loading...

ପୂର୍ବତଟ ରେଳପଥ କ୍ରୀଡ଼ା ସଂଗଠନ (ଇକୋର୍ସା) ବାର୍ଷିକ ସାଧାରଣ ପରିଷଦ ବୈଠକ

ଭୁବନେଶ୍ୱର, ୨୨ ମାର୍ଚ୍ଚ ୨୦୨୫

 



 

ପୂର୍ବତଟ ରେଳପଥ କ୍ରୀଡ଼ା ସଂଗଠନ (ଇକୋର୍ସା)ର ବାର୍ଷିକ ସାଧାରଣ ପରିଷଦ ବୈଠକ ଇତିମଧ୍ୟରେ ଆୟୋଜିତ ହୋଇଯାଇଅଛି । କ୍ରୀଡ଼ା ଭିତ୍ତିଭୂମି ବିକାଶତୃଣମୂଳ ସ୍ତରରେ କ୍ରୀଡ଼ାକୁ ପ୍ରୋତ୍ସାହନ ଏବଂ କ୍ରୀଡ଼ା ପ୍ରଶାସନରେ ସର୍ବାଙ୍ଗୀନ ଉତ୍କର୍ଷତା ସମୀକ୍ଷା ଉପରେ ଏହି ବାର୍ଷିକ ସାଧାରଣ ପରିଷଦ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା । ଏହି ବୈଠକର ଅଧ୍ୟକ୍ଷତା କରି ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ପରମେଶ୍ୱର ଫୁଙ୍କୱାଲ ରେଳପଥରେ କ୍ରୀଡାର ବିକାଶ ସହିତ ଏହାର ଭିତ୍ତିଭୂମି ଉନ୍ନତି କ୍ଷେତ୍ରରେ ବିଶେଷ ପଦକ୍ଷେପ ନେବାକୁ କହିଛନ୍ତି । ଇକୋର୍ସା ର ସଭାପତି ତଥା ପ୍ରମୁଖ ମୁଖ୍ୟ ସିଗନାଲ ଏବଂ ଟେଲିକମ ଇଞ୍ଜିନିୟର ଡକ୍ଟର ହେମନ୍ତ କାଗ୍ରା ଏବଂ ସମସ୍ତ ବିଭାଗୀୟ ମୁଖ୍ୟ ମାନଙ୍କ ସହିତ ମଣ୍ଡଳ ରେଳବାଇ ପ୍ରବନ୍ଧକ ମାନେ ଯୋଗଦେଇଥିଲେ ।

 

ବୈଠକର ପ୍ରମୁଖ ଆକର୍ଷଣ:

 

✅ ଲୋକପ୍ରିୟ କ୍ରୀଡା ପାଇଁ ଉତ୍କର୍ଷ କେନ୍ଦ୍ର ସୃଷ୍ଟି: ଉଦୀୟମାନ କ୍ରୀଡାବିତମାନଙ୍କୁ ତାଲିମ ଏବଂ ପ୍ରୋତ୍ସାହିତ କରିବା ପାଇଁ ଆବଶ୍ୟକୀୟ ମାନଦଣ୍ଡ ଅନୁଯାୟୀ ଭିତ୍ତିଭୂମି ପ୍ରତିଷ୍ଠା କରାଯିବା ।

 

✅ ତୃଣମୂଳ ସ୍ତରରେ କ୍ରୀଡା ପ୍ରୋତ୍ସାହନ: ଇକୋର୍ସା ଯୁବ ପ୍ରତିଭାଙ୍କୁ ଖୋଜିବା ଏବଂ ପ୍ରୋତ୍ସାହିତ କରିବା ପାଇଁ ତୃଣମୂଳ ସ୍ତରରେ କ୍ରୀଡାର ପ୍ରୋତ୍ସାହନ ଉପରେ ଗୁରୁତ୍ୱ ।

 

