loading...

ନ୍ୟାସନାଲ ହେରାଲ୍ଡ ଦୁର୍ନୀତି ପ୍ରସଙ୍ଗ

ଭୁବନେଶ୍ୱର,  ୧୬ ଏପ୍ରିଲ୍ ୨୦୨୫




ରକ୍ଷକ ହୋଇ ଭକ୍ଷକ ସାଜିଲା କଂଗ୍ରେସ ଦଳ: ମନମୋହନ ସାମଲ 

➢ନିଜର ଦୋଷ ଦୁର୍ବଳତାକୁ ଲୁଚାଇବା ପାଇଁ “ଇସ୍ୟୁ ଡାଇଭର୍ଟ” କରିବାର ପ୍ରଚେଷ୍ଟା କରାଯାଉଛି 

➢ଦୋଷ ଲୁଚାଇବା ପାଇଁ ବିକ୍ଷୋଭ କରୁଛି କଂଗ୍ରେସ 

➢ନ୍ୟାସନାଲ ହେରାଲ୍ଡକୁ ନିଜର ବ୍ୟକ୍ତିଗତ ସମ୍ପତି ଭଳି ବ୍ୟବହାର କରିଛି କଂଗ୍ରେସ 

୫ ହଜାରରୁ ଉର୍ଦ୍ଧ୍ୱ ଦେଶଭକ୍ତ ଓ କ୍ରାନ୍ତିକାରୀଙ୍କ ଆର୍ଥିକ ସହଯୋଗରେ ୧୯୩୭ ମସିହାରେ ନ୍ୟାସନାଲ ହେରାଲ୍ଡ ସମ୍ବାଦପତ୍ର ପ୍ରକାଶନ ଆରମ୍ଭ ହୋଇଥିଲା । ଏହା କେବଳ ନେହେରୁ ପରିବାରର ବ୍ୟକ୍ତିଗତ ଅଫିସ ନଥିଲା । ଦେଶର ସ୍ୱାଧୀନତାସଂଗ୍ରାମ ସେନାନୀଙ୍କ ବାର୍ତାକୁ ସାରଦେଶରେ ପହଂଚାଇବା ଏହି ସମ୍ବାଦପତ୍ରର ମୂଳ ଉଦ୍ଦେଶ୍ୟ ଥିଲା। ଭାରତ ବର୍ଷ ବିଭିନ୍ନ ସ୍ଥାନରେ ପ୍ରକାଶକ ଏଜେଏଲ୍ କମ୍ପାନୀ ଜରିଆରେ ନ୍ୟାସନାଲ ହେରାଲ୍ଡ ନିଜର ଶାଖାପ୍ରଶାଖା ଖୋଲି ଦେଶର ସ୍ୱାଧୀନତା ସଂଗ୍ରାମରେ ଅଗ୍ରଣୀ ଭୂମିକା ନେଇଥିଲା। ପରବର୍ତୀ ସମୟରେ ୯୦ କୋଟି ଟଙ୍କାର ଆର୍ଥ ିକ ଋଣ ଦେଖାଇ ୨୦୦୮ ମସିହାରେ ଏହାକୁ କ୍ଷତି ଦର୍ଶାଇ ବନ୍ଦ କରିଦିଆଗଲା କଂଗ୍ରେସର ତତ୍କାଳନୀ କୋଷାଧ୍ୟକ୍ଷ ମୋତିଲାଲ ଭୋରା ସେତେବେଳେ ଏହାର ନିର୍ଦ୍ଦେଶକ ଥିଲେ। ଅନ୍ୟ ପଟେ ମାତ୍ର ୫୦ ଲକ୍ଷ ଟଙ୍କା ଦେଇ ଏହି ସଂସ୍ଥାର ସମସ୍ତ ସଂପତି ୟଙ୍ଗ ଇଣ୍ଡିଆ ସଂସ୍ଥାକୁ ଦିଆଗଲା । ଯାହାର ୩୮ ପ୍ରତିଶତ ଅଂଶ ଶ୍ରୀମତୀ ସୋନିଆ ଗାନ୍ଧୀ ଏବଂ ୩୮ ପ୍ରତିଶତ ଅଂଶ ରାହୁଲ ଗାନ୍ଧୀଙ୍କର ଥିଲା । ଅର୍ଥାତ ମାତ୍ର ୫୦ ଲକ୍ଷ ଟଙ୍କା ବିନିମୟରେ ଦିଲ୍ଲୀ, ମୁମ୍ବାଇ, ଲକ୍ଷେ୍ନୌା, ଭୋପାଳ ଓ ପାଟନାଠାରେ ଥିବା ହଜାର ହଜାର କୋଟି ଟଙ୍କାର ସଂପତିକୁ ନିଜ ନାମରେ କରିଦିଆଗଲା । ବହୁଚର୍ଚ୍ଚିତ ‘ନ୍ୟାସନାଲ ହେରାଲ୍ଡ ଦୁର୍ନୀତି’ ପର୍ଦ୍ଦାଫାଶ ହୋଇସାରିଛି । ଏହି ଘଟଣାରେ ଧରାପଡ଼ିବା ପରେ ମୋତିଲାଲଙ୍କ ସମେତ ପବନ ବଂଶଲ, ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କୁ ଇଡି ପକ୍ଷରୁ ଜେରା କରିଛି। ଦଳର ନାମ ବ୍ୟବହାର କରି ସମସ୍ତ ବିଧି ବ୍ୟବସ୍ଥାକୁ ଉଲ୍ଲଂଘନ ସହିତ ମାତ୍ର ୫୦ ଲକ୍ଷ ଟଙ୍କାରେ ୫ ହଜାର କୋଟି ଟଙ୍କାର ସଂପତିକୁ ହାତେଇ ନେବା ଭଳି ଅଷ୍ଟମାଶ୍ଚର୍ଯ୍ୟ କରିଛି କଂଗ୍ରେସ ଦଳ । ଏହି ଖବର ସରାବରାହ ସଂସ୍ଥାକୁ କଂଗ୍ରେସ ଦଳ ଓ ଗାନ୍ଧୀ ପରିବାର ନିଜର ସମ୍ପତି ଭଳି ବ୍ୟବହାର କରିଛି। ରକ୍ଷକ ହୋଇ ଭକ୍ଷକ ସାଜିଲେ । ଦେଶବାସୀ କଂଗ୍ରେସ ଦଳକୁ କେବେହେଲେ କ୍ଷମା ଦେବେ ନାହିଁ ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି । ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନିରେ ଶ୍ରୀ ସାମଲ କହିଛନ୍ତି ଯେ, ‘ଧାରଣା ଦେବାର ଅଧିକାର ସମସ୍ତଙ୍କର ରହିଛି, କିନ୍ତୁ ଦେଶର ସଂପତି, ଜମି ଓ ଧନ ଲୁଟ କରିବାର ଅଧିକାର କାହାକୁ ଦିଆଯାଇନାହିଁ’ । ଧାରଣା ଦେଇ ବ୍ୟକ୍ତିଗତ ସ୍ୱାର୍ଥ ହାସଲ ପାଇଁ ଅତ୍ୟନ୍ତ ନିର୍ଲଜ କାମ କରୁଛି କଂଗ୍ରେସ ଦଳ । ଗତ ୪ ବର୍ଷ ଧରି ନ୍ୟାସନାଲ ହେରାଲ୍ଟ ମାମଲା ସୁପ୍ରିମକୋର୍ଟରେ ଚାଲିଛି । କୋର୍ଟରେ ସନ୍ତୋଷଜନକ ତଥ୍ୟ ଉପସା୍ଥପନା କରିବା ପରିବର୍ତେ ଧାରଣା ଓ ପ୍ରଦର୍ଶନ କରାଉଛନ୍ତି । ଗତ ମଙ୍ଗଳବାର ଏହି ମାମଲାକୁ ନେଇ ଇଡି ପକ୍ଷରୁ ଚାର୍ଜସିଟ୍ ଦାଖଲ ହେବା ପରେ କଂଗ୍ରେସ ଦଳ ରାଜରାସ୍ତାକୁ ଓହ୍ଲାଇଛି। ଷଡଯନ୍ତ୍ର ରଚି ହଜାର ହଜାର କୋଟି ଟଙ୍କାର ସଂଂପତିକୁ ହଡପ କରିବାର ପ୍ରଚେଷ୍ଟା କରି କଂଗ୍ରେସ ଦଳ ବର୍ତମାନ ଧରାପଡିଛି । ଷଡଯନ୍ତ୍ରର ସମସ୍ତ ତଥ୍ୟ ଲୋକଲୋଚନକୁ ଆସିଛି । ଅଇନର ଉର୍ଦ୍ଧ୍ୱରେ କେହି ନୁହନ୍ତି । ଖସିଯିବାର ଚେଷ୍ଟା କରୁଛନ୍ତି । ଏହି ଘଟଣାରେ ବର୍ତମାନ ଜାମିନରେ ଥିବା ଉଭୟ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ ମାନ୍ୟବର ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେଲେ ମଧ୍ୟ କୈାଣସି ଆଶ୍ୱସ୍ଥି ମିଳିଲା ନାହିଁ । ଆସନ୍ତା ୨୧ ତାରିଖ ଦିନ ମାନ୍ୟବର ସୁପ୍ରିମକୋର୍ଟରେ ମାମଲାର ଶୁଣାଣୀ ଥିବା କାରଣରୁ ବିଭ୍ରାନ୍ତ ଓ ବାଚଳାମୀ କରି ନିଜର ଦୋଷ ଦୁର୍ବଳତାକୁ ଲୁଚାଇବା ପାଇଁ “ଇସ୍ୟୁ ଡାଇଭର୍ଟ” କରିବାର ପ୍ରଚେଷ୍ଟା କରାଯାଉଛି । ମାମଲା କୋର୍ଟ ବିଚାରଧିନ ଥିବାବେଳେ ମାନ୍ୟବର କୋର୍ଟଙ୍କ ରାୟକୁ ଧର୍ଯ୍ୟର ସହ ଅପେକ୍ଷା କରିବାକୁ ଶ୍ରୀ ସାମଲ ପରାମର୍ଶ ଦେଇଛନ୍ତି ।

