loading...

ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ସାଂସ୍କୃତିକ ଓ କ୍ରୀଡା ସଂସଦ ତରଫରୁ ୨ ଦିନିଆ ବାର୍ଷିକ ଉତ୍ସବର ଶୁଭାରମ୍ଭ ନାଟକ “ମାୟାବୀ ସହର” ମଞ୍ଚସ୍ଥ

 ଭୁବନେଶ୍ୱର, ୧୨ ମାର୍ଚ୍ଚ ୨୦୨୫





ରାଜ୍ୟ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ସାଂସ୍କୃତିକ ଓ କ୍ରୀଡ଼ା ସଂସଦ ପକ୍ଷରୁ ଆୟୋଜିତ ଦିନିଆ ବାର୍ଷିକ ସାଂସ୍କୃତିକ ଉତ୍ସବ-୨୦୨୫ ରବୀନ୍ଦ୍ର ମଣ୍ଡପ ଠାରେ ଆଜିଠାରୁ  ଆରମ୍ଭ ହୋଇଛିକାର୍ଯ୍ୟକ୍ରମଉଦଘାଟନୀ ସଂଧ୍ୟାରେ ମୁଖ୍ୟ ଅତିଥି ଭାବେ  ମୁଖ୍ୟ ଶାସନ ସଚିବ ଶ୍ରୀଯୁକ୍ତ ମନୋଜ ଆହୁଜା ଯୋଗଦାନ କରି ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ଉତ୍ସବକୁ ଉଦଘାଟନ କରିଥିଲେ । କାର୍ଯ୍ୟକ୍ରମରେ ଯୋଗଦାନ ଅବସରରେ ଶ୍ରୀ ଆହୁଜା ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ସାଂସ୍କୃତିକ ଓ କ୍ରୀଡା ସଂସଦର ସମସ୍ତ କର୍ମକତ୍ତା ସଦସ୍ୟମାନଙ୍କୁ ଶୁଭେଚ୍ଛା ଜଣାଇ କହିଥିଲେ ଯେ, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ରାଜ୍ୟ ସରକାରଙ୍କ ଏକ ଗୁରୁତ୍ଵପୂର୍ଣ୍ଣ ବିଭାଗ I ସରକାରଙ୍କ ବିଭିନ୍ନ କାର୍ଯ୍ୟନିୟମ, ସାଧାରଣ ସେବା ନିୟମ ଏବଂ ସର୍ତ୍ତାବଳୀ ଆଦି  ସଂପର୍କରେ ସରକାରୀ ବିଭାଗଗୁଡ଼ିକୁ ପରାମର୍ଶ ଦେବା ତଥା ପ୍ରଶାସନିକ ସଂସ୍କାରରେ ବିଭାଗ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ ବ୍ୟସ୍ତ ବହୁଳ ଜୀବନ ଶୈଳୀ ମଧ୍ୟରେ ବିଭାଗର କର୍ମଚାରୀମାନେ ସଂସଦ ମାଧ୍ୟରେ ବିଭିନ୍ନ ସାମାଜିକ, ସାଂସ୍କୃତିକ ଓ କ୍ରୀଡ଼ା ଆଦି କାର୍ଯ୍ୟକ୍ରମ ଆୟୋଜନ କରୁଥିବା  ପ୍ରଶଂସନୀୟ ପଦକ୍ଷେପ ବୋଲି ସେ କହିଥିଲେ   ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେନ୍ଦ୍ର କୁମାର ଏବଂ ଅତିରିକ୍ତ ଶାସନ ସଚିବ ଶ୍ରୀ ମନୋଜ କୁମାର ମହାନ୍ତି ଯୋଗଦେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଆୟୋଜନ କରୁଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ଓଡ଼ିଶାର ନାଟ୍ୟ ପରମ୍ପରା, ସାମାଜିକ ଓ ସାଂସ୍କୃତିକ ଐତିହ୍ୟକୁ  ବଜାୟ ରଖିବାରେ ଅନନ୍ୟ ପ୍ରୟାସ କରିଆସିଛି  ବୋଲି ପ୍ରକାଶ କରିଥିଲେ । ବିଭାଗର ସାଂସ୍କୃତିକ ଓ କ୍ରୀଡା ସଂସଦର କାର୍ଯ୍ୟକାରୀ ସଭାପତି ଶ୍ରୀ ଅମୀୟ କୁମାର ଦାସ ସ୍ୱାଗତ ଅଭିଭାଷଣ ଦେଇଥିବା ବେଳେ ସାଧାରଣ ସମ୍ପାଦକ ଶ୍ରୀ ନୀଳକଣ୍ଠ ଶର୍ମା ସଂସଦର ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ   କ୍ରୀଡ଼ା ସଚିବ ଶ୍ରୀ ଲୋକନାଥ ସାହୁ  ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେସଭା ପରେ ପରେ ସଂସଦ ତରଫରୁ ସଂଗୀତ କାର୍ଯ୍ୟକ୍ରମ ଓ  ନାଟକ "ମାୟାବୀ ସହର" ପରିବେଷଣ କରାଯାଇଥିଲା । ନାଟ୍ୟକାର ତଥା ନିର୍ଦ୍ଦେଶକ ଶ୍ରୀ ମଳୟ ରାଉତଙ୍କ ନିର୍ଦ୍ଦେଶନାରେ ସଂସଦର କଳାକାରମାନଙ୍କ ଦ୍ୱାରା ଅନୁଷ୍ଠିତ ଏହି ନାଟକକୁ ଦର୍ଶକମାନେ ଉପସ୍ଥିତ ରହି ଉପଭୋଗ କରିଥିଲେ । 

Tags

Post a Comment

[blogger][disqus][facebook][spotim]

Contact Form

Name

Email *

Message *

Powered by Blogger.
Javascript DisablePlease Enable Javascript To See All Widget