loading...

ପୁଲିସ ହାଉସିଂ କର୍ପୋରେସନ କାମରେ ବ୍ୟାପକ ଦୁର୍ନୀତି

ଭୁବନେଶ୍ୱର, ୨୦ ସେପ୍ଟେମ୍ବର ୨୦୨୫




  • ଦୁର୍ନୀତି ପ୍ରତି ଶୂନ୍ୟ ଶହନଶୀଳତା ଘୋଷଣାକୁ ଉପହାସ
  • ଦୁର୍ନୀତିରେ ଉବୁଟୁବୁ ବିଜେପି ସରକାର: କଂଗ୍ରେସ
  • ନାମ ସଚେତକ କିନ୍ତୁ ଦୁର୍ନୀତି ବେଳକୁ ନିସ୍ତେଜକ
  • ସରକାରଙ୍କ ଦୁର୍ନୀତିର ସାହାଣ ମେଳା ମୁହାଣ ଖୋଲା
  • ସରକାରୀ ବାବୁ କହୁଛନ୍ତି, ମୋ ପଛରେ ଠାକୁରେ ଅଛନ୍ତି

ଦୁର୍ନୀତି କ୍ଷେତ୍ରରେ ଶୂନ୍ୟ ସହନଶୀଳତା ନୀତି କଡାକଡି ଗ୍ରହଣ କରାଯିବ ବୋଲି ସରକାର ଘୋଷଣା କରିଥିଲେ କିନ୍ତୁ ସରକାର ଆଜି ଦୁର୍ନୀତିର କାଦୁଅରେ ବୁଡି ଯାଇଛନ୍ତି ବିଜେପି ସରକାରଙ୍କ ଏକ ଗମ୍ଭୀର ଦୁର୍ନୀତି ପ୍ରସଙ୍ଗରେ କଂଗ୍ରେସ ଭବନଠାରେ କଂଗ୍ରେସ ମିଡ଼ିଆ ସେଲ ପକ୍ଷରୁ ଏକ ପ୍ରେସ ମିଟ ଆୟୋଜିତ ହୋଇଥିଲା ଅରବିନ୍ଦ ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ଉପାଧ୍ୟକ୍ଷ ଅମୀୟ ପାଣ୍ଡଵ ଏବଂ ବରିଷ୍ଠ ମୁଖପାତ୍ର ରଜନୀ କୁମାର ମହାନ୍ତି, ସରକାରୀ ଦଳର ଉପମୁଖ୍ୟ ସଚେତକଙ୍କ ସମ୍ପୃକ୍ତି ଥିବା ଏକ ବଡ଼ ଧରଣର ଦୁର୍ନୀତିର ପର୍ଦାଫାଶ କରିଛନ୍ତି


ମିଡ଼ିଆ ସେଲ ଅଧ୍ୟକ୍ଷ ଶ୍ରୀ ଦାସ ଗଣମାଧ୍ୟମକୁ ସମ୍ବୋଧିତ କରି କହିଲେ, ବର୍ତମାନ ସରକାରରେ ବସିଥିବା ଦଳ ବିଜେଡି ସରକାର ଥିବା ସମୟରେ ଦୁର୍ନୀତିକୁ ବିରୋଧ କରୁଥିଲା କିଛି ଲୋକଙ୍କୁ ଜେଲ ପଠାଇବା ଉଚିତ ବୋଲି କହୁଥିଲା କିନ୍ତୁ ସରକାରକୁ ଆସିଲା ପରେ ଦୁହି ଦଳ ମଧ୍ୟରେ କଣ ସଲାସୁତୁରା ହେଲା -ଟିକୁ ନେଇ ସରକାରଙ୍କ ମୁହଁରୁ ଆଉ ଗୋଟିଏ ଶବ୍ଦ ସୁଦ୍ଧା ବାହାରିଲା ନାହିଁ ସରକାର ଆସିବା ପରେ,ଦୁର୍ନୀତି ଉପରେ ଶୂନ୍ୟ ସହନଶୀଳତା ଅବଲମ୍ବନ କରାଯିବବୋଲି ମୁଖ୍ୟମନ୍ତ୍ରୀ ଏକାଧିକ ଥର ଘୋଷଣା କରିଆସିଛନ୍ତି କିନ୍ତୁ ମନ୍ତ୍ରୀ ବିଧାୟକ ଖୋଲାଖୋଲି ଦୁର୍ନୀତି କରୁଛନ୍ତି ବିଜେଡି ବିଜେପି ମଧ୍ୟରେ ସମ୍ପର୍କ ଚଳିତ ବିଧାନସଭାରୁ ସ୍ପଷ୍ଟ ହୋଇଯାଇଛି ସାର ଅଭାବକୁ ନେଇ କଂଗ୍ରେସ ମୁଲତବୀ ପ୍ରସ୍ତାବ ଆଗତ କଲା ବେଳକୁ କିନ୍ତୁ ବିଜେଡି ଆଲୋଚନା ନକରି ବିଧାନସଭା ଚଳାଇ ଦେଲାନି


