loading...

ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଦ୍ୱାରା ବିଭିନ୍ନ ଜଳସେଚନ, ଜଳାଶୟ ଓ ଝରଣା ଗଣନା କାର୍ଯ୍ୟ ଅଗ୍ରଗତି ସମୀକ୍ଷା

ଭୁବନେଶ୍ୱର, ୧ ଅଗଷ୍ଟ ୨୦୨୫




ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଆଜି ଲୋକସେବା ଭବନରେ ଅନୁଷ୍ଠିତ ଏକ ବୈଠକରେ  ୭ମ କ୍ଷୁଦ୍ର ଜଳସେଚନ ଗଣନା, ୨ ୟ ଜଳାଶୟ ଗଣନା , ୧ ମ ବୃହତ୍, ମଧ୍ୟମ ଜଳ ସେଚନ ପ୍ରକଳ୍ପ ଏବଂ ପ୍ରଥମ ଝରଣା ଗଣନା କାର୍ଯ୍ୟ ଅଗ୍ରଗତି ସମୀକ୍ଷା କରିଛନ୍ତି । ଏହି ଗଣନା ରାଜ୍ୟର  ୩୦ ଟି ଜିଲ୍ଲାରେ କରାଯାଉଛି । ଏହି ଗଣନା ମାଧ୍ୟମରେ ରାଜ୍ୟରେ ଥିବା  ସମସ୍ତ ଜଳ ସଂପଦ ସଂପର୍କରେ ସର୍ବେକ୍ଷଣ କରାଯାଉଛି ଏବଂ ସେଗୁଡ଼ିକର ବ୍ୟବହାର ସଂପର୍କରେ ଆକଳନ କରାଯାଉଛି । 

ଭାରତ ସରକାରଙ୍କ  ଜଳ ଶକ୍ତି ମନ୍ତ୍ରାଳୟର ଉପ ମହା ନିର୍ଦ୍ଦେଶିକା ପ୍ରିୟଙ୍କା କୁଳଶ୍ରେଷ୍ଠଙ୍କ ନେତୃତ୍ୱରେ ଏକ କେନ୍ଦ୍ରୀୟ ପ୍ରତିନିଧି ଦଳ ଅଗଷ୍ଟ୧୧  ଓ ୧୨ ତାରିଖ  ଦୁଇଦିନ ଧରି ଓଡ଼ିଶା ପରିଦର୍ଶନ କରି ରାଜ୍ୟରେ ଉପରୋକ୍ତ ଗଣନା କାର୍ଯ୍ୟ ସଂପର୍କରେ ଅନୁଧ୍ୟାନ କରିଥିଲେ । ଏହି ଟିମ୍ ଖୋର୍ଦ୍ଧା ଓ ପୁରୀ ଜିଲ୍ଲା ଗସ୍ତ କରି କ୍ଷେତ୍ରସ୍ତରରେ କିପରି ଏହି ଗଣନା କାର୍ଯ୍ୟ କରାଯାଉଛି, ସେ ସଂପର୍କରେ ସିଧା ସଳଖ ସୂଚନା ପାଇବା ସହିତ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗଙ୍କ ସହିତ ଆଲୋଚନା କରିଥିଲେ । 

ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜଳ ଶକ୍ତି ମନ୍ତ୍ରାଳୟର ପଦାଧିକାରୀ, କେନ୍ଦ୍ର ଜଳ ଆୟୋଗ, ଜାତୀୟ ଜଳ ବିଜ୍ଞାନ ସଂସ୍ଥାନ, ଜଳ ସଂପଦ ବିଭାଗ,ଓଡ଼ିଶା ଏବଂ ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦ୍ଦେଶାଳୟର ପଦାଧିକାରୀମାନେ ଉପସ୍ଥିତ ଥିଲେ । 

ଏହି ଟିମ୍ କ୍ଷେତ୍ର ପରିଦର୍ଶନ କରି ରାଜ୍ୟ ତରଫରୁ  ଅଦ୍ୟାବଧି ହୋଇଥିବା କାର୍ଯ୍ୟ ଅଗ୍ରଗତି ପ୍ରତି ସନ୍ତୋଷ ବ୍ୟକ୍ତ କରିବା ସହିତ ଏହି ଗଣନା ସଫଳତାର ସହ ଶେଷ କରାଯିବା ପାଇଁ ଭାରତ ସରକାରଙ୍କ ତରଫରୁ ସମସ୍ତ ସମ୍ଭାବ୍ୟ ସହଯୋଗ ଯୋଗାଇ ଦେବାକୁ କହିଛନ୍ତି । 

ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ରାଜ୍ୟ ସରକାରଙ୍କ ସମ୍ପୃକ୍ତ ଉପରୋକ୍ତ ସମସ୍ତ ବିଭାଗୀୟ କର୍ତ୍ତୃପକ୍ଷ ତଥା ଅଧିକାରୀମାନଙ୍କୁ ଏହି ଗଣନା କାର୍ଯ୍ୟ ଯେପରି ଭଲ ଭାବରେ ସଂପୂର୍ଣ୍ଣ ହେବ, ସେଥିପାଇଁ ସମନ୍ୱୟକୁ ଗୁରୁତ୍ୱ ଦେଇଥିଲେ । ଆଗାମୀ ସେପ୍ଟେମ୍ବର ୧୫  ତାରିଖ ସୁଦ୍ଧା ପ୍ରଥମ ବୃହତ୍  ଓ ମଧ୍ୟମ ଜଳସେଚନ ପ୍ରକଳ୍ପ ଗଣନା, ପ୍ରଥମ ଝରଣା ଗଣନା କାର୍ଯ୍ୟର କ୍ଷେତ୍ରସ୍ତରୀୟ କାର୍ଯ୍ୟ ଅକ୍ଟୋବର ମାସ ସୁଦ୍ଧା ଏବଂ ଜଳାଶୟର ୨ ୟ ଗଣନା ଏବଂ ୭ ମ କ୍ଷୁଦ୍ର ଜଳସେଚନ ଗଣନା ଡିସେମ୍ବର ଶେଷ ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି ।


Tags

Post a Comment

[blogger][disqus][facebook][spotim]

Contact Form

Name

Email *

Message *

Powered by Blogger.
Javascript DisablePlease Enable Javascript To See All Widget