loading...

ଭାରତର ଡିଜିଟାଲ୍ ପାୱାର ହାଉସ୍ ଭାବେ ଉଭା ହେବ ଓଡ଼ିଶା ପୁରୀ କେବୁଲ ଲ୍ୟାଣ୍ଡିଂ ଷ୍ଟେସନ ପ୍ରକଳ୍ପ ଡିପିଆର ଅଗ୍ରଗତି ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର, ୧୯ ମାର୍ଚ୍ଚ ୨୦୨୫





ଓଡ଼ିଶାକୁ ଏକ ବୈଷୟିକ ଡିଜିଟାଲ ହବ୍ ରେ ପରିଣତ କରିବା ପାଇଁ ଓଡ଼ିଶା ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ବିଭାଗ ପୁରୀ ଠାରେ ଏକ କେବୁଲ ଲ୍ୟାଣ୍ଡିଂ ଷ୍ଟେସନ ସ୍ଥାପନ କରିବାକୁ ପଦକ୍ଷେପ ନେଉଛି । ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ରାଜ୍ୟର ଡିଜିଟାଲ ଭିତ୍ତିଭୂମିକୁ ଉଲ୍ଲେଖନୀୟ ଭାବେ ବୃଦ୍ଧି କରିବା ସହ ଡାଟା ସେଣ୍ଟରରେ ନିବେଶକୁ ତ୍ୱରାନ୍ୱିତ କରିବ ଏବଂ ଉଚ୍ଚସ୍ତରୀୟ ପ୍ରଯୁକ୍ତିବିଦ୍ୟାକୁ  ଆକୃଷ୍ଟ କରିବା ଦ୍ୱାରା  ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ।

ଏହି ପରିପ୍ରେକ୍ଷୀରେ ମୁଖ୍ୟ  ଶାସନ ସଚିବ ଶ୍ରୀ  ମନୋଜ ଆହୁଜା ଆଜି ରେଳଟେଲ ଏବଂ ଡେଲଏଟ୍ ଦ୍ୱାରା ମିଳିତ ଭାବେ ପ୍ରସ୍ତୁତ କରାଯାଉଥିବା ପ୍ରକଳ୍ପର ଡିପିଆର ଅଗ୍ରଗତି ସମୀକ୍ଷା କରିଛନ୍ତି । ଭବିଷ୍ୟତକୁ ଦୃଷ୍ଟିରେ ରଖିବା ସହ ଏହାର  କାର୍ଯ୍ୟକାରିତା ସୁନିଶ୍ଚିତ କରିବା ପାଇଁ ହାଇପରସ୍କେଲର୍ସ ଏବଂ ଏଥି ସହିତ ଜଡ଼ିତ  ପ୍ରମୁଖ ସଂସ୍ଥାମାନଙ୍କ  ସହ ଶିଳ୍ପ ପରାମର୍ଶର ଆବଶ୍ୟକତା ଉପରେ ଶ୍ରୀ  ଆହୁଜା ଗୁରୁତ୍ୱାରୋପ କରିଥିଲେ । ଆଗାମୀ  ତିନି ବର୍ଷ ମଧ୍ୟରେ ପ୍ରକଳ୍ପକୁ ସମ୍ପୂର୍ଣ୍ଣ କରିବା ଉପରେ ଧ୍ୟାନ  ଦେଇ ପ୍ରକଳ୍ପ  ଅନୁମୋଦନ ପାଇଁ ଡିପିଆର ଶୀଘ୍ର ଦାଖଲ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।

