loading...

ନାରୀ ନ୍ୟାୟ ପାଇଁ ରାଜ୍ୟ କଂଗ୍ରେସ ବିଧାନସଭା ଘେରାଉ କଲା

ଭୁବନେଶ୍ୱର,  ମାର୍ଚ୍ଚ ୨୦୨୫




ରାଜ୍ୟରେ ମହିଳା ତଥା ଅପ୍ରାପ୍ତ ବୟସ୍କା ଛାତ୍ରୀମାନଙ୍କର ସୁରକ୍ଷା ଦାବିରେ ପ୍ରଦେଶ କଂଗ୍ରେସ ସଭାପତି ଭକ୍ତଚରଣ ଦାସଙ୍କ ନେତୃତ୍ୱରେ ସାରା ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ହଜାର ହଜାର ମହିଳା କଂଗ୍ରେସ ନେତୃବନ୍ଦ, କର୍ମୀ ଓ ଶୁଭେଚ୍ଛୁଙ୍କ ସହିତ ସମସ୍ତ ଜିଲ୍ଳାପତି, ବିଧାୟକ, ସାଂସଦ, ପୂର୍ବତନ ପିସିସି ସଭାପତି, ପୂର୍ବତନ କେନ୍ଦ୍ରମନ୍ତ୍ରୀ, ମହିଳା କଂଗ୍ରେସ, ଯୁବ କଂଗ୍ରେସ, ଛାତ୍ର କଂଗ୍ରେସ ଓ ସମସ୍ତ ବିଭାଗ ପ୍ରକୋଷ୍ଠର ଛାମୁଆ ସଂଗଠନର ନେତୃବୃନ୍ଦମାନେ ଆଜି ଭୁବନେଶ୍ୱରର ଲୋଏର ପିଏମ୍‌ଜିରେ ଥିବା ସଭାସ୍ଥଳିରେ ଏକତ୍ରିତ ହୋଇଥିଲେ। 

ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ଭକ୍ତଚରଣ ଦାସ, ଏକ ବିଶାଳ ରାଲିରେ ରାମମନ୍ଦିର ଛକରୁ ବାହାରି ଜନପଥ ଦେଇ ବିକ୍ଷୋଭ ସ୍ଥଳରେ ପଂହଚିଥିଲେ। ବିଭିନ୍ନ ଜିଲ୍ଲାରୁ ଆସିଥିବା ହଜାର ହଜାର କଂଗ୍ରେସ କର୍ମୀ, ନେତୃବୃନ୍ଦ ରାମମନ୍ଦିର ଠାରୁ ଜନପଥ ଦେଇ ବିକ୍ଷୋଭ ସ୍ଥଳରେ ସାମିଲ ହୋଇଥିଲେ। ଓଡ଼ିଶାର ରାଜନୈତିକ ଇତିହାସରେ ମହିଳାମାନଙ୍କ ଅଧିକାର ଓ ନ୍ୟାୟ ପାଇଁ ଆଜି ସଭାସ୍ଥଳରେ କେବଳ ମହିଳା ନେତୃବୃନ୍ଦ ପରିଚାଳନା କରିଥିଲେ। ରାଜ୍ୟରେ ହୁ ହୁ ହୋଇ ବଢ଼ିଚାଲିଥିବା ଧର୍ଷଣ, ଗଣଧର୍ଷଣ ଓ ବର୍ବରଚିତ କାଣ୍ଡ ବିରୋଦ୍ଧରେ ବିଜୟଲକ୍ଷ୍ମୀ ସାହୁ, ସରସ୍ୱତୀ ହେମ୍ବ୍ରମ, ଶୁସିଲା ତିରିଆ, ମିନାଖି ବାହିନିପତି, ବନ୍ଦିତା ପରିଡ଼ା, ସଶ୍ମିତା ବେହେରା, ମନଶା ତ୍ରିପାଠୀ, ମଧୁସ୍ମିତା ପଣ୍ଡା, ମଧୁସ୍ମିତା ଆଚାର୍ଯ୍ୟ, ସୋନାଲୀ ସାହୁ, ପ୍ରଣତି ମିଶ୍ର, ଗୀତାଞ୍ଜଳି ମହାନ୍ତି ଓ ଅନ୍ୟମାନେ ମହୌିଳାଙ୍କ ପ୍ରତି ହେଉଥିବା ଅତ୍ୟାଚାରକୁ ବଖାଣିଥିଲେ। 

