loading...

କିଟ୍‍ ସହଯୋଗାତ୍ମକ ଶିକ୍ଷଣ କାର୍ଯ୍ୟକ୍ରମ ମଧୁର ସ୍ମୃତି ନେଇ ଫେରିଲେ ୱାଶିଂଟନ୍ ବିଶ୍ୱବିଦ୍ୟାଳୟ ପ୍ରତିନିଧିମଣ୍ଡଳ

ଭୁବନେଶ୍ୱର, ୨୮ ମାର୍ଚ୍ଚ ୨୦୨୫




ମଧୁର ସ୍ମୃତି ନେଇ ସ୍ୱଦେଶ ଫେରିଛନ୍ତି ୱାଶିଂଟନ୍‍ ବିଶ୍ୱବିଦ୍ୟାଳୟ ପ୍ରତିନିଧିମଣ୍ଡଳ। ବିଦେଶୀ ବିଶ୍ୱବିଦ୍ୟାଳୟ ଓ ଭାରତୀୟ ବିଶ୍ୱବିଦ୍ୟାଳୟ ମଧ୍ୟରେ ଶିକ୍ଷା ବିନିମୟକୁ ପ୍ରାୟତଃ ସାଂସ୍କୃତିକ, ଶିକ୍ଷା ଓ ଗବେଷଣା ସହଯୋଗ ଦୃଷ୍ଟିକୋଣରୁ ଦେଖାଯାଏ। ଏହି କ୍ରମରେ ୧୦ ଦିନିଆ ଶିକ୍ଷା ବିନିମୟ କାର୍ଯ୍ୟକ୍ରମରେ କିଟ୍‍ ଓ କିସ୍‍କୁ ଆସିଥିବା ୱାଶିଂଟନ୍ ବିଶ୍ୱବିଦ୍ୟାଳୟ-ବୋଥେଲର ୧୮ ଜଣିଆ ପ୍ରତିନିଧିମଣ୍ଡଳ ଏହି କାର୍ଯ୍ୟକ୍ରମକୁ ଆଗେଇ ନେଇଛନ୍ତି। ୱାଶିଂଟନ୍ ବିଶ୍ୱବିଦ୍ୟାଳୟ ପ୍ରତିନିଧିଙ୍କ ଏକ ଗସ୍ତ ଏକ ନୂତନ ଧାରା ସୃଷ୍ଟି କରିଛି। ଏଥିରେ ୱାଶିଂଟନ୍ ବିଶ୍ୱବିଦ୍ୟାଳୟର ୧୧ଜଣ ଛାତ୍ରଛାତ୍ରୀ ୨ ପ୍ରାଧ୍ୟାପକ ଓ କିଟ୍‍ ମ୍ୟାନେଜମେଣ୍ଟ ସ୍କୁଲ୍‍ର ୧୧ଜଣ ଛାତ୍ରଛାତ୍ରୀ ମିଳିତ ଭାବେ କ୍ଷେତ୍ର ଅଧ୍ୟୟନ କାର୍ଯ୍ୟକ୍ରମରେ ସାମିଲ୍‍ ହୋଇଥିଲେ। ସେହିପରି ୱାଶିଂଟନ୍ ବିଶ୍ୱବିଦ୍ୟାଳୟର ୫ଜଣ ପ୍ରାଧ୍ୟାପକ କିଟ୍‍ ଓ କିସ୍‍ର ବିଭିନ୍ନ ସ୍କୁଲ୍‍ରେ ଶିକ୍ଷାଦାନ ଓ ଜ୍ଞାନ ବିନିମୟ କାର୍ଯ୍ୟରେ ନିୟୋଜିତ ଥିଲେ। 
ସମୃଦ୍ଧ, ବିବିଧ ଶିକ୍ଷଣ ଅଭିଜ୍ଞତା ସୃଷ୍ଟି କରିବା ପାଇଁ ବିଭିନ୍ନ ଅନୁଷ୍ଠାନରେ ବିଶେଷଜ୍ଞମାନେ ଏକତ୍ରିତ ହୋଇଥିବାରୁ ଏଭଳି ସହଯୋଗପୂର୍ଣ୍ଣ ଶିକ୍ଷାଦାନ ମଡେଲ୍ ଅନ୍ତର୍ଜାତୀୟ ଶିକ୍ଷା କାର୍ଯ୍ୟକ୍ରମରେ ଏକ ଉତ୍କୃଷ୍ଟ ଉଦାହରଣ ବୋଲି କୁହାଯାଇପାରେ। ଏଥିରେ ନିୟୋଜିତ ଥିବା ଉଭୟ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଓ ପ୍ରାଧ୍ୟାପକଙ୍କ ଶୈକ୍ଷିକ ତଥା ଶିକ୍ଷାର ବ୍ୟବହାରିକ ପ୍ରୟୋଗ ସାମୂହିକ ବୁଦ୍ଧିମତାର ଶକ୍ତିକୁ ପ୍ରଦର୍ଶନ କରିପାରିଛି। ସ୍ଥାନୀୟ ତଥ୍ୟର