ଓଡ଼ିଶା କେବୁଲ ଲ୍ୟାଣ୍ଡିଂ ଷ୍ଟେସନ ରାଜ୍ୟ  ସରକାରଙ୍କ ଏକ ପ୍ରମୁଖ  ପଦକ୍ଷେପ, ଯାହା  ଇକୋସିଷ୍ଟମ୍ ବିକାଶ ପାଇଁ ଏକ ରଣନୈତିକ ଦୃଷ୍ଟିକୋଣ ସହିତ ପରିକଳ୍ପନା କରାଯାଇଛି । ବ୍ୟବସାୟ, ପ୍ରଯୁକ୍ତିବିଦ୍ୟା  କମ୍ପାନୀ ଏବଂ ଶ୍ରମଶକ୍ତି ପାଇଁ ବିପୁଳ ସୁଯୋଗ ଉନ୍ମୁକ୍ତ କରି ରାଜ୍ୟକୁ   ଡିଜିଟାଲ୍ ପୁଞ୍ଜି  ନିବେଶ କ୍ଷେତ୍ରରେ ଆକର୍ଷଣୀୟ କରିବାକୁ ସରକାର ପ୍ରତିଶ୍ରୁତିବଦ୍ଧ । ଏହି କେବୁଲ ଲ୍ୟାଣ୍ଡିଂ ଷ୍ଟେସନର ବିକାଶ ପାଇଁ ପୁରୀ ସବୁଠାରୁ ଉତ୍କୃଷ୍ଟ ସ୍ଥାନ ଭାବରେ ଉଭା ହୋଇଛି , ଯାହା ପ୍ରମୁଖ ଭୌଗୋଳିକ ସ୍ଥିତି, ଉପଯୁକ୍ତ ଉପକୂଳ, ଭବିଷ୍ୟତ ପାଇଁ ସୁଯୋଗ ଏବଂ ଦୃଢ ଭିତ୍ତିଭୂମି ଭଳି ପ୍ରମୁଖ ସୁବିଧା ପ୍ରଦାନ କରୁଛି ।


କେବୁଲ ଲ୍ୟାଣ୍ଡିଂ ଷ୍ଟେସନ ସିଧାସଳଖ ଆନ୍ତର୍ଜାତୀୟ ଫାଇବର ସଂଯୋଗ ପ୍ରଦାନ କରିବା ସହ ବିଳମ୍ବ ହ୍ରାସ କରିବ, ଇଣ୍ଟରନେଟ୍ ବେଗରେ ଉନ୍ନତି ଆଣିବ ଏବଂ ହାଇପର୍ସ୍କେଲର୍, ଗ୍ଲୋବାଲ୍ କାପେବିଲିଟି ସେଣ୍ଟର (ଜିସିସି) ଏବଂ ଉଦ୍ଯ଼ୋଗ ପାଇଁ ଓଡ଼ିଶାର ଏକ ପ୍ରମୁଖ ଗନ୍ତବ୍ୟସ୍ଥଳ ଭାବରେ ଉଭା ହେବ । ଏହି ପଦକ୍ଷେପ ଦ୍ୱାରା ଓଡ଼ିଶା ବିଶ୍ୱ ଡିଜିଟାଲ ନେଟୱାର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର ହେବାକୁ ଯାଉଛି, ଯାହା ଡାଟା ପରିଚାଳିତ ଅର୍ଥନୀତିରେ ଭାରତର ସ୍ଥିତିକୁ ମଜବୁତ କରିବ । ଏହା ସହିତ, କେବୁଲ ଲ୍ୟାଣ୍ଡିଂ ଷ୍ଟେସନ ଡିଜିଟାଲ୍ ଅନ୍ତର୍ଭୁକ୍ତିକରଣ,                     ନିଯୁକ୍ତି ସୃଷ୍ଟି, ଗୋଷ୍ଠୀ ବିକାଶ ଏବଂ ସାମାଜିକ ସମାନତା ମାଧ୍ୟମରେ ସଶକ୍ତିକରଣରେ ସହାୟତା କରିବ ।

ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ତଥା ଓକାକର ପରିଚାଳନା ନିର୍ଦ୍ଦେଶକ ମାନସ ରଞ୍ଜନ ପଣ୍ଡା, ରେଳଟେଲର ପ୍ରମୁଖ କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ଜାକିର ହୁସେନ୍ ସିଦ୍ଦିକି, ଓକାକର  ବୈଷୟିକ ପରାମର୍ଶଦାତା (ଟେଲିକମ୍) ଅଭିନ୍ନ କୁମାର ପହି ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ବିଭାଗ, ରେଳଟେଲ ଏବଂ ଡେଲଏଟ୍  ର  ଅଧିକାରୀଗଣ ଏହି ବୈଠକରେ ଉପସ୍ଥିତ ଥିଲେ।


Tags

Post a Comment

[blogger][disqus][facebook][spotim]

Contact Form

Name

Email *

Message *

Powered by Blogger.
Javascript DisablePlease Enable Javascript To See All Widget