loading...

ସୋଆରେ ସପ୍ତାହ ବ୍ୟାପୀ ଜାତୀୟ ଏକତା ଶିବିର ଆୟୋଜିତ

ଭୁବନେଶ୍ୱର, ୦୪ ମାର୍ଚ୍ଚ ୨୦୨୫




ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ (ସୋଆ) ଠାରେ ଫେବୃଆରୀ ୨୧ ରୁ ଏକ ସପ୍ତାହ ବ୍ୟାପୀ ଜାତୀୟ ଏକତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଶା ସମେତ ୧୧ଟି ରାଜ୍ୟର ୨୦୦ରୁ ଊର୍ଦ୍ଧ୍ୱ ଏନ୍‌ଏସ୍‌ଏସ୍ ସ୍ୱେଚ୍ଛାସେବୀମାନେ ଯୋଗ ଦେଇଥିଲେ। 

ସୋଆ ଏବଂ ଭୁବନେଶ୍ୱର ସ୍ଥିତ ଏନ୍‌ଏସ୍‌ଏସ୍ ରିଜିଓନାଲ୍ ଡାଇରେକ୍ଟୋରେଟର ସହଯୋଗିତାରେ ଏହି ଶିବିର ଆୟୋଜିତ ହୋଇଥିଲା। ଏହି ଶିବିରରେ ଓଡ଼ିଶାର ୧୫ଟି ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସମେତ ଆନ୍ଧ୍ରପ୍ରଦେଶ, ଆସାମ, ଛତିଶଗଡ଼, ଗୁଜରାଟ, ଝାଡଖଣ୍ଡ, ମହାରାଷ୍ଟ୍ର, କର୍ଣ୍ଣାଟକ, ତାମିଲନାଡ଼ୁ, ପଶ୍ଚିମବଂଗ ଓ ଉତରପ୍ରଦେଶର ସ୍ୱେଚ୍ଛାସେବୀମାନେ ଅଂଶ ଗ୍ରହଣ କରିଥିଲେ। 

ଫେବୃଆରୀ ୨୭ ତାରିଖରେ ଅନୁଷ୍ଠିତ ସମାବର୍ତନ ଉତ୍ସବରେ ସୋଆ ଉପଦେଷ୍ଟା ମଣ୍ଡଳୀର ଅଧ୍ୟକ୍ଷ ପ୍ରଫେସର ଦାମୋଦର ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସ୍ୱେଚ୍ଛାସେବୀମାନଙ୍କୁ ଜାତୀୟ ଏକତାକୁ ସୁଦୃଢ଼ କରିବା ନିମନ୍ତେ ଆହ୍ୱାନ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ଏନ୍‌ଏସ୍‌ଏସ୍‌ର ଆଂଚଳିକ ନିର୍ଦ୍ଦେଶିକା ସୁଶ୍ରୀ ସରିତା ପଟେଲ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସୋଆର ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଓ ଏନଏସ୍‌ଏସ୍ ବ୍ୟୁରୋ ପ୍ରୋଗ୍ରାମ କୋର୍ଡିନେଟର ତଥା ଇନ୍‌ଟରନ୍ୟାସ୍‌ନାଲ ରିଲେସନ୍ସ ନିର୍ଦ୍ଦେଶକ ପ୍ରଫେସର ନଚିକେତା କେ. ଶର୍ମା ଉପସ୍ଥିତ ଥାଇ ବକ୍ତବ୍ୟ ପ୍ରଦାନ ରଖିଥିଲେ।

Post a Comment

[blogger][disqus][facebook][spotim]

Contact Form

Name

Email *

Message *

Powered by Blogger.
Javascript DisablePlease Enable Javascript To See All Widget