loading...

ଭାରତୀୟ ପୁନର୍ବାସ ପରିଷଦ ଅଧ୍ୟକ୍ଷାଙ୍କ ସହିତ ରାଜ୍ୟ ଉନ୍ନୟନ କମିଶନରଙ୍କ ସାକ୍ଷାତ ଆଲୋଚନା ରାଜ୍ୟରେ ସ୍ୱପରାୟଣ ପିଲାମାନଙ୍କ ଚିକିତ୍ସା ଓ ଶିକ୍ଷା ପାଇଁ ସ୍ୱତନ୍ତ୍ର ପଦକ୍ଷେପ ନିମନ୍ତେ ରହିବ ମିଳିତ ପ୍ରୟାସ

ଭୁବନେଶ୍ୱର, ୦୨ ଏପ୍ରିଲ୍ ୨୦୨୫


ଆଜି ଅପ୍ରେଲ ୨ ତାରିଖ ବିଶ୍ୱ  ସ୍ଵପରାୟଣ(ଅଟିଜିମ୍) ସଚେତନତା ଦିବସ ଅବସରରେ ଭୁବନେଶ୍ୱରରେ ଆୟାଜିତ ଜାତୀୟ ସମ୍ମିଳନୀରେ ଯୋଗଦେବାକୁ ଆସିଥିବା ଭାରତୀୟ ପୁନର୍ବାସ ପରିଷଦ (ଆରସିଆଇ)ର ଅଧ୍ୟକ୍ଷା ଡକ୍ଟର ଶରଣଜିତ କୌର  ସମ୍ମିଳନୀ  ପରେ ଲୋକସେବା ଭବନରେ ଓଡ଼ିଶା ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ସହିତ ସାକ୍ଷାତ ଆଲୋଚନା କରିଥିଲେ । ରାଜ୍ୟରେ ସ୍ୱପରାୟଣ ପିଲାମାନଙ୍କ ଚିକିତ୍ସା ଓ ଶିକ୍ଷା ପାଇଁ  ମିଳିତ ପ୍ରୟାସ ନିମନ୍ତେ  ସ୍ୱତନ୍ତ୍ର ପଦକ୍ଷେପ ନିଆଯିବା ସଂପର୍କରେ ଏହି ବୈଠକରେ ଆଲୋଚନା କରାଯାଇଥିଲା । 

ଏହି ସାକ୍ଷାତ ଅବସରରେ ଡକ୍ଟର  କୌର ଏ କ୍ଷେତ୍ରରେ ତାଙ୍କର ଦୀର୍ଘ ଅଭିଜ୍ଞତା ବାଣ୍ଟିବା ସହିତ ଓଡ଼ିଶାରେ ସ୍ୱପରାୟଣ ବ୍ୟକ୍ତିଙ୍କ ପାଇଁ  ପୁନର୍ବାସ ସେବାକୁ ସୁଦୃଢ଼ କରିବା ନିମନ୍ତେ  ଓଡ଼ିଶା ସରକାରଙ୍କ ସହ ମିଳିତ ଭାବେ କାର୍ଯ୍ୟ  କରିବା ପାଇଁ  ପରିଷଦର  ଉତ୍ସର୍ଗୀକୃତ ମନୋଭାବ ଓ ଏହାର ସୁଯୋଗ ସଂପର୍କରେ ଉନ୍ନୟନ କମିଶନରଙ୍କ ସହିତ ଆଲୋଚନା କରିଥିଲେ । ଉନ୍ନୟନ କମିଶନର ଶ୍ରୀମତୀ ଗର୍ଗ ରାଜ୍ୟରେ ଅଙ୍ଗନବାଡି କେନ୍ଦ୍ର, ବିଭିନ୍ନ ବିଦ୍ୟାଳୟ, ସ୍ୱତନ୍ତ୍ର ବିଦ୍ୟାଳୟରେ ସ୍ୱପରାୟଣ ପିଲାମାନଙ୍କ ପାଇଁ ସ୍ୱତନ୍ତ୍ର ଚିକିତ୍ସା ଓ ପ୍ରଶିକ୍ଷଣ, ସ୍ୱାସ୍ଥ୍ୟକର୍ମୀମାନଙ୍କୁ ସ୍ୱତନ୍ତ୍ର ତାଲିମ ପ୍ରଦାନର ଆବଶ୍ୟକତା ସହ ପୁନର୍ବାସ ଭିତ୍ତିଭୂମିର ବିକାଶ ପାଇଁ ସରକାରଙ୍କ ନିରନ୍ତର ସମର୍ଥନ ରହିଥିବା ସଂପର୍କରେ ପ୍ରକାଶ କରିଥିଲେ ।  ସ୍ୱପରାୟଣ ପିଲାମାନଙ୍କ ପ୍ରଶିକ୍ଷଣ ଓ ଶିକ୍ଷାଦାନ ପାଇଁ  ପେସାଦାର ଡାକ୍ତରମାନଙ୍କ ଅଭାବ ପୂରଣ, ସେମାନଙ୍କୁ  ମାର୍ଗଦର୍ଶନ କରିବା ପାଇଁ  ଯୋଗ୍ୟ ବ୍ୟକ୍ତିମାନଙ୍କୁ ପ୍ରଶିକ୍ଷଣ ବିଷୟରେ ଆଲୋଚନା କରାଯାଇଥିଲା ।      ବୈଠକରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀ ଆର୍,ଏସ୍, ଗୋପାଳନ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଅଶ୍ୱତୀ ଏସ୍, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀମତୀ ଶାଳିନୀ ପଣ୍ଡିତ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । 


Tags

Post a Comment

[blogger][disqus][facebook][spotim]

Contact Form

Name

Email *

Message *

Powered by Blogger.
Javascript DisablePlease Enable Javascript To See All Widget