loading...

ସୋଆ ପକ୍ଷରୁ ଜଗନ୍ନାଥ ଦାସଙ୍କ ମହାଭାରତ ଶୀର୍ଷକ ପ୍ରଥମ ‘ପ୍ରାଚୀନ’ ସମ୍ପାନ ଆୟୋଜିତ

ଭୁବନେଶ୍ୱର, ୧୮ ମାର୍ଚ୍ଚ ୨୦୨୫





ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସେଂଟର ଫର ପ୍ରିଜରଭେସନ୍‌, ପ୍ରୋପାଗେସନ୍ ଆଣ୍ଡ ରେଷ୍ଟୋରେସନ୍ ଅଫ୍ ଆନ୍‌ସିଏଂଟ କଲ୍‌ଚର ଆଣ୍ଡ ହେରିଟେଜ ଅଫ୍ ଇଣ୍ଡିଆ (ପ୍ରାଚୀନ) ଓ କଟକସ୍ଥିତ ଓଡିଆ ଗବେଷଣା ପରିଷଦର ମିଳିତ ଆନୁକୂଲ୍ୟରେ ମଙ୍ଗଳବାର ଦିନ ବିଶ୍ୱବିଦ୍ୟାଳୟ ପରିସରରେ ଜଗନ୍ନାଥ ଦାସଙ୍କ ମହାଭାରତ ଶୀର୍ଷକର ପ୍ରଥମ ‘ପ୍ରାଚୀନ’ ସମ୍ପାନ ଅନୁଷ୍ଠିତ ହୋଇଯାଇଛି।
ଏହି ସମ୍ପାନର ମୁଖ୍ୟ ଆଲୋଚକ ଭାବେ ବିଶିଷ୍ଟ ଭାଷାବିଜ୍ଞାନୀ ପ୍ରଫେସର ବିବୁଧେନ୍ଦ୍ର ନାରାୟଣ ପଟ୍ଟନାୟକ ଯୋଗଦେଇ ଜଗନ୍ନାଥ ଦାସଙ୍କ ମହାଭାରତର ସ୍ୱତନ୍ତ୍ରତା ସମ୍ପର୍କରେ ଆଲୋକପାତ କରିଥିଲେ। 
ଜଗନ୍ନାଥ ଦାସଙ୍କ ‘ମହାଭାରତ’ ଏକ ଗୁରୁତ୍ୱପୂର୍ଣ୍ଣ ପାଠ। ଜଗନ୍ନାଥ ଦାସ ଓଡ଼ିଆ ନବାକ୍ଷରୀ ଭାଗବତ ରଚନା କରିବା ପୂର୍ବରୁ ରାମାୟଣ ଓ ମହାଭାରତ ରଚନା କରିଥିଲେ ବୋଲି ଦିବାକର ଦାସ ତାଙ୍କ ‘ଜଗନ୍ନାଥ ଚରିତାମୃତ’ରେ ଲେଖିଛନ୍ତି। କିନ୍ତୁ କେତେକ ଗବେଷକ ନବାକ୍ଷରୀ ‘ମହାଭାରତ’ର ରଚନାକାର ଭାବରେ ତାହାକୁ ସ୍ୱୀକାର କରି ନାହାନ୍ତି। ତାହା ସତ୍ୱେ ତାଙ୍କ ନାମରେ ଭଣିତା ଥିବା ‘ମହାଭାରତ’ର ଗୁରୁତ୍ୱକୁ ଅସ୍ୱୀକାର କରାଯାଇପାରିବ ନାହିଁ ବୋଲି ଗବେଷକ ତଥା କାନପୁର ଆଇଆଇଟିର ପ୍ରାକ୍ତନ ଇଂରାଜୀ ପ୍ରଫେସର ଡକ୍ଟର ପଟ୍ଟନାୟକ କହିଛନ୍ତି।
ଏହି ସମ୍ପାନରେ ବକ୍ତବ୍ୟ ଉପସ୍ଥାପନ କରି ପ୍ରଫେସର ପଟ୍ଟନାୟକ କହିଥିଲେ ଯେ ମହାଭାରତର ଏହି ପାଠରେ ବ୍ୟାସଦେବଙ୍କ ସଂସ୍କୃତ ମହାଭାରତ, ସାରଳା ଦାସଙ୍କ ଓଡ଼ିଆ ମହାଭାରତ ଓ ଶ୍ରୀମଦ୍‌ଭଗବତ୍ ଗୀତାର ସମନ୍ୱୟ ରହିଛି। ମହାଭାରତର ବିଷୟବସ୍ତୁକୁ ସଂକ୍ଷେପରେ ଏବଂ ଅତ୍ୟନ୍ତ ବିଚାରବନ୍ତ ଭାବରେ ଏଥିରେ ଉପସ୍ଥାପନ କରାଯାଇଛି।
ଏହି ସମ୍ପାନରେ ଓଡିଆ ଗବେଷଣା ପରିଷଦର ଉପସଭାପତି ତଥା ବିଶିଷ୍ଟ ଗବେଷକ ଡକ୍ଟର ଅସିତ ମହାନ୍ତି ସଭାପତିତ୍ୱ କରି ଗବେଷଣା ପରିଷଦର ଆଭିମୁଖ୍ୟ ଏବଂ ସମ୍ପାନ ସଂପର୍କରେ ସୂଚନା ଦେଇ୍‌ଥିଲେ। ଏହି ସମ୍ପାନରେ ପ୍ରାଚୀନର ମୁଖ୍ୟ ପ୍ରଫେସର ପ୍ରଫେସର ଗାୟତ୍ରୀବାଳା ପଣ୍ଡା ଅତିଥିମାନଙ୍କୁ ସ୍ୱାଗତ କରିବା