loading...

ଟିଏଚ୍‌ଇ ୱାର୍ଲ୍ଡ ରିପୁଟେସନ୍ ର‌୍ୟାଙ୍କିଙ୍ଗସ : ଦେଶର ୪ଟି ଶିକ୍ଷାନୁଷ୍ଠାନ ମଧ୍ୟରେ ସୋଆ

ଭୁବନେଶ୍ୱର, ୧୯ ଫେବୃଆରୀ ୨୦୨୫




ଶିକ୍ଷା, ସ୍ୱାସ୍ଥ୍ୟସେବା ଏବଂ ଗବେଷଣା କ୍ଷେତ୍ରରେ ଏକ ଭିନ୍ନତା ସୃଷ୍ଟି କରିଥିବା ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିଛି। ମଙ୍ଗଳବାର ପ୍ରକାଶିତ ଟାଇମ୍‌ସ ହାୟାର ଏଜୁକେସନ୍ (ଟିଏଚ୍‌ଇ) ୱାର୍ଲ୍ଡ ରିପୁଟେସନ୍ ର‌୍ୟାଙ୍କିଙ୍ଗସ୍ ୨୦୨୫ ତାଲିକାରେ ଦେଶର ୪ଟି ଶିକ୍ଷାନୁଷ୍ଠାନ ମଧ୍ୟରେ ସୋଆ ସ୍ଥାନିତ ହୋଇଛି। 

ଏହି ତାଲିକାରେ ସୋଆ ବ୍ୟତୀତ ସ୍ଥାନ ପାଇଥିବା ଦେଶର ଅନ୍ୟ ୩ଟି ଶିକ୍ଷାନୁଷ୍ଠାନ ହେଉଛି ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ସାଇନ୍‌ସ, ବେଙ୍ଗାଲୁରୁ, ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି, ଦିଲ୍ଲୀ ଏବଂ ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି, ମାଡ୍ରାସ୍‌। ଦେଶର କେବଳ ଏହି ୪ଟି ଶିକ୍ଷାନୁଷ୍ଠାନ ଏହି ତାଲିକାରେ ସ୍ଥାନ ପାଇଥିବା ବେଳେ ସୋଆ ହେଉଛି ଏକମାତ୍ର ଘରୋଇ ଶିକ୍ଷାନୁଷ୍ଠାନ। ଏହି ୪ଟି ଶିକ୍ଷାନୁଷ୍ଠାନ ୨୦୧-୩୦୦ ର‌୍ୟାଙ୍କ ମଧ୍ୟରେ ସ୍ଥାନିତ ହୋଇଛନ୍ତି। ଏହି ବର୍ଷ ୩୮ଟି ଦେଶର ୩୦୦ ଶିକ୍ଷାନୁଷ୍ଠାନକୁ ନେଇ ଏହି ର‌୍ୟାଙ୍କିଙ୍ଗ ପ୍ରସ୍ତୁତ କରାଯାଇଛି। 

ବିଶ୍ୱବ୍ୟାପୀ ସମସ୍ତ ଶିକ୍ଷାନୁଷ୍ଠାନ ମଧ୍ୟରୁ ଚଳିତ ବର୍ଷର ତାଲିକାରେ ହାରଭାର୍ଡ ବିଶ୍ୱବିଦ୍ୟାଳୟ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଲଗାତାର ୧୪ ବର୍ଷ ଧରି ଏହି ସ୍ଥାନ ବଜାୟ ରଖିଛି। ସେହିପରି ମାସାଚୁସେଟ୍‌ସ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଏମ୍‌ଆଇଟି) ଏବଂ ୟୁନିଭର୍ସିଟି ଅଫ୍ ଅକ୍ସଫୋର୍ଡ ଯୁଗ୍ମ ଭାବେ ଦ୍ୱିତୀୟ ସ୍ଥାନ ହାସଲ କରିଥିବା ବେଳେ ଷ୍ଟାନ୍‌ଫୋର୍ଡ ୟୁନିଭର୍ସିଟି ଏବଂ ୟୁନିଭର୍ସିଟି ଅଫ୍ କେମ୍ବ୍ରିଜ ଯୁଗ୍ମ ଭାବେ ଚତୁର୍ଥ ସ୍ଥାନ ଅଧିକାର କରିଛନ୍ତି। 

୨୦୨୪ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁସ୍‌ନାଲ ର‌୍ୟାଙ୍କିଙ୍ଗ ଫ୍ରେମ୍‌ୱାର୍କ (ଏନଆଇଆରଏଫ୍‌) ର‌୍ୟାଙ୍କିଙ୍ଗରେ ସୋଆ ସାରା ଦେଶରେ ୧୪ ତମ ସ୍ଥାନରେ ରହିଥିବା ବେଳେ ନ୍ୟାସ୍‌ନାଲ୍ ଆସେସ୍‌ମେଂଟ ଆଣ୍ଡ ଆକ୍ରେଡିଟେସନ୍ କାଉନ୍‌ସିଲ (ନାକ୍‌) ଦ୍ୱାରା ସର୍ବୋଚ୍ଚ ଗ୍ରେଡ ଏ++ ଦ୍ୱାରା ପୁନଃସ୍ୱୀକୃତି ପାଇଛି। ସେହିପରି ସୋଆ ୨୦୨୨ ରେ ୟୁନିଭର୍ସିଟି ଗ୍ରାନ୍‌ଟସ କମିସନ୍ (ୟୁଜିସି) ପକ୍ଷରୁ କ୍ୟାଟେଗୋରୀ ୧ ଗ୍ରେଡେଡ୍ ଅଟୋନୋମୀ ଷ୍ଟାଟସ୍ ମାନ୍ୟତା ପାଇଛି। ଏହି ବିଶ୍ୱବିଦ୍ୟାଳୟ ବିଶ୍ୱ ସ୍ତରରେ କ୍ୟୁଏସ୍ ଏବଂ ଟିଏଚ୍‌ଇ ୱାର୍ଲ୍ଡ ୟୁନିଭର୍ସିଟି ର‌୍ୟାଙ୍କିଙ୍ଗ୍‌ସରେ ମଧ୍ୟ ସ୍ଥାନ ପାଇଛି।

Tags

Post a Comment

[blogger][disqus][facebook][spotim]

Contact Form

Name

Email *

Message *

Powered by Blogger.
Javascript DisablePlease Enable Javascript To See All Widget