ଭୁବନେଶ୍ୱର, ୨୬ ଜାନୁଆରୀ ୨୦୨୫
ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ୭୬ତମ ସାଧାରଣତନ୍ତ୍ର ଦିବସ କଂଗ୍ରେସ ଭବନ, ଭୁବନେଶ୍ୱର ଠାରେ ମହାସମାରୋହରେ ପାଳିତ ହୋଇଯାଇଛି। ଏହିଉପଲକ୍ଷେ ଆୟୋଜିତପତାକା ଉତ୍ତୋଳନ କାର୍ଯ୍ୟକ୍ରମରେ ଜାତୀୟ ପତାକା ଉତ୍ତୋଳନ କରି କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀ ରାମଚନ୍ଦ୍ର କାଡ଼ାମ ଉପସ୍ଥିତ ନେତୃବୃନ୍ଦ ଓ କର୍ମିମାନଙ୍କୁ ଉଦବୋଧନ ଦେଇ କହିଲେ ଯେ, ଦୀର୍ଘ ୭୬ ବର୍ଷ ହେଲା ଆମେ ସାଧରଣତନ୍ତ୍ର ଦିବସକୁ ପାଳନ କରିଆସୁଅଛୁ। ଦେଶ ସ୍ୱାଧୀନ ହେବା ଓ ସ୍ୱତନ୍ତ୍ର ଗଣତାନ୍ତ୍ରିକରାଷ୍ଟ୍ରରେ ପରିଣତ ହେବା ପାଇଁ କଂଗ୍ରେସ ଦଳ ବହୁ ତ୍ୟାଗ ଓ ବଳିଦାନ ଦେଇଛି। ଆମର ସମ୍ବିଧାନ ଆମକୁ ବଞ୍ôଚବାର ସମସ୍ତ ସୁଯୋଗ ଦେଇଛି। ଆଜି କିନ୍ତୁ ସମ୍ବିଧାନ ସଂପୂର୍ଣ୍ଣ ବିପନ୍ନ। ସଂସଦରେ ଡଃ. ବି.ଆର. ଆମ୍ବେଦକରଙ୍କୁ ଅସମ୍ମାନ କରାଯାଉଛି। ସମସ୍ତ କଂଗ୍ରେସ ନେତୃବୃନ୍ଦ ଓ କର୍ମୀ ଏକଜୁଟ ହୋଇ ଏହାକୁ ପ୍ରତିହିତ କରିବାକୁ ଶ୍ରୀ କାଡାମ ଆହ୍ୱାନ ଦେଇଥିଲେ।
ଏହି କାର୍ଯ୍ୟକ୍ରମକୁ କଂଗ୍ରେସ ସେବାଦଳ ପକ୍ଷରୁ ଡ. ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ଓ ଜ୍ୟୋତିଷ କୁମାର ସାହୁ ପରିଚାଳନା କରିଥିଲେ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ନିରଞ୍ଜନ ପଟ୍ଟନାୟକ, ଡ. ରାମଚନ୍ଦ୍ର ଖୁଣ୍ଟିଆ, ଅନନ୍ତ ପ୍ରସାଦ ସେଠୀ, ଶରତ ରାଉତ, ଶିବାନନ୍ଦ ରାୟ, କିଶୋର ଜେନା, ମନୋରଞ୍ଜନ ଦାସ, ଶ୍ରୀନିବାସ ରାଉତରାୟ, ବିଶ୍ୱଜିତ ଦାଶ, ଜିଆଉଲହକ୍, ସୁଦର୍ଶନ ଦାସ, ରଜନୀ ମହାନ୍ତି, ମାନସ ଆଚାର୍ଯ୍ୟ, ତରୁଣ ମିଶ୍ର, ପୃଥିବୀ ବଲ୍ଲଭ ପଟ୍ଟନାୟକ, ଜୟଶ୍ରୀ ପଟ୍ଟନାୟକ, ଶ୍ରୀନାଥ ମିଶ୍ର, ରଣଜିତ ପାତ୍ର, ପ୍ରଣତି ମିଶ୍ର, ସୁଶାନ୍ତ ତ୍ରିପାଠୀ, ପ୍ରଶାନ୍ତ ଚମ୍ପତି, ଆଲୋକ ମହାନ୍ତି, ଲିଙ୍ଗରାଜ ସାହୁ, ନିଜବୁର ରହମାନ ଖାଁ, ଭାସ୍କର ସେଠୀ, ସତ୍ୟବ୍ରତ ନାୟକ, ରାଜକିଶୋର ବାରିକ, କୁସୁମ ପ୍ରଧାନ, ମିହୀର ଆଚାର୍ଯ୍ୟ, ନଳିନୀ ନାୟକ, ସୁଧାଂଶୁ ମହାନ୍ତି,
ଶଶି ପଣ୍ଡା, ବିନୋଦ ପାଣି, ମନୋଜ ସାହୁ, ନଳିନୀ ବେହେରା, ଅଜୟ ସାହୁ, ଉଷାରାଣି ବେହେରା, ମନୋରଞ୍ଜନରାଉତରାୟ, ପ୍ରଭାତ ପ୍ରତାପ ସିଂ, ଜୟକୃଷ୍ଣ ମଲିଆ, ସିଲି ସେଠୀ, ଗୁଣମଣିସା, ମୋଟରାଜ ଡୁଙ୍ଗଡୁଙ୍ଗ ଓ ଖଗେଶ୍ୱର ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।
Post a Comment