loading...

ମାର୍ଚ୍ଚ ୨୭ ରେ ବିଧାନ ସଭା ଘେରିବ କଂଗ୍ରେସ

ଭୁବନେଶ୍ୱର, ୧୨ ମାର୍ଚ୍ଚ ୨୦୨୫



  • ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ବରିଷ୍ଠ ନେତୃବୃନ୍ଦଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ଗୃହରେ କଂଗ୍ରେସ ବିଧାୟକ ତାରାବାହିନି ପତିଙ୍କୁ ଆକ୍ରମଣ ଓ ନିଳମ୍ବିନକୁ ଦୃଢ଼ ବିରୋଧ 

ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ଠାରେ ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କ ଅଧ୍ୟକ୍ଷତାରେ ବରିଷ୍ଠ କଂଗ୍ରେସ ନେତୃବୃନ୍ଦମାନଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ କଂଗ୍ରେସ ଭବନରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଓଡ଼ିଶା ପ୍ରଭାରୀ ଶ୍ରୀ ଅଜୟ କୁମାର ଲଲ୍ଲୁ ଓ ଅଖିଳ ଭାରତ କଂଗ୍ରେସ ସମ୍ପାଦୀକା ରୋଜାଲୀନା ତିର୍କୀ ଯୋଗ ଦେଇଥିଲେ। ପ୍ରଭାରୀ ଶ୍ରୀ ଲଲ୍ଲୁ ଓଡ଼ିଶାରେ ଗତ କିଛିଦିନ ଭିତରେ କଂଗ୍ରେସ ଦଳ ବିଭିନ୍ନ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଶାବାସୀଙ୍କର ପ୍ରିୟ ଭାଜନ ହେବାରେ ସନ୍ତୋଷ ପ୍ରକାଶ କରିବା ସହିତ ବିଜେପି ଶାସନ ସମୟରେ ନାରୀ ଓ କୋମଳମତି ବାଳିକାଙ୍କ ଉପରେ ହେଉଥିବା ଅତ୍ୟାଚାର ଓ ଦୁଷ୍କର୍ମ ବିରୋଧରେ ଦଳ ଆହୁରି ପ୍ରଭାବୀ ଢ଼ଙ୍ଗରେ ଆନ୍ଦୋଳନକୁ ଓହ୍ଲାଇବା ପାଇଁ ଆହ୍ୱାନ ଦେଇଥିଲେ। 

ପ୍ରାରମ୍ଭରେ ବୈଠକ ସଂପର୍କରେ ସୂଚନା ଦେଇ ପିସିସି ସଭାପତି ଶ୍ରୀ ଦାସ କହିଲେ ଯେ, ଓଡ଼ିଶାରେ ନାରୀମାନଙ୍କ ପ୍ରତି ଅତ୍ୟାଚାର ଓ ଶିଶୁମାନଙ୍କ ଉପରେ ଯୌନ ଶୋଷଣ ସୀମା ଲଙ୍ଘିଛି। କଂଗ୍ରେସ ଦଳ ଏହାକୁ ଗୁରୁତ୍ୱର ସହିତ ନେଇ ରାଜ୍ୟବ୍ୟାପି ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କରିବା ସହିତ ରାଜରାସ୍ତାକୁ ଓହ୍ଲାଇଛି। ବିଧାନ ସଭା ଭିତରେ କଂଗ୍ରେସ ଦଳର ବିଧାୟକମାନେ ଏହାର ପ୍ରତିବାଦ କରିବାକୁ ଗଲାବେଳେ ସେମାନଙ୍କ ଉପରେ ଆକ୍ରମଣ କରାଯିବା ଓ ବରିଷ୍ଠ ବିଧାୟକ ଶ୍ରୀ ତାରାବାହିନି ପତିଙ୍କୁ ୭ ଦିନ ପାଇଁ ନିଳମ୍ବନ କରିବା ଘଟଣାକୁ ସେ ନିନ୍ଦା କରିବା ସହିତ ଏହାର ଦୃଢ଼ ପ୍ରତିବାଦ କରାଯିବ ବୋଲି ଚେତାବନି ଦେଇଥିଲେ। 

କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀ ରାମଚନ୍ଦ୍ର କାଡାମ୍ ବକ୍ତବ୍ୟ ରଖି ଶାସକ ବିଜେପି ଦଳ କଂଗ୍ରେସ ବିଧାୟକମାନଙ୍କ ଉପରେ ପ୍ରୟୋଗ କରିଥିବା ଆଶାଳିନ ଭାଷା ଓ ଦହିକ ଆକ୍ରମଣକୁ ଅବତାରାଣା କରିବା ସହିତ ବିଧାନ ସଭା ଇତିହାସରେ ଏହା ବିରଳ ଦୃଷ୍ଟାନ୍ତ ବୋଲି କହିଥିଲେ। 