ସହଜ ପ୍ରୟୋଗ କରି ଛାତ୍ରଛାତ୍ରୀମାନେ ପ୍ରସଙ୍ଗ ଭିତ୍ତିକ ସମସ୍ୟାର ସମାଧାନ କରିବାରେ ସକ୍ଷମ ହୋଇଥିଲେ। ଏହା ସହିତ ଛାତ୍ରଛାତ୍ରୀମାନେ ସ୍ଥାନୀୟ ଅର୍ଥନୈତିକ ବାସ୍ତବତାକୁ ଅନ୍ତର୍ଜାତୀୟ ଶୈକ୍ଷକି ଦୃଷ୍ଟିକୋଣ ସହିତ ସମନ୍ୱୟ ରକ୍ଷା କରି ସାଂସ୍କୃତିକ ଏବଂ ବଜାରର ସୂକ୍ଷ୍ମତାକୁ ବିଚାରକୁ ନେଇ ବ୍ୟବହାରିକ ସମାଧାନ କରିବାରେ ନିଜକୁ ପ୍ରସ୍ତୁତ କରିପାରିଛନ୍ତି। ଗୋଟିଏ ପଟେ କିଟ୍‍ ଛାତ୍ରଛାତ୍ରୀମାନେ ଅନ୍ତର୍ଜାତୀୟ ବ୍ୟବସାୟ ଢାଞ୍ଚା ବିଷୟରେ ଜ୍ଞାନ ଆହରଣ କରିଥିବା ବେଳେ ୱାଶିଂଟନ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀମାନେ ଭାରତରେ ଉଦ୍ୟୋଗୀ ଇକୋସିଷ୍ଟମକୁ ପ୍ରତ୍ୟକ୍ଷ ଭାବରେ ଅନୁଭବ କରିଥିଲେ। 
କିଟ୍‍ ଓ କିସ୍‍ ସହ ୱାଶିଂଟନ ବିଶ୍ୱବିଦ୍ୟାଳୟ-ବୋଥେଲ ପ୍ରତିନିଧିମଣ୍ଡଳର ଶୈକ୍ଷିକ ସହଯୋଗ କେବଳ ଏକ ବିନିମୟ କାର୍ଯ୍ୟକ୍ରମ ନଥିଲା, ବରଂ ଶିକ୍ଷାଦାନ, ବ୍ୟବସାୟିକ ସମସ୍ୟା ସମାଧାନ ଏବଂ ପାରସ୍ପରିକ ସାଂସ୍କୃତିକ ଶିକ୍ଷାର ସମନ୍ୱୟରେ ପ୍ରଥମ ଥର ଲାଗି ଭାରତରେ ଏଭଳି ଏକ କାର୍ଯ୍ୟକ୍ରମ ହୋଇପାରିଲା। ଉଭୟ ବିଶ୍ୱବିଦ୍ୟାଳୟର ଏହି ସଫଳ ସହଯୋଗିତା ବିଶ୍ୱର ଅନ୍ୟ ବିଶ୍ୱବିଦ୍ୟାଳୟଗୁଡ଼ିକ ପାଇଁ ଉଦାହରଣ ସୃଷ୍ଟି କରିଛି। ତେଣୁ ଉଚ୍ଚଶିକ୍ଷା ପ୍ରତିଷ୍ଠାନଗୁଡ଼ିକୁ ବିନିମୟ କାର୍ଯ୍ୟକ୍ରମର ପାରମ୍ପରିକ ଧାରଣାରୁ ଆଗକୁ ଯାଇ ବାସ୍ତବ ବିଶ୍ୱ ସମସ୍ୟା ସମାଧାନକୁ ପ୍ରାଥମିକତା ଦିଗରେ ଶିକ୍ଷାଦାନ ମଡେଲଗୁଡ଼ିକୁ ଗ୍ରହଣ କରିବା ଉଚିତ ବୋଲି ୱାଶିଂଟନ ବିଶ୍ୱବିଦ୍ୟାଳୟ ପ୍ରତିନିଧିମାନେ ପ୍ରକାଶ କରିଛନ୍ତି। କିଟ୍‍ ବିଶ୍ୱବିଦ୍ୟାଳୟର ଏହି ଅଗ୍ରଣୀ ଆଭିମୁଖ୍ୟ ଅନ୍ତର୍ଜାତୀୟ ଶିକ୍ଷାର ଭବିଷ୍ୟତ କେବଳ ସିଦ୍ଧାନ୍ତରେ ସୀମିତ ନରହି ବ୍ୟବହାରିକ ହୋଇପାରିଛି ବୋଲି ସେମାନେ ମତ ଦେଇଥିଲେ।
Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget