ଭୁବନେଶ୍ୱର, ୧୯ ଜୁନ ୨୦୨୫
ଓଡ଼ିଶା କଂଗ୍ରେସର ସଭାପତି ଭାବେ ଗତ ଫେୃୃୃବୟାରୀରେ ଭକ୍ତ ଚରଣ ଦାସଙ୍କୁ ନିଯୁକ୍ତି ଦିଆଯାଇଥିଲା। ସେବେଠାରୁ ଦଳର ସଭାପତି ଦୌଡରେ ଅନ୍ୟ ଯେଉଁମାନେ ଥିଲେ ସେମାନେ ଆଜି ପର୍ଯ୍ୟନ୍ତ ଭକ୍ତ ଦାସଙ୍କୁ ବିରୋଧ କରି ଆସୁଛନ୍ତି। ଏବେ ବି ସେମାନଙ୍କ ମଧ୍ୟରେ ଏକ ପ୍ରକାର ପ୍ରତିଯୋଗିତା ଚାଲିଛି। ଏବେ ବାରବାଟୀ ବିଧାୟିକା ସୋଫିଆ ଫିରର୍ଦ୍ଦୋଶ ଓ କଂଗ୍ରେସର ନାରୀନେତ୍ରୀ ଦିଲ୍ଲୀରେ ଖବରଦାତା ସମ୍ମିଳନୀ କରିବା ପରେ ଏହା ସ୍ପଷ୍ଟ ହୋଇଛି। କଂଗ୍ରେସ ଦଳ ନାରୀ ସୁରକ୍ଷାକୁ ନେଇ ଯେଉଁଭଳି ଭାବେ ଦିଲ୍ଲୀ ଦରବାରରେ ପ୍ରଶ୍ନ ଉଠାଇଛି ଏହା ସୈତାନର ବେଦ ପାଠ ସଦୃଶ ବୋଲି ବିଜେପି ମୁଖପାତ୍ର ମନୋଜ ମହାପାତ୍ର ଓ ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ଡା. ଐଶର୍ଯ୍ୟା ବିଶ୍ୱାଳ କହିଛନ୍ତି।
ଶ୍ରୀ ମହାପାତ୍ର କହିଛନ୍ତି ଯେ, ସେମାନଙ୍କ ମାନସିକ ଦେବାଳୟପଣ ଏପରି ବଢ଼ିଯାଇଛି ଯେ, ଯାହାଫଳରେ ସେମାନେ ଆଉ ଓଡ଼ିଶାରେ ପ୍ରଶ୍ନ ପଚାରିବାକୁ ସାହାସ କରୁନାହାନ୍ତି। ଦଳର ମୁଖିଆଙ୍କ ପାଖ ଲୋକ ହୋଇ କେମିତି ପୁନର୍ବାର ସଭାପତି ଦୌଡ଼ରେ ରହିବେ ସେନେଇ ସେମାନଙ୍କ ମଧ୍ୟରେ ପ୍ରତିଯୋଗିତା ଚାଲିଛି। ଗତ ୨୪ ବର୍ଷ ଧରି ବିଜେଡି ସରକାରରେ ଥିଲା, ଏହା ପୂର୍ବରୁ କଂଗ୍ରେସ ଦଳ ସରକାରରେ ଥିଲା। ମାତ୍ର ନାରୀ ସୁରକ୍ଷା ପାଇଁ ଉଭୟ ଦଳ କୌଣସି ପଦକ୍ଷେପ ନେଇ ନ ଥିଲେ। ଏବେ ନାରୀ ସୁରକ୍ଷା ପାଇଁ ବେଦ ପାଠ କରିବା ଅତ୍ୟନ୍ତ ହାସ୍ୟାସ୍ପଦ। କଂଗ୍ରେସ ସରକାରରେ ଥିଲାବେଳେ ନାରୀ ସୁରକ୍ଷା ପାଇଁ ଯେଉଁ ଭଳି ହୀନ କାର୍ଯ୍ୟ କରିଥିଲା ତା’ର ଫଳ ସୂରୁପ ସାଧାରଣ ନିର୍ବାଚନରେ ୧୦୦ଟି ବିଧାସଭା ଆସନରୁ ଅମାନତ ହରାଇଛି। ଏବେ ଦଳର ଗୋଷ୍ଠୀ କନ୍ଦଳକୁ ଲୁଚାଇବାକୁ ଯାଇ ଗୋପାଳପୁର ଗଣଦୁଷ୍କର୍ମ ପ୍ରସଙ୍ଗରେ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଭକ୍ତ ଗଠନ କରିଛନ୍ତି। ଝାଡ଼ଖଣ୍ଡର ରାଂଚିରେ କଂଗ୍ରେସ ଦଳର ସରକାର ରହିଛି। କିଛି ଦିନ ତଳେ ସେଠାରେ ଏକ ୬ ଜଣ ମହିଳାଙ୍କୁ ଏକାବେଳେ ଗଣଦୁଷ୍କର୍ମ ହୋଇଥିଲା। ମାତ୍ର ସେମାନଙ୍କ ବିରୋଧରେ କଂଗ୍ରେସ କ’ଣ କାର୍ଯ୍ୟାନୁଷ୍ଠାନ ନେଇଛି? କଂଗ୍ରେସ ଶାସିତ ଅଧିକାଂଶ ରାଜ୍ୟରେ ଏଭଳି ବହୁତ ଘଟଣା ଘଟୁଛି। ମାତ୍ର ସେଠାରେ କ’ଣ ପାଇଁ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ପଠାଯାଉ ନାହିଁଁଁ? କଂଗ୍ରେସ ସରକାର ସମୟରେ ରାଜ୍ୟରେ ଅଞ୍ଜନା, ଅର୍ଚ୍ଚନା, ଅନ୍ନପୂର୍ଣ୍ଣା, ଛବିରାଣୀ ବିଲୁଆଖାଇ ତୋଟା ପର୍ଯ୍ୟନ୍ତ ସବୁଠି ନାରୀ ଅସୁରକ୍ଷିତ ହୋଇପଡ଼ିଥିଲେ। ସେତେବେଳେ ଓଡ଼ିଶା ସଚିବାଳୟରେ ଥିବା ମୁଖ୍ୟମନ୍ତ୍ରୀଙ୍କ ପ୍ରକୋଷ୍ଟ ଏକ ରଙ୍ଗଶାଳାରେ ପରିଣତ ହୋଇଯାଇଥିଲା। କେତେଜଣ ମହିଳାଙ୍କୁ ଲଣ୍ଡିତ ହେବାକୁ ପଡ଼ିଥିଲା। ଏହାକୁ ଭୁଲିଯାଇଥିବା କଂଗ୍ରେସ ଦଳ ବର୍ତମାନ ନାରୀ ସୁରକ୍ଷାକୁ ନେଇ ପ୍ରଶ୍ନପଚାରିବା ଧର୍ମକୁ ଆଖିଠାର। ବିଜୁ ଜନତା ଦଳର ସରକାରରେ ପ୍ରତିଦିନ ୯ ଜଣ ମହିଳା ବଳାତ୍କାରର ଶିକାର ହେଉଥିଲେ। ମାତ୍ର ବର୍ଷ ଶେଷକୁ କେବଳ ୯ ଜଣ ଦଣ୍ଡିତ ହେଉଥିଲେ। ବିଜେପି ସରକାରରେ ଏହି ହାର କମିଛି। ବର୍ତମାନ ଦଣ୍ଡିତହାର ୩୨ ପ୍ରତିଶତରୁ ଊର୍ଦ୍ଧ୍ୱ। ଏହା ହେଉଛି ଆମ ଓଡ଼ିଶା ପୋଲିସର ସଫଳତା। ରେମୁଣାରେ ହୋଇଥିବା ମାମଲାରେ ମାତ୍ର ୩ମାସ ମଧ୍ୟରେ ଦୋଷୀଙ୍କୁ ଦଣ୍ଡ ଦିଆଯାଇଥିଲା। କିନ୍ତୁ ସବୁଠୁ ଆଶ୍ଚର୍ୟ୍ୟ କଥା ହେଉଛି ନିର୍ଭୟା ମାମଲା ପରେ ସୁପ୍ରିମ କୋର୍ଟ ଏକ ନିର୍ଦ୍ଦେଶ ଦେଇଥିଲେ ଯେ, ଦୁଷ୍କର୍ମ ମାମଲାରେ କିମ୍ବା ଏଭଳି ଅପରାଧିକ ଘଟଣାରେ ପୀଡ଼ିତା ନାମ ଅବା ଠିକଣା ପ୍ରଘଟ କରଯିବା ନାହଁ। କୌଣସି ଗଣମାଧ୍ୟମରେ ଏହା ପ୍ରକାଶ କରଯିବ ନାହିଁ। ଏଥିପାଇଁ ୨ ବର୍ଷ ଜେଲ ଦଣ୍ଡ ଭୋଗିବାକୁ ଆଇନ୍ ରହିଛି। ମାତ୍ର କଂଗ୍ରେସ ଦଳ ଏହି ନିୟମକୁ ଉଲ୍ଲଂଘନ କରି କେବଳ ଫଟୋ ଉଠାଇବା ପାଇଁ ସେଠାକୁ ଯାଉଛନ୍ତି। ଏନେଇ ଓଡ଼ିଶା ପୋଲିସ ସେମାନଙ୍କ ବିରୋଧରେ ପୌଜଦାରୀ ମୋକଦ୍ଦମା ରୁଜୁ କରି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ଶ୍ରୀ ମହାପାତ୍ର ଦାବି କରିଛନ୍ତି।
ମାତ୍ର ମୋହନ ସରକାରଙ୍କ କାର୍ଯ୍ୟକାଳରେ ଗତ ବର୍ଷକ ମଧ୍ୟରେ ଯେଉଁଠାରେ ବି ଗଣଦୁର୍ଷ୍କମ ଅବା ମହିଳାଙ୍କ ପ୍ରତି ଅସଦାଚାରଣ ହୋଇଛି ସେସବୁସ୍ଥାନରେ ଦୁଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ବିଜେଡି ସରକାରଙ୍କ ଭଳି ଅପରାଧକୁ ଶଂଖ ଖୋଳପା ମଧ୍ୟରେ ରଖାଯାଇ ନାହିଁ। ଗୋପାପଳପୁର ମାମଲାରେ ସମସ୍ତ ଅପରାଧୀଙ୍କୁ ଜେଲ ପଠାଇ ଦିଆଯାଇଛି। ଏହା ଉପରେ ଅଧିକ ତଦନ୍ତ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ କ୍ରାଇମବାଂଚକୁ ତଦନ୍ତ ଦାୟିତ୍ୱ ଦେଇଛନ୍ତି। ନାରୀ ସୁରକ୍ଷାକୁ ନେଇ ଦଳ ମତ ନିର୍ବିଶେଷରେ ଏକ ମତ ହୋଇ ଲଢ଼ିବାକୁ ପଡିବ। ଏ ପ୍ରସଙ୍ଗରେ ଅପରାଧି ଯିଏ ବି ହୋଇଥାଆନ୍ତୁ ନା କାହିଁକି ତାଙ୍କୁ କଠୋର ଦଣ୍ଡ ଦେବାକୁ ମୋହନ ସରକାର ସଂକଳ୍ପବଦ୍ଧ।
