loading...

ହୋମ୍ ଲୋନ୍ ଏକ୍ସପୋ ମାଧ୍ୟମରେ ପିଏନ୍‌ବିର ୬,୦୦୦କୋଟି ଟଙ୍କାର ବ୍ୟବସାୟିକ ଲକ୍ଷ୍ୟ

ଭୁବନେଶ୍ୱର, ୦ ଫେବୃଆରୀ ୨୦୨୫






ପଞ୍ଜାବ ନ୍ୟାଶନାଲ୍‍ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶୋକ ଚନ୍ଦ୍ର ଏଠାରେ ବ୍ୟାଙ୍କର ଭୁବନେଶ୍ୱର କାର୍ଯ୍ୟାଳୟ ପରିସରରେ ଆୟୋଜିତ ହୋଇଥିବା ହୋମ୍ ଲୋନ୍ ଏକ୍ସପୋକୁ ଉଦ୍‌ଘାଟନ କରିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଚଳିତ ମାସ ୭ ଏବଂ ୮ ତାରିଖରେ ବ୍ୟାଙ୍କ ପକ୍ଷରୁ ରାଜ୍ୟରେ ବାଲେଶ୍ୱର, ବ୍ରହ୍ମପୁର, ଭୁବନେଶ୍ୱର, କଟକ ଓ ସମ୍ବଲପୁର ସମେତ ଦେଶର ୧୫୦ଟି ପ୍ରମୁଖ ସହରରେ ହୋମ୍‌ଲୋନ୍ ଏକ୍ସପୋ ଆୟୋଜନ କରାଯାଉଛି। 
ଏଠାରେ ବ୍ୟାଙ୍କ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଚନ୍ଦ୍ର ରାଜ୍ୟରେ ଏହି ହୋମ୍‌ଲୋନ୍ ଏକ୍ସପୋ ମାଧ୍ୟମରେ ପ୍ରାୟ ୨୦୦ କୋଟି ଟଙ୍କା ଏବଂ ଦେଶରେ ପ୍ରାୟ ୫,୦୦୦ରୁ ୬,୦୦୦ କୋଟି ଟଙ୍କାର ବ୍ୟବସାୟ ହୋଇପାରିବ ବୋଲି ଆକଳନ କରିଛନ୍ତି। ସେହିପରି, ଚଳିତ ମାସ ୧୩ ଫେବୃୟାରୀ ୨୦୨୫ରେ ବ୍ୟାଙ୍କ ପକ୍ଷରୁ ଦେଶର ପ୍ରାୟ ୨୦୦ଟି କେନ୍ଦ୍ରରେ ଏମ୍‌ଏସ୍‌ଏମ୍‌ଇ ଏକ୍ସପୋର ମଧ୍ୟ ଆୟୋଜନ କରାଯାଉଛି। ଏଥି ସହିତ ପିଏନ୍‌ବି ସମ୍ପର୍କରେ ସୂଚନା ଦେଇ ଶ୍ରୀ ଚନ୍ଦ୍ର କହିଥିଲେ ପିଏନ୍‌ବି ଦେଶର ଦ୍ୱିତୀୟ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ହିସାବରେ ୧୦,୦୦୦ରୁ ଉର୍ଦ୍ଧ୍ୱ ଶାଖା ମାଧ୍ୟମରେ ପ୍ରାୟ ୧୮ କୋଟି ଗ୍ରାହକଙ୍କୁ ନିଜ ସହିତ ଯୋଡି ପାରିଛି। ଲାଲା ଲାଜପତ ରାୟ ଓ ଅନ୍ୟ ସ୍ୱାଧୀନତା ସଂଗ୍ରାମୀମାନଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏହି ବ୍ୟାଙ୍କ ଦେଶର ପ୍ରଥମ ସ୍ୱଦେଶୀ ବ୍ୟାଙ୍କ ଅଟେ ଯାହା ୧୨୯ ବର୍ଷ ଧରି ନିରବଚ୍ଛିନ୍ନ ସେବା ଯୋଗାଇ ଆସୁଛି। 
ରାଜ୍ୟରେ ବ୍ୟାଙ୍କର ମୋଟ୍ ଶାଖା ସଂଖ୍ୟା ୩୪୫ ଥିବା ବେଳେ ଏଥି ମଧ୍ୟରୁ ପ୍ରାୟ ଶତକଡା ୯୦ ପ୍ରତିଶତ ଶାଖା ଗ୍ରାମାଞ୍ଚଳ ଓ ଅର୍ଦ୍ଧ ସହରାଞ୍ଚଳରେ ରହିଥିବା କଥା ସେ ସୂଚନା ଦେଇଥିଲେ। ବ୍ୟାଙ୍କର ସିଡି ଅନୁପାତ ଶତକଡା ୮୦ ପ୍ରତିଶତରୁ ଉର୍ଦ୍ଧ୍ୱ ଅଟେ ବୋଲି କହିଥିବା ସହ ଗ୍ରସ୍ ଏନ୍‌ପିଏ ଓ ନେଟ୍ ଏନ୍‌ପିଏରେ ଉଲ୍ଲେଖନୀୟ ହ୍ରାସ ଘଟାଇ ବ୍ୟାଙ୍କ ଏହାର ସ୍ଥିତକୁ ସୁଦୃଢ କରିପାରିଛି ବୋଲି ସେ କହିଥିଲେ। କେନ୍ଦ୍ର ସରକାରଙ୍କ ଦ୍ୱାରା ଦିଆଯାଉଥିବା ସୂର୍ଯ୍ୟଘର ଯୋଜନାରେ ଲୋକ କିପରି ଲାଭ୍ୱାନିତ ହେବେ ସେ ବିଷୟରେ ସେ ସମସ୍ତଙ୍କୁ ଅବଗତ କରାଇଥିଲେ। ଶ୍ରୀ ଚନ୍ଦ୍ର ତାଙ୍କର ଏହି ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀଙ୍କୁ ସୈାଜନ୍ୟମୂଳକ ସାକ୍ଷାତ କରିଥିବା ବିଷୟରେ ସୂଚନା ଦେଇଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ବ୍ୟାଙ୍କର ଭୁବନେଶ୍ୱର ଅଞ୍ଚଳର ଆଞ୍ଚଳିକ ପ୍ରବନ୍ଧକ ରାଜେଶ କୁମାର, ଉପ-ଆଞ୍ଚଳିକ ପ୍ରବନ୍ଧକ କ୍ଷେତ୍ରବାସୀ ମିଶ୍ର ଓ ଭୁବନେଶ୍ୱର ମଣ୍ଡଳର ମଣ୍ଡଳ ମୁଖ୍ୟ ଲକ୍ଷ୍ମୀକାନ୍ତ ମିଶ୍ର ଉପସ୍ଥିତ ଥିଲେ।
Tags

Post a Comment

[blogger][disqus][facebook][spotim]

Contact Form

Name

Email *

Message *

Powered by Blogger.
Javascript DisablePlease Enable Javascript To See All Widget