loading...

ହରିୟାଣାର ସୋହନାରେ ଅତ୍ୟାଧୁନିକ ଲିଥିୟମ-ଆୟନ ବ୍ୟାଟେରୀ ପ୍ଲାଣ୍ଟର ଉଦ୍ଘାଟନ କଲେ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ

ଭୁବନେଶ୍ୱର, ୦୪ ସେପ୍ଟେମ୍ବର ୨୦୨୫




  • କ୍ୟାମେରା ମଡ୍ୟୁଲ୍, ପିସିବି ଆସେମ୍ବଲି, ସେମିକଣ୍ଡକ୍ଟର ଓ ବ୍ୟାଟେରୀ ପରି ପ୍ରତ୍ୟେକ ଇଲେକ୍ଟ୍ରୋନିକ୍ ଉପକରଣ କ୍ରମେ ଭାରତରେ ନିର୍ମାଣ ହେବ; ଉନ୍ନତ ପ୍ରଯୁକ୍ତି ଭାରତକୁ ଆସିବା ଏକ ବଡ଼ ସଫଳତା : କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ
  • ଏହି ପ୍ଲାଣ୍ଟ ପ୍ରତିବର୍ଷ ୨୦ କୋଟି ବ୍ୟାଟେରୀ ପ୍ୟାକ୍ ନିର୍ମାଣ କରିବ, ଯାହା ଭାରତର ଆବଶ୍ୟକତାର ୪୦% ପୂରଣ କରିବ; ୫୦୦୦ ନିଯୁକ୍ତି ସୃଷ୍ଟି କରିବ ଏବଂ ଆତ୍ମନିର୍ଭର ଭାରତର ଦୃଷ୍ଟିକୋଣକୁ ପ୍ରୋତ୍ସାହିତ କରିବ : କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ
  • ଏହି ପ୍ଲାଣ୍ଟ୍ ପ୍ରତିବର୍ଷ ୨୦ କୋଟି ବ୍ୟାଟେରୀ ପ୍ୟାକ୍ ଉତ୍ପାଦନ କରି ଭାରତର ଆବଶ୍ୟକତାର ପ୍ରାୟ ୪୦% ପୂରଣ କରିବ; ସହିତେ ୫,୦୦୦ ନିଯୁକ୍ତି ସୃଷ୍ଟି କରି ‘ଆତ୍ମନିର୍ଭର ଭାରତ’ର ଦୃଷ୍ଟିକୋଣକୁ ପ୍ରୋତ୍ସାହିତ କରିବ: କେନ୍ଦ୍ରମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ

କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ହରିୟାଣାର ସୋହନାରେ ଟିଡିକେ କର୍ପୋରେସନର ଅତ୍ୟାଧୁନିକ ଲିଥିୟମ-ଆୟନ (ଲି-ଆୟନ) ବ୍ୟାଟେରୀ ଉତ୍ପାଦନ କାରଖାନାର ଉଦ୍ଘାଟନ କରିଛନ୍ତି।

ଦେଶର ଇଲେକ୍ଟ୍ରୋନିକ୍ସ ଯାତ୍ରାରେ ଏହାକୁ ଆଉ ଏକ ମୋଡ଼ ଭାବରେ ବର୍ଣ୍ଣନା କରି କେନ୍ଦ୍ରମନ୍ତ୍ରୀ କହିଛନ୍ତି, "ଏହା ଆମ ପାଇଁ ଏକ ବିରାଟ ମାଇଲଖୁଣ୍ଟ କାରଣ ଆମେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଆତ୍ମନିର୍ଭର ଭାରତର ଦୃଷ୍ଟିକୋଣକୁ ସାକାର କରୁଛୁ। କ୍ୟାମେରା ମଡ୍ୟୁଲ୍, ପିସିବି ଆସେମ୍ବଲି, ସେମିକଣ୍ଡକ୍ଟର କିମ୍ବା ବ୍ୟାଟେରୀ - ଆଗାମୀ ବର୍ଷଗୁଡ଼ିକରେ ପ୍ରତ୍ୟେକ ଉପାଦାନ ସ୍ୱଦେଶୀ ଭାବରେ ନିର୍ମିତ ହେବ। ଇଲେକ୍ଟ୍ରୋନିକ୍ସରେ ଆମର ଆତ୍ମନିର୍ଭରଶୀଳତା ପାଇଁ ଭାରତକୁ ଏପରି ଉନ୍ନତ ପ୍ରଯୁକ୍ତିର ଆଗମନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।"

