ଭୁବନେଶ୍ୱର, ୩୦ ଏପ୍ରିଲ୍ ୨୦୨୫
ଲୋକସଭାର ବିରୋଧଦଳ ନେତା ତଥା ଜନନାୟକ ଶ୍ରୀଯୁକ୍ତ ରାହୁଲ ଗାନ୍ଧୀଙ୍କ ଆହ୍ୱାନକ୍ରମେ ସାରା ଦେଶରେ ଛାତ୍ର ଓ ଯୁବକ ମାନଙ୍କର “ହ୍ୱାଇଟ୍ ଟି-ସାର୍ଟ ମୁଭମେଣ୍ଟ” ନାମରେ ଏକ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି।
ସେହି କ୍ରମରେ ଓଡ଼ିଶା ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ଆଜି ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଉଦିତ୍ ପ୍ରଦାନଙ୍କ ନେତୃତ୍ୱରେ ଭୁବନେଶ୍ୱର ଜନପଥରେ “ହ୍ୱାଇଟ୍ ଟି-ସାର୍ଟ ମୁଭମେଣ୍ଟ” ଅନୁଷ୍ଠିତ ହୋଇଛି। ଛାତ୍ର କଂଗ୍ରେସର କର୍ମୀମାନେ ଧଳାସାର୍ଟ ପିନ୍ଧି ସମ୍ବିଧାନ ବଂଚାଅ ନାରା ଦେଇ ଜନ ପଥରେ ପଦଯାତ୍ରା କରିଥିଲେ। ଗରୀବ ଓ ଶ୍ରମିକ ଶ୍ରେଣୀଙ୍କୁ ନ୍ୟାୟ ଓ ଅଧିକାର ଦେବା ପାଇଁ ଏହି ଯାତ୍ରା ଅଭିପ୍ରେତ। ଏହି ଯାତ୍ରାରେ କିଛି ପୁଞ୍ଜିପତିଙ୍କ ପାଇଁ ମୋଦୀ ସରକାରଙ୍କର ଦୁର୍ବଳତାର ସମାଲୋଚନା କରାଯାଇଥିଲା। ଏହି ପୁଞ୍ଜିପତି ମାନଙ୍କର ସମ୍ପତି ବୃଦ୍ଧି ଚିନ୍ତା ମୋଦି ସରକାରଙ୍କୁ ଘାରିଛି। ଯାହାଫଳରେ ଅସମାନତା ବୃଦ୍ଧି ପାଇଛି ଏବଂ ଯେଉଁ ଶ୍ରମିକମାନେ ଦେଶ ଗଠନ ପାଇଁ କାର୍ଯ୍ୟ କରୁଛନ୍ତି ସେମାନଙ୍କ ଅବସ୍ଥା ଶୋଚନୀୟ ହୋଇଯାଉଛି। ବିଭିନ୍ନ ଅନ୍ୟାୟ ଓ ଅତ୍ୟାଚାର ସହିବାକୁ ସେମାନଙ୍କୁ ବାଧ୍ୟ କରାଯାଉଛି। ଏଭଳି ପରିସ୍ଥିତିରେ ନ୍ୟାୟ ଓ ଅଧିକାର ପାଇଁ ସମୂହିତ ସ୍ୱର ଉତୋଳନର ସମୟ ଆସିଛି। ଛାତ୍ର-ଯୁବକ ଓ ଶ୍ରମିକ ଶ୍ରେଣୀର ଯୁବକ ଏହି କାର୍ଯ୍ୟରେ ଆଗ୍ରହର ସହ ଅଂଶ ଗ୍ରହଣ କରିବାକୁ ଜନନାୟକ ରାହୁଲ ଗାନ୍ଧୀ ନିବେଦନ କରିଛନ୍ତି। ବିଶେଷକରି ସମ୍ବିଧାନକୁ ସଶକ୍ତ କରିବା ପାଇଁ ଏହା ମଧ୍ୟ ଏକ ଆନ୍ଦୋଳନ।
ଏହି କାର୍ଯ୍ୟକ୍ରମରେ ଅଖିଳେଶ ଯାଦବ, ଚୁନୁ ସିଂ, ସାହାରୁଖ୍ ଖାନ୍, ସୁନୀଲ କୁମାର ଗାନ୍ଧୀ ଓ ଚଣ୍ଡି ପ୍ରସାଦ ମହାପାତ୍ର ପ୍ରମୁଖ ଶତାଧିକ ଛାତ୍ର ଅଂଶ ଗ୍ରହଣ କରିଥିଲେ।
Post a Comment