକ୍ଷତା ବୃଦ୍ଧି  ସୁନିଶ୍ଚିତ କରିବା ପାଇଁ ଭବିଷ୍ୟତରେ ଏହି ବିଶ୍ୱ ସମ୍ମିଳନୀକୁ  ଏକ ମଞ୍ଚ ଭାବେ ବ୍ୟବହାର କରିବା ପାଇଁ ଆହ୍ୱାନ ଦେଇଥିବା ସେ  ସ୍ମରଣ କରିଥିଲେ । 

ଇସ୍ରୋର ବୈଜ୍ଞାନିକ ତଥା ଭାରତର ରକେଟ୍ ମହିଳା ଭାବେ ପରିଚିତ  . ରିତୁ କରିଧାଲଙ୍କ ସଂଚାଳନରେ  ଅନୁଷ୍ଠିତ ଏହି ଅଧିବେଶନରେ ଜାମାଇକା ପ୍ରୋମୋଶନସ୍ କର୍ପୋରେସନର ଅଧ୍ୟକ୍ଷା ଶ୍ରୀମତୀ ଶୁଲ୍ଲେଟ୍ କକ୍ସ, ପିଟି ଇନ୍ଫୋଟେକ ସଲ୍ୟୁସନର ନିର୍ଦେଶିକା ସହ ସତ୍ତ୍ଵାଧିକାରିଣୀ, ଜାକର୍ତ୍ତାର ଇଣ୍ଡୋଇଣ୍ଡିଆନ୍ସ ଡଟ୍ କମ୍ ସଂସ୍ଥାପିକା, ଇଣ୍ଡୋନେସିଆ ଇଣ୍ଡିଆ ବିଜନେସ୍ ଫୋରମ (ଆଇଆଇବିଏଫ) ଅଧ୍ୟକ୍ଷା ତଥା ଅନ୍ତଃରାଷ୍ଟ୍ରୀୟ ମହିଳାଙ୍କ ଔଦ୍ୟୋଗିକ ସମସ୍ୟାର ବୈଶ୍ଵିକ ରାଜଦୂତ ଶ୍ରୀମତୀ ପୁନମ ସାଗର, ତାଞ୍ଜାନିଆରେ ବିବିଧ କମ୍ପାନୀସମୂହର ପ୍ରତିଷ୍ଠାତ୍ରୀ, ଖ୍ୟାତନାମା ଉଦ୍ୟୋଗପତି ତଥା ବିଶିଷ୍ଟ ସାମାଜିକ କର୍ମୀ ଶ୍ରୀମତୀ ସୁଦ୍ଧା ମାଜିଥିଆ, ପ୍ରଥମ ମହିଳା ପଣ୍ଡିତ ଭାବେ ପରିଚିତା ବିଶିଷ୍ଟ ଶିକ୍ଷା, ସଂସ୍କୃତି ଏବଂ ନାରୀଶକ୍ତି କର୍ମୀ, ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟ- ତ୍ରିନିଦାଦ ଟୋବାଗୋର ପ୍ରାଧ୍ୟାପିକା . ଇନ୍ଦ୍ରାଣୀ ରାମ ପରସାଦ, ଅଦ୍ଦିଶ ଅବାବାର ଅନେକ ସମାଜ କଲ୍ୟାଣ ପ୍ରକଳ୍ପର ଅନୁଭବ ତଥା  ବନ୍ୟା ପ୍ରଶମନ  ଏବଂ ଭିନ୍ନ ଭିନ୍ନ ଟିମଙ୍କ ସହବନ୍ଧନରେ ପର୍ଯ୍ୟଟନ ସ୍ଥଳୀ ପୁନରୁଦ୍ଧାର ସଂପର୍କିତ ଅଭିଜ୍ଞତା ରଖିଥିବା ଶ୍ରୀମତୀ ମୈତ୍ରୀ ଯୋଶୀ, ଦୋହା ମାର୍କେଟରେ ଅଭିନବ ବ୍ୟବସାୟିକ ଅନୁଭବ ସହ  ବଳିଷ୍ଠ ଲୋକସମ୍ପର୍କ ଦକ୍ଷତା ଥିବା ଶ୍ରୀମତୀ ସକଲା ଆପ୍ପାଚ୍ୟୁ  ଦେବ୍ରାଜ୍ଭାରତର  ସମୃଦ୍ଧ ହସ୍ତଶିଳ୍ପକୁ  ବିଦେଶରେ   ଅନେକ ବିକ୍ରୟସ୍ଥଳ ଶୃଙ୍ଖଳର ସ୍ୱତ୍ୱାଧିକାରିଣୀ ଥିବା ଶ୍ଲୋଭେନିଆର ଶ୍ରୀମତୀ କୋକି ଭେବେରନରୱେର ସେଣ୍ଟର ଫର ଡାଇଭର୍ସିଟି  ଲିଡରଶିପସୀମା  ପ୍ରତିଷ୍ଠାତା ତଥା ମୁଖ୍ୟ ନିର୍ବାହୀ ଅଧିକାରୀ ଶ୍ରୀମତୀ ଲଭଲିନ ବ୍ରେନ୍ନା ପ୍ରମୁଖ ଉକ୍ତ ଆଲୋଚନା ଚକ୍ରରେ ଅଂଶଗ୍ରହଣ କରି ନିଜ ନିଜର  ଅନୁଭବ ଏବଂ ମୂଲ୍ୟବାନ ମତ ରଖିଥିଲେ ।

Tags

Post a Comment

[blogger][disqus][facebook][spotim]

Contact Form

Name

Email *

Message *

Powered by Blogger.
Javascript DisablePlease Enable Javascript To See All Widget