loading...

ୟୁଜିସ୍ ଡ୍ରାଫ୍‌ଟ୍‌-୨୦୨୫ ପ୍ରତିବାଦରେ ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ବିଧାନ ସଭା ଘେରାଉ

ଭୁବନେଶ୍ୱର, ୧୮ ମାର୍ଚ୍ଚ ୨୦୨୫





ଆଜି ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ଡ୍ରାଫ୍‌ଟ୍ ୟୁଜିସି ରେଗୁଲେସନ ୨୦୨୫ ପ୍ରତିବାଦରେ ଏବଂ ବିଶେଷ କରି ଛାତ୍ରମାନଙ୍କର ସମସ୍ୟା ପ୍ରସଙ୍ଗରେ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଉଦିତ୍ ପ୍ରଧାନଙ୍କ ନେତୃତ୍ୱରେ ବିଧାନସଭା ଘେରାଉ କରିଥିଲେ। ପ୍ରଦେଶ କଂଗ୍ରେସକାର୍ଯ୍ୟାଳୟରୁ ଛାତ୍ର କଂଗ୍ରେସ ବାହାରି ବିଧାନ ସଭା ଅଭିମୁଖେ ଅଗ୍ରସର ହେଉଥିବାବେଳେ ଲୋୟର ପିଏମ୍‌ଜି ଠାରେ ପୁଲିସ୍ ସହିତ ଧସ୍ତାଧସ୍ତି ହୋଇଥିଲା। ଛାତ୍ର କଂଗ୍ରେସ କର୍ମୀମାନେ ପୁଲିସ୍ ବାରିକେଟ ଭାଙ୍ଗି ବିଧାନସଭାରୁ ଅଗ୍ରସର ହେଉଥିଲା ସମୟରେ ପୁଲିସ୍ ଛାତ୍ରକଂଗ୍ରେସ କର୍ମକର୍ତା ଏବଂ ନେତୃମଣ୍ଡଳିକୁ ଭ୍ୟାନଯୋଗେ ଉଠାଇନେଇଥିଲେ। ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ପିସିସି ସଭାପତି ଶ୍ରୀ ଭକ୍ତଚରଣ ଦାସ କହିଥିଲେ ଯେ ୨୦୧୪ ମସିହା ଠାରୁ କ୍ରମାଗତଭାବରେ ଶିକ୍ଷା ଏବଂ ଶିକ୍ଷାନୁଷ୍ଠାନ ଉପରେ ମୋଦୀ ସରକାରଙ୍କ ଆକ୍ରମଣ ହେଉଛି। ଜାତୀୟ ଶିକ୍ଷା ନୀତି ୨୦୨୦ ଯାହାକି ମୋଦୀ ସରକାରଙ୍କ ଦ୍ୱାରା ପ୍ରଣୟନକରାଯାଇଛି ତାହା କେବଳ ଶିକ୍ଷାର ଘରୋଇକରଣ ଏବଂ କେନ୍ଦ୍ରୀକରଣକୁ ପ୍ରୋତ୍ସାହିତ କରିବା ପାଇଁ ଉଦ୍ଦିଷ୍ଟ। ଏହି ନୀତି କାର୍ଯ୍ୟକାରୀ ହେବା ପରେ ସ୍କୁଲ ଫି ବୃଦ୍ଧି, ବଜେଟରେ ଉଚ୍ଚଶିକ୍ଷାର ଅନୁଦାନ କାଷ୍ଟ, ସଂରକ୍ଷଣରେ ଉଦାସିନତା, ଯଥାର୍ଥ ଓ ଶାନ୍ତିପୂର୍ଣ୍ଣ ପ୍ରତିବାଦକୁ ଦମନ ଏବଂ ଶିକ୍ଷାନୁଷ୍ଠାନରେ ଆରଏସ୍‌ଏସ୍ ନୀତିର ପ୍ରଭାବବୃଦ୍ଧି ପାଉଥିବାର ପରିଲେକ୍ଷିତ ହେଉଛି। ଯାହାଫଳରେ ଗରୀବ ଏବଂ ଅସହାୟ ଛାତ୍ରମାନଙ୍କ ପାଇଁ ଶିକ୍ଷାନୁଷ୍ଠାନମାନଙ୍କର ବନ୍ଦ ହୋଇଯାଉଛି। ଏହି ସରକାରର ନୀତି ଏବଂ ଉଦ୍ଦେଶ୍ୟ ବିଷୟରେ ଆମେ ସମସ୍ତେ ଅବଗତ। ସରକାରୀ ଉଦ୍ଦ୍ୟୋଗ, ରେଳବାଈ, ବିମାନବନ୍ଦର, ବନ୍ଦର, ଜଙ୍ଗଲ, ପାହାଡ଼ ଏବଂ ଖଣିକୁ ଆଦାନୀ ଓ ଅମ୍ବାନୀ ହାତରେ ଶାଗମାଛ ଦରରେ ଟେକିଦିଆଯାଉଛି। ସେହିଭଳି ସରକାରୀ ଚାକିରୀରେ ବିକ୍ରୟ ମଧ୍ୟ ହେଉଛି। ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ସୀମା ଟପିଛି। ଏହିଭଳି ନୀତିର ପରିଣାମରେ ବେକାରୀ ବୃଦ୍ଧି ହେଉଛି, କ୍ଷୁଦ୍ର ଓ ମଧ୍ୟମ ଉଦ୍ଦ୍ୟେଗ ଗୁଡ଼ିକ ବନ୍ଦ ହୋଇଯାଉଛି ଏବଂ ଆତ୍ମହତ୍ୟା ବଢ଼ିଚାଲିଛି। ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ କହିଲେ ଯେ ଆରସ୍‌ଏସ୍ ଏବଂ ବଡ଼ବଡ଼ ଉଦ୍ଦ୍ୟେଗ ପତି ହାତରେ ଆମର ବିଶ୍ୱବିଦ୍ୟାଳୟଗୁଡ଼ିକୁ ଟେକି ଦେବା ପାଇଁ ସରକାର ଷଡ଼ଯନ୍ତ୍ର କରୁଛନ୍ତି। ସେଥିନିମନ୍ତେ ଡ୍ରାଫ୍‌ଟ ୟୁଜିସି ରେଗୁଲେସନ-୨୦୨୫ ପ୍ରସ୍ତୁତ ହୋଇଛି। ଯାହାର ଉଦ୍ଦେଶ୍ୟ ହେଉଛି ବିଶ୍ୱବିଦ୍ୟାଳୟଗୁଡ଼ିକ ଉପରେ କିପରି ଆରଏସ୍‌ଏସ୍ ଏବଂ ଉଦ୍ଦ୍ୟେଗ ପତିମାନଙ୍କର ପ୍ରଭୂତ୍ୱ ଜାହିର ହେବ। ଏହା ପ୍ରଣୟନ ହେଲେ ବହୁତ ପରିବର୍ତନ ହୋଇଯିବ। ନୂଆ ୟୁଜିସି ଡ୍ରାଫ୍‌ଟ୍ ଅନୁଯାୟୀ ଆବଶ୍ୟକୀୟ ଶିକ୍ଷା ଯୋଗ୍ୟତା ନ ଥାଇ ଜଣେ କଲେଜ କିମ୍ବା ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ ଭାବେ ନିଯୁକ୍ତି ପାଇପାରିବ। ଏହାର ଅର୍ଥ ଜଣେ ପିଏଚ୍‌ଡ଼ି କିମ୍ବା ରିସର୍ଚ୍ଚ ଅଭିଜ୍ଞତା ବିନା ଚୟନ ହୋଇ ପ୍ରାଧ୍ୟାପକ ଭାବେ କାର୍ଯ୍ୟ କରିବ। କଠିନ ପରିଶ୍ରମ ସତ୍ୱେ ଅବହେଳିତବର୍ଗର ଛାତ୍ରଛାତୀମାନେ ସେମାନଙ୍କର ନ୍ୟାର୍ଯ୍ୟ ଅଧିକାର ସିଟ୍ ପାଇବାରୁ ବଂଚିତ ହେବେ। ଆର୍‌ଏସ୍‌ଏସ୍‌ର କର୍ମକର୍ତା ଓ କର୍ପୋରେଟ୍ ଚାକିରୀରେ ଲାଭବାନହେବେ। ଏହି ଡ୍ରାଫ୍‌ଟରେ ସ୍ଥାନ ସଂରକ୍ଷଣ ସଂପର୍କରେ ସୂଚନା ନାହିଁ ଏବଂ ଅମେ ସମସ୍ତେ ଜାଣୁଯେ ଆଦିବାସୀ, ଦଳୀତ ଓ ପଛୁଆବର୍ଗର ପ୍ରତିନିଧିତ୍ୱ କର୍ପୋରେଟ ଜଗତରେ ଆଦୈାନାହିିଁ। ଏଥିସହ ଏହି ନିୟମ ଦୃଷ୍ଟାନ୍ତମୂଳକ ଭାବେ ଶିକ୍ଷାର ମାନଙ୍କୁ କ୍ଷୁର୍ଣ୍ଣ କରିବ। 