କଂଗ୍ରେସ ଦଳର ଦୁର୍ନୀତି, ଭ୍ରଷ୍ଟାଚାର, ଲୁଟ, ଶୋଷଣ କାହାକୁ ଅଛପା ନାହିଁ । ଅତୀତରେ ଏଭଳି ଘଟଣାରେ ସଂପୃକ୍ତ ଏକାଧିକ କଂଗ୍ରେସ ନେତା ଗିରଫ ହୋଇ ଜେଲ ଯାଇଛନ୍ତି । ଗାନ୍ଧୀ ପରିବାର ପାଇଁ ଏହା ନୂଆ ନୁହେଁ । ଗାନ୍ଧୀ ପରିବାରର ଜଣେ ସଦସ୍ୟ ହରିୟାଣାରେ ୩କୋଟି ଟଙ୍କାରେ ଜମି କିଣି ୫୮ କୋଟି ଟଙ୍କାରେ ବିକ୍ରି କରିଛନ୍ତି। ସରକାରୀ ଟଙ୍କାକୁ ଏଟିଏମ ଭଳି ବ୍ୟବହାର କରୁଥିଲା । ଏହି ପରିବାର କେବଳ ଦେଶ ଓ ସମାଜକୁ ଲୁଟିଛି। ଗରିବ ହଟାଓର ସ୍ଲୋଗାନ ଦେଇ ଗରିବଙ୍କୁ ଶୋଷଣ କରିଥିବାରୁ କଂଗ୍ରେସ ଆଜି ଏଭଳି ଦୁରାବସ୍ଥାର ସମ୍ମୁଖୀନ ହୋଇଛି। ଆଇନକୁ ସାହାଯ୍ୟ ଓ ସହଯୋଗ କରିବା 
ପରିବର୍ତେ ତଦନ୍ତକାରୀ ସଂସ୍ଥା ଇଡିକୁ ଧମକ ଦିଆଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ସାମଲ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉସଭାପତି ବିରଂଚି ନାରାୟଣ ତ୍ରିପାଠୀ, ରାଜ୍ୟ ସମ୍ପାଦିକା କସ୍ତୁରି ମିଶ୍ର ଓ ରାଜ୍ୟ ସାମାଜିକ ଗଣମାଧ୍ୟମ ମୁଖ୍ୟ ଉମାକାନ୍ତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। 

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget