loading...

ମାର୍ଚ୍ଚ ୩ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଠାରେ ଜନଶୁଣାଣି ପାଇଁ ସ୍ଲଟ୍ ବୁକିଂ ଶେଷ ୧୦୦୦ ଜଣ ସାକ୍ଷାତ ଅଭିଯୋଗ ପାଇଁ କରିସାରିଛନ୍ତି ପଞ୍ଜୀକରଣ

ଭୁବନେଶ୍ୱର, ୦୧ ମାର୍ଚ୍ଚ ୨୦୨୫


ମାର୍ଚ୍ଚ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଠାରେ  ଜନଶୁଣାଣି  ପାଇଁ  ସ୍ଲଟ୍ ବୁକିଂ ଆଜି ଶେଷ ହୋଇଛି   ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଆସନ୍ତା ସୋମବାର  ସାକ୍ଷାତ ଅଭିଯୋଗ ପାଇଁ ସର୍ବାଧିକ ୧୦୦୦ ଜଣଙ୍କ ପାଇଁ  ପଞ୍ଜୀକରଣ ଉଦ୍ଦିଷ୍ଟ ଥିଲା   ଏଥିପାଇଁ ପୂର୍ବ ସୂଚନା ଅନୁସାରେ ଫେବୃୟାରୀ ୨୮ତାରିଖ ପୁର୍ବାହ୍ନ ୧୧ ଘଟିକା ଠାରୁ ଏହି ସ୍ଲଟ୍ ବୁକିଂ ବା  ପଞ୍ଜୀକରଣ ଆରମ୍ଭ ହୋଇଥିବା ବେଳେ ଜନଶୁଣାଣି ପୋର୍ଟାଲ ଅଥବା  ଜନଶୁଣାଣି ମୋବାଇଲ ଆପ୍ଲିକେଶନ ମାଧ୍ୟମରେ ମାର୍ଚ୍ଚ ତାରିଖ ଶନିବାର ଅପରାହ୍ଣ ସୁଦ୍ଧା  ୧୦୦୦ ଜଣ ନିଜ ନିଜର ସ୍ଲଟ୍ ବୁକିଂ କରିସାରିଥିବା ଜଣାଯାଇଛି  ଏହି ସମସ୍ତ ଜନସାଧାରଣ ସେମାନଙ୍କର ପଞ୍ଜୀକରଣ ପ୍ରାପ୍ତି ସ୍ଵୀକାର ପତ୍ର, ବ୍ୟକ୍ତିଗତ ପରିଚୟ ପତ୍ର ଏବଂ ନିଜର ଅଭିଯୋଗ ପତ୍ର ସହ ୟୁନିଟ୍-, ଭୁବନେଶ୍ୱର ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଠାରେ ନିର୍ଦ୍ଧାରିତ ସମୟରେ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀଙ୍କୁ ନିଜର ଅଭିଯୋଗ ଜଣାଇବା ସଂପର୍କରେ ସାଧାରଣ ପ୍ରଶାସନ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ  ସୂଚନା ଦିଆଯାଇଛି  

Post a Comment

[blogger][disqus][facebook][spotim]

Contact Form

Name

Email *

Message *

Powered by Blogger.
Javascript DisablePlease Enable Javascript To See All Widget