loading...

ଆଇସିଏମ୍‌ଏଆଇ ଭୁବନେଶ୍ୱର ଚାପ୍ଟରର ୫୬ତମ ବାର୍ଷିକ ସାଧାରଣ ବୈଠକ ଏବଂ ନୂତନ ପଦାଧିକାରୀ ଚୟନ

ଭୁବନେଶ୍ୱର, ୧ ଜୁନ ୨୦୨୫




ଇନ୍‌ଷ୍ଟିଚ୍ୟୁଟ ଅଫ୍ କଷ୍ଟ ଆକାଉଣ୍ଟାଟ୍ସ ଅଫ ଇଣ୍ଡିଆ (ଆଇସିଏମ୍‌ଏଆଇ)-ଭୁବନେଶ୍ୱର ଚାପ୍ଟର ପକ୍ଷରୁ ଏହାର ୫୬ତମ ବାର୍ଷିକ ସାଧାରଣ ବୈଠକ ଭୁବନେଶ୍ୱରର ନୟାପଲ୍ଲୀସ୍ଥିତ ସିଏମ୍‌ଏ ଭବନଠାରେ ତା ୩୧-୦୫- ୨୦୨୫ରିଖରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକର ସମାପ୍ତି ପରେ ୨୦୨୫-୨୬ ବର୍ଷର ପ୍ରଥମ ବୈଠକରେ ମ୍ୟାନେଜିଂ କମିଟିର ସଦସ୍ୟମାନେ ବିଭିନ୍ନ ପଦାଧିକାରୀମାନଙ୍କୁ ଚୟନ କରିଥିଲେ। ଏଥିରେ ସିଏମ୍‌ଏ ଶରତ ଚନ୍ଦ୍ର ବେହେରା ଚେୟାରମ୍ୟାନ୍ ରୂପେ, ସିଏମ୍‌ଏ ଅବିନାଶ କୋଟ୍‌ନି ଭାଇସ୍ ଚେୟାରମ୍ୟାନ୍ ରୂପେ, ସିଏମ୍‌ଏ ସୈାମ୍ୟ ରଞ୍ଜନ ଜେନା ସେକ୍ରେଟାରୀ ରୂପେ ଏବଂ ସିଏମ୍‌ଏ ବରଦା ପ୍ରସନ୍ନ ନାୟକ କୋଷାଧ୍ୟକ୍ଷ ରୂପେ ନିର୍ବାଚିତ ହୋଇଥିଲେ। ସିଏମ୍‌ଏ ରମେଶ ଚନ୍ଦ୍ର ପାତ୍ର ନୂତନ ଭାବେ ନିର୍ବାଚିତ ଶରତ ଚନ୍ଦ୍ର ବେହେରାଙ୍କୁ ସମସ୍ତ ଦାୟିତ୍ୱ ହସ୍ତାନ୍ତର କରିଥିଲେ। ଏହି ଅବସରରେ ଆଇସିଏମ୍‌ଏଆଇ-ଇଆଇଆର୍‌ସିର ସେକ୍ରେଟାରୀ ସିଏମ୍‌ଏ ଦାମୋଦର ମିଶ୍ର ଏବଂ ମ୍ୟାନେଜିଂ କମିଟିର ଅନ୍ୟାନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ। ୫୬ତମ ବାର୍ଷିକ ସାଧାରଣ ବୈଠକ ଏବଂ ୨୦୨୫-୨୬ ବର୍ଷର ପ୍ରଥମ ମ୍ୟାନେଜିଂ କମିଟି ବୈଠକ ଶୃଙ୍ଖଳିତ ଭାବେ ପରିଚାଳିତ ହୋଇଥିଲା।
Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget