loading...

ଓଡ଼ିଶାରେ ରାଜ୍ୟ ପରିସଂଖ୍ୟାନ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ବିଶ୍ୱ ବ୍ୟାଙ୍କ ବୈଷୟିକ ମିଶନ ଟିମ୍ ସହ ବୈଠକ

ଭୁବନେଶ୍ୱର, ୦୪ ଏପ୍ରିଲ୍ ୨୦୨୫



  • ରାଜ୍ୟର ପରିସଂଖ୍ୟାନଭିତ୍ତିକ ତଥ୍ୟ ଇକୋସିଷ୍ଟମର ବିକାଶ ସୁଦୃଢ଼ୀକରଣ ଦିଗରେ ଗୁରୁତ୍ୱାରୋପ 
  • ଦକ୍ଷ ପରିସଂଖ୍ୟାନ ବ୍ୟବସ୍ଥା ପାଇଁ ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବସ୍ଥା ଗ୍ରହଣ କରିବାକୁ ପରାମର୍ଶ

ବରିଷ୍ଠ ଅର୍ଥନୀତିଜ୍ଞ ତଥା ଟିମ୍ ମୁଖ୍ୟ ଥୋମାସ ଡାନିଏଲିଭିଟ୍ଜଙ୍କ ନେତୃତ୍ୱରେ ବିଶ୍ୱ ବ୍ୟାଙ୍କର ସଦସ୍ୟମାନଙ୍କ ସହିତ ଏକ ବୈଷୟିକ ମିଶନ ଓଡ଼ିଶାର ଅର୍ଥନୀତି ପରିସଂଖ୍ୟାନ ନିର୍ଦ୍ଦେଶାଳୟ (ଡିଇଏସ୍) ଅଧିକାରୀମାନଙ୍କ ସହ ଏପ୍ରିଲ ତାରିଖରେ ସମୀକ୍ଷା ବୈଠକରେ  ବିସ୍ତୃତ ଆଲୋଚନା କରିଛନ୍ତି ବିଶ୍ୱବ୍ୟାଙ୍କ ସମର୍ଥିତ ଓଡ଼ିଶା ରାଜ୍ୟ ସାମର୍ଥ୍ୟ ସହାୟକ ଅଭିବୃଦ୍ଧି କାର୍ଯ୍ୟକ୍ରମ ଅଧୀନରେ ରାଜ୍ୟର ପରିସଂଖ୍ୟାନଭିତ୍ତିକ ତଥ୍ୟ ଇକୋସିଷ୍ଟମର ବିକାଶ ସୁଦୃଢ଼ୀକରଣ ଦିଗରେ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା । 

ଏହି ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ଆଲୋଚନା କରିବା ପାଇଁ ବିଶ୍ୱବ୍ୟାଙ୍କ ଟିମ୍ ଓଡ଼ିଶାର ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ  ଶ୍ରୀମତୀ ଅନୁ ଗର୍ଗଙ୍କ ସହିତ ଆଜି ଏପ୍ରିଲ ୪ ତାରିଖରେ   ଯୋଜନା ସଂଯୋଜନ ବିଭାଗର ସମ୍ମିଳନୀ କକ୍ଷରେ ଆଲୋଚନା କରିଥିଲେ ବୈଠକରେ ରାଜ୍ୟ ଅର୍ଥନୀତି ପରିସଂଖ୍ୟାନ ନିର୍ଦ୍ଦେଶକ ଡଃ. ବିଜୟ ଭୂଷଣ ନନ୍ଦଙ୍କ ସମେତ ଅନ୍ୟ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ   

ଆନ୍ତର୍ଜାତିକ  ବିଶେଷଜ୍ଞଙ୍କ ସହାୟତାରେ ରାଜ୍ୟ ସରକାରଙ୍କ ସମସ୍ତ ପରିସଂଖ୍ୟାନ ପ୍ରକ୍ରିୟା ଏବଂ ଉତ୍ପାଦରେ ଜେନେରିକ ପରିସଂଖ୍ୟାନ ବ୍ୟବସାୟ ପ୍ରକ୍ରିୟା ମଡେଲିଂକୁ ଗ୍ରହଣ କରିବା ଉପରେ ଆଲୋଚନାରେ ଗୁରୁତ୍ୱାରୋପ କରାଯାଇଥିଲା ଏହାବ୍ୟତୀତ ଓଡ଼ିଶାରେ ପରିସଂଖ୍ୟାନଭିତ୍ତିକ ତଥ୍ୟ ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ଆନ୍ତର୍ଜାତିକ ସ୍ତରର ସର୍ବୋତ୍ତମ ପ୍ରଚେଷ୍ଠା ଅତ୍ୟାଧୁନିକ ଜ୍ଞାନକୌଶଳ ଅବଲମ୍ବନ କରିବା ଲକ୍ଷ୍ୟରେ ଦେଶର ବିଭିନ୍ନ ଅଗ୍ରଣୀ ରାଜ୍ୟ ତଥା ବିଦେଶ ଗସ୍ତ ମାଧ୍ୟମରେ ଡିଇଏସ୍ ଅଧିକାରୀଙ୍କ ମଧ୍ୟରେ ଦକ୍ଷତା ବୃଦ୍ଧି ଉପରେ ଗୁରୁତ୍ୱ ଆରୋପ କରାଯାଇଥିଲା ଏହି ବୈଠକରେ ଓଡ଼ିଶା ସମନ୍ୱିତ ପରିସଂଖ୍ୟାନ ବ୍ୟବସ୍ଥା (ଓଆଇଏସ୍ଏସ୍) ସୃଷ୍ଟି ଉପରେ ଗୁରୁତ୍ୱ ଦିଆଯାଇଥିଲା, ଯାହା ପ୍ରଶାସନିକ ବିଭାଗଗୁଡ଼ିକ ମଧ୍ୟରେ ଅଧିକ ସହଯୋଗ ସମନ୍ୱୟକୁ ପ୍ରୋତ୍ସାହିତ କରିବା, ସୁଚିନ୍ତିତ ନିଷ୍ପତ୍ତି ନେବା ପାଇଁ ତଥ୍ୟର ଠିକ୍ ସମୟରେ ଏବଂ ବିଶ୍ୱସନୀୟତାକୁ ସୁନିଶ୍ଚିତ କରିବା ଉପରେ ପ୍ରାଧାନ୍ୟ ଦେଉଛି ଏହିଭଳି ପଦକ୍ଷେପ ରାଜ୍ୟର ପରିସଂଖ୍ୟାନ ଦକ୍ଷତାକୁ ଯଥେଷ୍ଟ ସୁଦୃଢ଼ କରିବା ସହ ସଠିକ ନୀତି ନିର୍ଦ୍ଧାରଣ ଶାସନପ୍ରକ୍ରିୟାରେ ସହାୟକ ହେବ ବୋଲି ଆଶା କରାଯାଉଛି 

  ଉନ୍ନୟନ କମିଶନର ଏହି ପଦକ୍ଷେପକୁ ପ୍ରଶଂସା କରିବା ସହ ପ୍ରମାଣଭିତ୍ତିକ ନିଷ୍ପତ୍ତି ନେବା, ଯୋଜନା ଏବଂ ନୀତି ପ୍ରଣୟନକୁ ପ୍ରୋତ୍ସାହିତ କରିବା ପାଇଁ ଏକ ଦକ୍ଷ ପରିସଂଖ୍ୟାନ ବ୍ୟବସ୍ଥା ପାଇଁ ହାର୍ଡୱେର ଏବଂ ସଫ୍ଟୱେର କ୍ଷେତ୍ରରେ ଅତ୍ୟାଧୁନିକ ଜ୍ଞାନକୌଶଳ ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ


Tags

Post a Comment

[blogger][disqus][facebook][spotim]

Contact Form

Name

Email *

Message *

Powered by Blogger.
Javascript DisablePlease Enable Javascript To See All Widget