ସେହିପରି ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ବିଶ୍ୱାଳ କହିଛନ୍ତି ଯେ, ଗୋପାଳପୁର ଗଣଦୁଷ୍କର୍ମ ମାମଲା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ନିନ୍ଦୀନୟ। ବିଗତ ଦିନରେ ବିଜେଡି ସରକାର ସମୟରେ ଅନେକ ଗଣଦୁଷ୍କର୍ମ ହେଉଥିଲା। ମହିଳା ପ୍ରତି ଅପରାଧ ବଢ଼ିଯାଇଥିଲା। ସେତେବେଳେ କଂଗ୍ରେସ ଚୁପ୍ ବସିଥିଲା। ଅପରପକ୍ଷେ ମୁଖ୍ୟମନ୍ତ୍ରୀ ମୋହନ ଚରର ମାଝୀ ମହିଳାମାନଙ୍କ ପ୍ରତି ହେଉଥିବା ହିଂସା ବିରୋଧରେ କଡ଼ା ଆଇନ ଆଣିବାକୁ ପ୍ରତିଶୃତି ଦେଇଛନ୍ତି। ମହିଳାଙ୍କ ପ୍ରତି ହେଉଥିବା ନିର୍ଯାତନା ସଂଖ୍ୟା କମିବ।ଏସବୁ ଅପରାଧ କିପରି ନ ଘଟିବ ସେନେଇ ସ୍ୱତନ୍ତ୍ର ଦୃଷ୍ଟି ଦିଆଯିବ ବୋଲି ଶ୍ରୀ ମାଝୀ କହିଛନ୍ତି। ଗୋପାଳପୁର ଘଟଣାରେ ବହୁତ କମ୍ ସମୟ ମଧ୍ୟରେ ଅପରାଧୀମାନଙ୍କୁ ଠାବ କରି ତୁରନ୍ତ ଗିରଫ କରାଯାଇଛି। କଂଗ୍ରେସ ଏହି ଘଟଣାକୁ ରାଜନୈତିକ ରୂପଦେବା ପାଇଁ ସାମ୍ବାଦିକ ସମ୍ମିଳନୀ କରୁଛି। ମାତ୍ର ପ୍ରକୃତରେ ଯଦି କଂଗ୍ରେସ ମହିଳାମାନଙ୍କୁ ସମ୍ମାନ କରେ ତେବେ ବିଗତ ୨୪ ବର୍ଷ ମଧ୍ୟରେ କଂଗ୍ରେସ କାହିଁକି ସେମାନଙ୍କ ପ୍ରତି ହେଉଥିବା ଅତ୍ୟାଚାର ବିରୋଧରେ ସ୍ୱର ଉତେଳାନ କରି ନ ଥିଲା। କଂଗ୍ରେସ ସେତେବେଳେ ବିଜେଡିର ବି ଟିମ୍ ଭଳି କାମ କରୁଥିଲା। ୨୦୨୨ ମସିହାରେ ମହିଳା ଅପରାଧ ମାମଲା ରାଜ୍ୟରେ ୨୩ ପ୍ରତିଶତ ଅଧିକ ହୋଇଥିଲା ବୋଲି ଏକ ରିପୋର୍ଟ ଆସିଥିଲା। ଗୋଟିଏ ବର୍ଷରେ ମହିଳାମାନଙ୍କୁ ପ୍ରତି ଅପରାଧ ମାମଲା ଏତେ ବଢ଼ିବା ସତ୍ୱେ କଂଗ୍ରେସ କ’ଣ ପାଇଁ ଚୁପ୍ ବସିଥିଲା।ଏହାର ଏହାର ଜବାବ କଂଗ୍ରସକୁ ଦେବାକୁ ହେବ। ମହିଳାମାନଙ୍କୁ ନ୍ୟାୟ ଦେବା ପାଇଁ ବିଜେପି ସରକାର ପ୍ରତିଶୃତିବଦ୍ଧ ବୋଲି ରାଜ୍ୟ ମହିଳା ମୋର୍ଚ୍ଚା ସଭା ନେତ୍ରୀ ଡା. ବିଶ୍ୱାଳ କହିଛନ୍ତି।
Post a Comment