ଉପାଧ୍ୟକ୍ଷ ଶ୍ରୀ ପାଣ୍ଡଵ ବିଜେପି ସରକାର ଦୁର୍ନୀତିର ସାହାଣ ମେଲା ମୁହାଣ ଖୋଲା ବୋଲି ବ୍ୟଙ୍ଗ କରିବା ସହ କହିଛନ୍ତି, ଦଳର ମୁଖ୍ୟ ସଚେତକ ଗୋବିନ୍ଦ ଚନ୍ଦ୍ର ଦାସଙ୍କ ପୁଅ ପ୍ରତୀକ ଦାସ ଠିକାଦାରୀ ଲାଇସେନ୍ସ ପାଇଁ ଗତ ୧୯.୦୬.୨୫ ରେ ଆବେଦନ କରିଥିଲେ ସେ ପୁଲିସ ହାଉସିଂ କର୍ପୋରେସନ ସହିତ ଅନୁବନ୍ଧିତ ନୁହନ୍ତି କିନ୍ତୁ ଲାଇସେନ୍ସକୁ ବର୍ଷେ ମଧ୍ୟ ପୂରିନି ତାଙ୍କୁ କୋଟିରୁ ଅଧିକ ମୂଲ୍ୟର କାମ ଦିଆଗଲା ଯାହା ସମସ୍ତ ନୀତି ନିୟମ ବିରୁଦ୍ଧ ଏପଟେ ହଜାର ହଜାର ଠିକାଦାର କାମ ଆଶାରେ ବସିଛନ୍ତି ପୁଣି ବିଜେପି ଯୁବମୋର୍ଚ୍ଚା ନେତା ଶଶିକାନ୍ତ ମିଶ୍ରଙ୍କ କମ୍ପାନୀ ଶ୍ରୀ ରଘୁନାଥ ମଲ୍ଟି ସଲ୍ୟୁସନ ପ୍ରାଇଭେଟ ଲିମିଟେଡ଼କୁ ଏଫଏମ ବିଶ୍ୱବିଦ୍ୟାଳୟରେ ନିର୍ମାଣ ପାଇଁ ୯୬ ଲକ୍ଷ ଟଙ୍କାର କାମ ଦିଆଗଲା ଏଇ କମ୍ପାନୀ ମଧ୍ୟ ପୋଲିସ ହାଉସିଂ କର୍ପୋରେସନ ସହିତ ଅନୁବନ୍ଧିତ ନୁହେଁ ତେବେ କିଏ ଏଭଳି ବେଆଇନ ନିୟମ ବିରୁଦ୍ଧ କାମ ମାଧ୍ୟମରେ ବିଜେପି ନେତାଙ୍କ ପୁଅ ଦଳୀୟ କର୍ମକର୍ତ୍ତାଙ୍କୁ ସରକାରୀ କାମ ପ୍ରଦାନ କରୁଛି ସରକାର ତଦନ୍ତ କରିବାକୁ ଉପାଧ୍ୟକ୍ଷ ଶ୍ରୀ ପାଣ୍ଡଵ ଦାବୀ କରିଛନ୍ତି ୧୦ ଲକ୍ଷ ଟଙ୍କା ତଣ୍ଡ ଗଣିଥିବା ପ୍ରୋଜେକ୍ଟ ମ୍ୟାନେଜରଙ୍କୁ କେଉଁ ଠାକୁରଙ୍କ ଆଗ୍ରହରେ ଏଠାରେ ଅବସ୍ଥାପିତ କରାଗଲା ବୋଲି ପ୍ରଶ୍ନ ପଚାରିଛନ୍ତି ଭ୍ରଷ୍ଟାଚାର ଅଭିଯୋଗର ସମସ୍ତ ତଥ୍ୟ ଗଣମାଧ୍ୟମ ସାମ୍ନାରେ ପ୍ରକାଶ କରି ବରିଷ୍ଠ ମୁଖପାତ୍ର ରଜନୀ କୁମାର ମହାନ୍ତି କହିଛନ୍ତି, ଓଡିଶା ପୋଲିସ ହାଉସିଂ କର୍ପୋରେସନ ସରକାରୀ ଦଳର ମୁଖ୍ୟ ସଚେତକ ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସଙ୍କ ପୁଅ ପ୍ରତୀକ ରଞ୍ଜନ ଦାସଙ୍କୁ ୨୭ ଲକ୍ଷ ୪୪ ହଜାର ଟଙ୍କାର କାମ ଅନୁବନ୍ଧନରେ ଥାଇ ଦିଆଗଲା ପୁଣି ଦୁଇଟି କାମକୁ କ୍ଲଷ୍ଟର କରି ଦିଆଯାଇଛି ଗୋଟିଏ ବାରିପଦା ଜେଲରେ କ୍ୟୁବିକାଲ ରୋପଣ କାମ ଏବଂ ଅନ୍ୟଟି  ବାଲେଶ୍ୱରରେ ଯାହା ସମ୍ପୂର୍ଣ ବେଆଇନ କାରଣ ଗୋଟିଏ ଅଞ୍ଚଳରେ ଥିବା କାମକୁ କ୍ଲଷ୍ଟର କରାଯାଇ ପାରିବା ନିୟମ ଅଛି


