loading...

ସୋଆରେ ଅନୁଷ୍ଠିତ ‘ଲେକ୍ସ ଇନ୍‌ଟେଲେକ୍ଟା -୨୦୨୫’ରେ ରେଭେନ୍ସା ଶ୍ରେଷ୍ଠ

ଭୁବନେଶ୍ୱର, ୧୧ ମାର୍ଚ୍ଚ ୨୦୨୫





 ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସୋଆ ନ୍ୟାସ୍‌ନାଲ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଲ (ଏସ୍‌ଏନ୍‌ଆଇଏଲ୍‌)ରେ ଶନିବାର ରାଜ୍ୟ ସ୍ତରୀୟ କୁଇଜ ପ୍ରତିଯୋଗିତା ‘ଲେକ୍ସ ଇନ୍‌ଟେଲେକ୍ଟା-୨୦୨୫’ ଆୟୋଜିତ ହୋଇଯାଇଛି। ଏଥିରେ କଟକ ସ୍ଥିତ ରେଭେନ୍ସା ବିଶ୍ୱବିଦ୍ୟାଳୟର ଦୁଇଟି ଦଳ ଯଥାକ୍ରମେ ୧ମ ଓ ୩ୟ ସ୍ଥାନ ଅଧିକାର କରିଛନ୍ତି।
କଟକ ସ୍ଥିତ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ୍ କଲେଜ ଓ ହସ୍ପିଟାଲ୍ ଦଳ ଏହି ପ୍ରତିଯୋଗିତାରେ ୨ୟ ସ୍ଥାନ ହାସଲ କରିଛନ୍ତି। ଏହି ପ୍ରତିଯୋଗିତାରେ ୨୨ଟି ଦଳ ଭାଗ ନେଇଥିଲେ। 
ପ୍ରତିଯୋଗିତାର ପ୍ରଥମ ରାଉଣ୍ଡ (ପ୍ରିମମ ସର୍କମ୍‌)ରେ ଅନକେ ଗୁଡ଼ିଏ ସମ୍ଭାବ୍ୟ ଉତର ସହ ପ୍ରଶ୍ନ ଦିଆଯାଇଥିଲା। ଯେଉଁଥିରେ ଶ୍ରେଷ୍ଠ ୧୦ଟି ଦଳକୁ ମନୋନୀତ କରାଯାଇଥିଲା। ‘ଚିଟ ଦ ଚିଟ’ ଶୀର୍ଷକ ୨ୟ ରାଉଣ୍ଡରେ ପ୍ରତିଯୋଗୀମାନଙ୍କର ଚିନ୍ତା ଶକ୍ତିକୁ ପରୀକ୍ଷା କରାଯାଇଥିଲା। 
ତୃତୀୟ ତଥା ଶେଷ ରାଉଣ୍ଡ (ଲର୍ଡ ଅଫ୍ ଦ ରାଉଣ୍ଡସ)ରେ ଶ୍ରେଷ୍ଠ ୬ଟି ଦଳ ଭାଗ ନେଇଥିଲେ। ଏହି କୁଇଜକୁ ଆଇଆଇଟି ଭୁବନେଶ୍ୱରରେ ଅଧ୍ୟୟନ କରିଥିବା ଓ ବର୍ତମାନ ବେଙ୍ଗାଲୁରୁରେ ବ୍ୟାଙ୍କବଜାରରେ ସିନିୟର ଏଡିଟର ଭାବରେ ଅବସ୍ଥାପିତ ଶ୍ରୀ ସାତ୍ୱିକ ରାଉତ ପରିଚାଳନା କରିଥିଲେ। 
ଏହି କାର୍ଯ୍ୟକ୍ରମର ଉଦଯାପନ ଉତ୍ସବରେ ସୋଆର ଉପକୁଳପତି ପ୍ରଫେସର ଅନୁପ କୁମାର ସାମନ୍ତରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଏହି ପ୍ରକାର ପ୍ରତିଯୋଗିତାର ଉପଯୋଗିତା ଉପରେ ଗୁରୁତ୍ୱାରେ।।ପ କରିଥିଲେ। ସେ ମଧ୍ୟ କୃତିତ୍ୱ ଅର୍ଜନ କରିଥିବା ଦଳଗୁଡ଼ିକୁ ପୁରଷ୍କାର ପ୍ରଦାନ କରିଥିଲେ। 
ଏସ୍‌ଏନ୍‌ଆଇଏଲ୍‌ର ବରିଷ୍ଠ ପ୍ରଫେସର ପ୍ରବୀର କୁମାର ପଟ୍ଟନାୟକ ସ୍ୱାଗତ ଭାଷଣ ଦେଇଥିବା ବେଳେ ଫ୍ୟାକଲ୍ଟି କନ୍‌ଭେନର ଡ. ଅମୃତା ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଦିନ ବିଶ୍ୱ ମହିଳା ଦିବସ ପାଳିତ ହେଉଥିବାରୁ ମହିଳାମାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧା ଜ୍ଞାପନ କରାଯାଇଥିଲା।

Post a Comment

[blogger][disqus][facebook][spotim]

Contact Form

Name

Email *

Message *

Powered by Blogger.
Javascript DisablePlease Enable Javascript To See All Widget