ସହ ପ୍ରାଚୀନ ସଂପର୍କରେ ସୂଚନା ଦେଇ କହିଥିଲେ ଯେ ସୋଆ ବିଶ୍ୱବିଦ୍ୟାଳୟର ‘ପ୍ରାଚୀନ’ ବିଭାଗ ଭାଷା, ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ ଗବେଷଣା ଓ ଅଧ୍ୟୟନର ଲକ୍ଷ୍ୟ ନେଇ ସ୍ଥାପିତ ହୋଇଛି। ପ୍ର୍ରାଚୀନ ଜରିଆରେ ବର୍ତମାନ ସାରୋଳଦାସ ମହାଭାରଥର ପାଠ ଆଧାରିତ ସଂସ୍କରଣ ପ୍ରସ୍ତୁତି, ବିରଳ ପୁସ୍ତକର ଡିଜିଟାଇଜେସନ୍‌, ନୃତତ୍ୱ ଓ ଆଦିବାସୀ ସଂସ୍କୃତି, ଯୋଗ ଓ ସଂସ୍କୃତି ଅଧ୍ୟୟନ ବିଭାଗରେ ଅଧିକ ଗବେଷଣା ଜାରି ରହିଥିବା ସେ ସୂଚନା ଦେଇଥିଲେ।
ସମ୍ପାନର ପ୍ରାରମ୍ଭରେ କବି ପଦ୍ମଭୂଷଣ ରମାକାନ୍ତ ରଥଙ୍କ ସ୍ୱର୍ଗତ ଆତ୍ମାର ସଦ୍‌ଗତି ପାଇଁ ନୀରବ ପ୍ରାର୍ଥନା କରାଯାଇଥିଲା। 
ପରିଷଦର ସମ୍ପାଦକ ଡକ୍ଟର ଗୌରାଙ୍ଗ ଚରଣ ଦାଶ, କୋଷାଧ୍ୟକ୍ଷ ଶ୍ରୀ ସୁବାଷ ପଟ୍ଟନାୟକ, ଓଡ଼ିଆ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସବିତା ପ୍ରଧାନ, ପ୍ରଫେସର ଯତୀନ୍ଦ୍ର କୁମାର ନାୟକ, ଓଡ଼ିଆ ଉତ୍କର୍ଷ କେନ୍ଦ୍ରର ନିର୍ଦ୍ଦେଶକ ପ୍ରଫେସର ବସନ୍ତ କୁମାର ପଣ୍ଡା, ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ, ପ୍ରଫେସର ସନ୍ତୋଷ କୁମାର ରଥ, ପ୍ରଫେସର ମନୋରଞ୍ଜନ ପ୍ରଧାନ, କବି ଶ୍ରୀ ଶୈଳଜ ରବି, ଅନୁବାଦକ ଶ୍ରୀ ସୁଭାଷ ଶତପଥୀ, ଗାଳ୍ପିକା ଶ୍ରୀମତି ସୁନନ୍ଦା ପ୍ରଧାନ, ଗବେଷକ ଶ୍ରୀ ଫଣିନ୍ଦ୍ର ଭୂଷଣ ନନ୍ଦ ଓ ପ୍ରଫେସର ପ୍ରଦୀପ୍ତ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। 
ବିଶ୍ୱବିଦ୍ୟାଳୟର ଗବେଷକ ଛାତ୍ରଛାତ୍ରୀଙ୍କ ସମେତ ଅନ୍ୟମାନେ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ପ୍ରାଚୀନ ପକ୍ଷରୁ ଆସୋସିଏଟ ପ୍ରଫେସର ଡକ୍ଟର ନିହାର ରଞ୍ଜନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିବା ବେଳେ ଶ୍ରୀ ଜୀବନ କୁମାର ପଣ୍ଡା, ଶ୍ରୀ ସମ୍ବିତ ପଟ୍ଟନାୟକ ଓ ଶ୍ରୀ ବିଭୂତି ପ୍ରସାଦ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
Tags

Post a Comment

[blogger][disqus][facebook][spotim]

Contact Form

Name

Email *

Message *

Powered by Blogger.
Javascript DisablePlease Enable Javascript To See All Widget