ଅନ୍ୟ ଏକ ଦୁର୍ନୀତିର ତଥ୍ୟ ପ୍ରକାଶ କରି ଶ୍ରୀ ମହାନ୍ତି ଅଭିଯୋଗ କରିଛନ୍ତି ଯେ, ସଂଗ୍ରାମ କେଶରୀ ସାମଲ ନାମକ ଜଣେ ବିଜେପି ଯୁବମୋର୍ଚ୍ଚାର ନେତା ତାଙ୍କୁ ମଧ୍ୟ କେନ୍ଦୁଝର ବସଷ୍ଟାଣ୍ଡରେ ଆଲୋକିକରଣ ଏବଂ ସିସିଟିଭି ଖଞ୍ଜା ପାଇଁ ୭୬ ଲକ୍ଷ ୧୧ ହଜାର ଟଙ୍କାର କାମ ମିଳିଛି ଏହା ମଧ୍ୟ ପୋଲିସ ହାଉସିଂ କର୍ପୋରେସନ ସହ ଅନୁବନ୍ଧନ ନାହିଁ କେନ୍ଦୁଝର ବସଷ୍ଟାଣ୍ଡରେ ୨୩ ଗୋଟି କାମ ପାଇଁ ମୋଟ ୧୩ କୋଟି ୪୩ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ଏଥିପାଇଁ କେନ୍ଦୁଝର ମିନେରାଲ ଫଣ୍ଡରୁ ଟଙ୍କା ଆସିଛି ଆଶ୍ଚର୍ଯ୍ୟର ବିଷୟ ୨୩ ଗୋଟି କାମ ପାଇଁ ପୃଥକ -ଟେଣ୍ଡର ହେବା କଥା କିନ୍ତୁ ଟେଣ୍ଡର ଡକାଯାଇ ନାହିଁ ଯାହା ସମ୍ପୂର୍ଣ ବେଆଇନ କାର୍ଯ୍ୟ ତେବେ ଓଡିଶା ପୁଲିସ ହାଉସିଂ କର୍ପୋରେସନର ମୁଖ୍ୟ ଯନ୍ତ୍ରୀ କାହିଁକି ଟେଣ୍ଡର ଡାକିଲେନି ଜବାବ ଦିଅନ୍ତୁ ବୋଲି ପ୍ରଶ୍ନ ପଚାରିବା ସହ ଏହାର ମୁଖ୍ୟ ଜଣେ ବରିଷ୍ଠ ପୋଲିସ ଅଧିକାରୀ ଏବଂ ସେ ବିଗତ ଦିନରେ ହଜାର ହଜାର କୋଟି ଟଙ୍କାର ଦୁର୍ନୀତିର ଅନୁସନ୍ଧାନ କରିଛନ୍ତି କିନ୍ତୁ ନିଜ ନାକ ତଳେ ଦୁର୍ନୀତି ହେଉଥିଲେ ମଧ୍ୟ କିପରି ଜାଣି ପାରୁନାହାନ୍ତି ବୋଲି ଶ୍ରୀ ମହାନ୍ତି ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ ମୁଖ୍ୟମନ୍ତ୍ରୀ ନିଜେ ସଦର ବିଧାୟକ ମଧ୍ୟ। ତାଙ୍କ ଅଗୋଚରରେ ଏହା ହେବା ସମ୍ଭବ କି ବୋଲି ସେ ପ୍ରଶ୍ନ କରିଥିଲେ। ପୋଲିସ ହାଉସିଂ ୱେଲଫେୟାର କର୍ପୋରେସନରେ ଘଟିଥିବା ବେଆଇନ ଏବଂ ଦୁର୍ନୀତି ଉପରେ ସରକାର ବିଧିବଦ୍ଧ ତଦନ୍ତ କରି ଉପରୋକ୍ତ ଠିକାଦାର ମାନଙ୍କ କାମ ରଦ୍ଦ କରନ୍ତୁ ତଥା ଜଡିତ ଥିବା ଅଧିକାରୀଙ୍କ ବିରୁଦ୍ଧରେ ପଦକ୍ଷେପ ନିଆଯାଉ ବୋଲି କଂଗ୍ରେସ ପକ୍ଷରୁ ସରକାରଙ୍କୁ ଗଣମାଧ୍ୟମଙ୍କ ଜରିଆରେ ଦାବି କରା ଯାଇଥିଲା

Post a Comment

[blogger][disqus][facebook][spotim]

Contact Form

Name

Email *

Message *

Powered by Blogger.
Javascript DisablePlease Enable Javascript To See All Widget