ପ୍ରଦେଶ କଂଗ୍ରେସ ସାଭାପତି ଭକ୍ତଚରଣ ଦାସ ରାଜ୍ୟବାସୀଙ୍କୁ ଆହ୍ୱନ ଦେଇ କହିଥିଲେ ଯେ, ଓଡ଼ିଶାର ନାରୀ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ କଂଗ୍ରେସ ତା’ର ଆନ୍ଦୋଳନ ଜାରି ରଖିôବ। ରାଜ୍ୟରେ ବିଜେପି ସରକାର ସମୟରେ ପ୍ରତିଦିନ ୮ ଜଣ ମହିଳା ଧର୍ଷିତା ହେଉଛନ୍ତି। ରାଜ୍ୟରେ ୪୪,୮୨୪ ମହିଳା ଓ ଅପ୍ରାପ୍ତ ବୟସ୍କା ଛାତ୍ରୀମାନେ ନିଖୋଜ ଅଛନ୍ତି। ଏ ସରକାର ସେମାନଙ୍କ ପ୍ରତି ଟିକେ ଚିନ୍ତା ନାହିଁ। ରାଜ୍ୟରେ ଘଟିଯାଇଥିବା ଏବଂ ଘଟୁଥିବା ଧର୍ଷଣ ଓ ଗଣଧର୍ଷଣ କୁ ତଦନ୍ତ କରିବା ପାଇଁ କଂଗ୍ରେସ ବିଧାୟକ ଦଳ ଏକ ଗୃହ କମିଟି ଦାବି କଲା। ଏହାର କ’ଣ ଆମର ଭୁଲ ଥିଲା କି? ଦୀର୍ଘ ଦିନ ଧରି ମହିଳାମାନେ ଅତ୍ୟାଚାରିତ ହେଉଛନ୍ତି। ରାଜ୍ୟ ଆଜି ଏକ ହିଂସା ପ୍ରବଣ ରାଜ୍ୟ ରୂପେ ହୋଇସାରିଛି। ମହିଳାମାନଙ୍କ ପାଇଁ ଆଜି ଏ ରାଜ୍ୟ ଆଦୌ ନିରାପଦ ନୁହେଁ। ଓଡ଼ିଶା ପ୍ରଭାରୀ ଶ୍ରୀ ଅଜୟ ଲଲ୍ଲୁ ଜୀ କଂଗ୍ରେସ କର୍ମୀମାନଙ୍କ ଉଦ୍ଦ୍ୟେଶରେ କହିଥିଲେ ଯେ, ଓଡ଼ିଶା ଆଜି ମହିଳାମାନଙ୍କ ପାଇଁ ଏକ ନିରାପଦ ନୁହେଁ। ବିଜେପିର ବେଟି ପଢ଼ାଓ ଓ ବେଟି ବଚାଓ ନାରା ଓଡ଼ିଶାରେ କେବଳ ନାରାବାଜିରେ ହିଁ ରହିଯାଇଛି। ଏଠାରେ ପାଞ୍ଚ ଓ ସାତ ବର୍ଷର ଝିଅମାନେ ଗଣଦୁଷ୍କର୍ମରେ ଶିକାର ହେଉଛନ୍ତି। ଓଡ଼ିଶା ଦୁଷ୍କର୍ମକାରୀମାନଙ୍କ ଚରାଭୂଇଁ ପାଲଟିଛି। 

ବିକ୍ଷୋଭ ଚାଲୁଥିବାବେଳେ କଂଗ୍ରେସ କର୍ମୀମାନଙ୍କ ସହ ପୁଲିସ୍‌ର ବାରିକେଡ୍ ଠାରେ ଧସ୍ତାଧସ୍ତି ହୋଇଥିଲା। ରାଜ୍ୟ ସରକାରଙ୍କ ଇସାରାରେ ପୁଲିସ ଆଜି ରକ୍ତମୂହାଁ ହୋଇ କଂଗ୍ରେସ କର୍ମୀମାନଙ୍କୁ ନିର୍ମମ ଭାବେ ଲାଠି ଚାର୍ଜ କରି ପ୍ରହାର କରିଛନ୍ତି। ଏହା ଫଳରେ ୫୦ ରୁ ଅଧିକ କର୍ମୀଙ୍କର ଗୁରୁତ୍ୱର ଭାବରେ ଆହତ ହୋଇ ଚିକିତ୍ସିତ ହେଉଛନ୍ତି। କଂଗ୍ରେସ କର୍ମୀ ଓ ନେତୃବର୍ଗଙ୍କୁ ଘଉଡାଇବା ପାଇଁ ପାଣି ମାଡ଼ ସହିତ ଲୁହବୁହା ଗ୍ୟାସ ଛାଡ଼ିଲେ। ଖାଲି ସେତିକିରେ ପୁଲିସ ଶାନ୍ତ ପଡ଼ିଲା ନାହିଁ ପୁଣି ଫାଙ୍କା ଗୁଳିଚାଳନା କଲେ।

ଆଜି ଏପରିକି ମହିଳା କଂଗ୍ରେସ କର୍ମୀମାନଙ୍କୁ ନିର୍ମମ ଭାବେ ଲାଠି ପ୍ରହାର କରିଛନ୍ତି। ସକାଳୁ କଂଗ୍ରେସ ନେତୃବର୍ଗ ମାନସ ଚୌଧୁରୀ, ଯୁବଛାତ୍ର କର୍ମୀମାନଙ୍କୁ ଗିରଫ କରି ଚନ୍ଦକା ଥାନାରେ ଅଟକ ରଖିଥିଲେ।

ଏହି ସମଗ୍ର କାର୍ଯ୍ୟକ୍ରମରେ କଂଗ୍ରେସ ବିଧାୟକ ଦଳର ନେତା ରାମଚନ୍ଦ୍ର କାଡାମ, ଏଆଇସିସି ସହ ପ୍ରଭାରୀ ରୋଜାଲିନୀ ତୀର୍କ, ପୂର୍ବତନ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ଶରତ ପଟ୍ଟନାୟକ, ରାମଚନ୍ଦ୍ର ଖୁଂଟିଆ, ଶ୍ରୀକାନ୍ତ ଜେନା, ସପ୍ତଗିରି ଉଲ୍‌କା, ତାରାପ୍ରସାଦ ବାହିନିପତି, ମହମ୍ମଦ ମୁକିମ୍‌, ସୁରେଶ ରାଉତରାୟ,ଶରତ ରାଉତ, ରମେଶ ଜେନା, ଅନନ୍ତ ପ୍ରସାଦ ସେଠୀ, ଅମର ପ୍ରଧାନ, ରାଜନ ଏକ୍କା, ଦାଶରଥି ଗମାଙ୍ଗୋ, ସୋଫିଆ ଫିରଦୋଷ, ପବିତ୍ର ସାଉଁଟା, ମଙ୍ଗୁ ଖିିଲ, ସାଗର ଦାସ, ସତ୍ୟଜିତ ଗମାଙ୍ଗୋ, ପ୍ରଫୁଲ ପ୍ରଧାନ, କାଡ୍ରାକା ଆପାଲସ୍ୱାମୀ, ନବଜ୍ୟୋତି ପଟ୍ଟନାୟକ, ନିଳମାଧବ ହିକ୍କକା, ସୁରେଶ କୁମାର ରାଉତରାୟ, ଶିବାନନ୍ଦ ରାୟ, ବିଶ୍ୱଜିତ ଦାସ,ପ୍ରଦେଶ ଯୁବ କଂଗ୍ରେସ ସଭାପତି ରଞ୍ଜିତ ପାତ୍ର, ୟାସିରେ ନୱାଜ, ଉଦିତ୍ ପ୍ରଧାନ, ସୁଭେନ୍ଦୁ ମହାନ୍ତି, ମନୋରଞ୍ଜନ ଦାସ, ସମୀର ରାଉତରାୟ, କିଶୋର ଜେନା, ବିଶ୍ୱରଞ୍ଜନ ମହାନ୍ତି, ମାନସ ଆଚାର୍ଯ୍ୟ, ରଜନୀ ମହାନ୍ତି, ମହମ୍ମଦ ଇମ୍‌ଦାଦ୍‌, ମନୋଜ ଜେନା, ମନୋଜ ବିଶ୍ୱାଳ, ମନୋଜ ରାଉତ, ସିଦ୍ଧାର୍ଥ ଦାସ, ସୁଧାଂସୁ ଦେଓ, ରବି ସେଠୀ, ଲଲାଟେନ୍ଦୁ ମହାପାତ୍ର, ନିହାର ବେହେରା, କିରଣ ସାହୁ, ସୁଦିପ୍ତ ସାମଲ, ସ୍ୱାଗତ କର, ଅଭିଳାଷ ମାଣିଆ, ପୃଥିବୀବଲ୍ଲଭ ପଟ୍ଟନାୟକ, ଜାନକୀବଲ୍ଲଭ ପଟ୍ଟନାୟକ, ଅଜୟ ସାହୁ, ଗୋପନ ମାର୍ଥା, ଅମୀୟ ପାଣ୍ଡବ, ମିଲନ ପଟ୍ଟନାୟକ, ବଟକୃଷ୍ଣ ରାଉତରାୟ, ବଳରାମ ନନ୍ଦ, ପ୍ରକାଶ ଜେନା, ଅଶୋକ ଦାସ, ପ୍ରଶାନ୍ତ ଚମ୍ପତି, ସୁରଜ ରାଉତ, ମୋହନ ନାୟକ, ସୁବ୍ରତ ମହାପାତ୍ର, ସୁନେଶ୍ ଧିର, ଅମରେଶ ପରିଡ଼ା, ଯୋଗିନାଥ ବାହୁବଳେନ୍ଦ୍ର, ଶାହାରୁଖ୍ ଖାନ୍ ପ୍ରସନ୍ନ ନାୟକ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। ଛାତ୍ର କଂଗ୍ରେସ, ଯୁବ କଂଗ୍ରେସ ଓ ମହିଳା କଂଗ୍ରେସର ଆହତ ହୋଇ ଚିକିତ୍ସିତ ହୋଇଥିବା କର୍ମୀମାନେ ହେଲେ ସଶ୍ମିତା ପଣ୍ଡା, ମହମ୍ମଦ ସାହାଦୁଲା, ଲିପ୍‌ସା ନାୟକ, ଜୟଶ୍ରୀ ପାତ୍ର, ଶ୍ରୀୟାସ୍ମିତା ପଣ୍ଡା, ଶୀଳ୍ପିଶ୍ରୀ ହରିଚନ୍ଦନ ଓ ଲିପିକା ପାତ୍ର ପ୍ରମୁଖ। ଏମାନଙ୍କ ସହ ବହୁ କଂଗ୍ରେସ କର୍ମୀ ମଧ୍ୟ ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ବିଭିନ୍ନ ଜିଲ୍ଲା କଂଗ୍ରେସ ସଭାପତି, ପୂର୍ବତନ ବିଧାୟକ, ପୂର୍ବତନ ସାଂସଦ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।

Post a Comment

[blogger][disqus][facebook][spotim]

Contact Form

Name

Email *

Message *

Powered by Blogger.
Javascript DisablePlease Enable Javascript To See All Widget