ଶ୍ରୀ ବୈଷ୍ଣବ ସୂଚନା ଦେଇଛନ୍ତି ଯେ, ସେମିକନ୍ ଇଣ୍ଡିଆ ୨୦୨୫ ସମୟରେ ପ୍ରଧାନମନ୍ତ୍ରୀଙ୍କୁ ପ୍ରଥମ ଥର ପାଇଁ ମେଡ୍ ଇନ୍ ଇଣ୍ଡିଆ ଚିପ୍ସ ପ୍ରଦାନ କରାଯାଇଥିଲା। ଏହି ପ୍ଲାଣ୍ଟର ଶୁଭାରମ୍ଭ ସହିତ, ମୋବାଇଲ୍ ଫୋନ୍, ପିନ୍ଧିବାଯୋଗ୍ୟ ଜିନିଷ, ଘଣ୍ଟା, ଇୟରବଡ୍, ଶ୍ରବଣ ଯନ୍ତ୍ର ଯେପରିକି ଏୟାରପଡସ୍ ଏବଂ ଲାପଟପରେ ବ୍ୟବହୃତ ଲିଥିୟମ-ଆୟନ ବ୍ୟାଟେରୀ ଘରୋଇ ଭାବରେ ନିର୍ମିତ ହେବ। ଏହି ଅତ୍ୟାଧୁନିକ ପ୍ଲାଣ୍ଟ ପ୍ରତିବର୍ଷ ପ୍ରାୟ ୨୦ କୋଟି (୨୦୦ ନିୟୁତ) ବ୍ୟାଟେରୀ ପ୍ୟାକ୍ ଉତ୍ପାଦନ କରିବ। ଏହା ଦେଶର ବାର୍ଷିକ ୫୦ କୋଟି ପ୍ୟାକ୍ ଆବଶ୍ୟକତାର ପ୍ରାୟ ୪୦ ପ୍ରତିଶତ ପୂରଣ କରିବ। ବିସ୍ତାର ପାଇଁ ଅପାର ସମ୍ଭାବନା ସହିତ, ଏହି ପ୍ଲାଣ୍ଟ ଦେଶର ଇଲେକ୍ଟ୍ରୋନିକ୍ସ ଉତ୍ପାଦନ ଇକୋ-ସିଷ୍ଟମକୁ ସୁଦୃଢ଼ କରିବାକୁ ପ୍ରସ୍ତୁତ।

ଶ୍ରୀ ବୈଷ୍ଣବ ଗୁରୁତ୍ୱାରୋପ କରିଥିଲେ ଯେ ଏହି ପ୍ଲାଣ୍ଟ ଭାରତ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ କ୍ଲଷ୍ଟର (ଇଏମସି) ଯୋଜନା ଅଧୀନରେ ସ୍ଥାପିତ ହୋଇଛି। ନିଯୁକ୍ତି ସମ୍ଭାବନା ଉପରେ ଆଲୋକପାତ କରି ଶ୍ରୀ ବୈଷ୍ଣବ କହିଛନ୍ତି ଯେ, ଏହି ପ୍ଲାଣ୍ଟ ପ୍ରାୟ ୫୦୦୦ ଲୋକଙ୍କୁ ସିଧାସଳଖ ନିଯୁକ୍ତି ପ୍ରଦାନ କରିବ । ଏଥିପାଇଁ ଏଟି ବାୱାଲ ପ୍ଲାଣ୍ଟରେ ପୂର୍ବରୁ ହିଁ ତାଲିମ ଚାଲିଛି। ରାଜ୍ୟରେ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ ସୁବିଧା ସ୍ଥାପନ କରିବାରେ ସମର୍ଥନ ପାଇଁ ସେ ହରିୟାଣା ସରକାରଙ୍କୁ ଧନ୍ୟବାଦ ମଧ୍ୟ ଦେଇଛନ୍ତି।

ସୋହନା ପ୍ଲାଣ୍ଟର ଉଦ୍ଘାଟନ ଏକ ସମ୍ପୂର୍ଣ୍ଣ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ ଇକୋ-ସିଷ୍ଟମ ନିର୍ମାଣ ଦିଗରେ ଦେଶର ନିରନ୍ତର ପ୍ରଗତିରେ ଆଉ ଏକ ପଦକ୍ଷେପ। ପ୍ରତ୍ୟେକ ମାଇଲଖୁଣ୍ଟ ସହିତ – ସେମି-କଣ୍ଡକ୍ଟର, ବ୍ୟାଟେରୀ, ପିସିବି ଆସେମ୍ବଲି କିମ୍ବା କ୍ୟାମେରା ମଡ୍ୟୁଲରେ ହେଉ - ଭାରତ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ ପାଇଁ ଏକ ବିଶ୍ୱସ୍ତରୀୟ କେନ୍ଦ୍ର  ଆଡକୁ ଅଗ୍ରସର ହେଉଛି। ଆମଦାନୀ ଉପରେ ନିର୍ଭରଶୀଳତା ହ୍ରାସ ପାଇବା ସହିତ ବିଶ୍ୱ ମୂଲ୍ୟ ଶୃଙ୍ଖଳାରେ ଏକ ନିର୍ଭରଯୋଗ୍ୟ ଅଂଶୀଦାର ଭାବରେ ଭାରତର ସ୍ଥିତି ଦୃଢ଼ ହେଉଛି।

ଟିଡିକେ କର୍ପୋରେସନ ବିଷୟରେ :

ଟିଡିକେ ଏକ ଅଗ୍ରଣୀ ଇଲେକ୍ଟ୍ରୋନିକ୍ସ ଉପାଦାନ କମ୍ପାନୀ ଯାହା ବିଶ୍ୱର ୩୦ରୁ ଅଧିକ ଦେଶ ଏବଂ ଅଞ୍ଚଳରେ ୨୫୦ ରୁ ଅଧିକ ଉତ୍ପାଦନ, ଗବେଷଣା ଏବଂ ବିକାଶ ଏବଂ ବିକ୍ରୟ ସ୍ଥାନ ପରିଚାଳନା କରୁଛି।


Post a Comment

[blogger][disqus][facebook][spotim]

Contact Form

Name

Email *

Message *

Powered by Blogger.
Javascript DisablePlease Enable Javascript To See All Widget