ଭୁବନେଶ୍ୱର, ୨୫ ମାର୍ଚ୍ଚ ୨୦୨୫
ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀ ଓ ବାଚସ୍ପତିଙ୍କ ପ୍ରତୀକ ଶବଦାହ
ଆଜି ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ରଞ୍ଜିତ ପାତ୍ରଙ୍କ ନେତୃତ୍ୱରେ ମହିଳା ବିରୋଧି ଏବଂ ଗଣତନ୍ତ୍ରର ହତ୍ୟାକାରି ମୋହନ ସରକାରଙ୍କର ଗଣ ଶବଦାହ କରାଯାଇଛି। ଯୁବ କଂଗ୍ରେସ କର୍ମୀମାନେ ମାଷ୍ଟର କ୍ୟାଣ୍ଟିନ ଛକରୁ ଲୋଏର ପି.ଏମ୍.ଜି ଛକ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଏବଂ ବାଚସ୍ପତିଙ୍କର ପ୍ରତୀକ କୋକେଇ କାନ୍ଧେଇ ନେଇଥିଲେ। ଗଣତନ୍ତ୍ରର ବିରୋଧି ମୋହନ ସରକାର ରାମ..ନାମ... ସତ୍ୟ ହେ.. ବୋଲି ଲୋଏର ପିଏମଜି ପର୍ଯ୍ୟନ୍ତ ହିନ୍ଦୁ ରୀତି ନୀତି ଅନୁଯାୟୀ ମୁଖ୍ୟମନ୍ତ୍ରୀ ଓ ବାଚସ୍ପତିଙ୍କର ପ୍ରତୀକ ଶବଦାହ କରାଯାଇଥିଲା। ଆଜି ବିଧାନସଭାରେ ଓଡ଼ିଶାର ଅତ୍ୟଚାରିତ ମହିଳାମାନଙ୍କୁ ନ୍ୟାୟ ଦାବି କରୁଥିବା ୧୨ ଜଣ କଂଗ୍ରେସ ବିଧାୟକଙ୍କୁ ଗୃହରୁ ନିଲମ୍ବିତ କରାଯାଇଛି। କଂଗ୍ରେସ ବିଧାୟକଙ୍କର ଗୃହରେ ପାଟି ଖୋଲିବାର ଅଧିକାର ନାହିଁ। ବିଜେପି ସରକାର, ବାଚସ୍ପତି, ମୁଖ୍ୟମନ୍ତ୍ରୀ ଓ ବିଜେପି ବିଧାୟକ ଓଡ଼ିଶା ବିଧାନ ସଭାକୁ ନିଜର ଦଳୀୟ ସଂପତି ମନେ କରୁଛନ୍ତି। ଏଠାରେ ବିରୋଧି ଦଳର ନିର୍ବାଚିତ ପ୍ରତିନିଧିମାନଙ୍କୁ ନିଜର ଅଧିକାର ସାବ୍ୟସ୍ତ କରିବାକୁ ସୁଯୋଗ ଦିଆଯାଉନାହିଁ।
ରାଜ୍ୟର ସମସ୍ତ ମହିଳାମାନେ ଗଣମାଧ୍ୟମରେ ଦେଖୁଛନ୍ତି ଯେ ସେମାନଙ୍କର ସୁରକ୍ଷା ପାଇଁ ବିଧାନ ସଭାରେ କଂଗ୍ରେସ ଦଳ ସ୍ୱର ଉତ୍ତୋଳନ କରୁଛି। ମାତ୍ର ଶାସକ ଦଳର ବିଧାୟକମାନେ ସେମାନଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଶାରିରୀକ ଆକ୍ରମଣ କରୁଛନ୍ତି। ବିଧାନସଭାରେ ମହିଳାମାନଙ୍କ ସୁରକ୍ଷା ପାଇଁ ସ୍ୱର ଉତ୍ତୋଳନ କରିବା କ’ଣ ଅପରାଧ? ବିଜେପି ଦଳ ନିର୍ବାଚନ ପୂର୍ବରୁ ମହିଳା ସୁରକ୍ଷା ପ୍ରତିଶ୍ରୁତି ଦେଇଥିଲା। ମହିଳାଙ୍କ ଭୋଟ ପାଇ ନିର୍ବାଚିତ ହେଲା ପରେ ମହିଳାଙ୍କ ସୁରକ୍ଷାେ ପ୍ରସଙ୍ଗକୁ ବିଜେପି ସରକାର ଭୁଲିଯାଇଛି। ମାଲକାନାଗିରିରୁ ମୟୁରଭଞ୍ଜ ପର୍ଯ୍ୟନ୍ତ ପ୍ରାୟ ସବୁ ଜିଲ୍ଲାରେ ମହିଳାମାନଙ୍କ ଅବସ୍ଥା ଉଦ୍ବେଗଜନକ। ବିଶେଷ କରି ଆଦିବାସୀ ଓ ଦଳିତବର୍ଗର ମହିଳା ଅମାନୁଷିକ ଅତ୍ୟଚାର ଶିକାର ହେଉଛନ୍ତି। ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସ ନାରୀ ନ୍ୟାୟ ପାଇଁ ଆସନ୍ତା ମାର୍ଚ୍ଚ ୨୭ ତାରିଖରେ ବିଧାନସଭା ଘେରାଉ କାର୍ଯ୍ୟକ୍ରମ ରଖିଛନ୍ତି। ଯେଉଁଥିରେ ରାଜ୍ୟରେ ବିଭିନ୍ନ ପ୍ରାନ୍ତରରୁ ମହିଳା, କଂଗ୍ରେସ କର୍ମୀ ଓ ସାଧାରଣ ଜନତା ଆସି ନାରୀ ନିର୍ଯ୍ୟାତନା ବିରୁଦ୍ଧରେ ସ୍ୱର ବ୍ୟକ୍ତ କରିବେ।
କଂଗ୍ରେସ ସର୍ବଦା ମହିଳାମାନଙ୍କର ସମସ୍ୟା ପ୍ରତି ସଚେତନ ରହିବା ସହ ମହିଳା ସୁରକ୍ଷା ଦିଗରେ ଧ୍ୟାନ ଦେଇଥାଏ। ନାରୀ ନ୍ୟାୟ ପାଇଁ କଂଗ୍ରେସର ଆନ୍ଦୋଳନ ବିଜେପି ସହ୍ୟ କରିପାରୁନାହିଁ। ତେଣୁ ବିଧାନ ସଭାରେ ନାରୀ ଅଧିକାର ଓ ନାରୀ ନ୍ୟାୟ ପ୍ରସଙ୍ଗକୁ ଉତ୍ଥାପନ କରୁଥିବା ୧୨ ଜଣ କଂଗ୍ରେସ ବିଧାୟକ ମାନଙ୍କୁ ଅଗଣତାନ୍ତ୍ରିକ ଭାବେ ନିଲମ୍ବନ କରାଯାଇଛି। କଂଗ୍ରେସ ବିଧାୟକମାନଙ୍କର ଦାବୀ- ନାରୀ ନ୍ୟାୟ ପାଇଁ ଗୃହ କମିଟି କରାଯାଉ। ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ଭାବେ ବକ୍ତବ୍ୟ ରଖନ୍ତୁ ଏବଂ ଓଡ଼ିଶାରେ ନାରୀ ନିର୍ଯ୍ୟାତନା ଅଣାୟତ ପରିସ୍ଥିତି ରହିଛି ବୋଲି ଗୃହରେ ସରକାର ସ୍ୱୀକାର କରନ୍ତୁ।
ଆଜିର ଏହି କାର୍ଯ୍ୟକ୍ରମ ପ୍ରଦର୍ଶନ ସମୟରେ ପ୍ରତିକାତ୍ମକ ଭାବେ ଯୁବ କଂଗ୍ରେସର ମହିଳା କର୍ମୀମାନେ ଶବଦାହ ସମୟରେ ରୋଦନ କରିଥିଲେ। କୋକେଇ ପାଖରେ ବସି ମଥା ପିଟିଥିଲେ। ସମସ୍ତ ରୀତିନୀତି ସହ ଲୋଏୟର ପିଏମ୍ଜି ଠାରେ ବାଚସ୍ପତି ଓ ମୁଖ୍ୟମନ୍ତ୍ରୀଙ୍କର ଶବଦାହ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଏଆଇସିସି ସଭ୍ୟ ମାନସ ଚୌଧୁରୀ, ଭୁବନେଶ୍ୱର କଂଗ୍ରେସ ଲୋକସଭା ପ୍ରାର୍ଥୀ ୟାସିର ନୱାଜ, ଉଦିତ୍ ପ୍ରଧାନ, ନିହାର ବେହେରା, ସୁଦିପ ସାମଲ, ଅମୀୟ ପାଣ୍ଡବ, ଗୋପନ ମାର୍ଥା, ଅଭିଳାସ ମାଣିଆ, ଅଜୟ ସାହୁ, ସ୍ୱାଗତ କର, ମିଲନ ପଟ୍ଟନାୟକ, ବଟକୃଷ୍ଣ ରାଉତରାୟ, କେଦାର ଦଳେଇ, ସୁରଜ ରାଉତ, ଅମରେଶ ପରିଡ଼ା, କାର୍ତିକେଶ୍ୱର କାଣ୍ଡି, ଲିପିକା ପାତ୍ର, ଲିପ୍ସା ନାୟକ, ରାହୁଲ ନାୟକ, ଶୀଳ୍ପିଶ୍ରୀ ହରିଚନ୍ଦନ, ସୁଶ୍ରୀ ବେହେରା, ସ୍ପନ୍ଦନ ସ୍ୱାଇଁ, ମହମ୍ମଦ ପରଭେଜ, ମିର୍ଜା ଇସ୍ଲାମ୍ ବେଗ, ଜଗଦିଶ ରାଉତ, ପବିତ୍ର ସେଠୀ, ଦିଲୁ ସୁବୁଧି ଓ ଦେବବ୍ରତ ମହାନ୍ତି ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।
Post a Comment