✅ ମଞ୍ଚେଶ୍ୱରରେ ନୂତନ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ ନିର୍ମାଣ :   ବ୍ୟାଡମିଣ୍ଟନଜିମ୍ନାଷ୍ଟିକ୍ସକବାଡିଭଲିବଲ୍ ଏବଂ ଭାରୋତ୍ତୋଳନ ପାଇଁ ₹8.44 କୋଟି ଖର୍ଚ୍ଚରେ ଆଉ ଏକ ଅତ୍ୟାଧୁନିକ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ ନିର୍ମାଣ କରାଯାଉଛି।

 

✅ ସାଧାରଣ ଏବଂ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଇକୋର୍ସା ଦ୍ୱାରା ପରିଚାଳିତ ଏକାଡେମୀ:   ଇକୋର୍ସା ଘୋଷଣା କରିଛି ଯେ ରେଳପଥର କ୍ରୀଡା ଭିତ୍ତିଭୂମିକୁ ଏହାର କ୍ରୀଡା ଏକାଡେମୀ ମାଧ୍ୟମରେ ସାଧାରଣ ଲୋକଙ୍କ ପାଇଁ ଖୋଲାଯିବଯେଉଁଠାରେ କ୍ରିକେଟ୍ଭଲିବଲ୍ଟେନିସ୍ବ୍ୟାଡମିଣ୍ଟନ୍ଟେବୁଲ ଟେନିସ୍ବାସ୍କେଟବଲ୍ପହଁରିବା ଏବଂ ସୁଟିଂରେ ତାଲିମ ଏବଂ ସୁବିଧା ପ୍ରଦାନ କରାଯିବ।

 

✅ ଇକୋର୍ସାର କ୍ରୀଡ଼ା ସଫଳତାର ସ୍ୱୀକୃତି:  ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ପରମେଶ୍ୱର ଫୁଙ୍କୱାଲ ଦେଶ ପାଇଁ ଗୌରବ ଆଣିଥିବା ରେଳପଥର ଜାତୀୟ ଏବଂ ଆନ୍ତର୍ଜାତୀୟ କ୍ରୀଡ଼ାବିତ ମାନଙ୍କୁ ପ୍ରଶଂସା କରିଥିଲେ। ଇକୋର୍ସା ବିଭିନ୍ନ ଜାତୀୟ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଏବଂ ଇଭେଣ୍ଟ ଆୟୋଜନରେ ଏହାର ଭୂମିକା ଉପରେ ମଧ୍ୟ ଆଲୋକପାତ କରିଥିଲା।

 

✅ଭବିଷ୍ୟତର ଭିତ୍ତିଭୂମି ଯୋଜନା:  ଇକୋର୍ସା କ୍ରୀଡ଼ା ସୁବିଧାକୁ ଆହୁରି ଉନ୍ନତ କରିବା ପାଇଁ ନୂତନ ଭିତ୍ତିଭୂମି ପ୍ରକଳ୍ପ ଯୋଜନା କରୁଛିଯାହା ଫଳରେ ଏହି ଅଞ୍ଚଳରେ କ୍ରୀଡ଼ାର ବିକାଶ ପାଇଁ କ୍ରୀଡ଼ା କର୍ତ୍ତୃପକ୍ଷ ଏବଂ କ୍ରୀଡା ବ୍ୟକ୍ତିବିଶେଷଙ୍କ ସହିତ ଉତ୍ତମ ସମନ୍ୱୟ ସୁନିଶ୍ଚିତ କରାଇବ ।

 

ରେଳ କର୍ମଚାରୀ ଏବଂ ଜନସାଧାରଣଙ୍କ ସୁବିଧା ପାଇଁ କ୍ରୀଡା ସଂସ୍କୃତିକୁ ବୃଦ୍ଧି କରିବାଯୁବ ପ୍ରତିଭାକୁ ପ୍ରୋତ୍ସାହନ କରାଇବା ଏବଂ ଭିତ୍ତିଭୂମିକୁ ଉନ୍ନତ କରିବା ପାଇଁ ଏକ ଦୃଢ଼ ପ୍ରତିବଦ୍ଧତା ସହିତ ଏହି ବୈଠକ ଶେଷ ହୋଇଥିଲା। 

Tags

Post a Comment

[blogger][disqus][facebook][spotim]

Contact Form

Name

Email *

Message *

Powered by Blogger.
Javascript DisablePlease Enable Javascript To See All Widget