ପୂର୍ବରୁ ଭାଇସ୍‌ଚାନସେଲର ନିଯୁକ୍ତିରେ ପ୍ରମୁଖ ଭାବେ ଶିକ୍ଷା ଅଭିଜ୍ଞତା ଗୁରୁତ୍ୱ ଯାଉଥିବାବେଳେ ଏହି ଡ୍ରାଫ୍‌ଟ୍ ସେହି ପ୍ରକ୍ରିୟାକୁ ଉଚ୍ଛେଦ କରୁଛି। ଏବେ ଯେ କୌଣସି କର୍ପୋରେଟ୍‌ରର ନାମୀ ବ୍ୟକ୍ତି ଭାଇସ୍‌ଚାନ୍‌ସେଲର ଭାବେ ନିଯୁକ୍ତି ରହିପାରିବେ। ଏବଂ ସେମାନଙ୍କ ହାତରେ ବିଶ୍ୱବିଦ୍ୟାଳୟ ଗୁଡ଼ିକରସମସ୍ତ ଦାୟିତ୍ୱ ଦିଆଯିବ। ଏପରିକି ବିଭିନ୍ନ ରାଜ୍ୟସରକାର ନିଜ ବିଶ୍ୱବିଦ୍ୟାଳୟମାନଙ୍କରେ ଭାଇସ୍‌ଚାନସେଲର ନିଯୁକ୍ତି ଦେଇପାରିବେ ନାହିଁ। ସବୁ କିଛି ରାଜ୍ୟପାଳଙ୍କ ହାତରେ ରହିବ। ଉଚ୍ଚ ପ୍ରଶାସନିକ ପଦବୀରେ ବିଭିନ୍ନ କର୍ପୋରେଟର କାର୍ଯ୍ୟନିର୍ବାହୀମାନେ ସିଧାସଳଖ ନିଯୁକ୍ତି ପାଇବାର ନିୟମ ପ୍ରଣୟନହୋଇସାରିଛି। ଏପରିକି ଚାରୋଟି ବଡ଼ କର୍ପୋରେସନ ଗୁଡ଼ିକ ଆମର ମନ୍ତ୍ରଣାଳୟଗୁଡ଼ିକୁ ପରିଚାଳନା କରୁଥିବାର ଉଦାହରଣ ରହିଛି। ଯେତେବେଳେସରକାରୀ ନୀତି ଘରୋଇ କମ୍ପାନୀ ଦ୍ୱାରା ପ୍ରସ୍ତୁତ ହେବ, ସେଥିରେ କାହାର ସ୍ୱାର୍ଥ ପ୍ରାଧାନ୍ୟ ପାଇବ, ତାହା ଜଳଜଳ ହୋଇ ଦିଶୁଛି। ୟୁଜିସି ଏହା ତାଲିକାରଉଚ୍ଛେଦ କରାଯାଇଛି। ଯାହାକି ଭାରତୀୟ ଶିକ୍ଷାନୁଷ୍ଠାନଗୁଡ଼ିକରେ ଗୁଣାତ୍ମକ ଗବେଷଣାମୂଳକ ପତ୍ରିକାର ଏକ ଚିଠା କରାଯାଇଥିଲା। ଯାହାଫଳରେ ଗୁଣାତ୍ମକଗବେଷଣାମୂଳକ ପତ୍ରିକାକୁ ଚାପି ଦିଆଯାଇ ଅର୍ଥବିନିମୟରେ ନକଲି ପତ୍ରିକା ସବୁ ବାହାର କରାଯାଉଛି। ଏହାର ଦେଶର ଗବେଷଣା ବ୍ୟବସ୍ଥାକୁ ସଂପୂର୍ଣ୍ଣ ଭାବରେ କ୍ଷତି ପହଂଚାଇବ। 
ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ଓ ନିଯୁକ୍ତି ଦୁର୍ନୀତିରେ ଏଭଳି ବ୍ୟାପକ ହୋଇଛି ଯେ ତାହା ଭାରତର ଅଗଣିତ ଛାତ୍ରମାନଙ୍କର ଭବିଷ୍ୟତକୁ ଅନ୍ଧକାରକୁ ଠେଲି ଦେଇଛି। ପରିଶ୍ରମ ଛାତ୍ରଛାତ୍ରୀମାନଙ୍କର ସ୍ୱପ୍ନ ଏ ସରକାର ଧୂଳିସାତ କରିଦେଉଛି। ପରୀକ୍ଷା ପୂର୍ବରୁ ସରକାରୀ ଚାକିରୀ ବିକ୍ରି କରିଦେଉଛି। ଜାତୀୟ ଶିକ୍ଷାନିତି ୨୦୨୦ ଏବଂ ୟୁଜିସି ଡ୍ରାଫ୍‌ଟ୍ ରେଗୁଲେସନ ୨୦୨୫ କେବଳ ଛାତ୍ରଛାତ୍ରୀମାନଙ୍କ ଠାରୁ ବିଶ୍ୱବିଦ୍ୟାଳୟକୁ ଦୂରେଇ ଦେବ ନାହିଁ। ଏହା ସାମ୍ବିଧାନିକମୂଲ୍ୟବୋଧ ନୀତିକୁ ମଧ୍ୟ ଆଘାତ କରିବ। ଛାତ୍ର କଂଗ୍ରେସର ଆହ୍ୱାନ ଓ ବାର୍ତାକୁ ଓଡ଼ିଶାର ଛାତ୍ରଛାତ୍ରୀମାନେ ବୁଝନ୍ତୁ ଏବଂ ପ୍ରତିକ୍ରିୟା ଦିଅନ୍ତୁ। ଏହି ସବୁ ବିଶ୍ୱବିଦ୍ୟାଳୟ ଆମର ଏହାକୁ ସୁରକ୍ଷା କରିବା ମଧ୍ୟ ଆମର ଦାୟିତ୍ୱ। ଛାତ୍ର କଂଗ୍ରେସ ‘ଆମେ ବଦେଳିବା’ ନାମରେ ଏକ ଅଭିଯାନ ଆରମ୍ଭ ହୋଇଛି। ଯେଉଁ ଅଭିଯାନର ଛାତ୍ର କଂଗ୍ରେସ କ୍ୟାମ୍ପସ ଆମ୍ବାସେଡର ଭାବେ ଛାତ୍ରଛାତ୍ରୀମାନେ କାର୍ଯ୍ୟକରିବେ। ସେମାନଙ୍କର ସ୍ୱରକୁ ନିଜର ଶିକ୍ଷାନୁଷ୍ଠାନର ବ୍ୟକ୍ତ କରିପାରିବେ। 
ଛାତ୍ରଛାତ୍ରୀମାନେ ଏହି ଆନ୍ଦୋଳନର ଅଂଶିଦାର ହୋଇ ଷଙ୍କଜ୍ଞଭବୟକ୍ଷରଦ୍ଭଶର.ସଦ୍ଭ ନିଜର ନାମକରଣ ପଞ୍ଜିକରଣ କରିପାରିବେ। ରାଷ୍ଟ୍ରୀୟ ଛାତ୍ର କଂଗ୍ରେସପକ୍ଷରୁ ଆମର ଶିକ୍ଷା, ବିଶ୍ୱବିଦ୍ୟାଳୟ ଏବଂ ସାମ୍ବିଧାନିକ ଅଧିକାର ପାଇଁ ଲଢ଼େଇ କରିବାକୁ ଆହ୍ୱାନ ଦିଆଯାଇଛି। ଏହି କାର୍ଯ୍ୟକ୍ରମରେ ମାନସ ଚୌଧୁରୀ, ୟାସିର ନୱାଜ, ରଞ୍ଜିତ ପାତ୍ର, ନିହାର ବେହେରା, ସାହାରୁଖ୍ ଖାନ୍‌, ସୁନିଲ କୁମାର ଗାନ୍ଧୀ, ସନ୍ଦିପରାଉତରାୟ, ସିନ୍ଧାନ୍ତ ଓମ୍‌ପ୍ରକାଶ, ଆଦିତ୍ୟ ଅଂଶୁମାନପାତ୍ର, ପ୍ରତିକ ଦାସ, ଜଗ୍‌ଦିଶ ରାଉତ, ସାହିଲ ମହାନ୍ତି, ହେମନ୍ତ ପ୍ରଧାନ, ଶିବରଞ୍ଜନ ସାହୁ, ଓମ୍‌ପ୍ରକାଶପ୍ରଧାନ, ଚଣ୍ଡିପ୍ରସାଦ ମହାପାତ୍ର, ବିଶ୍ୱସିଂ ରାଜପୁତ୍‌, ରୁଦ୍ରପ୍ରସାଦ ଖଟୁଆ, ବିଜୟ ବିଶ୍ୱାଳ, ସାର୍ଥକ ସୌରଭ ପରିଡ଼ା, ଅନନ୍ତ କୁମାର ଜେନା, ଅଙ୍କିତହରିଚନ୍ଦନ, ଦେବାଶିଷ ଖଟୁଆ, ଓମ୍ ପ୍ରକାଶ ସାହୁ, ଚନ୍ଦନ ସାହୁ, ଓମ୍ ପ୍ରକାଶ ପରିଡ଼ା, ଆଦର୍ଶ ଗାନ୍ଧୀ, ତାପସ ଦେ, ଅଭିଶେକ୍ ଠୁଙ୍ଗ, କୃଷ୍ଣଚନ୍ଦ୍ର ପ୍ରଧାନ ପ୍ରମୁଖବହୁ ଛାତ୍ର ନେତା ଯୋଗ ଦେଇ ଆନ୍ଦୋଳନକୁ ସଫଳ କରିଥିଲେ।

Post a Comment

[blogger][disqus][facebook][spotim]

Contact Form

Name

Email *

Message *

Powered by Blogger.
Javascript DisablePlease Enable Javascript To See All Widget