ବୈଠକର ପ୍ରାରମ୍ଭରେ ପୂର୍ବତନ ପିସିସି ସଭାପତି ଶ୍ରୀ ଜୟଦେବ ଜେନା ଏକ ଶୋକ ପ୍ରସ୍ତାବ ଆଗତ କରିଥିଲେ। ଗତ ଓଡ଼ିଶା ପ୍ରଦେଶ କଂଗ୍ରେସ କାର୍ଯ୍ୟନିର୍ବାହୀ ବୈଠକ ପର ଠାରୁ ଏ ମଧ୍ୟରେ ବହୁ ମନ୍ତ୍ରୀ, କଂଗ୍ରେସ ନେତୃବୃନ୍ଦ, ସମାଜ ସେବୀ ଓ ସମାଜର ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଅର୍ଜନ କରିଥିବା ବ୍ୟକ୍ତି ବିଶେଷ ପରଲୋକ ଗମନ କରିଛନ୍ତି। ସେମାନଙ୍କ ଅବର୍ତ୍ତମାନରେ ଆଜିର ବୈଠକରେ ଶୋକ ପ୍ରକାଶ କରାଯିବା ସହିତ ସେମାନଙ୍କର ଆତ୍ମାର ସଦଗତି କାମନା କରାଯାଇଥିଲା। 

ଯେଉଁମାନେ ପରଲୋକ ଗମନ କରିଛନ୍ତି ସେମାନେ ହେଲେ-ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହ, ପୂର୍ବତନ ସାଂସଦ ମୃତୁୃ୍ୟଞ୍ଜୟ ନାୟକ, ପୂର୍ବତନମନ୍ତ୍ରୀ ଡମ୍ବରୁଧର ଉଲାକା, ପୂର୍ବତନ ବିଧାୟକ ଅଶ୍ୱିନୀ ଗୁରୁ, ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ମାଝୀ, ପୂର୍ବତନ ପିସିସି ଉପସଭାପତି ସାବିତ୍ରୀ ଚୌଧୁରୀ, ପି.ସି.ସି ସଭ୍ୟା, ପ୍ରଭା ପଟେଲ, କାକଟପୁରର କାନନବାଳା ଖୁଣ୍ଟିଆ, ଯାଜପୁରର ସୁଧାଂଶୁବାଳା ରାଉତ, ବିଶିଷ୍ଟ ସିନେ କଳାକାର ଉତ୍ତମ ମହାନ୍ତି, ବାଲେଶ୍ୱରର କଂଗ୍ରେସ ନେତା ବିକାଶ ଦାସ ପମୁଖଙ୍କ ପାଇଁ ୨ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା।

ବୈଠକରେ ଓଡ଼ିଶାରେ କଂଗ୍ରେସ ଦଳକୁ ଶକ୍ତିଶାଳୀ କରିବା ପାଇଁ ବରିଷ୍ଠ କଂଗ୍ରେସ ନେତାମାନେ ବିଭିନ୍ନ ପ୍ରକାର ପ୍ରସ୍ତାବ ଦେଇଥିଲେ। ସାମାଜିକ ନ୍ୟାୟ, ଖଣି ଦୁର୍ନିତି, ଜାତିଗତ ଜନଗଣନା, ମଦର ଦୌରାତ୍ମ୍ୟ, ଓଡ଼ିଶାର ପ୍ରାକୃତିକ ସମ୍ପଦକୁ ଲୁଟ୍‌, କୃଷକମାନଙ୍କ ସମସ୍ୟା ଓ ପଞ୍ଚାୟତ ନିର୍ବାଚନ ଇତ୍ୟାଦି ପ୍ରସଙ୍ଗ ଗୁଡ଼ିକ ଆଲୋଚନାରେ ପ୍ରାଧାନ୍ୟ ପାଇଥିଲା। ନାରୀ ନିର୍ଯ୍ୟାତନା ବିରୋଧରେ ଓ ନାରୀ ମାନଙ୍କ ସଶକ୍ତିକରଣକୁ ମୁଖ୍ୟ ପ୍ରସଙ୍ଗ କରି ଆସନ୍ତା ମାର୍ଚ୍ଚ ୨୭ ତାରିଖରେ ବିଧାନ ସଭା ଘେରିବା ପାଇଁ ବୈଠକରେ ସର୍ବସମ୍ମତ ନିଷ୍ପତି ହୋଇଥିଲା। 

ଆଜିର ଏହି ବୈଠକରେ କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ଗିରିଧର ଗମାଙ୍ଗୋ, ନିରଞ୍ଜନ ପଟ୍ଟନାୟକ, ପ୍ରସାଦ ହରିଚନ୍ଦନ, ଶ୍ରୀକାନ୍ତ ଜେନା, ଜଗନ୍ନାଥ ପଟ୍ଟନାୟକ, ଅନନ୍ତ ପ୍ରସାଦ ସେଠୀ, ପଞ୍ଚାନନ କାନ୍‌ୁନ୍ ଗୋ, ଡଃ ରାମଚନ୍ଦ୍ର ଖୁଂଟିଆ, ତାରାପ୍ରସାଦ ବାହିନିପତି, ସି.ଏସ୍‌. ରାଜନଏକ୍କା, ରମେଶ ଜେନା, ଅଶୋକ ଦାସ, ପ୍ରଫୁଲ ପ୍ରଧାନ, କାଡ୍ରାକା ଆପାଲାସ୍ୱାମି, ସାଗର ଦାସ, ପବିତ୍ର ସାଉଁଟା, ନିଳମାଧମ ହିକ୍କକା, ସତ୍ୟଜିତ ଗମାଙ୍ଗ, ସୋଫିଆ ଫିରଦୋଷ, ମଙ୍ଗୁ ଖିଲ, ସୁରେଶ କୁମାର ରାଉତରାୟ, ଶିବାନନ୍ଦ ରାୟ, ସରସ୍ୱତୀ ହେମ୍ବ୍ରମ୍‌, ନକୁଳ ନାୟକ, ରାଧାକାନ୍ତ ଦିଗଲ, ସକୁନ୍ତଳା ଲାଗୁରି, ବଳଭଦ୍ର ମାଝୀ, ବିଜୟଲକ୍ଷ୍ମୀ ସାହୁ, ନଗେନ୍ଦ୍ର ପ୍ରଧାନ, ଅମର ପ୍ରଧାନ, ଯୁଧିଷ୍ଟିର ଜେନା, ସମୀର କୁମାର ରାଉତରାୟ, ସୁଜିତ ପାଢ଼ୀ, ସନ୍ତୋଷ ସିଂ ସାଲୁଜା, ଦେବାଶିଷ ପଟ୍ଟନାୟକ, ମହମ୍ମଦ ମୁକିମ୍‌, ଭୂଜବଳ ମାଝି, ଲଲାଟେନ୍ଦୁ ମହାପାତ୍ର, କୃଷ୍ଣଚନ୍ଦ୍ର ସଗରିଆ, ଯଶୋବନ୍ତ ସିଂ ଲାଗୁରି, ଅଭିମନ୍ୟୁ ବେହେରା, ବିଶ୍ୱରଞ୍ଜନ ମହାନ୍ତି, ନବଜ୍ୟୋତି ପଟ୍ଟନାୟକ, ସଶ୍ମିତା ବେହେରା, ମାନସ ଚୌଧୁରୀ, ଗିରିବାଳା ବେହେରା, ଉଦିତ ନାରାୟଣ ପ୍ରଧାନ, ସୁଦର୍ଶନ ଦାସ, ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର, ମୀନାକ୍ଷି ବାହିନିପତି, ରଞ୍ଜିତ ପାତ୍ର, ବିଶ୍ୱଜିତ୍ ଦାସ, ୟାସିର ନୱାଜ, ବାଙ୍କନିଧି ବେହେରା, ବିଜୟାନନ୍ଦ ଚାଉଳିଆ, ବିଦ୍ୟାଧର ମହାନ୍ତି, ହଳଧର ସେଠୀ, ଅମୀୟ କୁମାର ପଟ୍ଟନାୟକ, ଶୁଭେନ୍ଦୁ ମହାନ୍ତି, ଅମୀୟ ପାଣ୍ଡବ ଓ ସ୍ମତିରଞ୍ଜନ ଲେଙ୍କା ପ୍ରମୁଖ ଉପସ୍ଥିତ ଥିଲେ।

Post a Comment

[blogger][disqus][facebook][spotim]

Contact Form

Name

Email *

Message *

Powered by Blogger.
Javascript DisablePlease Enable Javascript To See All Widget